ଦେଶରେ କୋଭିଡ-୧୯ର R ଭାଲ୍ୟୁ ୧ରୁ ତଳକୁ ଖସି ଆସିଛି। ଅଗଷ୍ଟ ଶେଷରେ ଏହା ୧.୧୭ ଥିଲା, ଯାହା ସେପ୍ଟେମ୍ବର ୧୫ ସୁଦ୍ଧା ୦.୯୨ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦର୍ଶାଉଛି ଯେ ଦେଶରେ କରୋନାଭାଇରସ୍ ଗତିରେ ମନ୍ଥରତା ଆସିଛି। ତେବେ ମୁମ୍ବାଇ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର ଭଳି ବଡ ସହରରେ ଏହା ପ୍ରାୟ ୧ ରହିଛି। ଦିଲ୍ଲୀ ଏବଂ ପୁଣେରେ R ଭାଲ୍ୟୁ ୧ ରୁ କମ୍ ଅଛି। ମହାରାଷ୍ଟ୍ର ଏବଂ କେରଳର R ଭାଲ୍ୟୁ ୧ରୁ କମ୍ ରହିଛି।
ଯଶସ୍ୱୀ ଜୈସୱାଲ ଓ ମହିପାଲ୍ ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ । ରାଜସ୍ଥାନ ରୟାଲ୍ସ ଆଇପିଏଲର ୩୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ୨୦ ଓଭରରେ ୧୮୫ ରନ୍ କରି ଅଲଆଉଟ୍ ହୋଇଛି । ପଞ୍ଜାବ ଆଗରେ ଏବେ ୧୮୬ ରନ୍ ଲକ୍ଷ୍ୟ ।
ଏୟାର ମାର୍ଶାଲ ଭିଆର ଚୌଧୁରୀ ହେଉଛନ୍ତି ପରବର୍ତ୍ତୀ ବାୟୁସେନା ମୁଖ୍ୟ । ବର୍ତ୍ତମାନ ବାୟୁସେନା ଉପମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ ଭିଆର ଚୌଧୁରୀ । ସେପ୍ଟେମ୍ବର ୩୦ରେ ଏୟାର ଚିଫ୍ ମାର୍ଶାଲ ଭଦୌରିଆ ଅବସର ନେବେ । ତାଙ୍କ ସ୍ଥାନରେ ଭିଆର ଚୌଧରୀ ଧରିବେ ବାୟୁ ସେନାର ମଙ୍ଗ । ଅର୍ଥାତ ବାୟୁ ସେନାର ପରବର୍ତ୍ତୀ ମୁଖ୍ୟ ହେବେ ଭିଆର ଚୌଧରୀ ।
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଏବେ ଆଉ ଏକ ବଡ ଖୁଲାସା ହୋଇଛି। ତାଙ୍କ କୋଠରୀରୁ ଉଦ୍ଧାର ହୋଇଥିବା ସୁଇସାଇଡ୍ ନୋଟ୍ ସହିତ ବାଘମ୍ବରୀ ସିଂହାସନର ଉତ୍ତରାଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଗିରି ସ୍ପଷ୍ଟ ଭାବରେ ବଲଭୀର ଗିରିଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ନାମିତ କରିଛନ୍ତି। ଏହା ସହିତ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆନନ୍ଦ ଗିରି, ଆଧ୍ୟା ତିୱାରୀ ଏବଂ ସନ୍ତୋଷ ତିୱାରୀ ତାଙ୍କ ମୃତ୍ୟୁ ପାଇଁ ସିଧାସଳଖ ଦାୟୀ। ଏମାନେ ତାଙ୍କୁ ମାନସିକ ସ୍ତରରେ ଅସୁବିଧାରେ ପକାଉଥିଲେ।
