କ୍ରମାଗତ ଭାବରେ ଭଲ ପ୍ରଦର୍ଶନ ଦେବା ପରେ, ତାପସୀ ପନ୍ନୁ 'ରଶ୍ମୀ ରକେଟ୍' ଜରିଆରେ ସିଧା ଭାରତୀୟ ଦର୍ଶକଙ୍କ ହୃଦୟରେ ରାଜ କରିବାକୁ ଆସୁଛନ୍ତି। ଏହା ଅକ୍ଟୋବର ୧୫ରେ Zee5 ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁଭାଲାରଙ୍କ୍ ଆରଏସଭିପି ଓ ମ୍ୟାଙ୍ଗୋ ପିପଲ ମିଡିଆ ଦ୍ୱାରା ନିର୍ମିତ।
ଋଷିଆର ପର୍ମ ଷ୍ଟେଟ୍ ୟୁନିଭର୍ସିଟି(Perm State University)ରେ ଜଣେ ବନ୍ଧୁକଧାରୀର ଆଖୁବୁଜା ଗୁଳିମାଡ଼ରେ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।
ଟିଭି ଦୁନିଆର ହିଟ୍ କମେଡି ଶୋ 'ଦି କପିଲ୍ ଶର୍ମା ସୋ' ୬ ମାସର ବିରତି ପରେ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଫେରିଛି। ଏହା ସହିତ ଶୋ’ରେ ସେଲିବ୍ରେଟିଂଆନଙ୍କର ଅଂଶଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ନୂଆ ସିଜନର ପ୍ରଥମ ଏପିସୋଡ୍ରୁ ହୋଷ୍ଟ୍ କପିଲ ଶର୍ମା ଏବଂ ତାଙ୍କ ଟିମ୍ ଶୋ’ର ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ବର୍ତ୍ତମାନ ଶୋ’ର ନୂଆ ଏପିସୋଡ୍ରେ ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ, କୁମାର ସାନୁ ଏବଂ ଅନୁରାଧା ପୌଡୱାଲ ବିଶେଷ ଅତିଥି ଭାବରେ ଉପସ୍ଥିତ ଥିଲେ। ସବୁ କଳାକାରମାନେ ସେମାନଙ୍କ ସହିତ ୯୦ ଦଶକର ଅନେକ ସ୍ମୃତି ଫେରେଇ ଆଣିଥିଲେ।
କଙ୍ଗନାଙ୍କୁ ଟ୍ୱିଟର ବ୍ୟାନ୍ କରି ଦେବା ପରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ‘Koo’ରେ ସେ ଏଣ୍ଟ୍ରି କରିଥିଲେ। ଏବେ ଧିରେ ଧିରେ ଏହି ପ୍ଲାଟଫର୍ମରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ି ମିଲିଅନରେ ପହଞ୍ଚିଛି।
ପିଲାମାନଙ୍କୁ ମାତ୍ରାଧିକ ସକ୍ରିୟ କରାଇ ସେମାନଙ୍କୁ ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଅଧିକ ପାରଙ୍ଗମ କରିବାରେ ସହାୟକ ହେଉଛି ଚିକେନ୍ ବ୍ଲଡ୍ ଇଞ୍ଜେକସନ୍’। ଏହା ସହ ବନ୍ଧ୍ୟାତ୍ୱ, କର୍କଟ ରୋଗ ଏବଂ ଚନ୍ଦାପଣ ସମେତ ନାନାବିଧ ସ୍ୱାସ୍ଥ୍ୟ ସମସ୍ୟାର ‘ମହୌଷଧି’ ଭାବେ ଏହାକୁ ବ୍ୟବହାର କରାଯାଉଛି। ଏବେ ପିଲାମାନଙ୍କୁ ‘ଚିକେନ୍ ବ୍ଲଡ୍ ଇଞ୍ଜେକ୍ସନ୍’ ଦେଇ ସାରା ବିଶ୍ୱରେ ଚହଳ ପକାଇଛି ଚାଇନା।
ଆଫଗାନିସ୍ତାରେ ବାଳିକା ଶିକ୍ଷା କ୍ଷେତ୍ର ପାଇଁ ଅନେକ ଲାଭ ହୋଇଛି, ଯାହାକୁ ବଜାୟ ରଖିବା ରଖିବା ଉଚିତ । ଆଜୋଲେ କହିଛନ୍ତି, ଦେଶର ଝିଅମାନେ ଶିକ୍ଷିତ ହେଲେ ଆଫଗାନ୍ର ଭବିଷ୍ୟତ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଆଫଗାନିସ୍ତାନରେ ଥିବା ଉଭୟ ପୁଅ ଓ ଝିଅ ସେମାନଙ୍କର ଶିକ୍ଷା ଅଧିକାରକୁ ସମାନ ଭାବରେ ଲାଭ ଉଠାଇ ପାରିବେ ।
