ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟରେ ଦେଶରେ ୩୦,୫୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୪୩୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ୩,୩୩,୪୭,୩୨୫ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିବା ପରେ ମୃତ୍ୟୁସଂଖ୍ୟା ୪,୪୩,୯୨୮ରେ ପହଞ୍ଚିଛି
ମହାମାରୀ କରୋନା ସମୟରେ ବେକାରୀମାନଙ୍କୁ ଭତ୍ତା ଦେବା ପାଇଁ ଆଗେଇ ଆସିଛନ୍ତି ସରକାର। ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ନାଁରେ ଏକ ଜନହିତକର ସ୍କିମ ଆରମ୍ଭ କରିଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମ୍ ଚଲାଉଛି। ଚାକିରୀ ହରାଇ ବେରୋଜଗାର ହେଉଥିବା ଲୋକଙ୍କୁ ଆର୍ଥିକ ସାହାଯ୍ୟ ଦେବା ଏହି ସ୍କିମର ମୂଳ ଲକ୍ଷ୍ୟ। ଜଣେ ବ୍ୟକ୍ତି ଚାହିଁଲେ ଅତିବେଶୀରେ ୩ ମାସ ପାଇଁ ଏହାର ଫାଇଦା ଉଠାଇ ପାରିବେ।
ଇମ୍ରାନ ଖାନ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି । ଭାରତରେ ବାରମ୍ବାର ଆତଙ୍କୀ ଆକ୍ରମଣ ଘଟାଉଥିବା ପଡ଼ୋଶୀ ଦେଶ ଓଲଟା କଥା କହୁଛି । ଆମେରିକାର ନ୍ୟୁଜ ଚ୍ୟାନେଲ ସିଏନଏ ପକ୍ଷରୁ ହୋଇଥିବା ଏକ ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି, ଆଫଗାନିସ୍ତାନର ପୂର୍ବ ସରକାର ସହିତ ମିଶି ଅତୀତରେ ପାକିସ୍ତାନ ଉପରେ ଆତଙ୍କୀ ଆକ୍ରମଣ ଘଟାଇଛି ଭାରତ ।
ଫାଟିଗଲା ଚଳନ୍ତା ବାଇକର ତେଲ ଟାଙ୍କି । ଭୟଙ୍କର ବିସ୍ଫୋରଣରେ ଛିନ୍ଛତ୍ର ହୋଇ ଛିଟିକି ପଡ଼ିଲେ ବାଇକ୍ ଆରୋହୀ।
ଚାରିଧାମ ଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ଅନୁସାରେ ବଦ୍ରିନାଥ ଧାମରେ ୧୨୦୦, କେଦାରନାଥ ଧାମରେ ୮୦୦, ଗାଙ୍ଗୋତ୍ରିରେ ୬୦୦ ଏବଂ ଯମୁନୋତ୍ରି ଧାମରେ ୪୦୦ ଭକ୍ତ କିମ୍ବା ତୀର୍ଥଯାତ୍ରୀ ଅନୁମତି ଦିଆଯାଇଛି ।
କରୋନା ମହାମାରୀରେ ଖୁବ୍ ଶୀଘ୍ର ଲାଗିବ ଲଗାମ୍ । ଶେଷ ହେବ କୋଭିଡ ବିରୋଧରେ ଚାଲିଥିବା ଯୁଦ୍ଧ। ଏମିତି ଆଶ୍ୱାସନାବାଣୀ ଶୁଣାଇଛନ୍ତି ନାଶନାଲ ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ (NCDC) ନିର୍ଦ୍ଦେଶକ ଡକ୍ଟର ସୁଜିତ ସିଂ।
ନୁସରତ ଜାହାଁଙ୍କ ସନ୍ତାନର ବାପା କିଏ, ଅନେକ ଦିନର ଏହି ରହସ୍ୟ ଉପରୁ ପରଦା ହଟିଲା । ସମସ୍ତଙ୍କ ମନରେ ଥିଲା କେବଳ ଗୋଟିଏ ପ୍ରଶ୍ନ, ନୁସରତଙ୍କ ସନ୍ତାନର ପିତା କିଏ ?
