ଅଶ୍ଳୀଳ ଭିଡିଓ ଓ ଫିଲ୍ମ ତିଆରି କରିବା ଅଭିଯୋଗରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି । ଏହି ମାମଲାରେ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସର ଚାର୍ଜସିଟରେ ସାକ୍ଷୀ ଭାବରେ ତାଲିକାଭୁକ୍ତ ହୋଇଛନ୍ତି। ସେ ପୋଲିସକୁ ଦେଇଥିବା ବିବୃତ୍ତି ସାମ୍ନାକୁ ଆସିଛି। ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସକୁ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ, ରାଜ କୁନ୍ଦ୍ରା କଣ କରୁଛନ୍ତି ତାହା ସେ ଜାଣି ନାହାଁନ୍ତି ।
ପରମ୍ପରା ପାଇଁ ଡଲ୍ଫିନ୍ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ବରଂ ହଜାର ହଜାର ଡଲ୍ଫିନ୍ଙ୍କର ହତ୍ୟା । ଡେନ୍ମାର୍କ ସ୍ଥିତ ସ୍ୱାମିତ୍ୱରେ ପରମ୍ପରା ପୂରଣ କରିବା ପାଇଁ ପ୍ରାୟ ୧୪୨୮ ଟି ଡଲଫିନ୍କୁ ହତ୍ୟା କରାଯାଇଛି । ସମଗ୍ର ବିଶ୍ୱ ଏହି ଘଟଣାକୁ ନିନ୍ଦା କରିଛି । ସମୁଦ୍ର କୂଳରେ ମରି ପଡିଥିବା ମୃତ ଡଲ୍ଫିନ୍ଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପୂରା ସମୁଦ୍ରର ପାଣି ରକ୍ତରେ ଲାଲ ହୋଇଯାଇଥିବାବେଳେ ସମସ୍ତେ ଏହି ଲୋମହର୍ଷଣକାରୀ ଦୃଶ୍ୟ ଦେଖି ନିନ୍ଦା କରିବା ସହ ଏପରି ପୂରାତନ ପରମ୍ପରାକୁ ଘୃଣା କରୁଛନ୍ତି ।
ରୋନା ମହାମାରୀ ସହ ଲଢୁଛି ସାରା ଦେଶ। ବିଶେଷକରି କେରଳର ସ୍ଥିତି ବେଶି ଖରାପ। ଏବେ ଦେଶରେ ସର୍ବାଧିକ କରୋନା ମାମଲା କେରଳରୁ ହିଁ ଆସୁଥିବା ଲକ୍ଷ୍ୟ କରାଯାଉଛି। ଇତି ମଧ୍ୟରେ କେରଳରେ ଏକାଦଶ ଶ୍ରେଣୀ ପରୀକ୍ଷା ଅଫ୍ଲାଇନ୍ରେ କରିବାକୁ ସୁପ୍ରିମ୍ କୋର୍ଟ ଅନୁମତି ଦେଇଛନ୍ତି।
ବ୍ୟାଙ୍କ୍ ଆକାଉଣ୍ଟ ଚେକ୍ କରିବା ପାଇଁ ଯାଇଥିଲେ, ହେଲେ ଆକାଉଣ୍ଟରେ ୫୨ କୋଟି ଟଙ୍କା ଥିବା ଜାଣି ଉଡ଼ିଗଲା ହୋସ୍। ଜଣେ ବୃଦ୍ଧ ନିଜର ପେନସନ୍ ଆକାଉଣ୍ଟ ଚେକ୍ କରିବା ବେଳେ ଏତେ ପରିମାଣର ଟଙ୍କା ଆକାଉଣ୍ଟରେ ଥିବା ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଛି।
ପିଜାବର୍ଗର ପ୍ରେମୀଙ୍କୁ ଚେତାଇ ଦେବା ପରି ଏକ ଖବର । ଫାଷ୍ଟଫୁଡ୍ରେ କେତେବେଳେ ଝିଟପିଟି ତ କେତେବେଳେ ମାଛି ବାହାରୁଥିବା ଖବର ସାମ୍ନାକୁ ଆସିଥିଲା। ଏବେ ହୋଟେଲ କର୍ମଚାରୀଙ୍କ ଅବହେଳା ଯୋଗୁ ଏବେ ବର୍ଗରରୁ ବାହାରିଛି ମଣିଷର କଟା ଆଙ୍ଗୁଠି।
ମନ୍ଦାର ଫୁଲ କେଶ ସହିତ ଯଡ଼ିତ ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ମନ୍ଦାର ଫୁଲରେ ତିଆରି ପ୍ୟାକ୍ ଲଗାଇବା ଦ୍ୱାରା କେଶ ମୂଳରୁ ମଜବୁତ ହୋଇଥାଏ । ରୁପି, କେଶ ଝଡିବା ଏବଂ କେଶ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଚିନ୍ତାରେ ପଡିଛି ଚୀନ୍ । ଭାରତର ଅଗ୍ନି-୫ ମିଶାଇଲର ପରୀକ୍ଷଣ ବିଷୟରେ ଜାଣି ଅସ୍ତବ୍ୟସ୍ତ ହୋଇପଡିଲାଣି ଡ୍ରାଗନ୍ । ଏବେ ଦେଇଛି ଶାନ୍ତି ପ୍ରସ୍ତାବ। ଅଗ୍ନି-୫ର ପରୀକ୍ଷା ପାଇଁ ଭାରତ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛି । ଏହି ବିଷୟରେ ଅବଗତ ହେବା ପରେ ଚୀନ୍ କହିଛି, ଦକ୍ଷିଣ ଏସିଆର ସବୁ ଦେଶମାନଙ୍କୁ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖି କାମ କରିବା ଆବଶ୍ୟକ ।
ଆଫଗାନିସ୍ତାନ ଆଜି ତାଲିବାନୀଙ୍କ କବ୍ଜାରେ। ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରବା ପରେ ତାଲିବାନୀମାନେ ଆଫଗାନିସ୍ତାନକୁ ନିଜ କବ୍ଜାକୁ ନେଇଛନ୍ତି। ତାଲିବାନୀ ଆତଙ୍କରେ ଥରହର ହେଉଛନ୍ତି ଆଫଗାନବାସୀ। ଏଥିପାଇଁ ବାଇଡେନଙ୍କୁ ଦୋଷ ଦେଇ ତାଲିବାନ ବେଶରେ ସଜାଇଲେ ଆମେରିକାବାସୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ। ୭୧ ବର୍ଷରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି। ୨୦୧୪ ମସିହା ପରଠାରୁ ବିଜେପି ପକ୍ଷରୁ ଆଜିର ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆଜି ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯିବ।
ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଗତକାଲିି ଶେଷ ହୋଇଛି। ବର୍ଷା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ। ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧ ହଜାର କ୍ୟୁବିକ୍ ମିଟରର ଚଟାଣ ଢ଼ଳେଇ କାମ ଶେଷ ହୋଇଛି।
ବିଶ୍ୱରେ କୋଭିଡ-୧୯ ମୁକାବିଲା ପାଇଁ ତୃତୀୟ ଡୋଜ୍ ନେବା ନେଇ ତର୍କ ବିତର୍କ ଜାରି ରହିଛି। ଏପରି ସ୍ଥିତିରେ ମୁମ୍ବାଇର କିଛି ସ୍ୱାସ୍ଥ୍ୟକର୍ମୀ, ନେତା ଏବଂ ସେମାନଙ୍କର ଷ୍ଟାଫ ତୃତୀୟ ଡୋଜ ନେଇଛନ୍ତି।
ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ଆସିବ ସୁଧାର। ବ୍ୟାଡ୍ ବ୍ୟାଙ୍କ ପାଇଁ ୩୦ ହଜାର ୬ଶହ କୋଟି ଟଙ୍କାର ଗ୍ୟାରେଂଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଫଳରେ ବ୍ୟାଙ୍କ ଗୁଡିକ ନିଜ ସମ୍ପତ୍ତିକୁ ନାସନାଲ ଆସେଟ୍ ରିକଂଷ୍ଟ୍ରକସନ୍ କମ୍ପାନୀ ଲିମିଟେଡକୁ ବିକ୍ରି କରିବା ସହଜ ହେବ।
ମହାକାଶ ସୀମା ଲଙ୍ଘିବାକୁ ମଣିଷର ଉଦ୍ୟମରେ ଲାଗିଲା ଆଉ ଏକ ଡେଣା। ପେସାରେ ଆଷ୍ଟ୍ରୋନଟ ହୋଇନଥିଲେ ବି ପୃଥିବୀର କକ୍ଷ ପଥରେ ପହଞ୍ଚିଛନ୍ତି ୪ ଜଣ ସାଧାରଣ ଲୋକ। ଏଲୋନ ମସ୍କଙ୍କ ସ୍ପେସ-ଏକ୍ସ କଂପାନୀର ଫାଲକନ୍-୯ ରକେଟରେ ଏମାନେ ମହାକାଶ ଯାତ୍ରା କରିଛନ୍ତି
ପୂର୍ବତନ ମିଷ୍ଟର ଇଣ୍ଡିଆ ବଡି ବିଲ୍ଡର ମନୋଜ ପାଟିଲ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ମୁମ୍ବାଇରେ ଗତ ରାତିରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ସୁଇସାଡାଲ ନୋଟ୍ ଲେଖିଛନ୍ତି । ନୋଟରେ ସେ ଅଭିନେତା ସାହିଲ୍ ଖାନଙ୍କ ବିରୋଧରେ ସାଇବର୍ ବୁଲିଂ ଓ ମାନସିକ ଭାବେ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି।
ସତରେ ଆଉ କଣ ମରିବ ନାହିଁ ମଣିଷ? ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? କାରଣ ଆମେ ସମସ୍ତେ ଜାଣନ୍ତି ଜନ୍ମ ହୋଇଛନ୍ତି ମାନେ ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ। ତେଣୁ ଏପରି ଖବର ସତ୍ୟାସତ୍ୟ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା
ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି। ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ। ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଏନେଇ ଟୁଇଟ୍ ଯୋଗେ ବିରାଟ କୋହଲି ସୂଚନା ଦେଇଛନ୍ତି।
ଛାଡ଼ପତ୍ର ପରେ ସାଧାରଣତଃ କପଲ୍ ମାନେ ଅଲଗା ଓ ସ୍ୱାଧୀନ ଭାବେ ଜୀବନ ବିତାଇଥାନ୍ତି । କିନ୍ତୁ ଆମୀର ଖାନ୍ ଓ କିରଣ ରାଓ ଛାଡ଼ପତ୍ର ପରେ ବି ଏକ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ବଜାୟ ରଖିଛନ୍ତି । ଚଳିତ ବର୍ଷ ଜୁଲାଇରେ ଆମୀର ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ । କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଦୁହିଁକୁ ଏକ ବନ୍ଧୁଙ୍କ ବିବାହ ଉତ୍ସବରେ ଏକାଠି ଦେଖିବାକୁ ମିଳିଛି ।
ସୁନା ଓ ରୂପା କିଣିବା ପାଇଁ ଆପଣ ଇଚ୍ଛା ରଖିଛନ୍ତି କି? ତେବେ ଆଜି ହିଁ କିଣିନିଅନ୍ତୁ। କାରଣ ସୁନା ଓ ରୂପା ଦାମ୍ରେ ଆଜି ହ୍ରାସ ହୋଇଛି। ତେଣୁ ଯଦି ଆପଣ ଆଜି କିଣିବେ ତେବେ ନିଶ୍ଚିତ ଭାବରେ ଲାଭରେ ରହିବେ। ସୂଚନା ଅନୁସାରେ, ସେପ୍ଟେମ୍ବର ୧୬ ତାରିଖ ଅର୍ଥାତ୍ ଆଜି ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ହୋଇଥିବା ନେଇ ସୂଚନା ରହିଛି।
ଡ୍ରାଗନ୍ ବିରୋଧରେ ଏକଜୁଟ୍ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ । ତିନି ଦେଶର କୂଟନୈତିକ, ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତ କରିବାକୁ ତଥା ସୁରକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ଆଉ ଏଥିପାଇଁ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ ଏକ ତ୍ରିପାକ୍ଷିକ ସୁରକ୍ଷା ସହଯୋଗ ତିଆରି କରିବାକୁ ଘୋଷଣା କରିଛନ୍ତି, ଯାହାର ନାମ 'AUKUS' ରଖାଯାଇଛି
ଗତ ୨୪ ଘଣ୍ଟା ଧରି ଉତ୍ତରପ୍ରଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏହି କାରଣରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଛି । ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୧୬ ଜଣ ପ୍ରାଣ ହରାଇଛନ୍ତି ।
'ହକ୍କାନୀ ନେଟୱର୍କକୁ ଆମେରିକା କେବେ ବୁଝିନି ବୋଲି ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି । ହକ୍କାନି ନେଟୱର୍କର ଭାବମୂର୍ତ୍ତିକୁ ସ୍ୱଚ୍ଛ କରିବା ପାଇଁ ସେ କହିଛନ୍ତି, 'ହକ୍କାନୀ ପାକିସ୍ତାନର ପ୍ରଶୁନ୍ ଜନଜାତି । ଏହି ଲୋକମାନେ ମୁଜାହିଦ୍ଦିନ ଥିଲେ, ଯେଉଁମାନେ ସୋଭିଏତ୍ ବିରୁଦ୍ଧରେ ଯୁଦ୍ଧ ଲଢିଥିଲେ ।
ଚୀନରେ ପୁଣି ଆରମ୍ଭ ହୋଇଯାଇଛି ମାହାମାରୀ କରୋନାର ପ୍ରକୋପ। ବିଶେଷ କରି ଫୁଜିଆନରେ ଏହି ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି। ସଂକ୍ରମଣ ବଢୁଥିବା ଦେଖି ସ୍ଥାନୀୟ ପ୍ରଶାସନ ଅଂଚଳର ସମସ୍ତ ସିନେମା ହଲକୁ ବନ୍ଦ କରି ଦେଇଛି। ସେହିପରି ଜିମ ଓ ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହା ସହ ଲୋକଙ୍କୁ କୌଣସି ବି ପରିସ୍ଥିତିରେ ନିଜ ନିଜ ଅଞ୍ଚଳ ନ ଛାଡିବାକୁ ପରାମର୍ଶ ଦିଆଯାଇଛି।
ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ବୁଧବାର ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଶ୍ଳୀଳ ମାମଲାରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଶିଲ୍ପା ସେଟ୍ଟି ,ସର୍ଲିନ ଚୋପ୍ରା ଓ ଅନ୍ୟ ୪୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି ।
ପାୱାର କର୍ପୋରେଶନ ଲିମିଟେଡ (UPPCL)-ଉତ୍ତର ପ୍ରଦେଶରେ ଖାଲି ପଡ଼ିଥିବା ଡାଇରେକ୍ଟର ପଦ ପୂରଣ ହେବ। ଏ ନେଇ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି।
ଭାରତର ବଡ଼ ବଡ଼ କମ୍ପାନୀମାନେ ଅଧିକାରୀମାନଙ୍କୁ ମୋଟା ରକମର ଦରମା ଦେଇଥାନ୍ତି। ସେଥି ମଧ୍ୟରୁ ଜଣେ ଦେଶର ଅଗ୍ରଣୀ ଖାଦ୍ୟ ପ୍ରକ୍ରୀୟାକରଣ ତଥା ପ୍ରସ୍ତୁତକାରୀ କମ୍ପାନୀ ନେସଲେ ଇଣ୍ଡିଆର ସିଇଓ ସୁରେଶ ନାରାୟଣ। ନେସଲେ କଂପାନୀର ପରିଚାଳନା ନିର୍ଦ୍ଦେଶକ ଥିବା ସୁରେଶ ନାରାୟଣ ଭାରତରେ ସବୁଠାରୁ ଅଧିକ ବେତନ ପାଉଥିବା ସିଇଓ।