• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

mandatory quarantine
ଶୁଣିଲାନି ବ୍ରିଟେନ, ଭାରତ ଦେଲା କଡ଼ା ଜବାବ

ଭାରତରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଟିକାକୁ ବ୍ରିଟେନ ଅନୁମୋଦନ ଦେଇଛି। ହେଲେ ଏହାର ଡବଲ ଡୋଜ୍‌ ନେଇ ଯଦି କେହି ଭାରତୀୟ ବ୍ରିଟେନ ଯାଆନ୍ତି, ତା’ହେଲେ ବି ସେମାନଙ୍କୁ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସେଠାକାର ସରକାର କହିଛନ୍ତି।

Rohingya
‘ସୀମାରେ ସୁରକ୍ଷା ନାହିଁ, ଭାରତକୁ ପଶି ଶରଣ ନେଉଛନ୍ତି ରୋହିଙ୍ଗ୍ୟା’

 ମିଳିତ ଜାତିସଂଘ (UN)ର ସଭାପତି ଆଣ୍ଟୋନିଓ ଗୁଟେରସ୍ ଏକ ସାଧାରଣ ବୈଠକରେ ଆଶ୍ଚର୍ଯ୍ୟଜନକ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବାନୁଯାୟୀ ମିଆଁମାର ସେନାର ଏକଛତ୍ରବାଦୀ ଶାସନ ଯୋଗୁଁ ଲୋକମାନେ ଅତିଷ୍ଠ ହୋଇପଡ଼ୁଛନ୍ତି ।

Lack of sleep cause heart attack
ନିଦ୍ରାହୀନତା ହୃଦଘାତର କାରଣ ହୋଇପାରେ

ଦିନକୁ ଦିନ ବଢୁଥିବା ଚାପ ଓ ମହାମାରୀ କାରଣରୁ ଘରେ ରହିବାକୁ ବାଧ୍ୟ ହେବା ଆମ ନିଦକୁ ଅଧିକ ପ୍ରଭାବିତ କରିଛି। ଭଲ ନିଦ ଅଭାବରୁ ଆମେ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରୁ, ଏହା ଆମ ହୃଦୟକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ। ବିଶେଷଜ୍ଞମାନେ ନିର୍ଦ୍ଦେଶ ଦେଇଛନ୍ତି ଯେ ରାତିରେ ୭ ରୁ ୧୦ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ଶରୀ ନିଜକୁ ସୁସ୍ଥ କରାଏ।

Money taken from the patient for crying
ଚିକିତ୍ସା ବେଳେ କାନ୍ଦିବାରୁ ଦେବାକୁ ପଡିଲା ଟଙ୍କା

ଭାବନ୍ତୁ ଯେ ତୁମେ ଚିକିତ୍ସା ପାଇଁ ଏକ ଡାକ୍ତରଖାନାକୁ ଯାଇଛ ଏବଂ ସେଠାରେ ତୁମର ଭାବନା ପ୍ରକାଶ କରିବାବେଳେ ତୁମ ଆଖିରୁ ଲୁହ ଆସିଯାଉଛି, ଏନେଇ ତୁମେ ଫାଇନ ଦେବ କି? ଉତ୍ତର ନିଶ୍ଚିତ ନା ହେଇପାରେ। କିନ୍ତୁ ଗୋଟିଏ ଡାକ୍ତରଖାନାରେ ଏପରି ଘଟିଥିବା ଦେଖାଯାଇଛି। ଜଣେ ରୋଗୀ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନା ଆସିଥିଲେ। ଅସ୍ତ୍ରୋପଚାର ସମୟରେ ଭାବପ୍ରବଣ ହୋଇ କାନ୍ଦି ପକେଇଥିଲେ। ଯେତେବେଳେ ଡାକ୍ତରଖାନା ତରଫରୁ ତାଙ୍କୁ ବିଲ୍ ଦିଆଯାଇଥିଲା ସେଥିରେ ଭାବପ୍ରବଣତା ପ୍ରକାଶ କରିବା ନେଇ ଚାର୍ଜ ମଧ୍ୟ ପକାଯାଇଥିଲା।

Meaning of discount
ଡିସ୍‌କାଉଣ୍ଟ ଲୋଭରେ ପଡି କ୍ଷତି ସହନ୍ତୁ ନାହିଁ; ନଜର ପକାନ୍ତୁ ଏହି ସବୁ ଦିଗ ଉପରେ

