• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

UPSC Recruitment
UPSC Recruitment 2021: ବିଭିନ୍ନ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ Union Public Service Commission (UPSC) ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ UPSC ଅଫିସିଆଲ୍‌ ୱେବ୍‌ସାଇଟ୍‌- www.upsconline.nic.in କୁ ଯାଇ ଆବେଦନ କରିପାରିବେ।

Cycling every day
ପ୍ରତିଦିନ ଚଲାନ୍ତୁ ସାଇକେଲ,ଫିଟ୍ ରହିବ ଶରୀର

ପ୍ରତିଦିନ ସକାଳୁ ସାଇକେଲ ଚଲାଇବା ଏକ ବଡ଼ ବ୍ୟାୟାମ୍ ଅଟେ । ଶରୀର ପାଇଁ ଏହା ବହୁତ ଲାଭଦାୟକ ଅଟେ । ପ୍ରତିଦିନ ୩୦ ମିନିଟରୁ ଅଧିକ ସାଇକେଲ ଚଲାଇବା ଦ୍ୱାରା ଶରୀରରେ ଓଜନ କମ୍ ହେବା ସହିତ ବିଭିନ୍ନ ରୋଗ ମଧ୍ୟ ଭଲ ହୋଇଯାଇଥାଏ ।

Railway Station
୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର୍, ହୋଟେଲ୍, ଅଫିସ୍, ରିଟେଲ୍ ସପ୍ ! ବିଶ୍ୱସ୍ତରୀୟ ହେବ ରାଜଧାନୀର ରେଳ ଷ୍ଟେସନ୍

ବିଶ୍ୱସ୍ତରୀୟ ହେବ ରାଜଧାନୀ ଦିଲ୍ଲୀର ରେଳ ଷ୍ଟେସନ୍ । ଭାରତୀୟ ରେଳ (Indian Railways) ପକ୍ଷରୁ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକୁ ପୁନଃବିକାଶ କାମ ଆରମ୍ଭ ହୋଇଛି । ବିଶ୍ୱସ୍ତରୀୟ ସମସ୍ତ ସୁବିଧା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଚାଲିଛି ।

Farmers Protest
ଭାରତ ବନ୍ଦ: ସିଂଘୁ ବର୍ଡରରେ ଜଣେ କୃଷକଙ୍କ ମୃତ୍ୟୁ, ଚେନ୍ନାଇରେ ବ୍ୟାରିକେଡ୍‌ ଭାଙ୍ଗିଲେ ଆନ୍ଦୋଳନକାରୀ

କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଏହି ଭାରତ ବନ୍ଦ ଡାକରା ସମୟରେ ତାମିଲନାଡୁର ଚେନ୍ନାଇରେ ହଙ୍ଗାମା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି। ଫଳରେ ପୋଲିସ୍‌ ଅନେକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

Gold Price May Hike
ସୁନା କିଣିବାକୁ ଚାହୁଁଛନ୍ତି କି ? ତୁରନ୍ତ କିଣି ନିଅନ୍ତୁ, ଖୁବ୍‌ ଶୀଘ୍ର ବଢ଼ିପାରେ ଦର

ଲଗାତାର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ହେଲେ ଆସନ୍ତା କିଛି ସପ୍ତାହରେ ସୁନା ଦର ବୃଦ୍ଧି ହୋଇପାରେ। ଆଗକୁ ଫେଷ୍ଟିଭ୍‌ ସିଜନ୍‌ ଅର୍ଥାତ୍‌ ଅନେକ ପର୍ବପର୍ବାଣୀ ଆସୁ ଥିବାରୁ ସୁନା ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

 Kitchen Vastu
ଜାଣିବା ରୋଷେଇ ଘରର ବାସ୍ତୁ ଉପାୟ ବିଷୟରେ

ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ । କେବଳ ରୋଷେଇ ଘରେ କିଛିଟା ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ । ବାସ୍ତୁ ଅନୁଯାୟୀ ବିଭିନ୍ନ ପଦକ୍ଷେପ ଗ୍ରହଣ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ।

PM Modi launches Ayushman Bharat Digital Mission
’ ଦେଶରେ ସ୍ୱାସ୍ଥ୍ୟ ସୁବିଧାରେ ଆସିବ ବୈପ୍ଳବିକ ପରିବର୍ତ୍ତନ’ : ପ୍ରଧାନମନ୍ତ୍ରୀ ମୋଦି

ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ନେଇ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ ମୋଦି । ବର୍ତ୍ତମାନ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି । ଆଜିଠାରୁ ଏହା ସାରା ଦେଶରେ ଲାଗୁ ହୋଇଛି ।

Man builds ‘temple of love’ for his late wife
ମୃତ୍ୟୃ ପରେ ମା’କୁ ଝୁରୁଥିଲା ପୁଅ : ସହି ହେଲାନି ଦୁଃଖ, ସ୍ତ୍ରୀ ସ୍ମୃତିରେ ମନ୍ଦିର ତୋଳିଦେଲେ ସ୍ୱାମୀ

ସାମ୍ପଖଡା ନିବାସୀ ବନଜାରା ସମାଜର ନାରାୟଣ ସିଂ ରାଥୋଡ । ପତ୍ନୀ ଏବଂ ପୁଅମାନଙ୍କ ସହ ହସଖୁସିରେ ଦିନ କାଟୁଥିଲେ । ପରିବାରରେ ସବୁକିଛି ସ୍ୱାଭାବିକ ଚାଲିଥିଲା ।  ନାରାୟଣ ସିଂଙ୍କ ପତ୍ନୀ ଗୀତାବାଇ ଧାର୍ମିକ କାର୍ଯ୍ୟକ୍ରମରେ ଅଧିକ ଜଡିତ ଥିଲେ । ସେ ପ୍ରତିଦିନ ଭଜନ-କୀର୍ତ୍ତନ ଯିବାବେଳେ ଭଗବାନଙ୍କ ଭକ୍ତିରେ ବ୍ୟସ୍ତ ଥିଲେ ।

ଭୁଲ୍‌ ତଥ୍ୟ ପ୍ରଦାନ କରି ଫସିଲେ ସାଂସଦ
ଭୁଲ୍‌ ତଥ୍ୟ ପ୍ରଦାନ କରି ଫସିଲେ ସାଂସଦ ସୁଶୀଲ ମୋଦି

ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିଜ ସମ୍ବୋଧନର ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଭୁଲ୍‌ ତଥ୍ୟ ପ୍ରଦାନ କରି ସୁଶୀଲ ମୋଦି ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି।

chowmein-seller-became-a-millionaire
ମାଲାମାଲ୍ କଲା ଆଇପିଏଲ୍ : ୫୭ ଲକ୍ଷର ଲଟେରୀ ଜିତିଲେ ଚାଓମିନ୍ ବିକ୍ରେତା

ରାତାରାତି ଭାଗ୍ୟ ବଦଳାଇଦେଲା ଆଇପିଏଲ୍ । ଗୋଟିଏ କ୍ଷଣେ ୫୭ ଲକ୍ଷର ଲଟେରୀ ଜିତି କୋଟିପତି ହୋଇଗଲେ ଗୋପାଲ୍ । ଝାଡ଼ଖଣ୍ଡ ଲାତେହାର ଜିଲ୍ଲାରେ ଏପରି ଘଟଣା ଘଟିଛି । ଜଣେ ଚାଉମିନ୍ ବିକ୍ରେତା ଅନଲାଇନ୍ ବେଟିଂ ଡ୍ରିମ୍ - ୧୧ରେ ଲକ୍ଷାଧିକ ଟଙ୍କା ଜିତିଛନ୍ତି । ଡ୍ରିମ୍ ୧୧ ରେ ଅଂଶଗ୍ରହଣ କରୁଥିବା ଅଂଶଗ୍ରହଣକାରୀମାନେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସମ୍ଭାବ୍ୟ ଦଳ ବାଛିବାକୁ ପଡ଼ିଥାଏ ।

Arjun Bijlani
କାହିଁକି 'ଖତରୋଁ କେ ଖିଲାଡି ୧୧' ର ବିଜେତା ହେବାକୁ ଚାହୁଁଥିଲେ ଅର୍ଜୁନ ? କଲେ ଖୁଲାସା...

ଅଭିନେତା ଅର୍ଜୁନ ବିଜଲାନି ଷ୍ଟଣ୍ଟ ଆଧାରିତ ରିଅଲିଟି ଶୋ’ 'ଖତରୋଁ କେ ଖିଲାଡି ୧୧' ର ବିଜେତା ହୋଇଛନ୍ତି। ତେବେ କାହିଁକି ସେ ଶୋ’ର ବିଜେତା ହେବାକୁ ଚାହୁଁଥିଲେ, ତା’ର ଖୁଲାସା କରିଛନ୍ତି।

List of holidays
ଅକ୍ଟୋବର ମାସରେ ଛୁଟି ବର୍ଷା : ୨୧ ଦିନ ବନ୍ଦ ହୋଇପାରେ ବ୍ୟାଙ୍କ୍ . . . .

ଅକ୍ଟୋବର ମାସରେ ଗାନ୍ଧୀ ଜୟନ୍ତୀ, ବାଲ୍ମୀକି ଜୟନ୍ତୀ, ନବରାତ୍ରୀ, ଦୁଶହରା, ଇଦ୍-ଏ-ମିଲାଦ ଭଳି ଅନେକ ଦିନରେ ବ୍ୟାଙ୍କ ଛୁଟି ରହିବ । ଏମାସରେ ପଡୁଥିବା କିଛି ଛୁଟି / ପର୍ବ ଏକ ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ସହିତ ଜଡିତ । ଅକ୍ଟୋବରରେ ୫ ଟି ରବିବାର ଛୁଟି ରହିବ । ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ ।

Daily Horoscope
Daily Horoscope, 27 Sept 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୭ ତାରିଖ, ସୋମବାର, କନ୍ୟା ୧୧ ଦିନ, ଆଶ୍ୱିନମାସ,, କୃଷ୍ଣପକ୍ଷ, ଷଷ୍ଠୀ ତିଥି ରୋହିଣୀ ନକ୍ଷତ୍ର। ବୃଷ ରାଶିରେ ଚନ୍ଦ୍ର। ମିଥୁନ ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର । ଜାଣନ୍ତୁ, କେମିତି କଟିବ ଆଜି ଆପଣଙ୍କ ଦିନ...

Harshal patel claims a hat trick
ହର୍ଷଲ ପଟେଲଙ୍କ ହାଟ୍ରିକ ୱିକେଟ ହାସଲ ; ବିରାଟଙ୍କ ଖୁସି କହିଲେ ନ ସରେ

ରବିବାର ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟ୍‌ରେ ହରାଇ ୧୬୫ ରନ କରିଥିଲା।  ଦଳ ପକ୍ଷରୁ ଗ୍ଲେନ ମ୍ୟାକ୍ସେଓ୍ବଲ ୩୭ ବଲରେ ୫୬ ରନ କରିଥିଲେ । ଜାବବରେ ମୁମ୍ବାଇ ଇଣ୍ଡିଆନ୍ସ ୧୧୧ରନରେ ଅଲ ଆଉଟ୍ ହୋଇଥିଲା ।

segregation plan
ପରଦା ଓ ଜାଲି ସହ ଝିଅଙ୍କ ପାଠପଢ଼ା ପାଇଁ ଅଲଗା ସିପ୍ଟ : ତାଲିବାନ୍ ସରକାର ସାମ୍ନାରେ ଅସହାୟ ଆଫଗାନ୍ ବିଶ୍ୱବିଦ୍ୟାଳୟ

ମହିଳାଙ୍କ ଶିକ୍ଷା ସପକ୍ଷରେ ନାହିଁ ତାଲିବାନ୍ ସରକାର । ତେଣୁ ବିଶ୍ୱବିଦ୍ୟାଳୟ ଗୁଡ଼ିକରତ ଶ୍ରେଣୀକୁ ଡାକ୍ତରଖାନା ପରି ଛୋଟ ଛୋଟ କୋଠରୀରେ ବିଭାଜନ କରାଯାଇଛି । ଗୋଟିଏ ଶ୍ରେଣୀ ଗୃହରେ ପରଦା, ଜାଲି ଲଗାଇ ଶିକ୍ଷାର ମନ୍ଦିରରକୁ ଭାଗ ଭାଗ କରିଦିଆଯାଉଛି । ସେହିପରି ଝିଅଙ୍କ ପାଠପଢ଼ା ପାଇଁ ଭିନ୍ନ ସିଫ୍ଟ ବ୍ୟବସ୍ଥା କରାଯାଇଛି ।

Diesel, Petrol Price Hike
ପୁଣି ବଢିଲା ଡିଜେଲ ଦର; ପ୍ରମୁଖ ସହରରେ କେତେ ରହିଛି ତୈଳ ଦର, ଜାଣନ୍ତୁ

ଦେଶରେ ପୁଣି ଥରେ ବଢିଛି ତୈଳ ଦର । ସେପ୍ଟେମ୍ବର ୨୭ ଅର୍ଥାତ୍‌ ସୋମବାର  ତୃତୀୟ ଦିନ ପାଇଁ ପୁଣି ଥରେ ବଢିଛି ଡିଜେଲ ଦର ।

Bharat Bandh
ଆଜି ଭାରତ ବନ୍ଦ, ଅତ୍ୟାବଶ୍ୟକୀୟ ସେବାକୁ ବାଦ୍

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ।

Narendra Modi
କେତେ ଫଳପ୍ରଦ ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତ ?

ଚୀନ, ପାକିସ୍ତାନ, ତାଲିବାନ ନିଜ ପଡୋଶୀଙ୍କୁ ଠାରୁ ଭାରତ ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜ ସଂପର୍କରେ ସାରା ବିଶ୍ୱକୁ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ନିଜ ୩ ଦିନିଆ ଆମେରିକା ଗସ୍ତ ଅବସରରେ ଆମେରିକା ସହ ସଂପର୍କ ବୃଦ୍ଧି ନେଇ ସେ ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଆଲୋଚନା କରିଛନ୍ତି ।

ipl 2021
କୋଲକାତା ନାଇଟ୍ ରାଇଡର୍ସର ବିଜୟ ଅଭିଯାନକୁ ରୋକିଲା ଚେନ୍ନାଇ ସୁପର୍ କିଙ୍ଗ୍ସ

ଆଜି ଆଇପିଏଲ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ୨ ଉଇକେଟରେ ହରାଇଛି ଚେନ୍ନାଇ ସୁପର୍ କିଙ୍ଗ୍ସ। ଆବୁ ଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସର ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୧ ରନ କରିଥିଲା । ଜବାବରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଧୂଆଁଧାର ବ୍ୟାଟିଂ କରି ୮ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

Angela merkel
ଅବସର ନେଲେ ଜର୍ମାନ ଚାନ୍‌ସେଲର୍ ଆଞ୍ଜେଲା ମର୍କେଲ

ଅବସର ନେଲେ ଜର୍ମାନର କୁଳାଧିପତି ଆଞ୍ଜେଲା ମର୍କେଲ। ୧୬ ବର୍ଷ ଧରି ଜର୍ମାନୀର ଶାସନ କରିବା ପରେ କୁଳାଧିପତି ଆଞ୍ଜେଲା ମର୍କେଲ ବର୍ତ୍ତମାନ ଅବସର ନେବାକୁ ପ୍ରସ୍ତୁତ ହୋଇଛନ୍ତି। ୨୬ ସେପ୍ଟେମ୍ବରରେ ଜର୍ମାନୀରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ଭୋଟରଙ୍କ ମନରେ ଏକମାତ୍ର ପ୍ରଶ୍ନ ଉଠିଛି ଯେ ୟୁରୋପର ବୃହତ୍ତମ ଅର୍ଥବ୍ୟବସ୍ଥାର ଭାର କିଏ ନେବ।

Want to lose weight?
ଓଜନ କମେଇବାକୁ ଚାହୁଁଛନ୍ତି କି ? ଆପାଣାନ୍ତୁ ଏହି ଉପାୟ

ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ସକାଳର ବ୍ୟାୟାମ ସହିତ କିଛିଟା ଡ୍ରିଙ୍କ୍ସ କିମ୍ବା ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଏହି ପାନୀୟ ଆପଣଙ୍କ ଶରୀରର କ୍ୟାଲୋରୀକୁ ନଷ୍ଟ କରି ମେଟାବୋଲିଯିମକୁ ବଢ଼ାଇ ଓଜନକୁ ନିୟନ୍ତ୍ରଣ କରିବ ।

Cyclone gulab
ସଂଧ୍ୟା ୬ରୁ ଆରମ୍ଭ ହେବ ‘ଗୁଲାବ୍‌’ର ଲ୍ୟାଣ୍ଡଫଲ୍, ଖୁବ୍‌ ସ୍ପିଡ୍‌ରେ ମାଡ଼ି ଆସୁଛି

ସଂଧ୍ୟା ୬ରୁ ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । SRC ପ୍ରଦୀପ ଜେନାଙ୍କ ସୂଚନା । ଗୋପାଳପୁରଠାରୁ ୯୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ୮୫ କିଲୋମିଟର ଦୂରରେ ବାତ୍ୟା । ଗତ ୩ ଘଣ୍ଟାରେ ୨୫ କିମି ବେଗରେ ଅଗ୍ରସର ହେଉଛି ।

film sooryavanshi
ଅକ୍ଷୟଙ୍କ ଫଟୋ ଦେଖି ରାଗିଗଲେ IPS ଅଧିକାରୀ,କହିଲେ ଏପରି ହୁଏନି ସାର୍

ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ' ବିଷୟରେ ଏକ ଟୁଇଟ୍ କରିଛନ୍ତି, ଯାହା ଦେଖିବା ପରେ ଛତିଶଗଡର ସ୍ପେଶାଲ୍ ଡିଜିପି ଆର.କେ ବିଜୟ ଟିକେ ରାଗି ଯାଇଥିଲେ। ତେବେ ଅକ୍ଷୟ କୁମାର ଖୁବ ଶୀଘ୍ର ଆଇପିଏସ ଆର.କେ ବିଜୟଙ୍କ ଅସନ୍ତୋଷକୁ ଦୁରେଇ ଦେଇଛନ୍ତି ।

Taliban Hang 4 Bodies From Cranes In Herat Says Its Lesson For Kidnapper
୪ ଜଣଙ୍କୁ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ୍‌; କହିଲା ଅପହରଣକାରୀଙ୍କୁ ଏମିତି ମିଳିବ ଦଣ୍ତ

ତାଲିବାନ୍‌ର ବର୍ବରତା ହିଂସା କାଣ୍ଡ । ୪ ଜଣଙ୍କ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ । କିଡ୍‌ନ୍ୟାପିଂ ଅଭିଯୋଗରେ ଆଫଗାନିସ୍ତାନର ହେରାଟ୍ ସହର ମୁଖ୍ୟ ଛକରେ ଖୁଣ୍ଟିରେ ୪ ଜଣଙ୍କୁ ହତ୍ୟାକରି ତାଙ୍କ ମୃତ ଦେହ ଟାଙ୍ଗିଦେଇଛି ତାଲିବାନ୍‌। ଏଭଳି ଦଣ୍ତାଦେଶ ଦ୍ୱାରା ଅହରଣକାରୀଙ୍କୁ ଉଚିତ୍ ଶିକ୍ଷା ମିଳିବ ବୋଲି ତାଲିବାନ୍‌ ପକ୍ଷରୁ କୁହାଯାଇଛି ।

Silicon Statue for fathers Memory
କରୋନା ନେଲା ଜୀବନ, ବାପାଙ୍କ ଜୀବନ୍ତ ଷ୍ଟାଚ୍ୟୁ ତିଆରି କଲା ପୁଅ

ପୁଅ ସବୁବେଳେ ଚାହେଁ ବାପା ସବୁ ବେଳେ ଥାଆନ୍ତୁ। ଦୁଃଖ ସୁଖଠାରୁ ଆରମ୍ଭ କରି ଭଲମନ୍ଦରେ ସାଥ୍ ଦିଅନ୍ତୁ। ହେଲେ ମହାରାଷ୍ଟ୍ରର ଜଣେ ଯୁବକ ପରଲୋକ ପରେ ନିଜ ବାପାଙ୍କୁ ଏମିତି ରଖିଛନ୍ତି, ଯାହା ଦେଖିବାକୁ ଜୀବନ୍ତ। ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ଜଣେ ପୁଅ ନିଜ ପିତାଙ୍କର ଏକ ସିଲିକନ ଷ୍ଟାଚ୍ୟୁ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।