ଆଜି ପୁଣି ବଢିଲା ସୁନା ଦର। MCX ରେ, ଡିସେମ୍ବରରେ ସୁନା ଫ୍ୟୁଚର ୦.୩୮ ପ୍ରତିଶତ ବୃଦ୍ଧି ପାଇ ସୁନା ୪୫,୯୪୨ ଥିବାବେଳେ ରୂପା ହାର ୦.୧୮ ପ୍ରତିଶତ ବୃଦ୍ଧି ହୋଇ ୫୮,୪୯୦ କିଲୋଗ୍ରାମ ପ୍ରତି ଦର ରହିଛି। ତେବେ ରୂପା ପାଖାପାଖି ୨ ହଜାର ଟଙ୍କା ଏହାରି ମଧ୍ୟରେ ହ୍ରାସ ହୋଇଛି।
ପଞ୍ଜାବରେ କଂଗ୍ରେସ ମତଭେଦ ମଧ୍ୟରେ ସ୍ଥିତି ପୁଣି ଥରେ ସ୍ୱାଭାବିକ ହେବା ଭଳି ମନେ ହେଉଛି । ଦଳର ନେତା ରାହୁଲ ଗାନ୍ଧୀଙ୍କ ବୈଠକ ଖବର ମଧ୍ୟରେ ଗୁରୁବାର ଦିନ ଅପରାହ୍ନ ୩ ଟାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭେଟିବେ । ସିଦ୍ଧୁ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଶହୀଦ୍ଙ୍କ ନାଁରେ ହେଲା ସରକାରୀ ସ୍କୁଲର ନାମ। ଜାମ୍ମୁକାଶ୍ମୀରରେ ଥିବା ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯାଇ ଶହୀଦଙ୍କ ନାମ ରଖିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜାମ୍ମୁକାଶ୍ମୀର ସୀମାନ୍ତ ଜିଲ୍ଲା ସାମ୍ୱା ଗାଁର ସାଙ୍ଗୱାଲିରେ ଥିବା ସରକାରୀ ମିଡିଲ୍ ସ୍କୁଲ୍ର ନାମ କୁ ପରିବର୍ତ୍ତନ କରାଯାଇ ସୁଶିଲ ଖଜୁରିଆଙ୍କ (Kirti Chakra awardee martyr Lieutenant Sushil Khajuria) ନାମରେ ନାମିତ କରାଯାଇଛି ।
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ୨୩,୫୨୯ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାମାରୀ ୩୧୧ ଜଣଙ୍କ ନେଇଛି ପ୍ରାଣ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୭,୩୯,୯୮୦ରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪,୪୮,୦୬୨ରେ ପହଞ୍ଚିଛି।
ରୋଚକ ହେବାରେ ଲାଗିଛି ପଞ୍ଜାବ ରାଜନୀତି। ଗୋଟିଏ ପଟେ ସିଦ୍ଧୁ ପିସିସି ଚୌକି ଛାଡ଼ିଥିବା ବେଳେ ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ତେବେ ଗତକାଲି ଅମରିନ୍ଦର ସିଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି
ତାଜମହଲର ନିଷେଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ପ୍ରେମର ପ୍ରତୀକର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି । ମେହେତାବ୍ ବାଗ ନିକଟରେ ଏଡିଏର ତାଜ ଭ୍ୟୁ ପଏଣ୍ଟରୁ ଡ୍ରୋନ୍ ଉଡାଣ ହୋଇଥିବା ସୂଚନା ମିଳିଛି । ତାଜମହଲର ୫୦୦ ମିଟର ପରିଧିରେ ଆସେ ଏହି ଅଞ୍ଚଳ । ଏଠାରେ ଡ୍ରୋନ୍ ଉଡ଼ାଣ ନିସେଦ୍ଧ ।
ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ । ଏପରି ନୂଆ ନିୟମ ବାହାର କରି ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍ । ଆଫଗାନିସ୍ତାନ ଦଖଲ ପରଠାରୁ ହିଁ ତାଲିବାନ ମହିଳାଙ୍କ ପାଇଁ ଗୋଟେ ପରେ ଗୋଟେ ନୂଆ ନିୟମ ବାହାର କରିବାରେ ଲାଗିଛି । ଯାହାପରେ ମହିଳାଙ୍କ ପାଇଁ ତାଲିବାନ୍ ଏବେ ପୁଣି ନୂଆ ନିୟମ ବାହାର କରିଛି ।
ବାଘ ପଞ୍ଛାରୁ ମୁକୁଳିଲା କୁନି ପୁଅ । ମୃତ୍ୟୁ ମୁହଁରୁ ହାତ ଭରି ଛଡ଼ାଇ ଆଣିଲେ ଆଉ ପୁତୁରାକୁ ନୂଆ ଜୀବନ ଦେଲେ କାକା । ମୁମ୍ବାଇର ଆରେ ଜଙ୍ଗଲ ଅଞ୍ଚଳରେ ୨୫ ବର୍ଷ ବୟସ୍କ କକାଙ୍କ ପାଇଁ ୪ ବର୍ଷିୟ କୋମଳମତି ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛି । ପାଟିରେ କାମୁଡ଼ି ପଳାଇ ଯାଉଥିବା ବେଳେ କଲରାପତରିଆ ବାଘକୁ ଗୋଡ଼ାଇ ଗୋଡ଼ାଇ ପୁତୁରାକୁ ଉଦ୍ଧାର କରିଛନ୍ତି
ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ବା ପିଏମ୍-ପୋଷଣର ଘୋଷଣା କରିଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି
ବାତ୍ୟା ‘ଗୁଲାବ’ ପରେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ଯାହାର ନାଁ ‘ଶାହିନ୍’ ରଖାଯାଇଛି। ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଉତ୍ତର ପୂର୍ବ ଆରବ ସାଗରରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି।
ପୁଣି ବଢ଼ିଲା ତେଲ ଦର । ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ଓଏଲ୍ ମାର୍କେଟିଂ କମ୍ପାନୀ ଗୁଡିକ ଘରୋଇ କମ୍ପାନୀରେ ମଧ୍ୟ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖାଯାଇଛି । ପେଟ୍ରୋଲ ଦର ଲିଟର ପିଛା ଆଜି ୨୪ ରୁ ୨୫ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ୍ ଦରରେ ୩୦ରୁ ୩୨ ପଇସା ବୃଦ୍ଧି ପାଇଛି । ଗତକାଲି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୦.୫୭ ପ୍ରତିଶତ ହ୍ରାସ ପାଇ ୭୭.୯୦ ଡଲାରର ହୋଇଥିଲା
ପଞ୍ଜାବ କଂଗ୍ରେସରେ ସଙ୍କଟ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗତକାଲି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ରାଜନୈତିକ କରିଡରରେ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। ପଞ୍ଜାବରେ ଏକ ବଡ ଶିଖ ଚେହେରା ଖୋଜୁଥିବା ବିଜେପି ବର୍ତ୍ତମାନ କ୍ୟାପଟେନ ଅମରିନ୍ଦର ସିଂଙ୍କ ଉପରେ ବାଜି ଲଗାଇପାରେ ବୋଲି ଶୁଣିବାକୁ ମିଳୁଛି
ତେବେ ଭୋଟିଂ ଆରମ୍ଭରୁ ହିଁ ଭବାନୀପୁରରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପିର ପ୍ରିୟଙ୍କା ଟିବରେୱାଲ ଟିଏମସି ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିଧାୟକ ମଦନ ମିତ୍ର ଭୋଟିଂ ମେସିନକୁ ଜବରଦସ୍ତ ବନ୍ଦ କରିଦେଇଛନ୍ତି, ବୁଥ କ୍ୟାପଚର୍ କରିବାକୁ ପାଇଁ ଉଦ୍ୟମ କରାଯାଉଛି । କାରଣ ଲୋକମାନେ ଭୋଟ୍ ଦେଲେ, ସେମାନଙ୍କ ଇଚ୍ଛା ଅନୁସାରେ ଫଳାଫଳ ମିଳିବ ନାହିଁ ।
ମୋବାଇଲ ଗେମ୍ ପାଇଁ ପାଗଳ ଥିଲେ ବାପାମା’, ଚାଲିଗଲା କୋମଳମତିର ଜୀବନ । ଶିଶୁ କନ୍ୟା ପାଇଁ କାଳ ସାଜିଲା ମାବାପାଙ୍କ ମୋବାଇଲ୍ ଗେମ୍ ନିଶା । ବାପାମା’ ଟିଭି ଦେଖିବା ଏବଂ ମୋବାଇଲରେ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ ୧୯ ମାସର ଶିଶୁ ମରିପଡ଼ିଥିଲା, କିନ୍ତୁ ତାଙ୍କୁ ଜଣାନଥିଲା ।
ଲିଙ୍କନଶିୟର୍ ଫୁଡ କମ୍ପାନୀ ତରଫରୁ କର୍ମଚାରୀ ମାନଙ୍କୁ ଏକ ବଡ ଅଫର୍ ଦିଆଯାଇଛି। ଏହି ଅଫର ଅନୁଯାୟୀ କର୍ମଚାରୀ ମାନେ ବିପୁଳ ପରିମାଣରେ ଅର୍ଥରାଶି ରୋଜଗାର କରିପାରିବେ। ଫାର୍ମିଙ୍ଗ୍ ଗ୍ରୁପ ଟିଏଚ୍ କ୍ଲେମେଣ୍ଟ୍ସ କର୍ମଚାରୀଙ୍କ ପାଇଁ ଘଣ୍ଟା ପ୍ରତି ୩୦ ପାଉଣ୍ତ ଅର୍ଥରାଶିର ଘୋଷଣା କରିଛନ୍ତି। ଅର୍ଥାତ କର୍ମଚାରୀଙ୍କୁ ମାସକୁ ୬୨,୦୦୦ ପାଉଣ୍ତ ମଜୁରି ମିଳିବ।
କଂଗ୍ରେସ ନେତୃତ୍ୱକୁ କପିଲ ସିବଲଙ୍କ ଟାର୍ଗେଟ୍ । ପରେ ତାଙ୍କ ବାସଭବନ ଆଗରେ ଜୋରଦାର ବିରୋଧ କରାଯାଇଛି। ସିବଲଙ୍କ ଦିଲ୍ଲୀସ୍ଥିତ ବାସଭବନ ଆଗରେ ଗାନ୍ଧି ପରିବାର ସମର୍ଥକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ବିକ୍ଷୋଭ ଓ ନାରାବାଜି କରିଥିଲେ
କରୋନା ମହାମାରୀ ତ ମଣିଷ ପାଇଁ କାଳ ହୋଇଛି, ତେବେ କରୋନା ଏକା ଆସିନାହିଁ ଏହାର ପ୍ରଭାବରେ ହୃଦଘାତ, ମଧୁମେହ, ଉଚ୍ଚ ରକ୍ତଚାପ ଓ ଶ୍ୱାସ ଭଳି ନନ୍ କମୁନିକେବଲ ଡିଜିଜ୍ ବି ବଢିବାରେ ଲାଗିଛି। ତେବେ ଚିନ୍ତା ବଢାଇଛି ଅଧିକରୁ ଅଧିକ ଯୁବ ପୀଢି କରୋନା ସଂକ୍ରମଣ ବେଳେ କିମ୍ବା ପରବର୍ତ୍ତୀ ସମୟରେ ହୃଦଘାତର ଶିକାର ହେବା
ପୁଣି ଥରେ ଗୃହବନ୍ଦୀ ହେଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି । ତାଙ୍କୁ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି । ଟୁଇଟ୍ କରି ସେ ଏହା କହିଛନ୍ତି ।
ଆସନ୍ତା ବର୍ଷ ଗୋଆ ବିଧାନସଭା ର୍ନିବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା । ଦଳର ବିଧାୟକ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋ ତାଙ୍କ ସମର୍ଥକଙ୍କ ସହ ଟିଏମସିରେ ମିଶିଛନ୍ତି ।
ଅନେକ ସମୟରେ ସୋସିଆଲ ମିଡିଆ ବଡ ବଡ କାମ କରିଥାଏ। କେତେବେଳେ ଗରିବକୁ ରାତାରାତି ଧନୀ କରିଦିଏ ତ ପୁଣି କେତେବେଳେ ହଜିଯାଇଥିବା ପୁଅକୁ ଫେରେଇଦିଏ। ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମା’ ଠାରୁ ଅଲଗା ହୋଇଯାଇଥିବା ପୁଅକୁ ସୋସିଆଲ ମିଡିଆ ମିଶେଇ ଦେଇଛି। ୭୦ ବର୍ଷ ପରେ ମା’ କୋଳକୁ ଫେରି ଆସିଛି ପୁଅ। ଏଭଳି ଏକ ଖବର ବାଂଲାଦେଶରୁ ଆସୁଛି। ଏକ ପୁଅ ୭୦ ଦଶନ୍ଧି ପରେ ତା’ର ୧୦୦ ବର୍ଷର ବୃଦ୍ଧ ମାଆଙ୍କୁ ଭେଟିବାକୁ ସକ୍ଷମ ହୋଇଛି।
ଚୀନ୍ର ନୂତନ ଆବିଷ୍କାର। ମଙ୍ଗଳବାର ଚୀନ୍ର ଜୁହାଇ ‘ଏୟାର ଶୋ’ ରେ ନିଜର ବାୟୁ ଶକ୍ତିର ପ୍ରଦର୍ଶନ କରିଛି ଚୀନ୍। ମାନବ ବିହୀନ ଡ୍ରୋନ୍ 'ୱିଙ୍ଗମ୍ୟାନ୍’ ର ଝଲକ ଦେଖାଇଛି ଚୀନ୍। ଏହା ଆମେରିକାର କ୍ରାଟୋସ୍ XQ-58A ଡ୍ରୋନ୍ ସଦୃଶ ବୋଲି ଚୀନ୍ ପକ୍ଷରୁ କୁହାଯାଇଛି।
ଏକ ମାଙ୍କଡ଼ ଓ ଛେଳି ଏକାଠି ଜାମୁ କୋଳି ଖାଉଥିବା ଏକ ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖାଯାଉଛି ଯେ ଜଙ୍ଗଲରେ ଜଣେ ବ୍ୟକ୍ତି ତାଙ୍କ ହାତରେ କିଛି ଜାମୁ କୋଳି ଧରି ଠିଆ ହୋଇଛନ୍ତି। ଲୋକଟିର ଡାକ ଶୁଣି ପ୍ରଥମେ ଜଙ୍ଗଲରୁ ଗୋଟିଏ ଛେଳି ବାହାରି ଆସିଥିଲା। କିଅନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେହି ଛେଳିର ବେକରେ ଗୁଡ଼ାଇ ହୋଇ ଏକ ଶିଶୁ ମାଙ୍କଡ ବସିଥିବା ଦେଖାଯାଇଛି।
ଗୋଟିଏ ପଟେ ପଞ୍ଜାବ ସଂକଟକୁ ନେଇ କଂଗ୍ରେସ ସ୍ଥିତି ଟଳମଳ ଥିବା ବେଳେ, ଏପଟେ ଦଳୀୟ ନେତୃତ୍ୱ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ୍। ଆଜି ପୁଣି ସେହି ପୁରୁଣା ପ୍ରସଙ୍ଗ ଅର୍ଥାତ୍ ସାଂଗଠନିକ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବା ସହ, ବିଭିନ୍ନ ରାଜ୍ୟର ବହୁ ବଡ଼ ବଡ଼ ନେତା କାହିଁକି କଂଗ୍ରେସ ଛାଡ଼ୁଛନ୍ତି, ତାହା ଦଳ ମଧ୍ୟ ନିଜ ଆଡ଼ୁ ଚିନ୍ତା କରିବା ଦରକାର ବୋଲି କହିଛନ୍ତି।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଅମିତ ଶାହାଙ୍କୁ ଭେଟିବା ପରେ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଶାହାଙ୍କୁ ଭେଟିବା ପୂର୍ବରୁ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତ ନେଇ ଅନେକ କିଛି କୁହାଯାଉଛି।
କାନାଡାର ଟରୋଣ୍ଟୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ନିକଟରେ ଏକ ସନ୍ଦିଗ୍ଧ ସୁଟକେସ ଥିବାର ଖବର ମିଳିଥିଲା। ଏହି ସୁଟକେସରେ ଏକ ବୋମା ରଖାଯଇଥିବାର ସୂଚନା ମିଳିଥିଲା। ତା’ପରେ ସେହି ପ୍ୟାକେଜ୍କୁ ସହର ଠାରୁ ଦୂରକୁ ନିଆଯାଇ ଡିଫ୍ୟୁଜ୍ କରି ଦିଆଯାଇଥିଲା। ବୋମା ରଖିବା ଅଭିଯୋଗରେ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।