ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ଚଳିବ ନାହିଁ ସେମାନଙ୍କ ମନମାନି। କାରଣ ଏଣିକି ଆଉ ଦିନ ୧୦ ଟା ନୁହେଁ ବରଂ ସକାଳ ୯ଟା ସୁଦ୍ଧା ନିଜ ନିଜ ଅଫିସ୍ରେ ପହଞ୍ଚିବେ କର୍ମଚାରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ପରିକଳ୍ପନା। ଅତ୍ୟାଧୁନିକ ଇଂଜିନିୟରିଂର ଚମତ୍କାରିତା। ୨୦୨୩ ମାର୍ଚ୍ଚରେ ଖୋଲିବ ବିଶ୍ୱର ଦୀର୍ଘତମ ରାଜପଥ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ। ଦିଲ୍ଲୀରୁ- ମୁମ୍ବାଇ ୧୩୮୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଲାଗିବ ମାତ୍ର ୧୨ ଘଣ୍ଟା
ପିଏଚ୍ଡି ପଢିଥିବା ସ୍କଲାରଙ୍କୁ ହଟାଇ ବିଏ ପାସ୍ ପଢିଥିବା ଲୋକକୁ ବିଶ୍ୱବିଦ୍ୟାଳୟର ଭିସି କଲା ତାଲିବାନୀ । ଏହା ପରେ ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ଜଣ କର୍ମଚାରୀ ଇସ୍ତଫା ଦେଇଛନ୍ତି ।
ପୁଣି କୋଟିଆରେ ଆନ୍ଧ୍ରର ସରକାରୀ କାର୍ଯ୍ୟକ୍ରମ । ସେମ୍ବି, ତଳ ସେମ୍ବି, ତଳ ଗଂଜେଇ ପଦର ଓ କୋଟିଆରେ ଆନ୍ଧ୍ରର ଅଧିକାରୀମାନେ ପହଞ୍ଚି ପୌଷ୍ଟିକ ଆହାର ମହୋତ୍ସବ ପାଳନ କରିଛନ୍ତି ।
ଜଳବାୟୁ ପରିବର୍ତ୍ତନରୂ ପ୍ରଭାବରେ ମହାସାଗରର ଜଳସ୍ତର ବୃଦ୍ଧି ପାଇବା ମାନବସମାଜ ପାଇଁ ସବୁଠାରୁ ବଡ ବିପଦକୁ ଆମନ୍ତ୍ରଣ କରୁଛି। ମହାସାଗର ଜଳସ୍ତର ବୃଦ୍ଧି ପାଇବା ଫଳରେ ଉପକୂଳ ସହର ସବୁ ବୁଡିଯିବାର ଆଶଙ୍କା ରହିଛି। ଖାଲି ସେତିକି ନୁହେଁ, ଅନେକ ଲୋକ ବାସହରା ହେବେ। ନିଜ ଘର ଛାଡ଼ି ବିସ୍ଥାପିତ ହେବେ।
ଭାରତ-ଆମେରିକା ସମ୍ପର୍କ ପ୍ରାକୃତିକ। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମ୍ଲା ହାରିସଙ୍କ ନେତୃତ୍ୱରେ ଭାରତ-ଆମେରିକା ସମ୍ପର୍କ ଶୀର୍ଷରେ ପହଞ୍ଚିବ। ଗୁରୁବାର ହ୍ୱାଇଟ ହାଉସ୍ରେ ଆମେରିକା ଉପ ରାଷ୍ଟ୍ରପତି କମଲା ହାରିସ୍ଙ୍କ ସହ ସାକ୍ଷାତ କରି ଏପରି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଛତିଶଗଡର କୋରବା ବାଲକୋନଗରରେ ଜଣେ ନିରୀହ ଶିଶୁ ମାଆଠାରୁ କ୍ଷୀର ପିଇବାକୁ ବାରମ୍ବାର ଜିଦ୍ ଧରିବାରୁ ଏଥିରେ ରାଗିଯାଇ ମାଆ ପିଲାଟିକୁ ଜୋରରେ ମାଡ଼ ମାରିଥିଲେ, ଯେଉଁ କାରଣରୁ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନିଜ ସନ୍ତାନର ହତ୍ୟା ଅଭିଯୋଗରେ ପୋଲିସ ମାଆକୁ ଗିରଫ କରିଛି। ଏହି ହୃଦୟ ବିଦାରକ ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭିନ୍ନକ୍ଷମ ଓ ଚଲାବୁଲା କରିପାରୁନଥିବା ଲୋକଙ୍କୁ ଘରେ ଦିଆଯାଇପାରିବ କୋଭିଡ ଟିକା । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଛି । ଦେଶର କୋଭିଡ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରିଛନ୍ତି, ଯଦିଓ ସଂକ୍ରମଣ କମିଛି କିନ୍ତୁ ଏଯାଏ ପୁରାପୁରି ସରି ନାହିଁ ।