ଦୁନିଆରେ ପ୍ରତିଭାବାନ ଓ ପରିଶ୍ରମୀ ଲୋକମାନଙ୍କର କୌଣସି ଅଭାବ ନାହିଁ। କିଛି ଲୋକ ଏପରି କିଛି କରି ଦେଖାନ୍ତି ଯାହା ଜାଣିବା ପରେ କି ଦେଖିବା ପରେ ସମସ୍ତେ ଚିନ୍ତାରେ ପଡିଯାଆନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଅନେକ ଉତ୍ସାହୀ ଲୋକଙ୍କ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବର୍ତ୍ତମାନ ଏହିପରି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଭାରୀ ବାଇକକୁ ତାଙ୍କ ମୁଣ୍ଡରେ ଉଠାଇ ବସ୍ରେ ରଖୁଥିବା ଦେଖିବାକୁ ମିଳୁଛି।
ବିବାହ ଏକ ପବିତ୍ର ବନ୍ଧନ। ଏହା ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଲୋକେ ଏହାକୁ ସ୍ୱତନ୍ତ୍ର କରିବା ପାଇଁ କେତେ କ’ଣ କରିଥାନ୍ତି? କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନସାଥୀ ସହିତ ସେମାନଙ୍କର ସମ୍ପର୍କକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇପାରନ୍ତି ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦିଏ। ଏଭଳି ପରିସ୍ଥିତିରେ ସ୍ୱାମୀ-ସ୍ତ୍ରୀଙ୍କ ଆଖିରେ ଏକମାତ୍ର ଉପାୟ ଦେଖାଯାଏ, ତାହା ହେଉଛି ଛାଡପତ୍ର। ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଏତେ ଖୁସି ହୋଇଯାଇଛନ୍ତି ଯେ ଏନେଇ ସେ ଏକ ଛାଡପତ୍ର ପାର୍ଟୀ ରଖିଥିଲେ।
ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କାରଣ କମ୍ପାନୀ ସମସ୍ତ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଲ୍ଟି-ଡିଭାଇସ୍ ବିଟା ଟେଷ୍ଟ ଆରମ୍ଭ କରିଛି। ଏହା ସହିତ ଫେସ୍ବୁକ୍ ମାଲିକାନା ଆପ୍ ହ୍ୱାଟ୍ସଆପ୍ ଆହୁରି ଅନେକ ଫିଚର ଲଞ୍ଚ କରିବା ନେଇ କାମ କରୁଛି। ଏଥିରେ ରହିଛି ଗ୍ରୁପ୍ ଆଇକନ୍ ଏଡିଟର୍ ଏବଂ ଆଣ୍ଡ୍ରଏଡ୍ ଫୋନରୁ ଆଇଫୋନକୁ ସମସ୍ତ ଚାଟ୍ ସ୍ଥାନାନ୍ତର। ଏହା ସହିତ କମ୍ପାନୀ ହ୍ୱାଟ୍ସଆପ୍ରୁ କିଛି ଫିଚର ମଧ୍ୟ ହଟେଇଛି। ତେବେ କେଉଁ ସବୁ ଫିଚର ହଟାଯାଇଛି ଆସନ୍ତୁ ସେ ବିଷୟରେ ଜାଣିନେବା।
ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିଛି । ଏନେଇ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ପୁଅ ଭିଆନ୍ କୁନ୍ଦ୍ରା । ଦୀର୍ଘ ୨ ମାସ ପରେ ରାଜ୍ କୁନ୍ଦ୍ରା ଜେଲରୁ ଜାମିନ୍ ପାଇ ଘରକୁ ଫେରିଛନ୍ତି । ରାଜଙ୍କ ଜାମିନ୍ ମିଳିବା ନେଇ ପୁଅ ଭିଆନ୍ କୁନ୍ଦ୍ରା ଖୁସିବ୍ୟକ୍ତ କରି ଭଗବାନ ଗଣେଶଙ୍କ ଫଟୋ ସେୟାର କରିଛନ୍ତି । ଫଟୋ ସହିତ ଲେଖାଯାଇଛି ଯେ 'ଜୀବନ ହେଉଛି ଗଣେଶଙ୍କ ଶୁଣ୍ଢ ପରି ଓ ତାଙ୍କ ମୂଷକ ପରି ଛୋଟ ସମସ୍ୟା ଓ ମୋଦକ ପରି ମିଠା ଅନୁଭୁତି'