ଡାଲିରେ ରହିଛି ପୃଷ୍ଟିସାର । ଯାହା ଆମ ହାଡ଼ ଓ ରକ୍ତକୁ ମଜବୁତ କରିଥାଏ । ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି ।
ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ କିମ ୟୋ ଜୋଙ୍ଗଙ୍କ ଖୋଲା ଚ୍ୟାଲେଞ୍ଜ । ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ ବୁଧବାର ଦିନ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଆଲୋଚନା କରିବା ପରେ ସିଧାସଳଖ ଧମକ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ପୂର୍ଣ୍ଣ ଶେଷ କରିଦେବାକୁ ସେ ଚେତାବନୀ ଦେଇଛନ୍ତି ।
ମୋରେନା ନିବାସୀ ଜଣେ ୨୩ ବର୍ଷର ଯୁବକଙ୍କୁ ୨୧ ବର୍ଷୀୟ ଯୁବତୀଙ୍କୁ ଅଗଷ୍ଟ ୧୬ରେ ଗ୍ୱାଲିଅରର ଲୋହା ମାଣ୍ଡି ଦୁର୍ଗର ଆର୍ଯ୍ୟ ସମାଜ ମଣ୍ଡପରେ ପ୍ରେମ ବିବାହ କରିଥିଲେ । ଆର୍ଯ୍ୟ ସମାଜ ମଧ୍ୟ ଏହି ବିବାହର ପ୍ରମାଣପତ୍ର ଦେଇଛନ୍ତି । ହେଲେ ପ୍ରେମ ବିବାହ ପରେ ଉଭୟଙ୍କ ପରିବାର ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ କରି ସୁରକ୍ଷା ସମ୍ପର୍କରେ ହାଇକୋର୍ଟରେ ଆବେଦନ କରିଥିଲେ ଦମ୍ପତି
ଖେଳ ପଡିଆରେ ଅଣ ଖେଳାଳିଙ୍କ ଅନୁପ୍ରବେଶ ନୂଆ ଘଟଣା ନୁହଁ। ପଡିଆ ଭିତରକୁ ଅନୁପ୍ରବେଶ ନେଇ ଦଣ୍ଡିତ ହେବାର ନଜିର ମଧ୍ୟ ରହିଛି। ହେଲେ ଆୟର୍ଲାଣ୍ଡ କ୍ରିକେଟ ପଡିଆରେ ଅନୁପ୍ରବେଶକାରୀଙ୍କୁ ପୁରସ୍କୃତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ତେବେ କିଏ ଏହି ଅନୁପ୍ରବେଶକାରୀ ?