ବଲିଉଡ ଅଭିନେତା ସୋନୁ ସୁଦ୍ଙ୍କ ସମସ୍ୟା ବଢିଚାଲିଛି। ନିକଟରେ ତାଙ୍କ ଘରେ ଆୟକର ବିଭାଗ ଚଢଉ କରିଛି। ସୂଚନା ମୁତାବକ ଚଢଉ ବେଳେ ଟାକ୍ସ ହେରଫେରର ଦୃଢ ପ୍ରମାଣ ମିଳିଛି। ଆୟକର ବିଭାଗ ଏକାସାଙ୍ଗରେ କାନପୁର, ଜୟପୁର, ଲକ୍ଷ୍ନୌ ଓ ଗୁରୁଗ୍ରାମରେ ଥିବା ସୋନୁ ସୁଦଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଚଢଉ କରିଥିଲା। ତେବେ ଏହି ପରିସ୍ଥିତି ଭିତରେ ସୋନୁ ସୁଦ୍ ସୋସିଆଲ୍ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ୍ ସେୟାର କରିଛନ୍ତି।
ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍ ସିଂ ଚନ୍ନୀ ଶପଥ ନେଇଛନ୍ତି। ଆଜି ଚଣ୍ଡୀଗଡ଼ ରାଜଭବନରେ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ଓମ୍ ପ୍ରକାଶ ସୋନି ମନ୍ତ୍ରୀ ପଦ ପାଇଁ ଶପଥ ପାଠ କରିଛନ୍ତି।
ଯଦି ଘରେ ବସି ଆପଣ କୌଣସୀ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆଣିଛୁ ଏକ ଦମ୍ଦାର ବିଜନେସ୍ ଆଇଡିଆ । ଏହି ବ୍ୟବସାୟ ଆରମ୍ଭ କରି ଆପଣ ପ୍ରତି ମାସରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ । ଏମିତି ସୁଯୋଗ ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ । ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ର ଫ୍ରାଞ୍ଚାଇଜ୍ ନେଇ ଆପଣ ସହଜରେ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ ।
ମଧ୍ୟପ୍ରଦେଶର ଦଶମ ଶ୍ରଣୀର ଛାତ୍ରୀ ନବଶ୍ରୀ ଠାକୁର । ନବଶ୍ରୀଙ୍କ ପିତାମାତା ମୂଲ ଲାଗି ପରିବାର ଚଳାନ୍ତି । ଘରର କାମ କରିବା ସହିତ ରୋଜଗାର ପାଇଁ ମଧ୍ୟ ସମୟ ଦିଅନ୍ତି । ମାଆଙ୍କର ପରିଶ୍ରମକୁ ଦେଖନ୍ତି ନବଶ୍ରୀ । ଏନେଇ ଇନସ୍ପାୟାର ଆୱାଡ଼ ଯୋଜନା ପାଇଁ ସେ ଏକ ମଡେଲ ତିଆରି କଲେ ଯାହା ଦ୍ୱାରା ଏକା ସାଙ୍ଗରେ ଅନେକ ଗୁଡିଏ କାମ କରି ହେବ । ଏହି ପ୍ରକଳ୍ପ ନେଇ ନବଶ୍ରୀ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
କିଛିଦିନ ପୂର୍ବେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୧୯ ତାରିଖ ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(Royal Challengers Bangalore) ଟିମ୍ର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି।
ସ୍ପେନ୍ର ଲା ପାଲମାର କେନେରୀ ଦ୍ୱୀପରେ ଘଟିଛି ଏପରି ଭୟାନକ୍ ଘଟଣା । ଜ୍ୱାଳାମୁଖୀ ଫାଟିବା ପରେ ବର୍ତ୍ତମାନ ପ୍ରାୟ ୫ ରୁ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନ୍ତାନ୍ତରଣ କରାଯାଇଛି ବୋଲି ଆଞ୍ଚଳିକ ଅଧିକାରୀମାନେ ସୂଚନା ଦେଇଛନ୍ତି । ରିକ୍ଟର ସ୍କେଲରେ ୪.ର ଭୂକମ୍ପ ହୋଇଥିବା ପରେ ହିଁ ଜ୍ୱାଲାମୁଖି ଫାଟିଥିବା ଜଣାପଡିଛି । ଜ୍ୱାଲାମୁଖୀରୁ ଏବେ ଲାଭା, ଧୂଆ ଓ ପାଉଁଶ ବାହାରୁଥିବା ଦେଖିବାକୁ ମିଳଛି ।