ଆଫଗାନିସ୍ତାନରେ ତାଲିବାନର ମଧ୍ୟବର୍ତ୍ତିକାଳୀନ ସରକାରରେ ଆଉ କିଛି ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଆଫଗାନିସ୍ତାନରେ ସରକାର ରୂପରେଖ ଉପରେ ସାରା ବିଶ୍ୱର ନଜର ଥିବା ବେଳେ ଆଜିର ନୂଆ ତାଲିକାରେ ମଧ୍ୟ କୌଣସି ମହିଳାଙ୍କୁ ସ୍ଥାନ ମିଳିନି ।
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଏକ ବିଜ୍ଞାପନ ଭିଡିଓ ପାଇଁ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଭିଡିଓରେ ଅଭିନେତ୍ରୀ ପ୍ରାଚୀନ ସମୟରେ ଚାଲିଆସୁଥିବା 'କନ୍ୟାଦାନ' ପ୍ରଥା ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ଦୃଷ୍ଟିକୋଣ ଦେବାକୁ ଚେଷ୍ଟା କରିଛନ୍ତି। ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ବିଜ୍ଞାପନ ଏକ ବ୍ରାଇଡାଲ ୱିଅର୍ ବ୍ରାଣ୍ଡ ପାଇଁ ଏବଂ ଆଲିଆଙ୍କୁ ଏଥିରେ କନ୍ୟା ରୂପରେ ଦେଖାଯାଇଛି।
ଭାରତରେ ଚାଲିଥିବା ଟିକାକରଣ ଅଭିଯାନକୁ WHOର ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଲ ସିଂ କହିଛନ୍ତି, କରୋନା ଟିକାକରଣ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ସହ ବହୁ ସଂଖ୍ୟକ ଟିକା ଦେବା ପାଇଁ ଭାରତ ସକ୍ଷମ
ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ଆଜିକାଲି ପ୍ରସିଦ୍ଧ କୁଇଜ୍ ସୋ ‘କୌନ ବନେଗା କରୋଡପତି ୧୩'କୁ ହୋଷ୍ଟ୍ କରୁଛନ୍ତି। ପ୍ରତ୍ୟେକ ଥର ବିଗ୍ ବିଙ୍କ ପ୍ରଶଂସକଙ୍କୁ କିଛି ନା କିଛି ନୂଆ ଦେଖିବାର ସୁଯୋଗ ମିଳେ। ଅନେକ ଥର ବିଗ୍ ବି ଶୋ’ର ପ୍ରତିଯୋଗୀମାନଙ୍କ କଥାରେ ସମ୍ମତି ହେଉଥିବା ବି ଦେଖାଯାଏ। ଏବେ ଶୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଏହି ପ୍ରୋମୋରେ ଅମିତାଭ ଶୋ’କୁ ବନ୍ଦ କରିଦେବା ନେଇ କହୁଥିବା ନଜର ଆସିଛନ୍ତି।
ଅମୃତ ଭଣ୍ଡାର ସେବନ କରିବା ସ୍ୱାସ୍ଥ୍ୟପକ୍ଷ ଲାଭଦାୟକ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅମୃତ ଭଣ୍ଡା ପତ୍ର ଶାରୀର ପାଇଁ ଲାଭ ଦାୟକ ଅଟେ ଦାୟକ ଅଟେ । ଅମୃତ ଭଣ୍ଡା ପାତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ,ଯାହାର ବ୍ୟବହାର ଦ୍ୱାରା ଅନେକ ରୋଗକୁ ଦୂର କରାଯାଇ ପାରିବ ।
ପାକ୍ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ତାଲିବାନୀଙ୍କ ନା । ଇମ୍ରାନ୍ ଖାନ୍ଙ୍କୁ ଆଇନା ଦେଖାଇଲା ସଂଗଠନ । ଆଫଗାନିସ୍ତାନରେ ତାଲିବାନ ଶାସନକୁ ଦୃଢ ସମର୍ଥନ କରୁଥିବା ପାକିସ୍ତାନକୁ 'ନୂତନ ସରକାର' ରେଡ୍ ସିଗନାଲ ଦେଖାଇଛି । ସରକାର ଗଠନ ଦିଗରେ ହସ୍ତକ୍ଷେପ ନକରିବା ପାଇଁ ତାଲିବାନୀ ସଂଗଠନଙ୍କ ପକ୍ଷରୁ ପାକିସ୍ତାନ୍କୁ କଡ଼ା ଚେତାବନୀ ଦିଆଯାଇଛି
ବଲିଉଡ ସିଙ୍ଗର ନେହା କକ୍କଡ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ପରିସରରେ। ନେହା ଯେବେଠାରୁ ସିଙ୍ଗିଙ୍ଗ୍ ରିଏଲିଟି ଶୋ ‘ଇଣ୍ଡିଆଲ୍ ଆଇଡଲ’ରୁ ବ୍ରେକ୍ ନେଇଛନ୍ତି ସେବେଠାରୁ ତାଙ୍କ ପ୍ରେଗ୍ନେସୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି। ଏହା ମଧ୍ୟ ଗୁଜବ ଉଠିଥିଲା ଯେ ନେହା ଗର୍ଭବତୀ ହେବା କାରଣରୁ ଶୋ ଛାଡିଥିଲେ। ବର୍ତ୍ତମାନ ଏ ସବୁ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡିଛି। କାରଣ ନେହା ସମସ୍ତଙ୍କ ସାମ୍ନାରେ ସତର ଖୁଲାସା କରିଛନ୍ତି।
ଗୋଟିଏ ପଟେ କରୋନା ମହାମରୀର ଭୟ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ବ୍ଲାକ୍ ଫଙ୍ଗସ ଭୂତ ମୁଣ୍ଡ ଉପରେ ବୁଲୁଛି । ଏବେ ବି ବ୍ଲାକ୍ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇ ଲୋକଙ୍କ ଜୀବନ ଯାଉଥିବା ଖବର ସାମ୍ନାକୁ ଆସୁଛି ।
ସାଇବର ଠକଙ୍କ ଠକେଇର ଶିକାର ହେବା ଆଗରୁ ଜାଣନ୍ତୁ ଏ କଥା। ନଚେତ୍ କେତେବେଳେ ଆପଣଙ୍କ ଆଜାଣତରେ ଆକାଉଣ୍ଟ ଖାଲି ହୋଇ ଯାଇପାରେ। ଆପଣ ଯେମିତି ଠକାମୀର ଶିକାର ନ ହେବେ ସେଥିପାଇଁ ଷ୍ଟେଟ ବ୍ୟାଙ୍କ ଜାରି କରିଛି ଏହି ଭିଡ଼ିଓ
ସେୟାରହୋଲଡର୍ସଙ୍କ ଦ୍ୱାରା ଜାରି କରାଯାଇଥିବା ମୋକଦ୍ଦମାକୁ ରଫାଦଫା କରିବା ପାଇଁ ଟ୍ୱିଟର ୮୦୯.୫ ମିଲିୟନ ଡଲାର ଅର୍ଥାତ୍ ୫,୯୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛି । ୟୁଜରମାନେ ଟ୍ୱିଟର ପ୍ଲାଟଫର୍ମକୁ କିପରି ବ୍ୟବହାର କରନ୍ତି ସେ ବିଷୟରେ କମ୍ପାନୀ ପକ୍ଷରୁ ନିବେଶକଙ୍କୁ ବିଭ୍ରାନ୍ତିକର ସୂଚନା ଦିଆଯାଇଥିବାର ଅଭିଯୋଗ ହୋଇଥିଲା ।