ଦାଦ୍ରି ସ୍ଥିତ ବାଦଲପୁର କୋଟୱାଲି ଅଞ୍ଚଳର ସାଦୋପୁର ଗାଁରୁ ଜଣେ ବିଏ ଫାଇନାଲ ବର୍ଷର ଛାତ୍ରୀଙ୍କୁ ଭ୍ୟାନରେ ତିନି ଜଣ ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି । ସାଦୁଲାପୁର ରେଲୱେ ଫାଟକ ନିକଟରେ ତିନି ସାନ ଭାଇଭଉଣୀଙ୍କ ସହ ପ୍ରାତଃଭ୍ରମଣ କରୁଥିଲେ ସ୍ୱାତୀ । ପ୍ରଥମେ ସାନ ଭଉଣୀ ଖୁସିକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ । ହେଲେ ବଡ ଭଉଣୀ ସ୍ୱାତୀ ସାନ ଭଉଣୀକୁ ଅପହର୍ତ୍ତାଙ୍କ ଚାଲ ସଫଳ ହେବାକୁ ଦେଇନଥିଲେ ।
ସିଡିଏସ୍ ଜେନେରାଲ ବିପିନ ରାୱତ ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଚୀନ୍ ପକ୍ଷରୁ ବିପଦ ସମ୍ପର୍କରେ ଚେତାବନୀ ଦେଇ ଏପରି କହିଛନ୍ତି । ଇରାନ ଏବଂ ତୁର୍କୀ ସହ ସମ୍ପର୍କ ସ୍ଥାପନ କରିବା ପରେ ଡ୍ରାଗନ୍ ଖୁବ୍ ଶୀଘ୍ର ଆଫଗାନିସ୍ତାନରେ ପ୍ରବେଶ କରିବ । ଆଉ ଏଥିପାଇଁ ପାଇଁ ଫୁଲଫ୍ରୁଫ୍ ଯୋଜନା କରିଛି ଚୀନ୍ । ଉଭୟ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ୍ ଏବେ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି ।
ମହାକାଶ ଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। କାରଣ କେବଳ ମହାକାଶ ଗବେଷକଙ୍କୁ ଯିବାର ସୁଯୋଗ ମିଳିଥାଏ। ଆପଣ ଯଦି ମହାକାଶରେ ବୁଲିବାର ସ୍ୱପ୍ନ ରଖିଥାନ୍ତି ତେବେ ହତାଶ ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। କାରଣ ପ୍ରଥମ ଥର ପାଇଁ ‘ସ୍ପେଶ ଟୁରିଜିମ୍’ ରେ ସାଧାରଣ ଲୋକଙ୍କୁ ମହାକାଶ ପଠାଯିବାର ଯୋଜନା ଆରମ୍ଭ ହୋଇଛି।
ମହଙ୍ଗା ପଡ଼ିଲା ବ୍ୟସ୍ତବହୁଳ ରାସ୍ତାରେ ଡ୍ୟାନ୍ସ କରିବା। ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଯୁବତୀ ଟ୍ରାଫିକ୍ ସିଗ୍ନାଲ ରେଡ୍ ହେବା ପରେ ମଧ୍ୟ ରାସ୍ତା ଉପରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଇନ୍ଷ୍ଟାଗ୍ରାମରେ ଭିଡିଓ ଅପଲୋଡ୍ କରିବା ପାଇଁ ଯୁବତୀ ଜଣକ ଏଭଳି କରିଥିବା ଜଣାପଡ଼ିଛି।
ଏକାଧିକ ଟାର୍ଗେଟେଡ୍ କିଲିଂ ଏବଂ ସିରିଜ୍ IED ବ୍ଲାଷ୍ଟ୍ କରିବା ଯୋଜନାରେ ଥିଲେ। ବିଶେଷ କରି ନବରାତ୍ର ଓ ରାମଲୀଳା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରିଥାନ୍ତେ। ଅଧିକ ତଦନ୍ତ ପାଇଁ ୬ଜଣଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍।
