• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Navjot Singh Sidhu
ପଞ୍ଜାବ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି, ସିଦ୍ଧୁ ସଭାପତି ରହିବେ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ନବଜୋତ ସିଂ ସିନ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରେ ହିଁ ରହିବେ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ନବଜୋତ ସିଦ୍ଧୁଙ୍କ ମଧ୍ୟରେ ଆଲୋଚନାରେ ଏହା ସ୍ପଷ୍ଟ ହୋଇଥିବା ନେଇ ସୂଚନା ମିଳିଛି। ଦାଗୀ ନେତା ଓ ଅଫିସରଙ୍କୁ ପୁଣି ସରକାରରେ ସାମିଲ କରିବା ପ୍ରସଙ୍ଗରେ କ୍ଷୁବ୍ଧ ହୋଇ ପଦ ଛାଡ଼ିଥିବା କହିଥିଲେ ସିଦ୍ଧୁ

Rich List by IIFL
ଭାରତରେ ଧନୀ ତାଲିକାରେ କିଏ ପ୍ରଥମ? ଜାଣନ୍ତୁ

ଭାରତରେ ଧନୀ ତାଲିକାରେ କିଏ ପ୍ରଥମ? ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଆପଣଙ୍କ ମନରେ ଉତ୍ସୁକତା ହେଉଥିବ।। ଏହାରି ଭିତରେ ଆଇଆଇଏଫଏଲ ୱେଲ୍ଥ ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୧ରେ ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି।

Satnam Singh
ପାକିସ୍ତାନରେ ଶିଖ୍ ହାକିମ୍‌ଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନରେ ପୁଣି ଆତଙ୍କୀୟ କାର୍ଯ୍ୟକଳାପ। ପାକିସ୍ତାନର ପେଶୱାରରେ ଶିଖ ସମ୍ପ୍ରଦାୟର ଜଣେ ହାକିମଙ୍କୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଏହା ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଆକ୍ରମଣକାରୀମାନେ କ୍ଲିନିକରେ ପ୍ରବେଶ କରି ଶିଖ୍‌ ହାକିମଙ୍କ ଉପରକୁ ଚାରିଟି ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ହାକିମ୍‌ଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

Punjab Politics
ଏବେ କ’ଣ କରିବେ କ୍ୟାପ୍‌ଟେନ୍‌ ? କହିଲେ ହାତରେ ରହିବିନି କି ବିଜେପିକୁ ଯିବିନି..

ହାତକୁ କ୍ୟାପ୍ଟେନ୍‌ଙ୍କ ବାଏ ବାଏ । କହିଲେ କଂଗ୍ରେସରେ ରହିବିନି, କିନ୍ତୁ ବିଜେପିକୁ ଯିବିନି । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୧୦ ଦିନ ପରେ, ନିଜର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସଂପର୍କରେ ମୁହଁ ଖୋଲିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ ।

Natwar Singh
କଂଗ୍ରେସ କନ୍ଦଳ ପାଇଁ ରାହୁଲ ଗାନ୍ଧୀ ଦାୟୀ

ପଞ୍ଜାବ କଂଗ୍ରେସର ଘମାସାନ ଥମିବା ବଦଳରେ ଆହୁରି ଉଗ୍ରତର ହେଉଥିବା ବେଳେ, ଏପଟେ ଦଳର ସଭାପତି ନିର୍ବାଚନ ଓ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ପୁଣି ତୀବ୍ର ହୋଇଛି ଅସ୍ଥିରତା। ଦଳର ଏହି କନ୍ଦଳ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଟବର ସିଂହ। ଶ୍ରୀଯୁକ୍ତ ସିଂ ସୋନିଆ ଗାନ୍ଧୀକୁ ଏହି ପ୍ରସଙ୍ଗରେ ସମାଲୋଚନା ମଧ୍ୟ କରିଛନ୍ତି।

kalyan Chaubey
ଫର୍ଜି ଭୋଟରଙ୍କୁ ଧରିବାରୁ BJP ନେତାଙ୍କୁ TMC କର୍ମୀଙ୍କ ଆକ୍ରମଣ, ପଥର ମାରି ଗାଡ଼ି ଭାଙ୍ଗିଲେ !

ଭବାନୀପୁର ଆସନ ପାଇଁ ଭୋଟିଂ ବେଳେ ଟିଏମ୍‌ସି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ । କିଛି ଟିଏମ୍‌ସି ସମର୍ଥକ ଜଣେ ବିଜେପି କର୍ମୀଙ୍କ କାରକୁ ଭଙ୍ଗାରୁଜା କରିଛନ୍ତି । କାରକୁ ଅଟକାଇ ଚାରିପଟୁ ଘେରିବା ସହିତ ପଥର ମାଡ଼ କରି କାଚ ଭାଙ୍ଗି ଦେଇଥିଲେ ।

Gold, Silver Rate Today
ଆଜି ପୁଣି ଶସ୍ତା ହେଲା ସୁନା, ତୁରନ୍ତ କିଣିନିଅନ୍ତୁ....ନଚେତ୍‌

ଆଜି ସକାଳେ ସୁନା ଦର ବଢିବା ଖବର ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଥିଲା। କିନ୍ତୁ ବର୍ତ୍ତମାନ ସମୟରେ ପୁଣି ଥରେ ସୁନା ଦର କମିଥିବା ନେଇ ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ମିଳିଛି। ଆଜି ସୁନା ଦର ପ୍ରାୟ ୧୫୪ ଟଙ୍କା ଶସ୍ତା ହୋଇ ୪୪,୯୭୬ ଟଙ୍କା ରହିଛି

Duplicate katrina
ଆଉ ଜଣେ କ୍ୟାଟ୍ରିନା, ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ବି-ଟାଉନରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନାହିଁ । କିନ୍ତୁ ଏବେ ଆଉ ଜଣେ କଟ୍ରିନାଙ୍କ ଭିଡିଓ ଦେଖି ଦର୍ଶକେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । କ୍ୟାଟ୍ରିନାଙ୍କ ପରି ଏକା ଭଳି ଦିଶୁଥିବା ଆଲିନା ରାୟଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

kiren rijiju and Narendra Modi
କିରଣ ରିଜ୍ଜୁଙ୍କୁ ନୃତ୍ୟଶିଳ୍ପୀ ବୋଲି ସମ୍ବୋଧନ କଲେ ମୋଦୀ

ଭାରତୀୟ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ଲୋକଙ୍କ ସହ ପାରମ୍ପରିକ ଅନ୍ଦାଜରେ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ବେଶ ପ୍ରଶଂସା କରିଛନ୍ତି। ବୁଧବାର ରିଜ୍ଜୁ ଅରୁଣାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଏକ ଭିଡିଓ ସେୟାର କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ରିଟ୍ୱିଟ କରି ଜଣେ ଭଲ ନୃତ୍ୟଶିଳ୍ପୀ ଭାବରେ ପ୍ରଶଂସା କରିଥିଲେ।

mid-day meal renamed
ବଦଳିଲା ମଧ୍ୟାହ୍ନ ଭୋଜନ ଯୋଜନାର ନାଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମିଡ୍ ଡେ ଭୋଜନ ବା ମଧ୍ୟାହ୍ନ ଭୋଜନ ଯୋଜନାର ନାମ 'ପିଏମ ପୋଷଣ' ଯୋଜନାରେ ପରିବର୍ତ୍ତନ କରାଯାଇଛି । ଏହା ଅଧୀନରେ ସରକାର ପାଞ୍ଚ ବର୍ଷ ପାଇଁ ମୋଟ ୧.୩ ଲକ୍ଷ କୋଟି ବଜେଟ୍ ଆବଣ୍ଟନ କରିଛନ୍ତି ।

Health Ministry
ଖୁବ୍‌ଶୀଘ୍ର ଭାରତରେ ଜାଇକୋଭ୍-ଡି, ଡେଙ୍ଗୁ ପାଇଁ ଟିକା ପ୍ରସ୍ତୁତ ବଡ଼ ଲକ୍ଷ

ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ କରୋନା ଟିକା ଜାଇକୋଭ୍-ଡି । ଟିକା କଂପାନୀ ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ କରାଯାଉଛି ଏହି ଟିକା ଜାଇକୋଭ୍-ଡି । ତେବେ ନିର୍ଦ୍ଦିଷ୍ଟ ଭାବେ ଏହି କେବେ ଆସିବ ସେନେଇ ସ୍ପଷ୍ଟ ସୂଚନା ନାହିଁ ।

Ind-Pak
ଆତଙ୍କବାଦୀ ନିରୋଧୀ ଏକ୍ସରସାଇଜରେ ସାମିଲ ହେବ ଭାରତ !

ଏଥିରେ ଭାରତ, ପାକିସ୍ତାନ ବ୍ୟତୀତ ଋଷିଆ, ଚୀନ୍, ଇରାନ ପ୍ରମୁଖ ରାଷ୍ଟ୍ର ସାମିଲ ହେବା ନେଇ ସୂଚନା ରହିଛି। ଏସିଆରେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। SCO ଦୁଶନାବେ ଘୋଷଣାନାମା ଅନୁଯାୟୀ ଏହି ମିଳିତ ଆଣ୍ଟି ଟେରର ମିଳିତ ଅଭ୍ୟାସ କରାଯାଉଛି।

Ranu Mandal
‘ମାନିକେ ମାଗେ ହିଥେ’ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ତଳ

କିଛି ଦିଅନର ନିରବତା ପରେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି ଗାୟିକା ରାନୁ ମଣ୍ତଳ। ପଶ୍ଚିମବଙ୍ଗ ରାଣାଘାଟ ରେଳ ଷ୍ଟେସନରେ ଏକ ଗୀତ ଗାଇ ରାତାରାତି ଷ୍ଟେସନ୍‌ ସିଙ୍ଗରରୁ ବଲିଉଡ୍‌ ସିଙ୍ଗର ପାଲଟି ଯାଇଥିଲେ ରାନୁ ମଣ୍ତଳ। ପୁଣିଥରେ ଏକ ବହୁଚର୍ଚ୍ଚିତ ଶ୍ରୀଲଙ୍କାନ୍ ଗାୟିକା ୟୋହାନୀଙ୍କ ଲୋକପ୍ରିୟ ଗୀତ ‘ମାନିକେ ମାଗେ ହିଥେ’ କୁ ନିଜ ଅନ୍ଦାଜରେ ଗାଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Viral Video
ରଖେ ହରି ତ ମାରେ କିଏ ? ବାଘ ସହ ବୃଦ୍ଧା ମୁହାମୁହିଁ ! ଦେଖନ୍ତୁ ଭିଡିଓ..

କଥାରେ ଅଛି ରଖେ ହରି ତ ମାରେ କିଏ । ଯଦି ଭଗବାନ ତମକୁ ରକ୍ଷା କରିବାକୁ ଚାହୁଁଥିବେ ତେବେ ଦୁନତିଆର କୌଣସି ଶକ୍ତି ତୁମକୁ ମାରି ପାରିବ ନାହିଁ । ଠିକ୍‌ ସେମିତି ଏକ ଘଟଣ ଏବେ ସାମ୍ନାକୁ ଆସିଛି ।

Early morning worship
ଘରେ ଲାଗି ରହୁଛି କି ଆର୍ଥିକ ସମସ୍ୟା? ସକାଳୁ ଉଠି କରନ୍ତୁ ଏହି ପୂଣ୍ୟ କାମ

ବହୁ ଲୋକଙ୍କ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଘରେ ଆର୍ଥିକ ଅନାଟନ ଦେଖା ଦେଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ବହୁ ଦିଗରେ ଧ୍ୟାନ ଦେଲେ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ ।  

corona virus
ଡବଲ ଡୋଜ୍‌ ନେବା ପରେ ବି ୨୯ ଡାକ୍ତରୀ ଛାତ୍ରଛାତ୍ରୀ କରୋନାରେ ହେଲେ ଆକ୍ରାନ୍ତ

କରୋନା କମିବାରେ ନା ନେଉନାହିଁ। ଭ୍ୟାକ୍ସିନ ନେବା ପରେ ମଧ୍ୟ ଅନେକ ପୁଣି ଥରେ କରୋନାର ଆକ୍ରାନ୍ତ ହେଉଛନ୍ତି। ମୁମ୍ବାଇରେ ଏକଥରେ ୨୭ ଜଣ ମେଡିକାଲ ପାଠପଢ଼ୁଥିବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢିଛି

PM Modi
ବଢିଲା ମୋଦିଙ୍କ ସମ୍ପତ୍ତି, ଜାଣନ୍ତୁ କେତେ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଟ୍ ସମ୍ପତ୍ତି ପରିମାଣ ୩.୦୭ କୋଟି ଟଙ୍କାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀଙ୍କ ୱେବସାଇଟ୍‌ର ନଗଦ ତଥ୍ୟ ଅନୁଯାୟୀ ଏହି ସୂଚନା ମିଳିଛି । ୨୦୨୦ ମସିହା ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ଥିଲା ୨.୮୫ କୋଟି ଟଙ୍କା

Drinking tea every day can be harmful
ପ୍ରତିଦିନ ପିଉଛନ୍ତି କି 'ଚା',ଶରୀର ପାଇଁ ହୋଇପାରେ କ୍ଷତିକାରକ

ସକାଳୁ ଉଠିଲେ ଆଗ ସମସ୍ତେ 'ଚା' ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ କ୍ଷୀର 'ଚା' ପିଇବା ଦ୍ୱାରା ଶରୀରକୁ ବହୁ କ୍ଷତି ପହଞ୍ଚାଇ ଥାଏ । ତେବେ ଚାଲନ୍ତୁ ଜାଣିବା 'ଚା' ପିଇବା ଦ୍ୱାରା ଶରରୀର କଣ କ୍ଷତି ହୋଇଥାଏ ।

Amarinder Singh
ଶାହଙ୍କ ପରେ ଅଜିତ ଡୋଭାଲଙ୍କୁ ଭେଟି, ପଞ୍ଜାବ ଅଭିମୁଖେ ଅମରିନ୍ଦର

ଶାହଙ୍କ ପରେ ଅଜିତ ଡୋଭାଲଙ୍କୁ ଭେଟି, ପଞ୍ଜାବ ଅଭିମୁଖେ ଅମରିନ୍ଦର । ନୂଆଦିଲ୍ଲୀରେ NSA ଅଜିତ୍ ଡୋଭାଲ୍‌ଙ୍କୁ ସାକ୍ଷାତ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ।

jobs
୧୩ ହଜାର ଶିକ୍ଷକ ପୋଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଶିକ୍ଷକତା କରିବା ପାଇଁ ଇଚ୍ଛା ରଖିଛନ୍ତି କି? ତେବେ ଆପଣଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଖବର। କାରଣ ଶିକ୍ଷକ ପଦବୀ ପାଇଁ ୧୩ ହଜାର ପୋଷ୍ଟ ଖାଲି ପଡ଼ିଛି। PGT ଶିକ୍ଷକ ସମେତ ଶିକ୍ଷକମାନଙ୍କର ବିଭିନ୍ନ ପଦବୀରେ ୧୩ ହଜାରରୁ ଅଧିକ ଚାକିରି ବାହାରିଛି

Sangameshwar Temple In Water
ପାଣି ଭିତରେ ପୂଜା ପାଉଛନ୍ତି ୩୦୦ ବର୍ଷ ପୂର୍ବର ମହାଦେବ ମନ୍ଦିର

ପାଣି ଭିତରେ ମନ୍ଦିର ଓ ଏହାରି ଭିତରେ ଶୋଭା ପାଉଛି ମହାଦେବଙ୍କ ମନ୍ଦିର। ରାଜସ୍ଥାନ ବାଂଶବାଡ଼ାର ପ୍ରସିଦ୍ଧ ପୌରାଣିକ ସଙ୍ଗମେଶ୍ୱର ମନ୍ଦିର ବର୍ଷର ୮ ମାସ ପାଣିରେ ବୁଡ଼ି ରହେ। ୩୦୦ ବର୍ଷ ପୂର୍ବର ମନ୍ଦିର ଆଜି ବି ସୁନ୍ଦର ଓ ଆକର୍ଷଣୀୟ ରହିଛି।

amarinder-singh
କଂଗ୍ରେସ ଛାଡ଼ିବେ କ୍ୟାପଟେନ୍‌ ଅମରିନ୍ଦର !

କଂଗ୍ରେସକୁ ଲାଗିପାରେ ବଡ଼ ଝଟକା। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦଳ ଛାଡ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଲା ଚର୍ଚ୍ଚା। ତେବେ ପଞ୍ଜାବରେ ଚାଲିଥିବା ରାଜନୈତିକ ଡ୍ରାମାର ଅନ୍ତ ହୋଇପାରେ । ତେବେ କ୍ୟାପଟେନ୍‌ ସ୍ପଷ୍ଟ କରିଛନ୍ତି କି ସେ ଆଉ ଦଳରେ ରହିବେ ନାହିଁ। କିନ୍ତୁ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି।

Indian Air Force Requests Citizens Not To Throw Garbage And Food Items In The Open
ରାସ୍ତାଘାଟରେ ଅଳିଆ ଆବର୍ଜନା ନପକାଇବାକୁ ବାୟୁସେନାର ଅନୁରୋଧ

ନାଗରିକଙ୍କୁ ବାୟୁ ସେନାର ପରାମର୍ଶ । ରାସ୍ତା ଘାଟରେ ଅବା ଖୋଲା ସ୍ଥାନରେ ଆବର୍ଜନା ଓ ଖାଇବା ଜିନିଷ ନ ପକାଇବାକୁ ଗାଜିଆବାଦ ଓ ତାର ନିକଟସ୍ଥ ଅଞ୍ଚଳର ନାଗରିକମାନଙ୍କୁ ବାୟୁସେନା ପକ୍ଷରୁ ଅନୁରୋଧ କରାଯାଇଛି । ରାତା ଘାଟ ତଥା ଖୋଲାସ୍ଥାନରେ ଖାଇବା ଜିନିଷ ପକାଇବାରୁ ସେଠାରେ ବିଭିନ୍ନ ପକ୍ଷୀ ଜମା ହେଉଛନ୍ତି । ଯାହା ଦ୍ୱାରା ବାୟୁସେନା ଦିବସରେ ହେବାକୁ ଥିବା ସେନା ଅଭ୍ୟାସ ସମୟରେ ସେମାନଙ୍କ ପାଇଁ ବାଧା ସୃଷ୍ଟି ହେଉଛି । ଫଳରେ ଏହା ବିମାନ ପାଇଁ ବିପଦଜନକ ହୋଇଥାଏ ।

Alia bhat
ବିଜ୍ଞାପନ କରି ଅଡ଼ୁଆରେ ଅଭିନେତ୍ରୀ, ଆଲିଆଙ୍କ ବିରୋଧରେ ଦାଖଲ ହେଲା ମାମଲା

ଅଡ଼ୁଆରେ ଫସି ଯାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସୂଚନା ଅନୁସାରେ ନିକଟରେ ଆଲିଆ ଭଟ୍ଟ ଏକ ବ୍ରାଇଡାଲ ପୋଷାକ ବ୍ରାଣ୍ଡର ବିଜ୍ଞାପନ(କନ୍ୟାଦାନ୍) କରିଥିଲେ । ଜଣେ ବ୍ୟକ୍ତି ଆଲିଆଙ୍କ ବିଜ୍ଞାପନରେ ଏତେ ରାଗି ଯାଇଥିଲେ ଯେ ସେ ମୁମ୍ବାଇର ସାଣ୍ଟାକ୍ରୁଜ୍ ପୋଲିସ୍ ଷ୍ଟେସନରେ ଆଲିଆଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି ।

Air Marshal VR Chaudhari
ନୂଆ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ

ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି