ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ସକାଳର ବ୍ୟାୟାମ ସହିତ କିଛିଟା ଡ୍ରିଙ୍କ୍ସ କିମ୍ବା ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଏହି ପାନୀୟ ଆପଣଙ୍କ ଶରୀରର କ୍ୟାଲୋରୀକୁ ନଷ୍ଟ କରି ମେଟାବୋଲିଯିମକୁ ବଢ଼ାଇ ଓଜନକୁ ନିୟନ୍ତ୍ରଣ କରିବ ।
ସଂଧ୍ୟା ୬ରୁ ବାତ୍ୟା ଗୁଲାବ୍ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । SRC ପ୍ରଦୀପ ଜେନାଙ୍କ ସୂଚନା । ଗୋପାଳପୁରଠାରୁ ୯୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ୮୫ କିଲୋମିଟର ଦୂରରେ ବାତ୍ୟା । ଗତ ୩ ଘଣ୍ଟାରେ ୨୫ କିମି ବେଗରେ ଅଗ୍ରସର ହେଉଛି ।
ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ' ବିଷୟରେ ଏକ ଟୁଇଟ୍ କରିଛନ୍ତି, ଯାହା ଦେଖିବା ପରେ ଛତିଶଗଡର ସ୍ପେଶାଲ୍ ଡିଜିପି ଆର.କେ ବିଜୟ ଟିକେ ରାଗି ଯାଇଥିଲେ। ତେବେ ଅକ୍ଷୟ କୁମାର ଖୁବ ଶୀଘ୍ର ଆଇପିଏସ ଆର.କେ ବିଜୟଙ୍କ ଅସନ୍ତୋଷକୁ ଦୁରେଇ ଦେଇଛନ୍ତି ।
ତାଲିବାନ୍ର ବର୍ବରତା ହିଂସା କାଣ୍ଡ । ୪ ଜଣଙ୍କ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ । କିଡ୍ନ୍ୟାପିଂ ଅଭିଯୋଗରେ ଆଫଗାନିସ୍ତାନର ହେରାଟ୍ ସହର ମୁଖ୍ୟ ଛକରେ ଖୁଣ୍ଟିରେ ୪ ଜଣଙ୍କୁ ହତ୍ୟାକରି ତାଙ୍କ ମୃତ ଦେହ ଟାଙ୍ଗିଦେଇଛି ତାଲିବାନ୍। ଏଭଳି ଦଣ୍ତାଦେଶ ଦ୍ୱାରା ଅହରଣକାରୀଙ୍କୁ ଉଚିତ୍ ଶିକ୍ଷା ମିଳିବ ବୋଲି ତାଲିବାନ୍ ପକ୍ଷରୁ କୁହାଯାଇଛି ।
ପୁଅ ସବୁବେଳେ ଚାହେଁ ବାପା ସବୁ ବେଳେ ଥାଆନ୍ତୁ। ଦୁଃଖ ସୁଖଠାରୁ ଆରମ୍ଭ କରି ଭଲମନ୍ଦରେ ସାଥ୍ ଦିଅନ୍ତୁ। ହେଲେ ମହାରାଷ୍ଟ୍ରର ଜଣେ ଯୁବକ ପରଲୋକ ପରେ ନିଜ ବାପାଙ୍କୁ ଏମିତି ରଖିଛନ୍ତି, ଯାହା ଦେଖିବାକୁ ଜୀବନ୍ତ। ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ଜଣେ ପୁଅ ନିଜ ପିତାଙ୍କର ଏକ ସିଲିକନ ଷ୍ଟାଚ୍ୟୁ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।
ଅନ୍ଧ ହୋଇ ମଧ୍ୟ ଦେଖିପାରୁଛି କୁକୁର। ସାଧାରଣ କୁକୁର ଭଳି କାମ ମଧ୍ୟ କରୁଛି ଡେଭ୍। ଜନ୍ମରୁ ଅନ୍ଧ ବୋଲି ଜାଣିନଥିଲେ ମହିଳା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣାକୁ ମେଡିକାଲ୍ ମିଷ୍ଟ୍ରି କହିଛନ୍ତି ପଶୁ ବିଶେଷଞ୍ଜ ଡେଭିଡ୍ ୱିଲିୟମ୍ସ୍। ତେବେ ଏହି ଘଟଣା ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ସବୁଠି ସବୁ ସମୟରେ ଦରକାର ଆଧାର କାର୍ଡ। ପିଲା ଜନ୍ମ ହେବାଠାରୁ ଆରମ୍ଭ କରି ଶବ ସତ୍କାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହା ଦରକାର ହୋଇଥାଏ। ଯଦି ଆପଣଙ୍କ ଆଧାର କାର୍ଡ ଭୁଲ୍ ଥାଏ ତେବେ ଆପଣ ଅସୁବିଧାରେ ପଡିଥାନ୍ତି। ଏସବୁ ଅସୁବିଧାକୁ ଏଡାଇବା ପାଇଁ ଆସିଛି ଆଧାର କାର୍ଡ ପ୍ରସ୍ତୁତିର ନୂଆ ନିୟମ।