ଆଇପିଏଲ୍ର ଆଗାମୀ ସିଜନ୍ରେ ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛନ୍ତି। ନୂଆ ଦଳ ନିଲାମ ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି। ଏନେଇ ବିସିସିଆଇ ଦ୍ୱାରା ଅକ୍ଟୋବର ୧୭ରେ ନିଲାମ ପ୍ରକ୍ରିୟା ଆୟୋଜନ କରାଯାଇପାରେ। ୨୦୨୨ ରୁ ଆଇପିଏଲ୍ରେ ୮ ଟି ଟିମ୍ ପରିବର୍ତ୍ତେ ୧୦ଟି ଟିମ୍ ପ୍ରବେଶ କରିବେ। ଜାନୁଆରୀରେ ଏନେଇ ଏକ ମେଗା ଅକ୍ସନ୍ କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି।
ଅଟୋମୋବାଇଲ ଓ ଟେଲିକମ୍ କ୍ଷେତ୍ର ଲାଗି ବଡ଼ ଧରଣର ଆର୍ଥିକ ସଂସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶରେ ଉତ୍ପାଦନ ବଢାଇବା ଲାଗି ଅଟୋମୋବାଇଲ କ୍ଷେତ୍ର ପାଇଁ ପ୍ରଡକସନ୍ ଲିଙ୍କଡ୍ ଇନ୍ସେନ୍ଟିଭ୍ ବା PLI ସ୍କିମ୍ ଘୋଷଣା କରାଯାଇଛି ।ଏଥିପାଇଁ ୨୬ ହଜାର ୫୮ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏଥିରୁ ଅଟୋମୋବାଇଲ କ୍ଷେତ୍ର ୨୫ହଜାର ୯୩୮ କୋଟି ପାଇବାକୁ ଥିବାବେଳେ ଡ୍ରୋନ୍ କ୍ଷେତ୍ର ୧୨୦ କୋଟି ଟଙ୍କା ପାଇବ।
ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କ ମାତା ଦୁର୍ଗା ଏବଂ ମାତା ସରସ୍ୱତୀଙ୍କ ବୟାନକୁ ହିନ୍ଦୁ ଧର୍ମ ପ୍ରତି ଅପମାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମକୁ ଅତ୍ୟଧିକ ଅପମାନିତ କରିଛନ୍ତି। ମା’ ସରସ୍ୱତୀ ଓ ମା’ ଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି। ଅନ୍ୟ କୌଣସି ଧର୍ମର ଦେବତାମାନଙ୍କ ପାଇଁ ଏପରି ଶବ୍ଦ ବ୍ୟବହାର କରାଯାଇପାରିବ କି? ସମ୍ବିତ ପାତ୍ର କହିଛନ୍ତି ଯେ ଅତୀତରେ ମଧ୍ୟ ପ୍ରଭୁ ରାମଙ୍କ ଅସ୍ତିତ୍ୱ ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି।
ଯଦି ମୋବାଇଲ୍ ଫୋନ୍ କାହାକୁ ହସ୍ତାନ୍ତର କରିବା ପରେ ଡାଟା ସମ୍ପୂର୍ଣ୍ଣ ଉଡିଯାଏ ତେବେ ଏହା ନିଶ୍ଚିତ ଚକିତ କରିବା ଭଲି କଥା। ଏଭଳି ଏକ ଘଟଣା ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷର ଛାତ୍ରଙ୍କ କ୍ଷେତ୍ରରେ ଘଟୁଛି। ତାଙ୍କ ହାତରେ ମୋବାଇଲ୍ ଫୋନ୍ ଆସିବା ମାତ୍ରେ ସମସ୍ତ ତଥ୍ୟ ଉଡ଼ିଯାଉଛି। ଏହି ବାଳକର ନାମ ଅସ୍ତିତ୍ୱ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଅବସ୍ଥିତ ଜଟାରୀ ଗାଁର ବାସିନ୍ଦା। ବର୍ତ୍ତମାନ ଏହି ଛାତ୍ର ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
କାବୁଲର ବିଚ୍ ରାସ୍ତାରେ ମହିଳାଙ୍କ ଉପରେ ଚାବୁକ୍ ଓ ଲାଠି ବର୍ଷା ଏମିତି ଚିତ୍ରକୁ ଦେଖିଲେ ଲାଗୁଛିକି ବଦଳି ଯାଇଛି ତାଲିବାନ? ନବେ ଦଶକ ଓ ବର୍ତ୍ତମାନର ତାଲିବାନ ଭିତରେ ଜଣାପଡୁନି ଫରକ ?
ଅପରାଧ କରୁଥିବା ଲୋକ ସବୁବେଳେ ଭାବେ ଯେ ସେ ନିରାପଦ। ସେ କେବେ ବି ଧରାପଡିବ ନାହିଁ। ତେବେ ଏହି ଆତ୍ମବିଶ୍ୱାସ ନେଇ ସେ ଏଭଳି କିଛି କରିବସେ ଯାହା ତା’ର ଅପରାଧ ଦୁନିଆର ଅନ୍ଧାରକୁ ପ୍ରକାଶିତ କରିଦିଏ। ଏଭଳି ଭାବିଥିଲା ପାକିସ୍ତାନରେ ରହୁଥିବା ଜାଭେଦ ଇକବାଲ୍। ଜାଭେଦକୁ ପାକିସ୍ତାନର ସବୁଠାରୁ ବଡ ଅପରାଧୀ କୁହାଯାଉଥିଲା। ଇକବାଲ୍ ଉପରେ ଶହେ ବାଳକଙ୍କ ସହ ଯୌନ ସଂପର୍କ ରଖିବା ଓ ସେମାନକୁ ହତ୍ୟା କରିବା ଅଭିଯୋଗ ଥିଲା।
ମାଲିକଙ୍କ ହଜିଗଲା ଶୁଆ। ପକ୍ଷୀକୁ ଖୋଜିବା ଲାଗି ଥାନାରେ ଦାୟର କଲେ ମାମଲା। ଏପରି ଏକ ଅଦ୍ଭୁତ ମାମଲା ନୋଏଡ଼ାରୁ ସାମ୍ନାକୁ ଆସିଛି। ସ୍ଥାନୀୟ ଅଂଚଳରେ ରହୁଥିବା ଜଣେ ମହିଳା ତାଙ୍କ ଶୁଆ ହଜିଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ହେଲେ ଶୁଆ ହଜିବାର ଛଅ ମାସ ପରେ ମଧ୍ୟ ପୋଲିସ ଶୁଆଟିକୁ ଖୋଜି ପାରିବାରେ ସମ୍ଭବ ହୋଇନାହିଁ
ବଲିଉଡ ତଥା ଟଲିଉଡ୍ ଅଭିନେତା ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇସ୍ଥ କାର୍ଯ୍ୟାଳୟକୁ ଇନକମ ଟାକ୍ସ ବିଭାଗ ତରଫରୁ ସର୍ଭେ କରାଯାଇଛି। ସୂଚନା ମୁତାବକ ମୁମ୍ବାଇରେ ଥିବା ତାଙ୍କର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଅନୁସନ୍ଧାନ ଚାଲିଛି। ତେବେ ଇନକମ ଟାକ୍ସ ବିଭାଗ ଅଧିକାରୀ ସୋନୁ ସୁଦଙ୍କ ସମ୍ପତ୍ତି ଉପରେ କାହିଁକି ପଡିଛନ୍ତି ଏହାର କାରଣ ସାମ୍ନାକୁ ଆସିନି।
ମାତ୍ର ୫୦ ଟଙ୍କାରେ ହେବ MRI । ଏହା ଶୁଣିବା ପରେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ । ହଁ ଆଜ୍ଞା ଏହା ସତ୍ୟ ଅଟେ । ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧନ ସମିତି DSGPC ପକ୍ଷରୁ ଜନ ସାଧାରଣଙ୍କୁ ଏହି ସେବା ଯୋଗାଇ ଦଇଆଯାଉଛି । DSGPC ଦ୍ୱାରା ଦିଲ୍ଲୀ ଗୁରୁଦ୍ୱାରା ବାଂଲା ସାହିବରେ ରହିଛି ଏହି ଡାଇଗ୍ନୋଷ୍ଟିକ ସେଣ୍ଟର । ଏହି ଡାଇଗ୍ନୋଷ୍ଟିକ ସେଣ୍ଟରରେ ମାତ୍ର ୫୦ ଟଙ୍କାରେ MRI ପରୀକ୍ଷା କରାଯାଉଛି ।