ଭାରତ କୋଭିଡ ମହାମାରୀ ସମୟରେ ଯେଉଁଭଳି ସଠିକ୍ ପରିଚାଳନା କରିଛି ସେଭଳି ଅନ୍ୟ କେଉଁ ଦେଶ କରିପାରିବେନି । କୋଭିଡ ପରିଚାଳନା କ୍ଷେତ୍ରରେ ସରକାର ସୁପ୍ରିମକୋର୍ଟରେ ନିଜସ୍ୱ ପକ୍ଷ ରଖିବା ପରେ ଏଭଳି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ହରିୟାଣାର ସୋନିପତରେ ଅଘଟଣ । ସ୍କୁଲର ଛାତ ଭୁଶୁଡ଼ି ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି । ଆହତ ଛାତ୍ରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଜି ବି ଦୁନିଆରେ ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନେ ସମାଜର ମୁଖ୍ୟଧାରାରୁ ବହୁତ ଦୂରରେ ଅଛନ୍ତି। ଏହି ଜନ ଜାତିର ନିଜର ନିୟମ ଓ ପରମ୍ପରା ରହିଛି। ସେମାଙ୍କ ମଧ୍ୟରେ ଥିବା ଉତ୍ସବ ସାଧାରଣରେ ଆଶ୍ଚର୍ଯ୍ୟ କରିବା ଭଳି। ପଶ୍ଚିମ କେନିୟାରେ ଲୁଓ ନାମକ ଏକ ଜନଜାତି ବାସ କରନ୍ତି। ସେମାନଙ୍କୁ ଜୋନାଗୀ / ଓନଗୀ ମଧ୍ୟ କୁହାଯାଏ। ସେମାନେ ଉତ୍ତରୀ ଯୁଆଡା ଓ ଉତ୍ତରୀ ଜଞ୍ଜାଜିଆ କ୍ଷେତ୍ରରେ ମଧ୍ୟ ଦେଖାଯାଆନ୍ତି। ତେବେ ଏହି ଲୁଓ ବ୍ୟକ୍ତି ସେମାନଙ୍କର ଅଜବ ପରମ୍ପରା ଓ ସାଂସ୍କୃତିକ ପ୍ରଥା ପାଇଁ ବେଶ ଜଣାଶୁଣା।
ଓଡ଼ିଶାରେ ହେବ ଆଉ ଏକ ବିଶ୍ୱକପ୍ । ହକିରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଆୟୋଜିତ ହେବ ଜୁନିୟର ହକି ବିଶ୍ୱକପ୍ । ଏଫ୍ଆଇଏଚ୍ ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।
ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ଆଖପାଖ ଅଞ୍ଚଳ ବି ଥରି ଉଠିଥିଲା। ବାଙ୍ଗାଲୋରରେ ଥରାଗ୍ ଉପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି
କରୋନା ମହାମାରୀ ବିରୋଧରେ ସାମୁହିକ ଲଢେଇ ଚାଲିଥିବା ବେଳେ ବ୍ରିଟେନ୍ର ଅଜବ ଭ୍ୟାକସିନ୍ ଓ କ୍ୱାରେଣ୍ଟିନ୍ ନୀତିକୁ ନେଇ ବିବାଦ । ଅକ୍ସଫୋର୍ଡ ଓ ଅଷ୍ଟ୍ରାଜେନେକା ଟିକାକୁ ବ୍ରିଟେନ୍ ସ୍ୱୀକୃତୀ ଦେଇଥିବା ବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ସମାନ ଟିକା କୋଭିସିଲ୍ଡକୁ ସ୍ୱୀକୃତି ଦେଇନଥିଲା ବ୍ରିଟେନ୍ ।
ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ୩ ଦିନିଆ ଗସ୍ତରେ ଯାଇଁ ଓ୍ୱାଶିଂଟନରେ ପହଞ୍ଚିବା ପରେ ବାଇଡେନ୍ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂହ ସାନ୍ଧୁ ପ୍ରମୁଖ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ପହଞ୍ଚିଥିଲେ ବହୁସଂଖ୍ୟାରେ ପ୍ରବାସୀ ଭାରତୀୟ। ମୋଦି ମୋଦି ସ୍ଲୋଗାନାରେ ପୁରା ପରିବେଶ ପ୍ରକମ୍ବିତ ହୋଇଥିଲା
ପୃଥିବୀ ପରି ମଙ୍ଗଳରେ ବି ଆସିଛି ଭୂକମ୍ପ। ନାସାର ଇନ୍ସାଇଟ୍ ଲ୍ୟାଣ୍ଡର ଏହି ସୂଚନା ଦେଇଛି। ସୂଚନା ମୁତାବକ ମଙ୍ଗଳ ପୃଷ୍ଠରେ ଥିବା ଇନ୍ସାଇଟ୍ ଲ୍ୟାଣ୍ଡର ଏହାର ନିମ୍ନରେ ଘଡଘଡି ଭଳି କିଛି ଶବ୍ଦ ଶୁଣିବାକୁ ପାଇଥିଲା। ମଙ୍ଗଳରେ ହୋଇଥିବା ଭୂକମ୍ପ ଭିତରୁ ଏହା ସବୁଠାରୁ ବଡ ଓ ଦୀର୍ଘ ସମୟ ଧରି ହୋଇଥିବା ନାସା କହିଛି। ଏହାର ତୀବ୍ରତା ୪.୨ ବୋଲି ମପାଯାଇଛି।
ପୋଲିସ କର୍ମଚାରୀଙ୍କୁ ସମାଜରେ ଉଚ୍ଚସମ୍ମାନ ଦିଆଯାଏ, ଏପରିକି ସେମାନଙ୍କୁ ଜନସାଧାରଣଙ୍କ ରକ୍ଷକ ରୂପେ ବେଶ ପରିଚିତ, କିନ୍ତୁ କିଛି ଅର୍ଥ ଲୋଭି କର୍ମଚାରୀଙ୍କ ଯୋଗୁଁ ଏଥିରେ କଳଙ୍କ ଲାଗିଛି, ଏହିପରି କଳଙ୍କିତ ଘଟଣା ଘଟିଛି ବିଶାଖପାଟଣାରେ
ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ...କାରଣ ଆପଣଙ୍କ ମୋବାଇଲର ସମସ୍ତ ଡାଟା ଚୋରି କରି ନେଉଛି ଚାଇନା। ସମସ୍ତ ଚୀନ୍ ନିର୍ମିତ ଫୋନ୍ମାନଙ୍କରେ ସେନସର୍ସିପ୍ ଥିବା କଥା ଏକ ଯାଂଚ୍ରେ ଜଣା ପଡିଥିବା କଥା କୁହାଯାଇଛି । ଯାହାଦ୍ୱାରା ଆପଣ ଆପଣଙ୍କ ମୋବାଇଲରେ ଯେଉଁ ସବୁ ତଥ୍ୟ ରଖିଛନ୍ତି ତାହା ଚୋରି ହେଉଥିବା ନେଇ ଖବର ଜଣାପଡ଼ିଛି
ଭାରତୀୟ ସେନା ଏସସିଓର(SCO) ଷଷ୍ଠ ସଂସ୍କରଣର ଉଦଘାଟନୀ ସମାରୋହରେ ଭାଗ ନେଇଛି। ଭାରତର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ଏନେଇ ଋଷିଆ ଆସଛନ୍ତି। ସିଡିଏସ୍ ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ୍ ବିପିନ ରାୱତଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ। ତାଙ୍କର ଏହି ଗସ୍ତ ସମୟରେ ସେ ଋଷିଆରେ ଚାଲିଥିବା SCO ଶାନ୍ତି ମିଶନ ଡ୍ରିଲରେ ଅଂଶଗ୍ରହଣ କରୁଥିବା ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକଳାପର ପର୍ଯ୍ୟବେକ୍ଷଣ କରିବେ।