ଯୁଦ୍ଧ ବିମାନ କିଣିବା ପାଇଁ ସଂସଦରେ ବଜେଟ୍ ଉପସ୍ଥାପିତ କରାଯାଇଛି । ତେବେ ଆର୍ଜେଣ୍ଟିନା ବିକ୍ରି ଚୁକ୍ତିନାମାରେ ସ୍ୱାକ୍ଷର କରି ନଥିବାରୁ କିଛି ଚୂଡାନ୍ତ ହୋଇ ପାରିନାହିଁ । କିନ୍ତୁ ପାକିସ୍ତାନରୁ ଯୁଦ୍ଧ ବିମାନ କିଣିବା କଥା ସଂସଦର ବଜେଟରୁ ସ୍ପଷ୍ଟ ହେଉଛି । ପୂର୍ବରୁ ମଧ୍ୟ ଆଜେଣ୍ଟିନା ବିଭିନ୍ନ ଦେଶମାନଙ୍କ ଠାରୁ ଜେଟ୍ କିଣିବାକୁ ପ୍ରୟାସ କରିଥିଲା, ହେଲ ଅର୍ଥ ଅଭାବରୁ ତଥା ଏବଂ ବ୍ରିଟିସ୍ ଆପତ୍ତି କାରଣରୁ ଏହା ସମ୍ଭବ ହୋଇନଥିଲା ।
ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୨୦ ତାରିଖ, ସୋମବାର କନ୍ୟା ୪ ଦିନ ଭାଦ୍ରବମାସ ,ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି,ପୂର୍ବ ଭାଦ୍ରପଦ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ଖବର ଶୁଣିବାକୁ ମିଳୁଛି। ଗତ କିଛିମାସ ହେବ ସେ ବିଦେଶ ଭ୍ରମଣ କରୁ ନଥିବା ସୂଚନା ମିଳିଛି। ତେଣୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ବାଜି ମାରିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍(CSK)। ମୁମ୍ବାଇକୁ ୨୦ ରନରେ ମାତ୍ ଦେଇଛି CSK। ଋତୁରାଜ ଗାଏକ୍ୱାଡଙ୍କ ଦମଦାର ଇନିଂସ୍ ଓ ଡ୍ୱେନ୍ ବ୍ରାଭୋଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା।
ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲା ମୁମ୍ବାଇ । ହେଲେ କିଛି ସମୟ ପରେ ଦଳର ସ୍ଥିତି ବିଗିଡ଼ିଗଲା । ସ୍କୋର ଆଖିଦୃଶିଆ ନଥିଲା କି ଅଧିକ ବଲ୍ ନଥିଲା ।
ଆମେରିକାର ଇଣ୍ଡିଆନାରେ ଥିବା ପର୍ଜ୍ୟୁ ୟୁନିଭରସିଟି ଲ୍ୟାବରେ ପ୍ରସ୍ତୁତ ହୋଇଛି ଏକ ନିଆରା ଧଳା ରଙ୍ଗ । ଏହା ଏମିତି ଏକ ଧଳା ରଙ୍ଗ ଯାହାର ଅନେକ ଗୁଣବତ୍ତା ରହିଛି ।
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ବିଚିତ୍ର ଖବର ଭାଇରାଲ ହୋଇଥାଏ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜିକାଲି ଏପରି ଏକ ଅଜବ ଖବର ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବରଟି ଜଣେ ମହିଳାଙ୍କ ସହ ଜଡିତ, ଯିଏ ତାଙ୍କର ଏକ 'ଅନ୍ଲାଇନ୍ ଶିଶୁ' କୁ ଜନ୍ମ ଦେଇଛନ୍ତି। ଏହି ମହିଳା ଅନଲାଇନ୍ ସହଯୋଗରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।
ନିକଟରେ ୧୦ ବର୍ଷୀୟ ଆରୋନ ପ୍ରେସଲି ଫିଲାଡେଲଫିଆ ଫିଲିସ୍ ଓ ସିକାଗୋ କବ୍ ମଧ୍ୟରେ ଖେଳାଯାଉଥିବା ଏକ ବେସ୍ବଲ୍ ମ୍ୟାଚ୍ ଦେଖିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଜଣେ ଅଲ୍-ଷ୍ଟାର୍ ଖେଳାଳିଙ୍କ ଫାଉଲ୍ ବଲ୍ ଧରିବାର ସୁଯୋଗ ମିଳିଥିଲା। ତେବେ ଏହି ବଲକୁ ପାଇବା ପାଇଁ ଏକ କୁନି ଝିଅ କାନ୍ଦିବାରୁ ସେ ତାଙ୍କୁ ଦେଇଦେଇଥିଲା।
ଇତିହାସ ରଚିଲା ସ୍ପେସ୍ ଏକ୍ସ। ସାଧାରଣ ନାଗରିକଙ୍କୁ ଅନ୍ତରୀକ୍ଷ ପରିକ୍ରମା କରାଇ ପୃଥିବୀ ପୃଷ୍ଠକୁ ପୁଣି ଥରେ ଫେରିଛି ଡ୍ରାଗନ୍ କ୍ୟପସୁଲ୍ସ । ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ଜାନ ବହୁତ ଦିନ ଧରି ପୃଥିବିର ପରକ୍ରମା କରିବା ପରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛି । ଫ୍ଲୋରିଡା ଉପକୂଳରେ ଆଣ୍ଟଲାଟିକ୍ ମହାସାଗରରେ ଏହା ଅବତରଣ କରିଛି ।
ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଖଣ୍ଡ ଗସ୍ତ ରାଜନୀତିକୁ ଆହୁରି ଉଷ୍ମତା ଦେଇଛି । କାରଣ, ଆଜି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳରେ ବଡ଼ ଘୋଷଣା କରିଛନ୍ତି ।
ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ। କଂଗ୍ରେସ ହାଇକମାଣ୍ଡ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାର କିଛି ସମୟ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ସୂଚନା ଦେଇଥିଲେ ଯେ ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚରଣଜିତ ସିଂ ଚନ୍ନୀ ସନ୍ଧ୍ୟା ୬.୩୦ ରେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି ନଚେତ ସୋମବାର ସମୟ ମାଗିପାରନ୍ତି।
ଆମ ପୃଥିବୀରେ ଏପରି ଅନେକ ବିପଜ୍ଜନକ ପ୍ରାଣୀ ଅଛନ୍ତି ଯେଉଁମାନେ କାମୁଡ଼ିବା ଦ୍ୱାରା କ୍ଷଣିକ ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ। ପ୍ରାୟତଃ ଏମାନଙ୍କ ଦ୍ୱାରା ଶିକାର ହୋଇଥିବା ଅନେକ ଘଟଣା ରହିଛି। ଏହି ବିପଜ୍ଜନକ ପ୍ରାଣୀ ଭିତରେ ରହିଛି ଏକ ପ୍ରକାର ସ୍ପାଇଡର୍। ଏହି ଜୀବ କାମୁଡ଼ିବା ପରେ ବ୍ୟକ୍ତି କିଛି କ୍ଷଣରେ ମରିଯାଇପାରେ।
ସମସ୍ତଙ୍କୁ ପଛରେ ପକାଇ ଦିବ୍ୟା ଅଗ୍ରୱାଲ ହେଲେ ବିଗ୍ ବସ୍ ଓଟିଚିର ବିଜେତା । ବିଜେତା ଭାବେ ଦିବ୍ୟା ଅଗ୍ରୱାଲଙ୍କୁ ଟ୍ରଫି ସହ ୨୫ ଲକ୍ଷର ପୁରଷ୍କାର ରାଶି ପ୍ରଦାନ କରାଯାଇଛି । ପ୍ରତିଯୋଗିତାରେ ନିଶାନ୍ତ ଭଟ୍ଟ ପ୍ରଥମ ରନର୍ସ ଅଫ୍ ହୋଇଥିବା ବେଳେ ଓ ସମିତା ସେଟ୍ଟି ଦ୍ୱିତୀୟ ରନର ଅପ୍ ହୋଇଛନ୍ତି । ଦିବ୍ୟା ପ୍ରତିଯୋଗିତାର ଆରମ୍ଭରୁ ନିଜକୁ ଏକ ଦୃଢ ସ୍ଥିତିରେ ରଖିଥିଲେ, ଯଦିଓ ତାଙ୍କୁ ବେଳେବେଳେ ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡୁଥିଲା ।