ଛୋଟ ପିଲାମାନଙ୍କର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ଏନେଇ ସେମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ। କିନ୍ତୁ ଅନେକ ସମୟରେ ପିତାମାତା ଶସ୍ତା ସ୍ୱାର୍ଥରେ ଉତ୍ପାଦର ଗୁଣ ଉପରେ ଆପୋଷ ବୁଝାମଣା କରିନିଅନ୍ତି, ଯାହା ବେଳେବେଳେ ପିଲାମାନଙ୍କ ଜୀବନ ପ୍ରତି ବିପଦ ଆଣିଥାଏ। ଇଂଲଣ୍ଡରୁ ଏଭଳି ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଜଣେ ୪ ବର୍ଷର ଶିଶୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଛି।
ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଦେଲେ ଇସ୍ତଫା ପତ୍ର । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା ସୂଚନା । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା ।
ଜଣେ ମା ୩୭ ବର୍ଷ ବୟସରେ ୧୧ ଟି ସନ୍ତାନକୁ ଜନ୍ମ ଦେଇସାରିଲେଣି। ଏତିକିରେ ସରିଯାଇନି ତାଙ୍କ ମାତୃତ୍ୱକୁ ଭୋଗିବାର ଲୋଭ। ସେ ଆସନ୍ତା ବର୍ଷ ମାର୍ଚ୍ଚରେ ଦ୍ୱାଦଶ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ମାର୍ଚ୍ଚ ୨୦୨୧ ରେ, ତାଙ୍କ ବଡ ପୁଅକୁ ୧୨ ବର୍ଷ ହୋଇଛି। ଏହି ମହିଳା ହେଉଛନ୍ତି ଆମେରିକାର ନ୍ୟୁ ମେକ୍ସିକୋରେ ରହୁଥିବା କୋର୍ଟନୀ। ତାଙ୍କ ସ୍ୱାମୀ ହେଲେ କ୍ରିସ୍ ରୋଜର୍ସ। ଏହି ଦମ୍ପତି ପ୍ରତିବର୍ଷ ସନ୍ତାନ ଜନ୍ମ କରିବା ପଛରେ ଏକ ଅଦ୍ଭୁତ କାରଣ କହିଛନ୍ତି।
ଖଜାନା ଖୋଜି ଖୋଜି ତାଲିବାନୀଙ୍କ ଅବସ୍ଥା ବେହାର ହୋଇଗଲାଣି । ଆଫଗାନିସ୍ତାନ ନିୟନ୍ତ୍ରଣ ପରେ ତାଲିବାନ୍ ସରକାର ପାଇଁ ଦେଶ ଚଳାଇବା କୌଣସି ଚ୍ୟାଲେଞ୍ଜ୍ ଠାରୁ କମ୍ ନୁହେଁ । ତେବେ ଏପରି ସ୍ଥିତିରେ ୨ ହଜାର ବର୍ଷ ପୂରୁଣା ଖଜାନା କୁଆଡ଼େ ଉଭାନ୍ ହୋଇଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏନଟିପିସିରେ ଚାକିରୀ କରିବା ପାଇଁ ଇଛୁକ ଥିବା ଯୁବକ ଓ ଯୁବତୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ । ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (NTPC) ବିଭିନ୍ନ ବିଭାଗରେ ଆଷ୍ଟିଷ୍ଟାଣ୍ଟ ଟ୍ରେନି ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଇଛି । ଆଶାୟୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ ଫର୍ମକୁ ବିଜ୍ଞପ୍ତିରେ ଉପଲବ୍ଧ ଠିକଣାକୁ ପଠାଇ ପଦବୀ ପାଇଁ ଆବେଦନ କରିପାରିବେ।
ଗତ ନିର୍ବାଚନ ସମୟରେ ସେ ଟିଏମ୍ସି ନେତା ଓ କର୍ମୀଙ୍କ ଦ୍ୱାରା ଅକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ହେଲେ ଏବେ ସେ ସେହି ଟିଏମ୍ସିରେ ଯୋଗଦେଇଛନ୍ତି । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି ।
ପଞ୍ଜାବ ରାଜନୀତିରେ ଆଇଟମ୍ ଗାର୍ଲ ରାଖୀ ସାୱନ୍ତଙ୍କ ନାମ ସେତେବେଳେ ଆସିଥିଲା ଯେତେବେଳେ ଆମ୍ ଆଦମୀ ପାର୍ଟୀର ନେତା ରାଘବ ଚଡ୍ଡା ପଞ୍ଜାବ ରାଜନୀତିର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ରାଖୀ ସାୱନ୍ତ ବୋଲି କହିଥିଲେ। ଏହି କଥାରେ ରାଖି ଉତ୍ତେଜିତ ହୋଇ ଆପ୍ ନେତା ରାଘବ ଚଡ୍ଡାଙ୍କୁ ଏକ ଚେତାବନୀ ଦେଇଛନ୍ତି।
ସୂତାଖିଅରେ ଝୁଲୁଥିଲା ଜୀବନ । ୧୬ ପର୍ଯ୍ୟନ୍ତ ପହଞ୍ଚିଥିଲା ଅକ୍ସିଜେନ୍ ଲେବେଲ୍୧୩୦ ଦିନର ସଂକ୍ରମଣ ସହ ସଂଗ୍ରାମ । ମେଡିକାଲ ବେଡରେ ମହାମାରୀ ସହ ଅହରହ ଯୁଦ୍ଧ । ଆଉ ଶେଷରେ ନୂଆ ଜୀବନ ପାଇଛନ୍ତି ଜଣେ ୩୯ ବର୍ଷୀୟ ଯୁବକ । ଜୀବନ ଜିଇଁବାର ଇଚ୍ଛା ବଳରେ ସେ ହୋଇଛନ୍ତି ଜଣେ କରୋନା ବିଜୟୀ ।
ଅଭିନେତା ଅରଶଦ ବାରସୀ ନିଜର ଫିଟ୍ନେସ୍ ପରଫେକ୍ଟ ଫଟୋ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଟ୍ରାନ୍ସଫର୍ମେସନକୁ ଦେଖି ଉପଭୋକ୍ତାଙ୍କ ଆଖି ଲାଖିଯାଉଛି। ଏହି ଫଟୋରେ ଅରଶଦ ତାଙ୍କ ବାଇସେପ୍ସ ଦେଖେଇଛନ୍ତି, ଯାହା ଲୋକଙ୍କୁ ଆଖି ତରାଟି ଚାହିଁବାକୁ ବାଧ୍ୟ କରିଛି।
ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ସୋନୁ ସୁଦଙ୍କ ଘରେ ଏବଂ ତାଙ୍କ କମ୍ପାନୀ ଲିଙ୍କରେ ଥିବା ବିଭିନ୍ନ ସ୍ଥାନରେ ୩ ଦିନ ଧରି ରେଡ୍ କରୁଥିଲା ଆୟକର ଟିମ୍ । ଏହି ସମୟରେ ଟ୍ୟାକ୍ସ ଫାଙ୍କି ନେଇ ବିଭିନ୍ନ ପ୍ରମାଣ ମିଳିଥିବା ଏବଂ ସୋନୁ ସୁଦ୍ ବିଭିନ୍ନ ବେନାମୀ ଲୋକଙ୍କ ଠାରୁ ଲୋନ୍ ମାଧ୍ୟମରେ ଟଙ୍କା ଆଣିଥିବା ବେଳେ ଯାହାର କିଛି ହିସାବ ମିଳୁନଥିବା ଆୟକର ବିଭାଗ ଦାବି କରିଛି । ଏହି ବେନାମୀ ଲୋନ୍ ଜରିଆରେ ଆସିଥିବା ଅର୍ଥକୁ ସେ ନିବେଶ ଏବଂ ସମ୍ପତ୍ତି କିଣାରେ ବ୍ୟବହାର କରିଛନ୍ତି
ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଆଜି ଅପରାହ୍ନ ୫ଟାରେ ଚଣ୍ଡିଗଡ଼ରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଡକାଯାଇଛି । ତେବେ ବୈଠକ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଧମକ ଦେଇଛନ୍ତି ଅମରିନ୍ଦର ସିଂହ । ଆଜି ବସୁଥିବା କଂଗ୍ରେସ ବିଧାୟକ ଦଳର ବୈଠକ ଡକାଯିବା ନେଇ ସିଏମ ଅମରିନ୍ଦର ନାରାଜ ଥିବା ସୂତ୍ରରୁ ଜଣାପଡ଼ିଛି ।
କୋଭିଡ଼ କଟକଣା ପାଇଁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ କେବଳ ୯ ଏବଂ ୧୦ମ ଶ୍ରେଣୀର ପିଲାମାନେ ସ୍କୁଲ ଯାଉଛନ୍ତି । ଏଭଳି ସ୍ଥିତିରେ ପଛୁଆ ଗାଁରେ ଶିକ୍ଷାର ଦୂତ ହୋଇ ଗାଁ ପିଲାଙ୍କ ନିକଟରେ ଛିଡ଼ା ହୋଇଛନ୍ତି ରାଜେଶ । ନିଜ ଘର ବାରଣ୍ଡାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବସାଇ ପାଠ ପଢାଉଛନ୍ତି ।
ଚକୋଲେଟ୍ ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ଓଜନ ବୃଦ୍ଧି ହେତୁ ବହୁ ଲୋକ ଚକୋଲେଟ ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବା ସହିତ ଶରୀରକୁ ଅନେକ ଲାଭ ମିଳିଥାଏ । ଆପଣ ଏବେ ଡାଏଟ୍ ତାଲିକାରେ ଡାର୍କ ଚକୋଲେଟ୍ ଯୋଗ କରିପାରିବେ।
ବର୍ତ୍ତମାନ ରାଘବ ରିଏଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍ ୬’କୁ ହୋଷ୍ଟ୍ କରୁଛନ୍ତି, ଯାହା ଡିଜ୍ନି ପ୍ଲସ୍ ହଟ୍ ଷ୍ଟାର୍ରେ ପ୍ରସାରିତ ହେଉଛି। କରୋନା ସମୟରେ ସେ ଉତ୍ତରାଖଣ୍ଡବାସୀଙ୍କୁ ବହୁ ସାହାଯ୍ୟର ହାତ ବଢେଇଥିଲେ। ଏହି ଦୁର୍ଦ୍ଦିନରେ ଲୋକଙ୍କ ସେବାକରି ସେ ପ୍ରମାଣିତ କରିଦେଇଥିଲେ ଯେ ସେ କେତେ ହୃଦୟବାନ। ନିକଟରେ ‘ଡ୍ୟାନ୍ସ ପ୍ଲସ୍ ୬’ର ଜଣେ ପ୍ରତିଯୋଗୀଙ୍କ ଦୁଃଖ ଶୁଣି ତାଙ୍କୁ ସାହାଯ୍ୟ କରିବା ନେଇ ୮ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।
ମୃତକଙ୍କ ମଧ୍ୟରେ କୁନି ଝିର ମା’ ସିନଚନା(୩୪ ବର୍ଷ), ଜେଜେମା ଭାରତୀ(୫୧ ବର୍ଷ ), ମାଉସୀ ସିନ୍ଧୁରାଣୀ ( ୩୧ ବର୍ଷ) , ମାମୁ ମଧୁସାଗର(୨୧ ବର୍ଷ), ୯ ମାସର ଶିଶୁ ସାମିଲ ଅଛନ୍ତି । ମାମୁ ମଧୁସାଗର ଯେଉଁ ରୁମ୍ରେ ଫାଶୀ ଲଗାଇ ଝୁଲିଥିଲେ, ସେହିଠାରୁ କୁନି ଝିଅକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଚିକିତ୍ସା ପାଇଁ ତାକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସହ କୁନି ଝିଅର କାଉନସେଲିଂ ଆବଶ୍ୟକ ଆବଶ୍ୟକ ହେବ ବୋଲି ପୋଲିସ କହିଛି ।
ଆଇଏସ୍ ଆତଙ୍କୀଙ୍କ ଟାର୍ଗେଟରେ ଭାରତର ଯୁବପିଢ଼ି । ସୋସିଆଲ ମିଡିଆକୁ ଅସ୍ତ୍ର କରି ଚକ୍ରବ୍ୟୁହ ରଚୁଛନ୍ତି । ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ସଂପର୍କରେ ଏପରି ବୟାନ୍ ଦେଇଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) । ଅନ୍ଲାଇନ୍ ପ୍ଲାଟ୍ଫର୍ମ ଜରିଆରେ ଭାରତକୁ ପ୍ରବେଶ କରିବାକୁ ଚାହୁଁଛନ୍ତି ଆତଙ୍କୀ ସଂଗଠନ ।
ଗୋଟିଏ ଗଛରେ ବିଭିନ୍ନ ରଙ୍ଗର ଫୁଲ ଫୁଥିଥିବା ଆମେ ଦେଖିଛେ। ତେବେ ଗୋଟିଏ ଗଛରେ ବିଭିନ୍ନ ପ୍ରକାର ଫଳ ଫଳିବା ଆପଣ କେବେ ଦେଖିଛନ୍ତି କି? ଯଦି ନା ତାହେଲେ ଏବେ ଦେଖନ୍ତୁ। ଗୋଟିଏ ଗଛରେ ଫଳିଛି ଆମ୍ବ, ପିଜୁଳି, ସେଓ, କଦଳୀ ଓ ଜାମୁକୋଳି
ଖାଦ୍ୟ ସାମଗ୍ରୀକୁ ଅପରିସ୍କାର କରି ପ୍ୟାକିଂ କରୁଛନ୍ତି ଶ୍ରମିକ । ନିକଟରେ ଏପରି ଏକ ଭିଡିଓ ଭାଇରାଲ୍ ହେବା ପରେ ଲୋକେ ରାଗି ପାଚି ଲାଲ୍ ହୋଇଯାଇଛନ୍ତି । କରୋନା କାଳରେ ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଲୋକମାନେ ଖାଦ୍ୟ ସାମଗ୍ରୀ ଉପରେ ଛେପ ତଥା ଭୁଲ ଉପାୟରେ ତିଆରି କରୁଥିବା ଦେଖିବାକୁ ମିଳୁଛି ।
ବୟସକୁ କମାଇବା ଅର୍ଥାତ୍ ଆୟୁଷ ବଢ଼ାଇବା ପାଇଁ ଚାଲିଥିବା ଗବେଷଣାରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ପୁଞ୍ଜି ବିନିଯୋଗ କରିବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କୁହାଯାଉଛି, ମହାକାଶ ଜୟ କରିବା ପରେ ଏବେ ମୃତ୍ୟୁକୁ ଜୟ କରିବା ପାଇଁ ଚାହୁଁଛନ୍ତି ବେଜୋସ୍।
କୃଷି ବିଲ୍କୁ ପୂରିଲା ୧ ବର୍ଷ । ଏନେଇ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କୃଷି ବିଲ୍କୁ ରଦ୍ଦ କରିବା ଓ କୃଷକ ମାନେ କିପରି ଆଗକୁ ବଢିବେ ସେ ନେଇ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଛନ୍ତି । କୃଷି ଆଇନ୍ ବିରୋଧରେ ପ୍ରତିବାଦ କରି ଅନେକ କୃଷକ ନିଜ ପ୍ରାଣ ହରାଇଛନ୍ତି
ରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ପଞ୍ଜାବରେ ଖୋଲାଯାଇଛି ନୂଆ ଲ୍ୟାବ୍ । ଭାରତର ସମସ୍ତ ରାଜ୍ୟମାନଙ୍କ ମଧ୍ୟରୁ ପଞ୍ଜାବ୍ ହେଉଛି ପ୍ରଥମ ରାଜ୍ୟ ଯିଏ ଏହି ସର୍ବପ୍ରଥମେ ଭାଇରସ୍ ରିସର୍ଚ୍ଚ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ (VRDL) କୁ ଖୋଲିଛି
ହଟିବେ କି ରବି ଶାସ୍ତ୍ରୀ ? ଟି ୨୦ ବିଶ୍ୱକପ୍ ପରେ ପୁଣି ଥରେ ଟିମ୍ ଇଣ୍ଡିଆ କୋଚ୍ ଭାବେ ପ୍ରତ୍ୟାବର୍ତ୍ତନ କରିପାରନ୍ତି କୁମ୍ବେଲ । ବିରାଟ କୋହଲି ଟି -୨୦ର ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେବା ପାଇଁ ଆଲୋଚନା ଚାଲିଛି । ଆଉ ଏହାରି ମଧ୍ୟରେ ରବି ଶାସ୍ତ୍ରୀଙ୍କ ପରେ ଅନୀଲ କୁମ୍ବଲେ ଦଳର କୋଚ ହୋଇପାରିବେ ବୋଲି ଖବର ଆସିଛି ।
ଜମ୍ମୁ-କଶ୍ମୀରରେ ଶୁକ୍ରବାର ପୁଣି ଆତଙ୍କୀ ଆକ୍ରମଣ କରିଛନ୍ତି। ଜଣେ ପୋଲିସ କର୍ମୀ ଏବଂ ବିହାରର ଜଣେ ଶ୍ରମିକ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ଦକ୍ଷିଣ କାଶ୍ମୀରର କୁଲଗାଓର ଭିନ୍ନ ଭିନ୍ନ ସ୍ଥାନରେ ଏହି ଅଘଟଣ ଘଟିଛି।
ସୁମନ ଧାମନେଙ୍କ ଚ୍ୟାନେଲର ନାଁ ହେଉଛି ‘ଆପ୍ଲି ଆଜି’। ଓଡ଼ିଶାରେ ଏହାର ଅର୍ଥ ଆପଣମାନଙ୍କ ଜେଜେମା। ‘ଆପ୍ଲି ଆଜି’ ୟୁଟ୍ୟୁବ ଚାନେଲ ମାଧ୍ୟମରେ ସୁମନ ନିଜେ ପାରମ୍ପରିକ ଖାଦ୍ୟ ସହିତ ଦେଶର ବିଭିନ୍ନ ରାଜ୍ୟର ସ୍ୱତନ୍ତ୍ର ଖାଦ୍ୟକୁ ବନାଇବା ଶିଖାଇଥାନ୍ତି।
ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୧୮ ତାରିଖ, , ଶନିବାର, କନ୍ୟା ୨ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ଧନିଷ୍ଠା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...