ପୁଣି ଷଡ଼ଯନ୍ତ୍ର ରଚୁଛି ଚୀନ୍ । ଭାରତୀୟ ସୀମାର ୧୬ ହଜାର ଫୁଟ୍ ଉଚ୍ଚରେ ଚୀନ୍ର ନିଜ ରାତ୍ରିକାଳୀନ ଯୁଦ୍ଧାଭ୍ୟାସ କରୁଛି ।
ଜଣେ ବ୍ରିଟିଶ ନାଗରିକ ଗୋଟିଏ ଡାଳରେ ୮୩୯ ଟମାଟୋ ଫଳାଇ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡର ଷ୍ଟାନଷ୍ଟେଡ୍ ଆବଟ୍ସରେ ରହୁଥିବା ୪୩ ବର୍ଷିୟ ଡଗଲାସ୍ ସ୍ମିଥ୍ ମାର୍ଚ୍ଚ ମାସରେ ମଞ୍ଜି ବୁଣିଥିଲେ ଏବଂ ସେପ୍ଟେମ୍ବର ମାସରେ ଟମାଟୋ ଅମଳ କରିଛନ୍ତି । ଗୋଟିଏ ଡାଳରୁ ୮୩୯ ଟମାଟୋ ଫଳାଇବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ
ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ପଲ୍ୟୁସନ୍ ସାର୍ଟିଫିକେଟ୍ ବିନା ଗାଡି ଚଲାଇବା ହେବ ମହଙ୍ଗା । ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବ ସେମାନଙ୍କୁ ୧୦ ହଜାର ଟଙ୍କାର ଜୋରିମାନ ଦେବାକୁ ପଡ଼ିପାରେ ।
ଦୁଇବନ୍ଧୁ ଚାଷୀଙ୍କ ଦୁଃଖ ବୁଝି ନୂଆ ଯନ୍ତ୍ର ତିଆରି କରିଛନ୍ତି । ବରଗଡରେ ପ୍ରଥମ ଥର ପରସ୍ପର ଭିତରେ ଦେଖାସାକ୍ଷାତ ହୋଇଥିଲା । ଆଉ ଉଭୟଙ୍କ ପାଖରେ ଥିବା ପ୍ରଯୁକ୍ତି ଓ କୃଷି ସମ୍ପର୍କୀତ ଜ୍ଞାନକୁ ଉପଯୋଗ କରି ଚାଷୀ ତଥା ଲୋକଙ୍କ ଜୀବନଶୈଳୀ କିଭଳି ପରିବର୍ତ୍ତନ ଅଣାଯାଇ ପାରିବ ସେ ଦିଗରେ ଆଳୋଚନା କରିଥିଲେ ।
ଜମ୍ମୁ-କଶ୍ମୀରର ଉଦ୍ଧମ ପୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧମପୁର ରେଞ୍ଜର ଡିଆଇଜି ସୁଲେମାନ ଚୌଧୁରୀ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି।
ପ୍ରୟାଗରାଜର ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଗତକାଲି ତାଙ୍କର ଆଶ୍ରମର କୋଠରୀରୁ ମିଳିଥିଲା । ବାଘମ୍ବରୀ ମଠରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସନ୍ଦେହଜନକ ଅବସ୍ଥାରେ ମହନ୍ତଙ୍କ ମୃତ୍ୟୁ ହେବା ସହ ପୋଲିସ ଏକ ସାତରୁ ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ ଉଦ୍ଧାର କରିଥିଲା ।
ଭଗବାନ ଯାହାକୁ ଘଣ୍ଟ ଘୋଡେଇ ରଖିବେ, ତାକୁ କିଏ ବା ମାରିପାରିବ ? ଛତିଶଗଡର ମୁଙ୍ଗେଲି ଜିଲ୍ଲାର ଲୋରମୀ ଅଞ୍ଚଳରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।