ଟି-୨୦ ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୧୪ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ୟୁଏଇରେ ମାତ୍ର ୧୦ ପ୍ରତିଶତ ଫ୍ୟାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ମିଡିଆ ରିପୋର୍ଟ ମୁତାବକ, ବିସିସିଆଇ ଓ ଏମିରେଟ୍ସ ବୋର୍ଡ ଫାଇନାଲରେ ବଡ଼ ସଂଖ୍ୟାରେ ଦର୍ଶକଙ୍କୁ ଡକାଇବାକୁ ଚାହାନ୍ତି।
ବେଳେ ବେଳେ ଭବିଷ୍ୟତକୁ ନେଇ ଚିନ୍ତା ଘାରେ ଯେ ଜୀବନରେ କ’ଣ କରିବାକୁ ହେବ। ଅନେକ ସମୟରେ ନିଷ୍ପତ୍ତି ମଧ୍ୟ ନେଇ ହୁଏନି। କିନ୍ତୁ ଉପରବାଲାର ନିର୍ଦ୍ଦେଶରେ ଆମ ଆଖପାଖରେ ଅନେକ ଈଶାରା ଆସେ। ଯିଏ ଏହି ଈଶାରାକୁ ବୁଝିନିଏ ସିଏ ଜୀବନର ପଥକୁ ଠିକ କରିନିଏ ଆଉ ହୋଇଯାଏ ଧନୀ। ଅମାଣ୍ଡା ନାମକ ଜଣେ ମହିଳାଙ୍କ ସହ ଠିକ୍ ଏପରି ହୋଇଛି। ତାଙ୍କ ଜୀବନରେ ଯେତେବେଳେ ଏଭଳି ଏକ ସମୟ ଆସିଲା, ଯେତେବେଳେ ଆଗକୁ ଆଉ କୌଣସି ରାସ୍ତା ଦେଖାଗଲା ନାହିଁ ସେତେବେଳେ ଏକ ବିସ୍କୁଟ୍ ହିଁ ତାଙ୍କୁ ରାସ୍ତା ଦେଖେଇଥିଲା
ଚାନ୍ଦିପୁରରୁ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ-ITRରୁ ଏହି ଅତ୍ୟାଧୁନିକ ମିଜାଇଲ୍ର ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପରୀକ୍ଷଣ କରାଯାଇଛି ।
ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି ।
ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ଲଢିବାକୁ ଯାଉଥିବା ଏଆଇଏମ୍ଆଇଏମ୍ ପ୍ରମୁଖ ଅସଦୁଦ୍ଦୀନ୍ ଓୱେସୀଙ୍କୁ ଟାର୍ଗେଟ୍ କରିଛି ଶିବସେନା। ମହାରାଷ୍ଟ୍ର ସରକାରର ମୁଖ୍ୟ ପାର୍ଟୀ ଓୱେସୀଙ୍କ ଉପରେ ଆକ୍ରମଣ କରି ବିଜେପିର ଅଣ୍ଡରଗାର୍ମେଣ୍ଟ ବୋଲି କହିଛି। ଅସଦୁଦ୍ଦୀନ ଓୱେସୀ ପରଦା ପଛରେ ରହି ବିଜେପିକୁ ସାହାଯ୍ୟ କରୁଛି ବୋଲି ଶିବସେନା କହିଛି।
ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ୍ ୱେବସାଇଟ୍ରୁ ଓ ସ୍ପେଶାଲ୍ ଆପ୍କୁ ଯାଇ ହେଲ୍ଥ ଆଇଡି ଖୋଲାଯାଇପାରିବ। ନିଜର ଆଧାର କାର୍ଡ, ମୋବାଇଲ୍ ଲମ୍ବର ଓ ଠିକଣା ଦେଇ ଏହି ଆଇଡି ଖୋଲାଯିବାର ବ୍ୟବସ୍ଥା ରହିଛି। ତେବେ ବାରମ୍ବାର କେନ୍ଦ୍ର ସରକାରଙ୍କ ଅନୁରୋଧ ସତ୍ତ୍ୱେ ଓଡ଼ିଶା ଏଯାଏଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନାହିଁ।
ସମଲିଙ୍ଗୀ ବିବାହକୁ ମିଳିଲା ପ୍ରଶାସନ ପକ୍ଷରୁ ମଞ୍ଜୁରୀ। ସମଲିଙ୍ଗୀ ବିବାହ ଉପରେ ଲୋକଙ୍କ ମତ ଜାଣିବା ପାଇଁ ରବିବାର ସ୍ୱିଜରଲ୍ୟାଣ୍ଡରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶର ଅଧାରୁ ଅଧିକ ଜନସଂଖ୍ୟାଙ୍କର ଏହି ପ୍ରସଙ୍ଗରେ କୌଣସି ଅସୁବିଧା ନାହିଁ ବୋଲି ସୂଚନା ମିଳିଛି। ପ୍ରାୟ ଦୁଇ-ତୃତୀୟାଂଶ ସ୍ୱିସ୍ ଭୋଟରଙ୍କ ମତଦାନରେ ଦେଶରେ ସମଲିଙ୍ଗୀ ବିବାହ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି।
ମାୟାବିନୀର ଫୋନ୍ ହ୍ୟାକିଂ ଖେଳ । ITR ତଥ୍ୟ ହାସଲ ପାଇଁ ବିଦେଶରୁ ପଡୁଥିଲା ହନିଟ୍ରାପ୍ର ଫାଶ । ୫ ଅଭିଯୁକ୍ତଙ୍କୁ ରୂପଲାବଣ୍ୟରେ ବଶ କରି କଣ୍ଢେଇ ଭଳି ନଚାଉଥିବା ରହସ୍ୟମୟୀ, ମୋବାଇଲ୍ ହ୍ୟାକିଂରେ ବି ମାହିର ଥିବାର ପ୍ରମାଣ ପାଇଛି ତଦନ୍ତକାରୀ ଟିମ୍ ।
ପ୍ରେମ ପାଇଁ ତୁଚ୍ଛ କଲେ ରାଜ ସମ୍ପତ୍ତି। ନିଜ କଲେଜ ବେଳର ବନ୍ଧୁଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ ଜାପାନର ରାଜକୁମାରୀ ମାକୋ। ଜଣେ ସାଧାରଣ ଯୁବକଙ୍କୁ ବିବାହ କରିବା ନିଷ୍ପତ୍ତି ନେଇ ସେ ଭାଙ୍ଗିଛନ୍ତି ପ୍ରଚଳିତ ହୋଇଆସୁଥିବା ଧରାବନ୍ଧା ନୀତିକୁ। ଏହା ସହିତ ପ୍ରେମ ଉପରେ ଅଦମ୍ୟ ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ସୂଚନା ମୁତାବକ ରାଜକୁମାରୀ ମାକୋ ତାଙ୍କ କଲେଜ ସହପାଠୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ତାଙ୍କୁ ମଧ୍ୟ ବହୁ ମୂଲ୍ୟ ହରେଇବାକୁ ପଡିଛି।
ଯୁଆଡେ ଅନାଇଲେ କାର୍ ଆଉ କାର୍ । ଆଖି ପାଉଥିବା ଯାଏଁ ଲମ୍ବିଛି ଲାଇନ୍ । ଭାରତ ବନ୍ଦ ଯୋଗୁଁ ଯାତାୟତରେ ଗୁରୁତର ବାଧା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀ-ଗୁରୁଗ୍ରାମ ରାଜକୋରି ବର୍ଡରରେ ।
ଭାରତ ବନ୍ଦକୁ ଦେଖି ରାଜଧାନୀ ଦିଲ୍ଲୀରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ହିଁ ଦିଲ୍ଲୀକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ଦିଲ୍ଲୀ ପୋଲିସ୍ ଓ ପାରାମିଲିଟାରୀ ଫୋର୍ସ ସୀମାରେ ମୁତୟନ କରାଯାଇଛି।
କ୍ରୁରତା ଓ ନିଷ୍ଠୁରତାର ସୀମା ଡେଇଁଗଲେ ଯୁବକ। ନିଜ ପୂର୍ବତନ ପ୍ରେମିକା ସହ କଲେ ଏଭଳି ବର୍ବରତା। ଯୁବତୀଙ୍କୁ ପ୍ରଥମେ ଧୂମ ମାଡ ମାରିବା ସହିତ ସୁଟ୍କେସ୍ ଭିତରେ ଭର୍ତ୍ତିକରି ଜଙ୍ଗଲରେ ଫିଙ୍ଗିଦେଇ ଆସିଲେ ଯୁବକ। ଅକାଳରେ ସୁଟ୍କେସ୍ ଭିତରେ ହିଁ ଚାଲିଗଲା ଯୁବତୀଙ୍କ ଜୀବନ। ଏହି ଘଟଣା ପରେ କୋର୍ଟ ଏହି ନିର୍ଦ୍ଦୟ ଯୁବକଙ୍କ ବିପକ୍ଷରେ ନେଇଛନ୍ତି କଡା କାର୍ଯ୍ୟାନୁଷ୍ଠାନ, ଶୁଣେଇଛନ୍ତି କଠୋର ଦଣ୍ଡ।
ବି-ଟାଉନରେ ଅଭିନେତ୍ରୀ ରକୁଲପ୍ରୀତ୍ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ରକୁଲ ତାଙ୍କ ନୂଆ ଚେହେରା ପାଇଁ ଏବେ ପୁରା ଅଲଗା ଦେଖାଯାଉଛନ୍ତି । ନିକଟରେ ଅଭିନେତ୍ରୀ ରକୁଲପ୍ରୀତ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସଂପୂର୍ଣ୍ଣ ଅଲଗା ଦେଖା ଯାଉଛନ୍ତି ।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଫିଟ୍ନେସ୍, ବ୍ୟାୟାମ୍ ଓ ଯୋଗକୁ ନେଇ କେତେ ସକ୍ରିୟ ତାହା ପ୍ରାୟ ସମସ୍ତେ ଜାଣନ୍ତି। ପ୍ରାୟ ସମୟରେ ସେ ତାଙ୍କର ଯୋଗ ଫଟୋ ଓ ଭିଡିଓ ଶେୟାର କରିବା ସହିତ ଲୋକଙ୍କୁ ଫିଟ୍ ରହିବା ନେଇ ପରାମର୍ଶ ଦେଇଥାନ୍ତି। ଏବେ ଶିଳ୍ପା ସେଟ୍ଟୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଦୁଇ ପିଲା ନଜର ଆସିଛନ୍ତି। ତେବେ ଏହି ଭିଡିଓ ସ୍ୱତନ୍ତ୍ର ହେବାର କାରଣ ହେଲା ଶିଳ୍ପାଙ୍କ ଦୁଇ ପିଲା ମଧ୍ୟ ମା’ଙ୍କ ପଥ ଅନୁସରଣ କରି ଯୋଗ କରୁଥିବା ଦେଖାଯାଇଛି।
ସହିଦ୍ ଭଗତ୍ ସିଂହଙ୍କ ଜନ୍ମଦିବସକୁ କେବଳ ଭାରତ ନୁହେଁ ବରଂ ପାକିସ୍ତାନ୍ରେ ମଧ୍ୟ ପାଳନ କରାଯାଇଛି। ପାକିସ୍ତାନ୍ର ଲାହୋରରେ ଆଜି ଏହି ଦିନକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଲାହୋରର ସୈୟଦା ଦୀପ୍ ପ୍ରତିବର୍ଷ ତାଙ୍କର ଜନ୍ମ ବାର୍ଷିକୀ ଏବଂ ଶହୀଦ ଦିବସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରି ଭାଗବତ ସିଂ ମେମୋରିଆଲ୍ ଫାଉଣ୍ଡେସନ୍ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ପାଇଁ ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିଆଲିଟି ସୋ ବିଗ୍ ବସ୍-୧୫ । ବିଗ୍ ବସ୍ ଶୋ' ର ଫ୍ୟାନ ମାନେ ବହୁ ପ୍ରତିକ୍ଷାର ସହ ଅପେକ୍ଷା କରିଥିବା ବେଳେ ଅତିଶୀଘ୍ର ଏହାର ଅନ୍ତ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୨ରେ ଏହି ଶୋ’ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଦର୍ଶକ ବିଗ୍ ବସ୍-୧୫ର ପ୍ରୋମୋ ଭିଡିଓ ଦେଖିବା ପରେ ଆହୁରି ଉତ୍ସାହିତ ହୋଇପଡିଛନ୍ତି । ତେବେ ଶୋ’ ର ଗ୍ରାଣ୍ଡ୍ ପ୍ରିମିୟର ପୂର୍ବରୁ ଶୋ’ ର ଆଉ ଏକ ପ୍ରୋମୋ ଭିଡିଓ ରିଲିଜ ହୋଇଛି ।
ବଲିଉଡ୍ ଅଭିନେତା ତୁଷାର କପୁର ଆଜିକାଲି ନିଜର କିଛି ଫଟୋକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ତୁଷାର କପୁର ସୋସିଆଲ୍ ମିଡିଆରେ ତାଙ୍କର ଏକ ସାର୍ଟଲେସ୍ ଫଟୋ ଶେୟାର କରିଥିଲେ। ଏହାକୁ ଦେଖି ଲୋକେ ତାଙ୍କୁ ଜମେଇକି କମେଣ୍ଟ କରିବା ଆରମ୍ଭ କରିଛନ୍ତି। ବିଗତ ଦିନର ସୁପର୍ଷ୍ଟାର୍ ଜିତେନ୍ଦ୍ରଙ୍କ ପୁଅ ତଥା ଟିଭି ଦୁନିଆ ଓ ବଲିଉଡର ଜଣାଶୁଣା ପ୍ରଯୋଜକ ଏକ୍ତା କପୁରଙ୍କ ଭାଇ ତୁଷାରଙ୍କ ଏହି ସାର୍ଟଲେସ୍ ଫଟୋ ଭାଇରାଲ୍ ହେବାରେ ଲାଗିଛି।
ପ୍ରାୟ ଦେଢ ବର୍ଷର ଦୀର୍ଘ ଅପେକ୍ଷା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଖୁସି ଖବର ଆସିଥିବା ଦେଖାଯାଇଛି। ମହାରାଷ୍ଟ୍ର ସରକାରଙ୍କ ସିନେମା ହଲ୍ ଖୋଲିବା ଘୋଷଣା ସହିତ ଅନେକ ବଡ ଚଳଚ୍ଚିତ୍ରର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହି କ୍ରମରେ ଅକ୍ଷୟ କୁମାରଙ୍କ “ରକ୍ଷା ବନ୍ଧନ” ଏବଂ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ “ଆଦିପୁରୁଷ” ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି।
ସବୁ ସେଲିବ୍ରିଟିଙ୍କ ପରି ଅଭୟ ଦେଓଲ ମଧ୍ୟ ସୋସିଆଲ୍ ମିଡିଆରେ ସକ୍ରିୟ ରହିବା ସହିତ ଅନେକ ପ୍ରସଙ୍ଗକୁ ନେଇ ନିଜର ମତ ଦିଅନ୍ତି। ଅଭୟ ଦେଓଲ ସାଧରଣତଃ ଅଧିକ କଥା ହେବାକୁ ପସନ୍ଦ କରନ୍ତି ନାହିଁ। ଅଭୟଙ୍କ ରୋମାନ୍ସ ଲାଇଭକୁ ନେଇ ଯଦି ଚର୍ଚ୍ଚା କରାଯାଏ ତେବେ ପୂର୍ବରୁ ସେ ଦୀର୍ଘ ଦିନ ଧରି ପ୍ରୀତି ଦେସାଇଙ୍କ ସହିତ ରିଲେସନ୍ସିପ୍ରେ ଥିଲେ। କିନ୍ତୁ ପରେ କୌଣସି କାରଣରୁ ସେମାଙ୍କର ବ୍ରେକ୍ଅପ୍ ହୋଇଥିଲା। ଏବେ ତାଙ୍କୁ ନୂଆ ପ୍ରେମିକା ମିଳିଯାଇଥିବା ଚର୍ଚ୍ଚା ଧରିଛି।
ଅଧିକାଂଶ ଘରେ ପାଣି ପଶି ବହୁ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ପାଇ ବିଶାଖାପାଟଣା ଜିଲ୍ଲାପାଳ, ମେୟର ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସ୍ଥାନାନ୍ତର କରିବା ସହ ପାଣି ନିଷ୍କାସନର ବ୍ୟବସ୍ଥା କରୁଛନ୍ତି।
ଚପଲର ଦାମ ୬ ଲକ୍ଷ ! ଏତେ ଦାମି ଚପଲ କେବେ ଦେଖିଛନ୍ତି ? ବଜାରରେ ଏମିତି ଦାମୀ ଚପଲ ମିଳୁଥିବା କେବେ ଶୁଣିଛନ୍ତି ? ବୋଧହୁଏ ନା । ହେଲେ ଏମିତି ଚପଲ ବଜାରରେ ବିକ୍ରି ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଲୋକ ଏହି ଚପଲକୁ କିଣିଥିବା ପୋଲିସ କହିଛି।
ଆଫଗାନିସ୍ତାନ ଦଖଲ ପରେ ତାଲିବାନ କହିଥିଲା ଯେ, କଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ହେଲେ ଏବେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, କଶ୍ମୀରରେ ଅବହେଳିତ ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ ଜାରି ରହିବ।
ସ୍ମାର୍ଟଫୋନ ସେନସର ତଥ୍ୟକୁ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ନିଶା ଅଭ୍ୟାସ ସମ୍ପର୍କରେ ମୂଲ୍ୟାଙ୍କନ କରାଯାଇଥିଲା, ଯାହା ୯୦ ପ୍ରତିଶତ ଠିକ୍ ବୋଲି ଜଣାପଡ଼ିଛି । କୌଣସି ବି ବ୍ୟକ୍ତିଙ୍କ ଫୋନରେ ସେନ୍ସର ବ୍ୟବହାର କରି ସେ କେତେବେଳେ ନିଶା ଖାଇବା ପାଇଁ ଚାହୁଁଛନ୍ତି, ସେ ସମ୍ପର୍କରେ ମଧ୍ୟ ଜାଣିହେବ ।
ଦାଢି କାଟିଲେ ଦଣ୍ଡାଦେଶ । ଆଫ୍ଗାନରେ ଏପରି ଏକ ନୂଆ ନିୟମ ଲାଗୁ କରିଛି ତାଲିବାନ୍ । ଧିରେ ଧିରେ ତାଲିବାନ୍ ଏବେ ନିଜ ଅସଲ ଚେହେରା ଦେଖାଇବାରେ ଲାଗିଲାଣି । ଆଫଗାନିସ୍ତାନ ଜବରଦଖଲ ପରେ ତାଲିବାନ ଏବେ କୋଡିଏ ବର୍ଷ ପୁରୁଣା ନିୟମ ଲାଗୁ କରିଛି । ମହିଳା ହେଉ କି ଶିଶୁ ହେଉ ଅବା ପୁରୁଷ ଗୋଟେ ଗୋଟେ କରି ସମସ୍ତଙ୍କ ପାଇଁ ନୂଆ ନିୟମ ଜାରି କରୁଛି ତାଲିବାନ୍ ।
ଭାରତ-ଚୀନ୍ ସୀମାରେ ଚୀନ୍ ତାର କାର୍ଯ୍ୟକଳାପକୁ ବଢାଇବାରେ ଲାଗିଛି । ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଚୀନ୍ ପ୍ରାୟ ୫୦ ହଜାରରୁ ଅଧିକ ସେନାଙ୍କୁ ନିୟୋଜିତ କରିଛି । ଏହାସହ ଭାରତୀୟ ସୀମା ନିକଟରେ ଡ୍ରୋନ୍ ଉଡୁଥିବାର ମଧ୍ୟ ଦେଖିବାକୁ ମିଳିଛି ।