ସୁନା ଚୋରା କାରବାରରେ ଧରାପଡିଥିବା ଅଭିଯୁକ୍ତ ଇମ୍ଫାଲରୁ ଦିଲ୍ଲୀ ଅଭିମୁଖେ ବାହାରିଲା । ପ୍ରାୟ ୯୦୦ ଗ୍ରାମ ଓଜନର ସୁନା ପେଷ୍ଟକୁ ପେଟ ଭିତରେ ଲୁଚାଇ ନେଇଯାଉଥିଲେ । ଯାଂଚ ସମୟରେ ପେଟ ଭିତରେ ପ୍ରାୟ ୯୦୮.୬୮ ଗ୍ରାମ ଓଜନ ବିଶିଷ୍ଟ ଚାରୋଟି ପ୍ୟାକେଟ୍ ସୁନା ପେଷ୍ଟ ଥିବା ଜାଣିପାରିଥିଲେ ସିଏସ୍ଏଫ୍ ଏବଂ କଷ୍ଟମ୍ ଅଧିକାରୀ ।
ମହାରାଷ୍ଟରେ ସିନେମା ହଲ୍ ଖୋଲିବା ଘୋଷଣା ହେବା ପରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀରେ ଖୁସିର ଲହରୀ ଖେଳି ଯାଇଛି । ଏହି ଘୋଷଣା ହେବା ପରେ ଅନେକ ପ୍ରଡକସନ୍ ହାଉସ୍ ଫିଲ୍ମ ରିଲିଜର ଡେଟ୍ ଘୋଷଣା କରିଥିଲେ । ଏହା ଭିତରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଏକ ଫିଲ୍ମ ଆଗକୁ ନିର୍ମିତ ହେବାକୁ ଯାଉଛି । ସବୁଠୁ ଇଣ୍ଟ୍ରେଷ୍ଟିଙ୍ଗ୍ କଥା ହେଉଛି ଏହି ଫିଲ୍ମରେ ୨ ଜଣ ଅଭିନେତାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ ।
ଇସ୍ତଫା ପରେ ସିଦ୍ଧୁଙ୍କର ପ୍ରଥମ ଭିଡିଓ ବାର୍ତ୍ତା । ପଞ୍ଜାବ କଂଗ୍ରେସର ଅସ୍ଥିରତା ମଧ୍ୟରେ ଆଜି ନବଜୋତ ସିଂ ସିଦ୍ଧୁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂ ସିଦ୍ଧୁଙ୍କର ଏହା ହେଉଛି ପ୍ରଥମ ଭିଡିଓ ବାର୍ତ୍ତା । ଅଧିକାର ଓ ସତ ପାଇଁ ଲଢ଼େଇ ଜାରି ରଖିବା ସହ କୌଣସି ମତେ ବୁଝାମଣା କରିପାରିବେ ନାହିଁ ବୋଲି କହିଛନ୍ତି ସିଦ୍ଧୁ ।
ସିଦ୍ଧୁଙ୍କ ବିଦ୍ରୋହ ଆଗରେ ମୁଣ୍ଡ ନୁଆଁଇବେ ନାହିଁ କଂଗ୍ରେସ ହାଇକମାଣ୍ଡ । ଜରୁରୀ ସ୍ଥିତିରେ ରାଜ୍ୟ କଂଗ୍ରେସକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ । ତେବେ ପଞ୍ଜାବରେ ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ଅଧକ୍ଷ୍ୟ ପଦରୁ ଇସ୍ତଫା ଦେବା ସିଦ୍ଧୁଙ୍କୁ ମହଙ୍ଗା ପଡିପାରେ ।
ନର୍ସଙ୍କ ଅବହେଳା ପାଇଁ ବିପଦରେ ଯୁବକଙ୍କ ଜୀବନ । କରୋନା ଟିକା ଲଗାଇବାକୁ ଯାଇଥିଲେ, କୁକୁର କାମୁଡ଼ା ଟିକା ନେଇ ଫେରିଲେ ଯୁବକ । ମହାରାଷ୍ଟ୍ରର କାଲୱା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଅଭାବନୀୟ ଘଟଣା ଘଟିଛି । କରୋନା ଟିକା ନେବାକୁ ଆସିଥିବା ବ୍ୟକ୍ତିଙ୍କୁ ଆଣ୍ଟି ରେବିଜ ଇଞ୍ଜେକ୍ସନ ଦିଆଯାଇଛି ।
ନିର୍ଜନ ଓ ଶୂନଶାନ ଦ୍ୱୀପରେ ୩୨ ବର୍ଷ । ପାଖରେ ସାଙ୍ଗସାଥୀ, ବନ୍ଧୁପରିଜନ, ପରିବାର ଲୋକ କେହି ନଥିଲେ । ହେଲେ ନିଛାଟିଆ ଦ୍ୱୀପରେ ଶାନ୍ତି ଅନୁଭବ ହେଉଥଇଲା । ମୁକ୍ତ ବିହଙ୍ଗ ପରି ସେ ମନ ଇଚ୍ଛା ଘୁରି ବୁଲୁଥିଲେ । ଜଣେ ଇଟାଲୀୟ ନାଗରିକ ୩୨ ବର୍ଷ ଧରି ଏକ ଦ୍ୱୀପରେ ଏକାକୀ ରହୁଥିଲେ ।
ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ମରାଠୱାଡା ଅଞ୍ଚଳରେ ପ୍ରବଳ ବର୍ଷା, ବନ୍ୟା ଏବଂ ବଜ୍ରପାତ ଯୋଗୁଁ ଅତି କମରେ ୧୩ ଜଣଙ୍କର ଜୀବନ ଯାଇଛି । ତେବେ ୫୬୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF)
ପଞ୍ଜାବ କଂଗ୍ରେସରେ ହଟଚମଟ । ପ୍ରଥମେ ପିସିସି ସଭାପତି ପଦରୁ ଅଚାନକ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ଓ ପରେ ପରେ କୋଷାଧ୍ୟକ୍ଷ ଏବଂ ୨ ନୂଆ ମନ୍ତ୍ରୀ ପଦ ଛାଡିବା ପରେ ରାଜ୍ୟ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି।
ପାର୍ବଣ ବେଳେ ଚଳିବନି ଢିଲାପଣ। କୋଭିଡ୍ ସଂକ୍ରମଣରେ ଚେକ୍ ଦେବାକୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଯଦିଓ ଦେଶରେ ମୋଟ୍ ସଂକ୍ରମଣ ହାର କମୁଛି, ହେଲେ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ।
ମାଟିରେ ମିଶିଲା ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତି । ବେଲୋଚିସ୍ତାନର ଗୁଆଦରରେ କିଛି ମାସ ତଳେ ସ୍ଥାପନ କରାଯାଇଥିବା ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ବିସ୍ଫୋରଣରେ ଉଡ଼ାଇ ଦେଇଛି ବେଲୋଚିସ୍ତାନ ଲିବେରେସନ ଆର୍ମି-BLA ।
ପୁଣି ପାକିସ୍ତାନୀ ଆତଙ୍କୀଙ୍କ ଟାର୍ଗେଟ୍ରେ ଉରି । ୨୦୧୬ ଭଳି ପୁଣି ଏକ ଉରି ଆଟାକ୍ ପାଇଁ ହୋଇଥିଲା ଷଡ଼ଯନ୍ତ୍ର । ସହାୟତା କରିଥିଲା ପାକିସ୍ତାନ ସେନା । ହେଲେ ସବୁ ଆତଙ୍କୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି ଭାରତ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଜାମ୍ମୁ ଓ କାଶ୍ମୀରର ଉରିରୁ ଧରାପଡ଼ିଛି ଲସ୍କର-ଏ-ତୋଇବାର ୧୯ ବର୍ଷୀୟ ଆତଙ୍କବାଦୀ ।
ଏସିଆ ମହାଦେଶର ସବୁଠୁ ଲମ୍ବା ସୁଡ଼ଙ୍ଗ । କାର୍ଗିଲ୍ ସୋନ୍ମାର୍ଗରେ ନିର୍ମାଣାଧୀନ ଜୋଜିଲା ଟନେଲ୍ । ଏଠି ଭୌଗଳିକ ସ୍ଥିତି ଯେତିକି ଜଟିଳ, ପ୍ରତିରକ୍ଷା ଓ ଅର୍ଥନୀତି ଦୃଷ୍ଟିରୁ ସେତିକି ଗୁରୁତ୍ୱପୂର୍ଣ୍ଣ ।
ଶ୍ରୀନଗରରୁ ଲେହକୁ ଫିଟିବ ବାର ମାସିଆ ରାସ୍ତା। ଖୁବ୍ ଶୀଘ୍ର ଯାତାୟତା ଯୋଗ୍ୟ ହେବ ଜୋଜିଲା ଟନେଲ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଆଜି ଜେଡ୍-ମୋଡ୍ ଓ ଜୋଜିଲା ମୁଖ୍ୟ ଟନେଲ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି
ଆକସ୍ମିକ ଭାବରେ ବଢିବାରେ ଲାଗିଛି ରିଲାଏନ୍ସ ସେୟାର। ସପ୍ତାହର ଦ୍ୱିତୀୟ ଦିନରେ ରେଡ ମାର୍କରେ ସେୟାର ମାର୍କେଟ ୬୦ ହଜାରରୁ କମ୍ ବନ୍ଦ ହୋଇଯାଇଥିଲା। ଏହା ସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାରଗୁଡିକ ଆଜି ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ପ୍ରାୟ ୧ ପ୍ରତିଶତ ଲାଭ ସହିତ ୨୫୪୮.୦୫ ଟଙ୍କା ରେକର୍ଡରେ ବନ୍ଦ ହୋଇଛି।
ସାଧାରଣ ଲୋକ ଭାବନ୍ତି ଯେ ନାସାର ଅଭିଯାନ କେବଳ ମହାକାଶ ଅନୁସନ୍ଧାନ ପାଇଁ ସୀମିତ। ଏହା ସତ୍ୟ ଯେ ଆମେରିକାର ସମସ୍ତ ଉପଗ୍ରହକୁ ମହାକାଶକୁ ଆଣିବାର କାର୍ଯ୍ୟ ନାସା ଦ୍ୱାରା କରାଯାଇଛି, କିନ୍ତୁ ନାସାର ଅନେକ ଅଭିଯାନ ମଧ୍ୟ ପୃଥିବୀ ଉପରେ ନଜର ରଖିଥାଏ। ସୋମବାର ନାସା ମହାକାଶକୁ ଏକ ଶକ୍ତିଶାଳୀ ଏବଂ ଉନ୍ନତ ଉପଗ୍ରହ ପଠାଇଛି, ଯାହାର କାମ ହେଉଛି ପୃଥିବୀ ଉପରେ ନଜର ରଖିବା।
ଦିଲ୍ଲୀ ସରକାରଙ୍କ ଦ୍ୱାରା ରାଜଧାନୀ ଦିଲ୍ଲୀ ପାଇଁ ଏକ ନୂତନ ଏକ୍ସାଇଜ୍ ନିୟମ ଲାଗୁ କରାଯାଇଛି। ଏହି ନିୟମ ଲାଗୁ ହେବା ପରେ ମଦ ବ୍ୟବସାୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅକ୍ଟୋବର ୧ ରୁ ସମସ୍ତ ଘରୋଇ ମଦ ଦୋକାନ ବନ୍ଦ କରାଯାଇଥିବା ବେଳେ କେବଳ ସରକାରୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଅର୍ଥାତ୍ ଆଗାମୀ ଦିନରେ ଦିଲ୍ଲୀରେ ମଦ୍ୟପାନର ଘୋର ଅଭାବ ଦେଖାଯିବାର ସମ୍ଭାବନା ମଧ୍ୟ ରହିଛି।
ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ୍। ସିଦ୍ଧୁଙ୍କ ଇସ୍ତଫା ପରେ ସରଗରମ ରାଜ୍ୟ ରାଜନୀତି। ଦାୟିତ୍ୱ ନେବାର ମାତ୍ର ୭୨ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅରବିନ୍ଦ କେଜ୍ରିୱାଲ୍ଙ୍କ ମନ୍ତବ୍ୟ ଏବେ ଟ୍ୱିଷ୍ଟ ଆଣିଛି। କୁହାଯାଉଛି ଗତକାଲି ଆପ୍ କିଛି ବଡ଼ ଘୋଷଣା କରିପାରେ। ତେଣୁ ସିଦ୍ଧୁ ଆପ୍ରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି।
ପ୍ରାୟ ଏକ ସପ୍ତାହ ପୂର୍ବରୁ ସଦର ତହସିଲ ଅନ୍ତର୍ଗତ ଡାକଶିରାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ପାଞ୍ଚ ବର୍ଷ ପୂର୍ବେ ପଡିଥିବା ଏକ ଅସ୍ୱସ୍ଥ ଗଛକୁ ବ୍ୟବସାୟୀ ଖଣ୍ଡ ଖଣ୍ଡ କରି କାଟି ଘରକୁ ନେଇ ଯାଇଥିଲେ। ତେବେ ବର୍ତ୍ତମାନ ଏହି ଗଛ ସହ ଯାହା ଘଟିଛି ତାହା ଅବିଶ୍ୱସନୀୟ। ଏବେ ଏହି ଗଛ ସମ୍ପୂର୍ଣ୍ଣ ଛିଡା ହୋଇଥିବା ଦେଖାଯାଉଛି। ଏହି କଥା ସମଗ୍ର ଅଞ୍ଚଳରେ ଜଙ୍ଗଲୀ ନିଆଁ ପରି ବ୍ୟାପିବାରେ ଲାଗିଛି।
ପାଣିରେ ଭାସିଗଲା ବସ୍ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ନାଗପୁର ଅଂଚଳର ଏହି ଘଟଣା ସ୍ଥାନୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନାନ୍ଦେଡ-ନାଗପୁର ରାସ୍ତାରେ ୬ ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଯାଉଥିଲା ।
ଆମେରିକାରେ ମାତ୍ର ଛଅ ମାସର ଶିଶୁ ୱାଟର ସ୍କିଙ୍ଗରେ ବିଶ୍ୱ ରେକର୍ଡ କରିଛି। ସୋସିଆଲ ମିଡିଆରେ ଏହି ଶିଶୁର ଭିଡିଓ ଦିନକୁ ଦିନ ବେଶ ଭାଇରାଲ ହେବାରେ ଲାଗିଛି। ଆମେରିକାର ଉଟାହ୍ ରାଜ୍ୟର ପାୱେଲ୍ ହ୍ରଦରେ ୬ ମାସର ରିଚ୍ ହମ୍ଫ୍ରିଜ୍କୁ ୱାଟର ସ୍କିଙ୍ଗ୍ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ସାରା ବିଶ୍ୱରେ ଶିଶୁଟିର ସାହାସିକତାକୁ ବେଶ ପ୍ରଶଂସା କରାଯାଇଛି।
କିଛିଦିନ ପୂର୍ବରୁ ଇଣ୍ଟରନେଟ୍ରେ ଜଣେ ବାଳକ ଏମିତି ଧମାଲ କଲେ ଯେ ଯାହାଙ୍କ ଚର୍ଚ୍ଚା ସାରା ଦୁନିଆରେ ହୋଇଥିଲା। ଆପଣମାନେ ମଧ୍ୟ ଅନୁମାନ ଲଗେଇ ସାରିବେଣି ଯେ ଆମେ ସେହି ଭାଇରାଲ୍ ବୟ ସହଦେବଙ୍କ କଥା କହୁଛୁ, ଯାହାଙ୍କର ଗାଇବାର ଷ୍ଟାଇଲ୍ରେ ପୂରା ସୋସିଆଲ୍ ମିଡିଆ ଫିଦା ହୋଇଯାଇଥିଲା। ବର୍ତ୍ତମାନ ପୁଣି ଏକ ନୂଆ ଆଇଟମ୍ ସହ ସହଦେବ ଚର୍ଚ୍ଚାକୁ ଆସିଛନ୍ତି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡ଼ିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ମୋଦି ବାଇଡ଼େନଙ୍କୁ ଭେଟିଥିଲେ
BECIL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ। ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ ବା BECILରେ ଚାକିରି କରିବାର ସୁଯୋଗ ନିଅନ୍ତୁ । ଏହା ଅଧିନରେ ଡାଟା ଏଣ୍ଟ୍ରି ଅପରେଟର, ସୁପରଭାଇଜର ସମେତ ଅନେକ ପଦବୀ ପାଇଁ ଆବେଦନ କରିପାରିବେ । ତେବେ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅକ୍ଟୋବର ୭ ପର୍ଯ୍ୟନ୍ତ ଖାଲି ପଡିଥିବା ପଦବୀ ପାଇଁ ଆବେଦନ କରିପାରିବେ।
ଅପେକ୍ଷାର ହେଲା ଅନ୍ତ, ଶେଷରେ କଂଗ୍ରେସରେ ଯୋଗଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ । ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଯୋଗଦେବା ନେଇ ସୂଚନା ମିଳିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଏହି ଦୁଇ ନେତା।
ବଲିଉଡ୍ର ଚକୋଲେଟ୍ ବୟ ଶାହିଦ କପୁରଙ୍କ ହାସ୍ୟାତ୍ମକ କଥା ସମସ୍ତଙ୍କୁ ପ୍ରଭାବିତ କରିଥାଏ। ନିକଟରେ ପତ୍ନୀ ଓ ପିଲାଙ୍କୁ ନେଇ ଜଣେ ପ୍ରଶଂସଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନକୁ ନେଇ ଶାହିଦ ଏକ ମଜ୍ଜାଦାର ଉତ୍ତର ଦେଇଛନ୍ତି। ଏହା ସହିତ ପୁନର୍ବାର ଶାହିଦଙ୍କ ଫନୀ ଡ୍ୟାନ୍ସ ଭିଡିଓ ମଧ୍ୟ ଲୋକଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଶେୟାର କରି ଶାହିଦ ନିଜକୁ ଖୁସୀ କରିବାକୁ ଚେଷ୍ଟା କରିଛନ୍ତି।