ଆଜିର ମନ୍ କି ବାତ୍ରେ ଔଷଧୀୟ ବୃକ୍ଷ ଚାଷ ସଂପର୍କରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନାନ୍ଦୋଲର ପଟାୟତ ସାହୁଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ଆମେରିକାରୁ ନିଜ ମାଟିର ଐତିହାସିକ ମୂର୍ତ୍ତିକୁ ଫେରାଇ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ଗସ୍ତ ସାରି ଭାରତ ଫେରିବା ବେଳେ ମୋଦି ୧୫୭ଟି ପୁରାତନ ଓ ଐତିହାସିକ ଉପହାର ନେଇ ଆସିଛନ୍ତି । ଯାହା ବହୁ ବର୍ଷ ଧରି ଭିନ୍ନ ଭିନ୍ନ ଉପାୟରେ ଭାରତଠାରୁ ଛଡାଇ ନିଆଯାଇଥିଲା
କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ୍ ବିରୋଧରେ ସେପ୍ଟେମ୍ବର ୨୭ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। ୪୦ଟି କିଷାନ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ଲୋକଙ୍କୁ ଅପିଲ କରିଛି।
ବହୁ ଲୋକ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି ହେଲେ ଅର୍ଥ ସଞ୍ଚୟ କରିପାରନ୍ତି ନାହିଁ । କାରଣ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ । ଏହା ବାସ୍ତୁ ଦୋଷର ବଡ଼ କାରଣ ହୋଇପାରେ । ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ଘରେ ଖୁସିର ବାତାବରଣ ରହିଥାଏ ଏବଂ ଟଙ୍କା ଅଭାବ ଦେଖା ଦେଇନଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘରେ ଅର୍ଥର ଅଭାବର ସମସ୍ୟା ଦୂର ହୋଇପାରିବ ।
ଦିଲ୍ଲୀର ଏକ କୋର୍ଟରୁମ୍ରେ ଶୁଟ୍ଆଉଟ୍(ଗୁଳିମାଡ଼) ଘଟଣାରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ୍ର ସ୍ପେଶାଲ୍ ସେଲ୍ ଏହି ୨ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଆମେରିକାର ନର୍ଥ ସେଣ୍ଟ୍ରାଲ ମୋନଟାନାରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଛି। ଏଥିରେ ଅଧିକାଂଶ ଯାତ୍ରୀ ଆହତ ହେବାସହ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ରାଜଧାନୀ ଦିଲ୍ଲୀରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ । ପ୍ରାୟ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗଦେବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଯୋଗ ଦେବାକୁ ଦିଲ୍ଲୀରେ ଅଛନ୍ତି ।
ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ୍ । ଆମେରିକାରେ କରୋନାର ସବୁଠୁ ଭୟାନକ କରୋନା ଆର୍ ୱାନ୍ ଭାରିଏଣ୍ଟ୍ (Corona R.1 Variant) ଚିହ୍ନଟ କରାଯାଇଛି । ଏହି ଭାରିଏଣ୍ଟ୍ ବହୁତ କମ୍ ଲୋକଙ୍କ ଠାରେ ଚିହ୍ନଟ ହୋଇଥିବା ସତ୍ତ୍ୱେ ଏହାର ଭୟ ଏବେ ସମଗ୍ର ବିଶ୍ୱରେ ବଢିଥିବାର ଦେଖିବାକୁ ମିଳିଛି ।
ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୬ ତାରିଖ, ରବିବାର, କନ୍ୟା ୧୦ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ ପଞ୍ଚମୀତିଥି, ,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.......
ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିଲେ। ଯାହାର କଡ଼ା ଜବାବ ଦେଇଥିଲେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ।
ମିଳିତ ଜାତିସଂଘର ୭୬ ତମ ଅଧିବେଶନରେ ବିଶ୍ୱବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାମାରୀ କରୋନା ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ସେ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଉ ସିଧାସଳଖ ଭାବରେ ପାକିସ୍ତାନ ନା ନନେଇ ତାକୁ ସମାଲୋଚନା ମଧ୍ୟ କରିବା ସହ ଆତଙ୍କବାଦର କାର୍ଯ୍ୟ ପାଇଁ ପାକିସ୍ତାନକୁ ସମାଲୋଚନା ମଧ୍ୟ କରିଛନ୍ତି।
ଘରୋଇ କଂପାନୀ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ପ୍ରାଇଭେଟ କଂପାନୀରେ କାମ କରୁଥିବା କର୍ମଚାରୀ ମାନଙ୍କୁ ସୁପ୍ରିମ କୋର୍ଟରୁ ଖୁବଶୀଘ୍ର ମିଳିବ ଆରାମ୍ । ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତିରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପେନସନ୍ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇପାରେ ।
ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି ଅଭିନେତ୍ରୀ ଜ୍ୟାକଲିନ୍ । ଫିଲ୍ମ ସହ ଅନେକ ମ୍ୟୁଜିକ ଭିଡିଓ କରି ଫ୍ୟାନ୍ସଙ୍କ ମନରେ ରାଜ୍ କରୁଛନ୍ତି । ସେ ସବୁବେଳେ ତାଙ୍କର ଷ୍ଟାଇଲିଷ୍ଟ ଫଟୋ ସହ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ସବୁଥର ପରି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ଆପଣଙ୍କୁ ଦେବାକୁ ପଡ଼ିବ ୬୩ ହଜାର ଟଙ୍କାର ଜୋରିମାନା ରାଶି। ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଏହା ଜଣାପଡ଼ିଲେ ଆପଣଙ୍କୁ ଫାଇନ୍ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ
ଉଷ୍ମ ହେଉଛି ଜାତୀୟ ସ୍ତରର ରାଜନୀତି। ଖାସ୍ କରି ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ପଞ୍ଜାବ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍ ସରଗରମ ହୋଇଛି
ସକାଳ ସମୟରେ ଗାଧୋଇବା ହେଉଛି ଗୋଟିଏ ଭଲ ଅଭ୍ୟାସ, ଯେଉଁ କାରଣରୁ ଆପଣ ସାରା ଦିନ ସତେଜ ଅନୁଭବ କରନ୍ତି । କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ ।
ଅଶୋଧିତ ତୈଳ ଆମଦାନୀ କରୁଥିବା ଦେଶ ମଧ୍ୟରେ ଭାରତ ହେଉଛି ତୃତୀୟ ବୃହତ୍ତମ ଦେଶ। ଭାରତ ବର୍ତ୍ତମାନ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ମୁଖ୍ୟତ ଗଲ୍ଫ ଦେଶ ଉପରେ ନିର୍ଭରଶୀଳ। କିନ୍ତୁ ନିକଟରେ ଦେଶର ଅଶୋଧିତ ତୈଳ ଆମଦାନୀ ମିଶ୍ରଣରେ ପଶ୍ଚିମ ଆଫ୍ରିକା ଏବଂ ଆମେରିକାର ଅଂଶ ବୃଦ୍ଧି ପାଇଛି। ତେବେ ଏଠାରୁ ଉତ୍ପାଦନ ହେଉଥିବା ତୈଳ ହାଲୁକା ଗ୍ରେଡ୍ ଅଶୋଧିତ ତୈଳ ବୋଲି ଜଣାପଡିଛି।
ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଶୁକ୍ରବାର ହୋଇଥିବା ଶୁଟ୍ ଆଉଟ୍କୁ ନେଇ ଖେଳିଯାଇଛି ଆତଙ୍କ। ଘଟଣାର ପୂରା ବିବରଣୀ ଶୁଣାଇଛନ୍ତି ଦିଲ୍ଲୀ ପୋଲିସ ଏସଆଇ ବୀର ସିଂହ।