ପାର୍ବଣର ଋତୁ ଆସିଯାଇଛି। ଏବେଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଚାଲିବ ବହୁତ ‘ସେଲ୍’। ନବରାତ୍ରୀ ଠାରୁ ଆରମ୍ଭ ହୋଇଥିବା ଏହି ‘ସେଲ୍’ ଗୁଡ଼ିକ ରହି ରହି ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ମଧ୍ୟରେ କମ୍ପାନୀଗୁଡିକ ବିଭିନ୍ନ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଭୁଆଁ ବୁଲେଇବେ। ଅନେକ ସମୟରେ ବହୁତ ଖୁସିରେ କରାଯାଇଥିବା ଏହି ସପିଂ ଦୁଃଖ ଦେଇଥାଏ, ଯେତେବେଳେ ଜଣାଯାଏ ଯେ ଶସ୍ତା ଜିନିଷ କିଣିବା ଲୋଭରେ ଆମେ ବହୁତ କ୍ଷତି ସହିଛେ।

Japan
ପ୍ରାୟ ବର୍ଷେ ପରେ ହଠାତ୍‌ ସବୁ ଜରୁରୀକାଳୀନ ସେବା ଉପରୁ ଉଠିଲା କଟକଣା, କାରଣ ?

ବିଶ୍ୱରେ କରୋନା ଭୟ ଦିନକୁ ଦିନ ବଢୁଥିବା ବେଳେ ଜାପାନରେ କରୋନା ସ୍ଥିତିରେ ଟିକେ ସୁଧାର ଦେଖିବାକୁ ମିଳିଛି। ଛଅ ମାସରୁ ଅଧିକ ସମୟ ଧରି ସଂକ୍ରମଣ ବଢୁଥିବା ବେଳେ ପ୍ରଥମ ଥର ପାଇଁ ଜାପାନ କରୋନା ଜୀବାଣୁ ସମ୍ବନ୍ଧୀୟ ସମସ୍ତ ଜରୁରୀକାଳୀନ ପରିସ୍ଥିତିରୁ କଟକଣାକୁ କୋହଳ କରାଯାଇଛି। ଦେଶ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସଂକ୍ରମଣରୁ ବାହାରି ଆସିଥିବାର ଜାପାନ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Aircraft modified for pet dog
ନିଜ ପୋଷା କୁକୁର ପାଇଁ ବିମାନରୁ ଉଠେଇ ଦେଲେ ପାସେଞ୍ଜର୍‌ ସିଟ୍

କିଛି ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କୁ ନିଜର ଜୀବନ ମଧ୍ୟ ଭାବନ୍ତି। ସେମାନଙ୍କ ସୁଖରେ ସୁଖୀ ହେବା ସହ ଦୁଃଖରେ ଦୁଃଖୀ ମଧ୍ୟ ହୋଇଯାଆନ୍ତି। କେତେକ ଗୃହପାଳିତ ପଶୁପ୍ରେମୀ ସେମାନଙ୍କ ଗୃହପାଳିତ ପଶୁମାନଙ୍କ ସପିଂ ପାଇଁ ହଜାର ହଜାର, ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ କେତେକ ସେମାନଙ୍କୁ ଆରାମଦାୟକ ଜୀବନ ଦେବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଜଣେ ଗୃହପାଳିତ ପଶୁ ପ୍ରେମୀ ତାଙ୍କର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଏହି ବ୍ୟକ୍ତି ଭ୍ରମଣ ସମୟରେ ମଧ୍ୟ ତାଙ୍କ ପ୍ରିୟ କୁକୁରକୁ ତାଙ୍କ ପାଖରେ ରଖିବା ପାଇଁ ଏକ ବ୍ୟକ୍ତିଗତ ଜେଟ୍‌କୁ ମୋଡିଫିକେଶନ କରିଛନ୍ତି।

air india
କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ, ଏୟାର ଇଣ୍ଡିଆ ବିକ୍ରି ହୋଇନାହିଁ

ନିଲାମି ପ୍ରକ୍ରିୟାରେ ଏୟାର ଇଣ୍ଡିଆକୁ ଟାଟା ସନ୍ସ ହାତେଇଥିବା ନେଇ ପ୍ରସାରିତ ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ନିଲାମି ପ୍ରକ୍ରିୟାରେ କିଏ ଜିତିଛି ସେନେଇ କୌଣସି ଘୋଷଣା ହୋଇନଥିବା କହିଛନ୍ତି ପୁଞ୍ଜି ପ୍ରତ୍ୟାହାର ଓ ସରକାରୀ ସଂପତ୍ତି ପରିଚାଳନା ବିଭାଗ ସଚିବ ।

Harnaaz Sandhu wins miss Diva miss universe India
ମିସ୍ ୟୁନିଭର୍ସ ଇଣ୍ଡିଆ ଟାଲଟଲ ହାତେଇଲେ ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ

ମିସ୍ ଡିଭା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧ ରେଜଲ୍ଟ ଘୋଷଣା ହୋଇଛି। ଚଣ୍ଡିଗଡ଼ର ୨୧ ବର୍ଷିୟା ସୁନ୍ଦରୀ ହରନାଜ୍ ସନ୍ଧୁ ଏହି ଟାଇଟଲ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଦେଶର ନେତୃତ୍ୱ ନେବେ। ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବରରେ ଇସ୍ରାଏଲର ଇଲିୟଟ୍‌ରେ ଅନୁଷ୍ଠିତ ହେବ। ଗତ ବର୍ଷ ମେକ୍ସିକୋର ଏଣ୍ଡ୍ରିୟା ମେଜା ବିଶ୍ୱସୁନ୍ଦରୀ ଟାଇଟଲ୍ ଜିତିଥିଲେ।

Smriti Mandhana
ବିରାଟଙ୍କ କ୍ଲବରେ ମନ୍ଧାନା: ପିଙ୍କ୍ ବଲରେ ଐତିହାସିକ ଶତକ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଐତିହାସିକ ଡେ-ନାଇଟ୍ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଏକ ଚମତ୍କାର ଶତକ ହାସଲ କରିଥିଛନ୍ତି। ଏହା ହେଉଛି ମନ୍ଧାନାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ। ସେ ୧୮ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ମାତ୍ର ୧୭୦ ବଲରେ ଏହି ଶତକ ହାସଲ କରିଥିଲେ।

Supreme Court
ଚାଷୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ, ହେଲେ କାହିଁକି?

ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। କୃଷି ଆଇନ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚଳାଇ ଆସୁଥିବ ସଙ୍ଗଠନ କିଷାନ ମହାପଞ୍ଚାୟତକୁ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଆନ୍ଦୋଳନକାରୀମାନେ ରାଜପଥ ଅବରୋଧ କରି ସମଗ୍ର ସହରକୁ ଶ୍ୱାସରୁଦ୍ଧ କରିସାରିଲେଣି

Fraud case on Kareena Kapoor luxury car
ଫ୍ରଡ୍‌ କେସ୍‌ରେ ଜବତ ହୋଇଛି କରୀନା କପୁରଙ୍କ ଲଗ୍ଜରୀ କାର୍

ଫ୍ରଡ୍‌ କେସ୍‌ରେ ବଡିଉଡ୍ ଅଭିନେତା କରୀନା କପୁରଙ୍କ ଲଗ୍ଜରୀ କାର୍‌କୁ କେରଳ ପୁଲିସ୍ ଜବତ କରିଛି। କରୀନା କପୁରଙ୍କ ନାମରେ ଥିବା ପୋର୍ଚ୍ଚି ବକ୍ସଷ୍ଟର କାର୍ କେରଳର ଚେର୍ତଲା ପୁଲିସ୍ ଥାନାରେ ଗତ ଏକ ବର୍ଷ ହେବ ଠିଆହୋଇଛି। କେରଳର ଶ୍ରୀବାସ୍ତବ ଗ୍ରୁପ୍ ମାମଲାରେ ପୁଲିସ୍ ଏହି କାରକୁ ଜବତ କରିଥିଲା। ପୋଲିସର କହିବା କଥା ଯେ ଏପର୍ଯ୍ୟନ୍ତ ଏହି ଗାଡିର କାଗଜପତ୍ର ଦିଆଯାଇନି।

Covid Test
କୋଭିଡ୍ ଟେଷ୍ଟ ପାଇଁ ଦରକାର ୪୦ ଲକ୍ଷ!

ଟେକ୍ସାସ୍‌ର ଜଣେ ବ୍ୟକ୍ତି କରୋନା ପରୀକ୍ଷା କରିବା ପରେ ହତବାକ୍‌ ହୋଇଗଲେ। କୋଭିଡ ଟେଷ୍ଟର ରିପୋର୍ଟକୁ ନୁହେଁ ବରଂ ବିଲ୍‌କୁ ଦେଖି ଚକିତ ହୋଇଗଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା ସତ କିନ୍ତୁ ବିଲ୍ ଆସିଥିଲା ୪୦ ଲକ୍ଷ ଟଙ୍କା।

Air India
ଏୟାର ଇଣ୍ଡିଆର ନୂଆ ମାଲିକ ଟାଟା ସନ୍ସ !

