କୁହାଯାଏ ପ୍ରେମ ହେଲେ ସବୁ କିଛି ରଙ୍ଗୀନ ଲାଗେ। ପ୍ରେମ ପାଖରେ ଦେଖାଯାଏ ନି ଜାତି କି ବୟସ। ଏଭଳି ଏକ ଘଟଣା ଆମେରିକାରେ ଦେଖାଯାଇଛି। ଏଠାରେ ଜଣେ ୧୯ ବର୍ଷର ଝିଅ ୬୧ ବର୍ଷୀୟ ପୁରୁଷଙ୍କ ପ୍ରେମରେ ପଡିଛନ୍ତି। ଝିଅଟିର ନାମ ଆଣ୍ଡ୍ରି। ସେ ଜଣେ ମିଲେଟ୍ରୀ ପୋଲିସ ଅଧିକାରୀ। ସେ କେଭିନ୍ ନାମକ ଜଣେ ବ୍ୟକ୍ତି ପ୍ରେମରେ ପଡିଯାଇଛନ୍ତି ଯିଏ ତାଙ୍କ ଠାରୁ ୪୧ ବର୍ଷ ବଡ। ଯଦିଓ ସେମାନଙ୍କ ଯୋଡି ଜେଜେବାପା ଏବଂ ନାତୁଣୀ ପରି ଦେଖାଯାଏ, କିନ୍ତୁ ଦୁହିଁଙ୍କ ମଧ୍ୟରେ ବହୁତ ପ୍ରେମ ରହିଛି।
ପାକିସ୍ତାନୀ କାରାଗାରରେ ଆଠ ବର୍ଷ ବିତାଇଥିବା ବରାଦରଙ୍କୁ ଟ୍ରମ୍ପ ଶାସନ ସମୟରେ ମୁକ୍ତ କରାଯାଇଥିଲା। ଆଇଏସଆଇ ବରାଦରଙ୍କ ବଦଳରେ ମୁଲ୍ଲା ମହମ୍ମଦ ହାସନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଥିଲେ। କାରଣ ଇସଲାମାବାଦ ସହିତ ତାଙ୍କର ଭଲ ସମ୍ପର୍କ ରହିଛି ଏବଂ ତାଙ୍କଠାରୁ ହକ୍କାନି ନେଟୱାର୍କ ପାଇଁ କୌଣସି ବିପଦ ମଧ୍ୟ ନାହିଁ।
ବାଜି ମାରିଲେ ସୁଖଜିନ୍ଦର ରନ୍ଧାଓ୍ୱା । ସେ ହୋଇପାରନ୍ତି ପଂଜାବର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ରନ୍ଧାଓ୍ୱାଙ୍କ ନାଁରେ ମୋହର ବାଜିଥିବା ଜଣାପଡ଼ିଛି । ଏହା ପରେ ଅନୁମୋଦନ ପାଇଁ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛି ରନ୍ଧାଓ୍ୱାଙ୍କ ନାଁ ।
ନିକଟ ଅତୀତରେ ବଲିଉଡରେ ବାୟୋପିକ୍ସର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷକରି ସ୍ପୋର୍ଟ୍ସ ବାୟୋପିକ୍ ବହୁତ ଚର୍ଚ୍ଚାରେ ରହିଛି। ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ୍ ହେଉ ବା ମହମ୍ମଦ ଅଜହରୁଦ୍ଦିନଙ୍କ ‘ଅଜହର’, ଖେଳାଳିଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ ଭଲ ଲାଗିଛି। ଏହି ସମୟରେ କ୍ରିକେଟ୍ ଜଗତର ଆଉ ଜଣେ ଖେଳାଳି ଅଛନ୍ତି, ଯାହାର ବାୟୋପିକ୍ ଉପରେ ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି।
ଦେଶରେ ୧୧ ଦିନରେ ୧୦ କୋଟି ଡୋଜ ଟିକାକରଣ କରାଯାଇଛି । ଦେଶରେ ବର୍ତ୍ତମାନ ତୀବ୍ର ବେଗରେ ଟିକାକରଣ ଚାଲିଛି । ଗତ ଶୁକ୍ରବାର ଦିନ ୨.୫୦ କୋଟି ଲୋକଙ୍କ ଟିକାକରଣ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୮୦ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି ।
ଅଧିକାଂଶ ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି, କାରଣ ଏହା ଓଜନ ବୃଦ୍ଧି ନକରି ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ । ଅଣ୍ଡାକୁ ଭୁଲ୍ ଉପାୟରେ ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏପରି କିଛି ଖାଦ୍ୟ ଅଛି ଯାହା ଅଣ୍ଡା ସହିତ ଖାଇଲେ ଆଲର୍ଜି ହୋଇପାରେ, ତେଣୁ ଆସନ୍ତୁ ଜାଣିବା କେଉଁ ଜିନିଷକୁ ଆମେ ଅଣ୍ଡା ସହିତ ଖାଇବା ଉଚିତ୍ ନୁହେଁ ।
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଫିଲ୍ମ 'ଥଲାଇଭି'ର ସଫଳତାକୁ ଉପଭୋଗ କରୁଛନ୍ତି। ଏହି ସମୟରେ, ହଲିଉଡରେ ବଲିଉଡରୁ ନକଲ କରୁଥିବା କାନାଡିୟ ଅଭିନେତା ରିଆନ୍ ରେନୋଲ୍ଡସଙ୍କ ବିବୃତ୍ତି ଉପରେ କଙ୍ଗନା ରାଣାୱତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ ରିଆନ୍ ରେନୋଲ୍ଡସ୍ ତାଙ୍କ ଚଳଚ୍ଚିତ୍ର 'ଫ୍ରି ଗାୟ'ର ପ୍ରମୋସନ ଭିଡିଓରେ ନଜର ଆସିଥିଲେ ଯେଉଁଥିରେ ସେ ତାଙ୍କ ଭାରତୀୟ ପ୍ରଶଂସକଙ୍କୁ ସମ୍ବୋଧିତ କରିଥିଲେ। ଏଥିରେ ସେ ପ୍ରଶଂସକମାନଙ୍କୁ ଫିଲ୍ମର ବିଭିନ୍ନ ଦିଗ ବିଷୟରେ କହୁଥିବା ଦେଖାଯାଇଥିଲା। ସେ ଏହା ମଧ୍ୟ କହିଥିଲେ ଯେ ଏହି ଚଳଚ୍ଚିତ୍ରଟି ଏକ ବଲିଉଡ ଫିଲ୍ମ ପରି ଲାଗୁଛି।
ଜାରି ହେଲା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ନୂଆ ନିୟମ । ପୌଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିମାନେ ଏବେ ଅତି ସହଜରେ ନିଜ ସନ୍ତାନକୁ ବଦେଶ ନେଇଯାଇପାରିବେ । ଏନେଇ ଶିଶୁ ବିକାଶ ମନ୍ତ୍ରୀଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ହେଗ ଦ୍ୱାରା ପ୍ରମାଣିତ ସମସ୍ତ ଦେଶ ପାଇଁ NOC ଜାରି କରିବାରେ ସକ୍ଷମ ହେବ। ହେଗ୍ ହେଉଛି ଏକ ଆର୍ନ୍ତଜାତୀୟ ଚୁକ୍ତି ଯାହାକି ପୋଷ୍ୟ ସନ୍ତାନମାନଙ୍କର ସୁରକ୍ଷା ଏବଂ ସହଯୋଗ ଉପରେ ଧ୍ୟାନ ଦେବ । ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଭାରତ ମଧ୍ୟ ଏହାର ନିୟମକୁ ସ୍ୱୀକୃତି ପ୍ରଦାନ କରିଛି ।
୨୧ ଦିନ ଉପବାସ ରହିବେ ନର୍ଗିସ ଫଖରୀ। କିଛି ଖାଇବେ ନାହିଁ, ଖାଲି ପାଣି ପିଇ ଉପବାସ ପାଳିବେ। ନର୍ଗିସ ଇନଷ୍ଟାଗ୍ରମ ଷ୍ଟୋରୀରେ ଏହି ସୂଚନା ଦେଇଛନ୍ତି। କିନ୍ତୁ ସେ ଏହାର କାରଣ ବିଷୟରେ କିଛି କହି ନାହାନ୍ତି। ତେବେ ତାଙ୍କର ଏଭଳି ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ସେ ତାଙ୍କର ଫିଟ୍ନେସ୍ ପାଇଁ ଏଭଳି କରୁଛନ୍ତି।
ଭାଗ୍ୟ ଓ ଭବିଷ୍ୟତ ଜାଣିବା ପାଇଁ ଲୋକେ ଅଧିକ ଉତ୍ସାହିତ ଥାଆନ୍ତି । ନିଜ ଜୀବନକୁ ଜାଣିବା ନେଇ ଇଛା ପ୍ରକାଶ କରନ୍ତି । ତେବେ ଆସନ୍ତୁ ଏ ସପ୍ତାହରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିନେବା . . .
ମିରାଜ୍ ୨୦୦ କିଣିବା ପାଇଁ ଭାରତୀୟ ବାୟୁସେନା IAF ଫ୍ରାନ୍ସ୍ ସହ ଏକ ଚୁକ୍ତିନାମା କରିଛି । ମିରାଜ୍ ୨୦୦୦ ବିମାନର ଜାହାଜକୁ ବଜାୟ ରଖିବା ପାଇଁ ଫ୍ରାନ୍ସ ବାୟୁସେନା ଠାରୁ ପର୍ଯ୍ୟାୟକ୍ରମେ ମିରାଜ୍ ବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ମଧ୍ୟରେ ଏକ ଚୁକ୍ତିନାମା କରାଯାଇଛି ।
ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୧୯ ତାରିଖ, ରବିବାର, କନ୍ୟା ୩ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ତ୍ରୟୋଦଶୀ ଯୁକ୍ତ ଚତୁର୍ଦ୍ଦଶୀ ତିଥି, ଶତଭିଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
କରୋନାକୁ ନାଶ କରିବା ପାଇଁ ଆସିଲା ଔଷଧ । ରୋନାପ୍ରେବ୍ ନାମକ ଆଣ୍ଚିବଟି ଦ୍ୱାରା କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତଙ୍କ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିବ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କୁ ମଧ୍ୟ କରୋନାରୁ ମୁକ୍ତ ପାଇଁ ଏହି ଆଣ୍ଟିବଟି ଦିଆଯାଇଥିଲା ।
ତିନି ଦିନ ଧରି ପୃଥିବୀ ପରିକ୍ରମା କରିବା ପରେ ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶ ଯାନରେ ଥିବା ଚାରି ୪ ମହାକାଶଚାରୀ ଆମେରିକାର ଫ୍ଲୋରିଡା ଉପକୂଳବର୍ତ୍ତୀ ଆଟଲାଣ୍ଟିକ୍ ମହାସାଗରରେ ନିରାପଦ ଭାବରେ ଅବତରଣ କରିଛନ୍ତି ।
ହାଇକୋର୍ଟରୁ ବାଲୁବଜାର ପୂଜା କମିଟିକୁ ଝଟକା ପରେ ସହରର ପୂଜା କମିଟି ଏବଂ ଶାନ୍ତି କମିଟି ପକ୍ଷରୁ ଏକ ଆଭ୍ୟନ୍ତରୀଣ ବୈଠକ ବସିଥିଲା । କେତେକ ପୂଜା ମଣ୍ଡପ କର୍ମକର୍ତ୍ତା ଶାନ୍ତି କମିଟି ବୈଠକରେ ଅସନ୍ତୋଷ ଜାହିର କରିବା ସହ ଘଟପୂଜା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଆଉ କିଛି ପୂଜା କମିଟି ୪ ଫୁଟ ମୂର୍ତ୍ତି ତିଆରି କରି ପୂଜା କରିବାକୁ ନିଷ୍ପତି ନେଇଥିଲେ ।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବୈଠକରେ ସାମିଲ ହୋଇନଥିଲେ । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ୱତ କହିଥିଲେ ଯେ, ସିଏଲପି ମିଟିଂରେ ପାସ ହୋଇଥିବା ଦୁଇଟି ପ୍ରସ୍ତାବ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି ।
ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ପଶ୍ଚିମବଙ୍ଗର ଅନେକ ଅଞ୍ଚଲରେ ପ୍ରବଳ ବନ୍ୟା । ବିଶେଷ କରି ପୂର୍ବ ଓ ପଶ୍ଚିମ ମେଦିନାପୁର ଜିଲ୍ଲାରେ ବନ୍ୟାର ସ୍ଥିତି ଗମ୍ଭୀର ରହିଛି । ଦୁଇ ଜିଲ୍ଲାର ବିସ୍ତୃତ ଅଞ୍ଚଳ ଜଳବନ୍ଦୀ ହୋଇଥିବାରୁ ସେଠରେ ତିନି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ୧୧୫ ଟି ଦେଶରୁ ଆସିଛି ଜଳ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । ଆଜି ଏହି ସୂଚନା ଦେଇ ସେ କହିଛନ୍ତି ଯେ, ରାମ ଲଲ୍ଲାର ଜଳାଭିଷେକ ପାଇଁ ସମସ୍ତ ଦେଶରୁ ଜଳ ଆସିବା ଉଚିତ ।
ବନ୍ଧୁକ ମୁନରେ କ୍ଷମତାକୁ ଆସିଲେ କିନ୍ତୁ ଏବେ କାଣ୍ଡ କାରନାମା ଦେଖିଲେ ଲାଗୁଛି ଯେପରି ଏମାନେ କ୍ଷମତାରେ ରହିବା ଯୋଗ୍ୟ ବି ନୁହେଁ । ଆଫଗାନିସ୍ତାନରେ ତାଲିବାନ୍ଙ୍କ ଗୋଟିଏ ପରେ ପରେ ଗୋଟିଏ କାର୍ଯ୍ୟକଳାପ ସେମାନଙ୍କ ମାନସିକ ସ୍ଥିତିକୁ ସାମ୍ନାକୁ ଆଣୁଛି ।
ଆଗକୁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଆସାମ ପାଇଁ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ପ୍ରାର୍ଥୀ ଭାବେ ଦଳ ବାଛିଛି । ଦଳର କେନ୍ଦ୍ରୀୟ ର୍ନିବାଚନ କମିଟିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ ନାଁ ଘୋଷଣା କରାଯାଇଛି ।
ଦୁନିଆରେ ଏପରି ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହିସବୁ ଜାଗା ଅତ୍ୟନ୍ତ ଭୟଙ୍କର ହୋଇଥିଲେ ବି ଦୂରଦୂରାନ୍ତରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନଗୁଡିକର ରୋମାଞ୍ଚକୁ ଅନୁଭବ କରିବା ନେଇ ଏଠାକୁ ଆସନ୍ତି। ଦୁନିଆରେ ଏପରି ଏକ ଅଦ୍ଭୁତ ଦ୍ୱୀପ ଅଛି, ଯେଉଁଠାରେ କେବଳ ଶବ ହିଁ ପଡି ରହିଛି। ଏହି ଦ୍ୱୀପ ଏତେ ଭୟାନକ ଯେ ଏଠାକୁ ଆସିବା ପରେ ତୁମର ଲୋମ ଟାଙ୍କୁରି ଉଠିବ।
ଆମ ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ସ୍ୱତନ୍ତ୍ରତା ହେତୁ ବହୁତ ପ୍ରସିଦ୍ଧ। ଏହି କାରଣରୁ, ସେ ସବୁର ଆଲୋଚନା ଦେଶ ବିଦେଶରେ ହୋଇଥାଏ। ଦୁନିଆର ଏଭଳି ଏକ ଅନନ୍ୟ ଗାଁ ଅଛି ଯେଉଁଠାରେ ଅଧିକାଂଶ ଲୋକ କେବଳ ଗୋଟିଏ କିଡ୍ନୀ ସାହାଯ୍ୟରେ ଜୀବିତ ଅଛନ୍ତି। ଏହି ଗାଁର ନାମ ହେଉଛି କିଡ୍ନୀ ଭ୍ୟାଲି। ଅନେକ ଲୋକ ଏହାକୁ କିଡ୍ନୀ ଗାଁ ନାମରେ ମଧ୍ୟ ଜାଣନ୍ତି ।
ଶେହନାଜ ଗିଲ୍ଙ୍କ ଭାଇ ଶାହବାଜ୍ ଅଭିନେତା ସିନ୍ଧାର୍ଥ ଶୁକ୍ଳାଙ୍କ ସ୍ମୃତିକୁ ଜୀବିତ ରଖିବା ପାଇଁ ହାତରେ ସିଦ୍ଧାର୍ଥଙ୍କର ସେ ଏକ ଟାଟୁ କରିଛନ୍ତି । ଟାଟୁରେ ସିଦ୍ଧାର୍ଥ ମୁହଁ ରହିଥିବା ବେଳେ ଶେହନାଜଙ୍କ ନାଁ ମଧ୍ୟ ରହିଛି । ସୋସିଆଲ ମିଡିଆରେ ସିଦ୍ଧାର୍ଥଙ୍କ ପ୍ରଶଂସକ ମାନେ ଶେହବାଜ ସିଦ୍ଧାର୍ଥଙ୍କ ଫଟୋର ଟାଟୁ ଦେଖି ତାଙ୍କୁ ମନେପକାଇ ଭାବପ୍ରବଣ ହୋଇଯାଇଛନ୍ତି ।
ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ ହେଲା NCC କମିଟି । NCCକୁ ଅଧିକ ସମୟୋପଯୋଗୀ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ହାଇଲେବଲ ଏକ୍ସପର୍ଟ କମିଟି ଗଠନ କରାଯାଇଛି ।
ଛୋଟ ପିଲାମାନଙ୍କର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ଏନେଇ ସେମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ। କିନ୍ତୁ ଅନେକ ସମୟରେ ପିତାମାତା ଶସ୍ତା ସ୍ୱାର୍ଥରେ ଉତ୍ପାଦର ଗୁଣ ଉପରେ ଆପୋଷ ବୁଝାମଣା କରିନିଅନ୍ତି, ଯାହା ବେଳେବେଳେ ପିଲାମାନଙ୍କ ଜୀବନ ପ୍ରତି ବିପଦ ଆଣିଥାଏ। ଇଂଲଣ୍ଡରୁ ଏଭଳି ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଜଣେ ୪ ବର୍ଷର ଶିଶୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଛି।