ଗୋଟିଏ ପଟେ ପଞ୍ଜାବ ସଂକଟକୁ ନେଇ କଂଗ୍ରେସ ସ୍ଥିତି ଟଳମଳ ଥିବା ବେଳେ, ଏପଟେ ଦଳୀୟ ନେତୃତ୍ୱ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ୍। ଆଜି ପୁଣି ସେହି ପୁରୁଣା ପ୍ରସଙ୍ଗ ଅର୍ଥାତ୍ ସାଂଗଠନିକ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବା ସହ, ବିଭିନ୍ନ ରାଜ୍ୟର ବହୁ ବଡ଼ ବଡ଼ ନେତା କାହିଁକି କଂଗ୍ରେସ ଛାଡ଼ୁଛନ୍ତି, ତାହା ଦଳ ମଧ୍ୟ ନିଜ ଆଡ଼ୁ ଚିନ୍ତା କରିବା ଦରକାର ବୋଲି କହିଛନ୍ତି।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଅମିତ ଶାହାଙ୍କୁ ଭେଟିବା ପରେ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଶାହାଙ୍କୁ ଭେଟିବା ପୂର୍ବରୁ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତ ନେଇ ଅନେକ କିଛି କୁହାଯାଉଛି।
କାନାଡାର ଟରୋଣ୍ଟୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ନିକଟରେ ଏକ ସନ୍ଦିଗ୍ଧ ସୁଟକେସ ଥିବାର ଖବର ମିଳିଥିଲା। ଏହି ସୁଟକେସରେ ଏକ ବୋମା ରଖାଯଇଥିବାର ସୂଚନା ମିଳିଥିଲା। ତା’ପରେ ସେହି ପ୍ୟାକେଜ୍କୁ ସହର ଠାରୁ ଦୂରକୁ ନିଆଯାଇ ଡିଫ୍ୟୁଜ୍ କରି ଦିଆଯାଇଥିଲା। ବୋମା ରଖିବା ଅଭିଯୋଗରେ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
ବାଘମ୍ବରୀ ମଠାଧିଶ ମହନ୍ତ ନରେନ୍ଦ୍ର ଗିରିଙ୍କ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି। ମହନ୍ତ ମହାରାଜ ବାଲେଶ୍ୱର ଜିଲ୍ଲାର ବୋଲି ଦାବି ହୋଇଛି । ନରେନ୍ଦ୍ର ଗିରି ଜଣେ ଓଡିଆ, ଭୋଗରାଇ ବ୍ଲକ୍ ପାଣିଷଣ୍ଡା ଗାଁରେ ତାଙ୍କ ଜନ୍ମ । ଗାଁର ଲକ୍ଷ୍ମୀକାନ୍ତ ଗିରି ଓ ତାଙ୍କ ପରିବାର ଏହି ଦାବି କରିଛନ୍ତ। ସନାତନ ଗିରିଙ୍କ ଛଅ ପୁଅ-ଝିଅଙ୍କ ମଧ୍ୟରେ ନରେନ୍ଦ୍ର ଗିରି ଥିଲେ ବଡ଼ । ସେ ୫୨ ବର୍ଷ ତଳେ ପରିବାର ଓ ଘର ଛାଡ଼ିଥିଲେ। ହେଲେ କିଛି ବର୍ଷ ତଳେ ସେ ବାଲେଶ୍ୱର ଆସି ପରିବାରଲୋକଙ୍କ ସହ କଥା ହୋଇଥିଲେ।
ଆସନ୍ତାକାଲିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ପିଙ୍କ ଟେଷ୍ଟ । ଗୋଲ୍ଡକୋଷ୍ଟର କାରାରାରେ ଖେଳାଯିବ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଆପଣ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ବେକାର ଯୁବକ ଯୁବତୀଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । SBI ପକ୍ଷରୁ କଷ୍ଟର ସପୋର୍ଟ ଏଜକ୍ୟୁଟିଭ୍ ପଦବୀ ସହିତ ଅନ୍ୟାନ ପଦବୀ ଖାଲି ପଡିଛି । ଏହି ପଦବୀ ଗୁଡିକ ପାଇଁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ମାନେ ଆବେଦନ କରିପାରିବେ ।
କୋଟିଆରେ ଓଡ଼ିଆ ବୋର୍ଡକୁ ଲିଭାଇଲେ ଦୁବୃର୍ତ୍ତ। ପଡ଼ୋଶୀ ଆନ୍ଧ୍ରପ୍ରଦେଶର କିଛି ଦୁବୃର୍ତ୍ତ କୋଟିଆର ନେରେଡିବାଲସାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି । ଗତ ଉତ୍କଳ ଦିବସରେ କୋଟିଆର ବିଭିନ୍ନ ଗାଁରେ ସୂଚନା ଫଳକ ଓ ଉନ୍ନୟନମୂଳକ କାର୍ଯ୍ୟର ଫଳକ ଲଗାଯାଇଥିଲା। ଓଡ଼ିଆରେ ଏସବୁ ଫଳକ ଲାଗିଥିଲା। ହେଲେ ଗୁଲାବ ବାତ୍ୟା ସମୟରେ କୋଟିଆ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏଭଳି କରାଯାଇଛି
ଚୀନ୍ରେ ବଡ଼ ଧରଣର ବିଜୁଳି ସଂକଟ । ଅନେକ ରାଜ୍ୟରେ ଲୋକେ କେବଳ ଯେ, ଅନ୍ଧାରରେ ରାତି କାଟିଛନ୍ତି ତାହା ନୁହେଁ ବରଂ ଆର୍ଥିକ ଗତିବିଧି ଠପ୍ ହୋଇଯିବାରୁ ଏହାର ବଡ଼ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡ଼ିଛି ।
ବିଗ୍ ବସ୍ ଓଟିଟି ୱିନର୍ ଦିବ୍ୟା ଅଗ୍ରୱାଲ୍ ଆଜିକାଲି ତାଙ୍କ ବିଜୟ ଉତ୍ସବରେ ମଜ୍ଜି ଅଛନ୍ତି। ସାଙ୍ଗମାନଙ୍କ ସହିତ ସେଲିବ୍ରେସନ୍ ଠାରୁ ଆରମ୍ଭ କରି ଫଟୋସୁଟ୍ ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଫଟୋ ଶେୟାର କରୁଛନ୍ତି। ନିକଟରେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏଥିରେ ତାଙ୍କର ବାର୍ଦ୍ଧକ୍ୟର ରୂପ ଦେଖିବାକୁ ମିଳୁଛି।
ଉଗ୍ର ହେବାରେ ଲାଗିଛି ତାଲିବାନ। ଶାସନ କ୍ଷମତାକୁ ଫେରିବା ପରେ ମନଇଚ୍ଛା କାମ କରୁଛନ୍ତି ତାଲିବାନ ନେତା। କିନ୍ତୁ ଏବେ ଗୋଟିଏ ପରେ ଗୋଟିଏ ବର୍ବରତାର କାହାଣୀ ସାମ୍ନାକୁ ଆସୁଛି ଯାହାକୁ ନେଇ ବିଶ୍ୱ ଚିନ୍ତା ପ୍ରକାଶ କରିଛି। ପୂର୍ବରୁ ଏମାନଙ୍କ ଆକ୍ରୋଷର ଶିକାର ହେଉଥିଲେ ପୁରୁଷ ଓ ମହିଳା
ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସ ଦଳର କନ୍ଦଳ। ଦଳରେ କେହି ସଭାପତି ନାହାନ୍ତି, କିଏ ନିଷ୍ପତ୍ତି ନେଉଛି କିଛି ଜଣାପଡୁନି । ତୁରନ୍ତ ଏକ ସାଂଗଠନିକ ପରିବର୍ତ୍ତନ ଆବଶ୍ୟକ । କାହିଁକି ବଡ଼ ବଡ଼ ନେତା ଦଳ ଛାଡୁଛନ୍ତି? ଏନେଇ ପ୍ରଶ୍ନ ପଚାରିଲେ ସିବଲ
ଯୋଗ ଦ୍ୱାରା ବହୁ ରୋଗର ଉପସମ ହୋଇଥାଏ । ବର୍ତ୍ତମାନ ଏହି କରୋନାର ମହାମାରୀ ସମୟରେ ଶରୀର ପାଇଁ ଯୋଗ ବହୁତ ଲାଭଦାୟକ ଅଟେ । ଯୋଗାସନ ଦ୍ୱାରା ଆମ ଶରୀରର ଅମ୍ଳଜାନ ସ୍ତର ଠିକ ରହିବା ସହିତ ଗୋଟିଏ ସୁସ୍ଥ ଶରୀର ମଧ୍ୟ ମିଳିପାରିବ । ଆସନ୍ତୁ ଜାଣିବା ବିଭିନ୍ନ ଯୋଗାସନ ବିଷୟରେ ।
ବଲିଉଡ୍ ସେଲିବ୍ରିଟିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ମାଲଦ୍ୱୀପରେ ଛୁଟି କାଟୁଛନ୍ତି ସବୁଠାରୁ ସୁନ୍ଦରୀ ଓ ପ୍ରତିଭାବାନ ଅଭିନେତ୍ରୀ ପରିଣୀତି ଚୋପ୍ରା। ସେ ସେଠାରୁ ଗୋଟିଏ ପରେ ଗୋଟିଏ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରି ଚାଲିଛନ୍ତି। କେଉଁଠି ସେ ବୋଲ୍ଡ ଲାଗୁଛନ୍ତି ତ ପୁଣି କେଉଁଠି ସେକ୍ସୀ। ଏବେ ଏହି ଅଭିନେତ୍ରୀ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସମୁଦ୍ର ଭିତରେ ମାଛମାନଙ୍କ ସହିତ ପହଁରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଏହାକୁ ପରିଣୀତିଙ୍କର ପ୍ରଶଂସକମାନେ ଖୁବ ପସନ୍ଦ କରୁଥିବା ଦେଖାଯାଏ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜଲି ଗ୍ରାଣ୍ଟ ବିମାନବନ୍ଦର ଟର୍ମିନାଲକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି।
ଚିଠିରେ ତାଲିବାନୀମନ୍ତ୍ରୀ କହିଛନ୍ତି, ନୂଆ ସରକାର ଗଠନ ହେବା ପରେ ଆଫଗାନିସ୍ତାନରେ ରାଜସ୍ୱ ସଂକଟ ଦେଖାଦେଇଛି। ଏହାସହ ଆମେରିକା ସୈନ୍ୟ ମଧ୍ୟ କାବୁଲ ଏୟାରପୋର୍ଟରେ ଅନେକ କ୍ଷୟକ୍ଷତି କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ କତାର ବୈଷୟିକ ଟିମ୍ ସହାୟତାରେ ବିମାନ ବନ୍ଦର ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି। ଏନେଇ ସେପ୍ଟେମ୍ବର ୬ରେ ବିଧିବଦ୍ଧ ନୋଟିସ୍ ମଧ୍ୟ ହୋଇଛି।
ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୧୮ ହଜାର ୮୭୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୩ ଶହରୁ ଅଧିକ ଲୋକଙ୍କ ପ୍ରାଣ ନେଇଛି ମହାମାରୀ
ଅକ୍ଟୋବର ୧ରୁ ସରକାରୀ କ୍ଷେତ୍ରରେ ଅନେକ ନୂଆ ନିୟମ ସାମ୍ନାକୁ ଆସିବାକୁ ଯାଉଛି। ଏହି ନିୟମ ଲୋକଙ୍କର ଦୈନନ୍ଦୀନ ଜୀବନକୁ ପ୍ରଭାବିତ କରିପାରେ। ଏଥିରେ ଭତ୍ତା ନିୟମ ଠାରୁ ଆରମ୍ଭ କରି ବ୍ୟାଙ୍କ୍ ଚେକ୍ ବୁକ୍ ପର୍ଯ୍ୟନ୍ତ ରହିଛି। ତେବେ ଏହି ସବୁ ନୀତି ନିୟମ ବିଷୟରେ ଅବଗତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ପାକିସ୍ତାନର ଦୋମୁହାଁ ନୀତିକୁ ପସନ୍ଦ କରୁନି ନୂଆ ଆଫଗାନ୍ ସରକାର । ତେଣୁ ପାକିସ୍ତାନର ପ୍ରକୃତି ଉପରେ ପ୍ରଶ୍ନ ଉଠାଇଲା ତାଲିବାନ୍ । ଧୋକାବାଜ୍ ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି ତାଲିବାନୀ ନେତା । ଏକ ମାସ ମଧ୍ୟରେ ତାଲିବାନ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କରେ ଅନେକ ନୂଆ ମୋଡ଼ ଆସିଛି ।
ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା। କିପରି ଆତଙ୍କବାଦୀଙ୍କୁ ପୃଷ୍ଟପୋଷକତା ଦେଉଛି ପାକ୍ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେରରୁ ଧରାପଡ଼ିଥିବା ୧୯ ବର୍ଷିୟ ଆତଙ୍କବାଦୀ ଅଲି ବାବର।
ବୁଧବାର ଅର୍ଥାତ୍ ସେପ୍ଟେମ୍ବର ୨୯, ୨୦୨୧ରେ ପୁଣି ବଢିଛି ସୁନା ଦର । ଅଳ୍ପ ହେଲେ ବି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ତେବେ ରୂପା ଦରରେ ସାମାନ୍ୟ ହ୍ରାସ ଘଟିଥିବା ପରିଲକ୍ଷିତ ହୋଇଛି।
କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ମଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ରାଜନୀତି ମହଲକୁ ସରଗରମ କରିଦେଇଛନ୍ତି। ତେବେ ଏବେ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠୁଛି ଯେ କଂଗ୍ରେସରୁ ଇସ୍ତଫା ଦେବା ପରେ ସିଦ୍ଧୁ ପୁଣି ଥରେ ‘ଦ କପିଲ ଶର୍ମା ଶୋ’ କୁ ଫେରିବେ ନାହିଁ ତ? ଯଦି ଏହା ହୁଏ ତେବେ ବର୍ତ୍ତମାନ ଶୋ’ର ଜଜ୍ ଥିବା ଅର୍ଚ୍ଚନା ପୂରନ ସିଂହଙ୍କର କ’ଣ ହେବ? ସେ କ’ଣ ଗାଦୀ ଛାଡିଦେବେ? ସିଦ୍ଧୁଙ୍କ ଇସ୍ତଫା ପରେ ସୋସିଆଲ୍ ମିଡିଆରେ ଉଭୟଙ୍କ ମିମ୍ସ ଭାଇରାଲ ହେଉଛି।
ବାଗମ୍ବରୀ ମଠକୁ ମିଳିଲା ଉତ୍ତରାଧିକାରୀ । ଅଖିଳ ଭାରତୀୟ ଅଖାଡ଼ା ପରିଷଦର ସଭାପତି ଥିବା ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ ନେଇ ନିଷ୍ପତ୍ତି ହୋଇଛି । ମହନ୍ତଙ୍କ ଇଚ୍ଛାପତ୍ର ଆଧାରରେ ବଲବୀର ଗିରିଙ୍କୁ ଉତ୍ତରାଧିକାରୀ ଦାୟିତ୍ୱ ଦିଆଯାଇଛି । ଶିଷ୍ୟ ବଲବୀର ଗିରିଙ୍କୁ ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ କରାଯିବା ନିଷ୍ପତ୍ତି ଉପରେ ମୋହର ଲାଗିଛି
ଚୀନ୍ରେ ବଡ଼ ଧରଣର ବିଦ୍ୟୁତ୍ ସଙ୍କଟ। ଚୀନ୍ରେ ବିଦ୍ୟୁତ୍ ସଙ୍କଟ ସ୍ଥିତି ଏମିତି ହୋଇଛି ଯେ, ଚୀନ୍ ସରକାର ଅନେକ ପ୍ରାନ୍ତରେ ଥିବା କମ୍ପାନୀମାନଙ୍କୁ ଉତ୍ପାଦନ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଏପରି କଲେ କମ୍ ବିଦ୍ୟୁତ୍ ଖର୍ଚ୍ଚ ହେବ। କେବଳ କମ୍ପାନୀ କାହିଁକି, ଏସବୁ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମଧ୍ୟ କମ୍ ବିଦ୍ୟୁତ୍ ବ୍ୟବହାର କରିବାକୁ ସରକାର କହିଛନ୍ତି।
ବାସ୍ତୁ ବା ଜୋତିଷ ଶାସ୍ତ୍ର ଅନୁଯାୟୀ ଦାନ କରିବାର ଏକ ନିୟମ ଓ ପଦ୍ଧତି ରହିଛି । ଏପରି କରିବା ଦ୍ୱାରା ପୁଣ୍ୟ ଓ ଶୁଭ ଫଳ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଦାନ କରିବାର ନିୟମ । କିଛି ଜିନିଷ ସୂର୍ଯ୍ୟାସ୍ତ ପରେ କେବେବି ଦାନ କରାଯିବା ଉଚିତ୍ ନୁହେଁ । ଅନ୍ୟଥା, ଘରେ ସୁଖ ଏବଂ ସମୃଦ୍ଧି ଆସିବା ପରିବର୍ତ୍ତେ ଦେବା-ଦେବୀଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିପାରେ ।
ବୋର୍ଡିଂ ସ୍କୁଲରେ କରୋନା କହର । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଶ୍ରୀ ଚୈତନ୍ୟ ଶିକ୍ଷାନୁଷ୍ଠାନରେ ୬୦ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ସନ୍ଧ୍ୟାରେ ସଂପୃକ୍ତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ବାନ୍ତି ହେଉଥିବା କହିଥିଲେ । ତା’ପରେ ତୁରନ୍ତ ଛାତ୍ରଙ୍କର ନମୁନା ପରୀକ୍ଷା କରାଯାଇଥିଲେ ।