ଅଶ୍ଳୀଳତା ମାମଲାରେ ଯେତେବେଳେ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିସାରିଛି ସେହି ସମୟରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ନୂଆ ଅଡୁଆରେ ଛନ୍ଦି ହେବାକୁ ପଡିଛି। ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ୍ର ପ୍ରପର୍ଟୀ ସେଲର ସାମ୍ନା କରିବାକୁ ହୋଇଛି। ଏହି ଅବସରରେ ସେ ଗଣମାଧ୍ୟମ ସହ ମଧ୍ୟ ଆଲୋଚନା କରି ଅଶ୍ଳୀଳତା ମାମଲାକୁ ନେଇ ଅନେକ ଖୁଲାସା କରିଛନ୍ତି। ଏହାର ଏକ ଭିଡିଓ ଏବେ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବଲିଉଡ୍ ବୋଲ୍ଡ କ୍ୱିନ୍ ରାଖୀ ସାୱନ୍ତ ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। ତେବେ ସେ ଯେବେଠାରୁ ତାଙ୍କ ବିବାହର ସୂଚନା ସାର୍ବଜନୀନ କରିଛନ୍ତି ସେବେଠାରୁ ଅର୍ଥାତ ୨୦୧୯ରୁ ତାଙ୍କ ପତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତି ରାଖୀ ସାୱନ୍ତ ତାଙ୍କ ସ୍ୱାମୀଙ୍କ ବିଷୟରେ ଆଜିଯାଏ ବି କିଛି କହି ନାହାନ୍ତି। ସେ କେବଳ ଏତିକି କହିଛନ୍ତି ଯେ ତାଙ୍କ ନାମ ରିତେଶ ଓ ସେ ଜଣେ ବ୍ୟବସାୟୀ। ତେବେ ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କୁ ନେଇ କିଛି ଖୁଲାସା କରିଛନ୍ତି।
ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ଅନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମଙ୍ଗଳବାର ତିନି ଦିନିଆ ଆସାମ ଗସ୍ତ କରିଛନ୍ତି।
ଆଜିକାଲି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀରକୁ ଫିଟ୍ ରଖିବା ନିତାନ୍ତ ଜରୁରୀ । ନିୟମିତ ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ସେହିପରି ଏକ ଲାଭଦାୟକ ଫଳ ହେଉଛି ସପେଟା । ଚାଲନ୍ତୁ ଜାଣିବା ସପେଟାର ଲାଭଦାୟକ ଗୁଣ ବିଷୟରେ ।
କୋଭିଡ ସଂକ୍ରମଣ ବଢିବା ଯୋଗୁଁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ କାମକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ମନା କରାଯାଇଛି । ଦୁଇ ଡୋଜ୍ ଟିକାକରଣ ପରେ ମଧ୍ୟ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ । ଏନେଇ କମ୍ପାନୀଗୁଡ଼ିକର ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଟିଭି ଦୁନିଆରୁ ଆଉ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ସୁଶାନ୍ତ ସିଂହ ରାଜପୁତ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଏବେ ଆଉ ଜଣେ ଅଭିନେତାଙ୍କ କମ ବର୍ଷ ବୟସରେ ବିୟୋଗ ହୋଇଛି। ‘MTV ଲଭ ସ୍କୁଲ’ ଫେମ୍ ଜଗନୂର ଅନେଜାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମିଶର୍ର ଇଜିପ୍ଟରେ ଥିବାବେଳେ ତାଙ୍କର ଏହି ମୃତ୍ୟୁ ହୋଇଛି।