ଯେଉଁ ଏୟାରଲାଇନସ ସଂସ୍ଥା ଟାଟା ସ୍ଥାପନ କରିଥିଲା, ଦୀର୍ଘ ୬୮ ବର୍ଷ ପରେ ପୁଣି ସେହି ସଂସ୍ଥାର ପୁଣି ତାହାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ। ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଆସିଥିଲା।

America May Drone Strike On Taliban In Afghanistan
ତାଲିବାନ୍‌ ଗଡ଼ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ପେଣ୍ଟାଗନ୍‌ !

ଭାଙ୍ଗିବ ତାଲିବାନ୍‌ ଗଡ଼ । କାବୁଲ୍‌ ଉପରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିବା ପାଇଁ ପ୍ରସ୍ତୁତରେ ଲାଗିପଡିଛି ପେଣ୍ଟାଗନ୍‌ । ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Umar Riaz goes shirtless, Donal Bisht glamorous avataar
ବିଗ୍ ବସ୍ ୧୫: ସର୍ଟଲେସ୍ ହେଲେ ଉମର, ଡୋନାଲ୍ ଦେଖେଇଲେ ଗ୍ଲାମରସ୍ ଅବତାର

ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍ ୧୫’। ଶନିବାର ବା ଅକ୍ଟୋବର ୨ରେ ଶୋ’ର ଗ୍ରାଣ୍ଡ୍‌ ପ୍ରିମିୟର ହେବ। ସଲମାନ ଖାନ୍‌ଙ୍କ ଏହି ଶୋ’ରେ ଟିଭି ଜଗତର ଅନେକ ଜଣାଶୁଣା ଚେହେରା ନଜର ଆସିବେ। ଶୋ’ର ପ୍ରଶଂସକମାନେ ମଧ୍ୟ ‘ବିଗ୍ ବସ୍ ୧୫’କୁ ନେଇ ଉତ୍ସାହର ସହ ଅପେକ୍ଷା କରିଛିନ୍ତି। ଅନେକ ପ୍ରତିଯୋଗୀମାନଙ୍କର ପ୍ରୋମୋ ମଧ୍ୟ ରିଲିଜ୍ ହୋଇସାରିଛି। ଏବେ ଉମର ରିୟାଜ୍ ଓ ଡୋନାଲ ବିଷ୍ଟଙ୍କ ପ୍ରୋମୋ ମଧ୍ୟ ରିଲିଜ୍ ହୋଇଛି।

Neha Dhupia lost out projects for pregnancy
ଗର୍ଭଧାରଣ ନେଇ ଅନେକ କାମ ହରେଇଛନ୍ତି ନେହା ଧୂପିଆ

ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପୂର୍ବରୁ ନେହା ଧୂପିଆ ଏକ ପୂତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ତେବେ ବର୍ଭାବସ୍ଥାରେ ମଧ୍ୟ ପାରମ୍ପରିକ ନୀତିକୁ ଭାଙ୍ଗି ନେହା କାମ କରୁଛନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ ନେହା ନିଜର ଗର୍ଭଧାରଣ ହେତୁ ଅନେକ କାମ ହରେଇଛନ୍ତି।

PM Modi Extends Greetings Said May He Lead Along Healthy Life
୭୬ ବର୍ଷରେ ପଦାର୍ପଣ କଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ : ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

୭୬ ବର୍ଷରେ ପାଦ ଦେଲେ ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଜନ୍ମଦିନ ଉପଲକ୍ଷେ ସେ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ବାର୍ତ୍ତା ଗହଣ କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Load Who Invented Low Cost Lightweight House Wins Commonwealth Prize
ଦୁନିଆର ସବୁଠୁ ଭିନ୍ନ ଘର ଆବିଷ୍କାର କରି କମନ୍‌ୱେଲଥ୍ ଆୱାର୍ଡ ପାଇଲେ ଭାରତୀୟ ଯୁବକ

ଦୁନିଆର ସବୁଠୁ ଭିନ୍ନ ଘର ଆବିଷ୍କାର କରି ଚର୍ଚ୍ଚାରେ ଭାରତୀୟ ଯୁବକ । ଭାରତର ବାସ୍ତ୍ରୁଶାସ୍ତ୍ର ଅଧୟନ କରୁଥିବା ୨୦ ବର୍ଷୀୟ ଯୁବକଙ୍କୁ କମନ୍‌ୱେଲଥ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । କାରଣ ଯୁବକ ଜଣକ ଏମିତି ଏକ ଭିନ୍ନ ଘରର ଆବିଷ୍କାର କରିଛନ୍ତି ତାହା ହୁଏ ତ ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । 

Amazon, Flipkart
ଏଇ ମାସରେ ଆମାଜନ୍‌ ଓ ଫ୍ଲିପକାର୍ଟରେ ମିଳିବ ସ୍ପେଶାଲ୍ ଅଫର୍‌ , ଜାଣନ୍ତୁ କେବେ ଓ କେତେ ଦିନ ?

ଆଗକୁ ପୂଜା। ଆରମ୍ଭ ହୋଇଯାଉଛି ପର୍ବାଣର ମାହୋଲ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ୍ ଏବଂ ଫ୍ଲିପକାର୍ଟ। ମନପସନ୍ଦର ଜିନିଷ ଉପରେ ଦେବେ ଭରପୂର ରିହାତି। ଆସନ୍ତା ୩ ତାରିଖରୁ ପାର୍ବଣ ସେଲ୍‌ ଲଗାଇବାକୁ ଯାଉଛି ଆମାଜନ୍‌।

Afghanistan
ଆଫଗାନିସ୍ତାନର ଏହି ପର୍ଯ୍ୟଟନସ୍ଥଳୀକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା

ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ପୂରା ଦେଶକୁ କବଜା କରିବା ପରେ ତାଲିବାନୀମାନେ ରାଜ କରୁଛନ୍ତି। ଏବେ ଆଫଗାନିସ୍ତାନ ନାଁ ଶୁଣିବା ମାତ୍ରେ ମନକୁ ଆସି ଯାଉଛି ରକ୍ତପାତ ଓ ଯୁଦ୍ଧର ଝଲକ

Malaika Arora
ମଲାଈକାଙ୍କ ଲାଇଫଷ୍ଟାଇଲ... ଗାଡି, ଘର ଓ ବ୍ୟାଙ୍କ ବାଲାନ୍ସ ଜାଣନ୍ତୁ...

ବଲିଉଡର ଫିଟ୍‌ନେସ୍‌ ଅଭିନେତ୍ରୀ କିଏ। ଏ ପ୍ରଶ୍ନରେ କେବଳ ଗୋଟିଏ ଉତ୍ତର। ବଲିଉଡର ଫିଟ୍‌ନେସ୍‌ ଅଭିନେତ୍ରୀ ହେଉଛନ୍ତି ମଲାଈକା ଆରୋରା। ଚାଲ ଛେୟାଁ ଛେୟାଁ ଏବଂ ମୁନ୍ନି ବାଦନାମ୍ ହୁଇ ଗୀତରେ ବୋଲ୍ଡ ନୃତ୍ୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମଲାଇକା ଛୋଟ ପରଦାରେ ମଧ୍ୟ ବେଶ ସକ୍ରିୟ।

Daily Horoscope
Daily Horoscope, 1 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧ ତାରିଖ, ଶୁକ୍ରବାର, କନ୍ୟା ୧୫ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ଦଶମୀ ତିଥି ପୂଷ୍ୟା ନକ୍ଷତ୍ର କର୍କଟ ଚନ୍ଦ୍ର , ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Petrol Price Today In Delhi Near 102 Rupees Litre And Diesel Price Crosses 90 Rs Litre Samp
ଆଜି ପୁଣି ବଢିଲା ପେଟ୍ରୋଲ ଦର ! ଜାଣନ୍ତୁ ଆପଣଙ୍କ ସହରରେ କେତେ....

ପୁଣି ବଢିଲା ତୈଳ ଦର । କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନ ପେଟ୍ରୋଲ ଡିଜେଲ ଦରବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀର ଡିଜେଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଥିବାବେଳେ ପେଟ୍ରୋଲର ଦର ୧୦୨ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ଦେଶର ସମସ୍ତ ସ୍ଥାନରେ ତୈଳ ଦର ଅଧିକ ସଂଖ୍ୟା ରେ ବୃଦ୍ଧି ହେବାରେ ଲାଗିଛି ।

PM Modi
ସ୍ୱଚ୍ଛ ଭାରତ ମିଶନ ସହରୀ ଏବଂ ଅମୃତ ୨.୦ର ଆଜି ଶୁଭାରମ୍ଭ କରିବେ ମୋଦି

ଆଜି ସ୍ୱଚ୍ଛ ଭାରତ ମିଶନ ସହରୀ ୨.୦ ଏବଂ ଅମୃତ ୨.୦ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ସହରକୁ ଆବର୍ଜନା ମୁକ୍ତ ଓ ଜଳ ସୁରକ୍ଷା ଯୋଗାଇବା ଏହାର ଉଦ୍ଦେଶ୍ୟ ରହିଛି। ନୂଆଦିଲ୍ଲୀ ସ୍ଥିତ ଡକ୍ଚର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି