• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Coronavirus
ରାଜ୍ୟରେ ୨୪ ଘଣ୍ଟାରେ ୫୯୩ ସଂକ୍ରମିତ ଚିହ୍ନଟ; ୪ ମୃତ

ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୨୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୪୧୨କୁ ବୃଦ୍ଧି ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଲେଖାଏଁ ‌ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଫଳରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୨୨୭କୁ ବୃଦ୍ଧି ହୋଇଛି । ।

High Court Judges Transfer
୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି

ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି କରାଯାଇଛି। ଏଥିରେ ଅନ୍ୟ ହାଇକୋର୍ଟରୁ ବଦଳି ହୋଇ ୨ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ଆସିବେ। କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ସେହିଭଳି ପଞ୍ଜାବ ହରିୟାଣା ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୋବନ୍ତ ସିଂ, ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛନ୍ତି।

janet yellen
ଆର୍ଥିକ ମାନ୍ଦାବସ୍ତାରେ ବୁଡିବ ଆମେରିକା

ବିଶିଷ୍ଟ ଅର୍ଥନୀତିଜ୍ଞ ୟେଲେନ ସିଏନବିସିରେ କହିଛନ୍ତି ଯେ ଆମେରିକାର ସଂସଦ ଦିନକୁ ଦିନ ଋଣ ବଢାଇବରେ ଲାଗିଛି ଏହି ଋଣ ସଂକଟର ଯଥା ଶୀଘ୍ର ସମାଧାନ ହେବା ନିହାତି ଦରକାର। ନଚେତ୍ ଆମେରିକାର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇ ପଡିବ।

Arvind Trivedi
‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ହୃଦ୍‌ଘାତ କାରଣରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। 

Lakhimpur Kheri Violence
ୟୁପି ହିଂସା:କେନ୍ଦ୍ର ମନ୍ତ୍ରୀ କହିଲେ,ଯଦି ଘଟଣା ଦିନ ମୋ ପୁଅ କେଉଁଠି ଥିଲା ଜାଣିବାକୁ ଚାହୁଁଛନ୍ତି,ତା’ହେଲେ...

ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ପୋଲିସ୍‌ ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାଁ ନିଆଯିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସମଗ୍ର ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ରାଜନୀତି ମଧ୍ୟ ତେଜିବାରେ ଲାଗିଛି। 

terrorist attack
କାଶ୍ମୀରରେ ଆତଙ୍କୀ ଆକ୍ରମଣ: ଆଖିବୁଜା ଗୁଳିମାଡରେ ୩ ସାଧାରଣ ନାଗରିକ ମୃତ

ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ। ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ଉପରେ ଭାରତୀୟ ସେନାର ସର୍ଚ ଅପରେସନ୍ ଆରମ୍ଭ ହୋଇଛି।

Rahul Gandhi
ଲଖିମପୁର ଖେରି ଯିବା ପାଇଁ ରାହୁଲ ଗାନ୍ଧିଙ୍କୁ ଅନୁମତି ଦେଲେନି ଯୋଗୀ ସରକାର

ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ଲଖିମପୁର ଖେରି ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି। ରାହୁଲଙ୍କ ଗସ୍ତ ପାଇଁ ଅନୁମତି ପ୍ରଦାନ କରିବାକୁ  ୟୁପି ସରକାର ମନା କରି ଦେଇଛନ୍ତି। ରାହୁଲଙ୍କ ସମେତ ୫ ଜଣିଆ ଟିମ୍ ଆଜି ଲଖିମପୁର ଖେରି ଗସ୍ତ ପାଇଁ ଅନୁମତି ଲୋଡ଼ି ଥିଲେ।

Mumbai cruise drugs bust Updates
ନିଶା ରାକେଟର ଖିଅ କାଢୁଛି NCB, ମୋଟ ଗିରଫଦାରୀ ସଂଖ୍ୟା ୧୬କୁ ବୃଦ୍ଧି

କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ୧୬କୁ ବୃଦ୍ଧି ପାଇଛି ଗିରଫଦାରୀ ସଂଖ୍ୟା । ଗତକାଲି ୨ ଓଡ଼ିଆଙ୍କ ସମେତ ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି । ସେମାନଙ୍କୁ ଆଜି କୋର୍ଟରେ ହାଜର ପରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଏନସିବି । ପାର୍ଟି ଆୟୋଜକଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବା ପାଇଁ ଏନସିବି ଯୋଜନା ରଖିଛି ।

SWR Recruitment 2021
ରେଲ୍‌ୱେରେ ୯୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ଜାରି

ଦକ୍ଷିଣ-ପଶ୍ଚିମ ରେଲୱେ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅଫିସିଆଲ୍ ୱେବସାଇଟ୍ www.rrchubli.in ମାଧ୍ୟମରେ ଆବେଦନ କରିପାରିବେ।

Old Vehicle
ପୁରୁଣା ଗାଡ଼ି ଚଳାଉଥିଲେ ଜାଣିରଖନ୍ତୁ, ଆଠ ଗୁଣା ବୃଦ୍ଧି ପାଇବ ପଞ୍ଜିକରଣ ଦେୟ

ଆସନ୍ତା ଏପ୍ରିଲରୁ ବଢ଼ିବ ପୁରୁଣା ଗାଡ଼ିର ପୁନଃ ପଞ୍ଜିକରଣ ଓ ଫିଟନେସ୍ ଫି । ବିଶେଷକରି କାର ଅନ୍ୟ ବାଣିଜ୍ୟିକ ଯାନ ବାହାନ କ୍ଷେତ୍ରରେ ଏହି ଦର ୮ ଗୁଣା ବଢ଼ିଛି । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନୂଆ ଫି ଧାର୍ଯ୍ୟ କରିଥିବା ବେଳେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Two  Odia arrested in Aryan cruise case
ଆର୍ଯ୍ୟନ କ୍ରୁଜ୍ ଡ୍ରଗ୍ସ ମାମଲାରେ ୨ ଓଡିଆ ଗିରଫ

ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡିଆଙ୍କୁ ଗିରଫ କରିଛି ଏନ୍‌ସିବି। ମଝି ଦରିଆରେ ନିଶା ଆସରରେ ରୋକ୍ ଲଗେଇଥିବା ଏନ୍‌ସିବି ହାତରେ ଆଜି ଏହି ୨ ଓଡିଆ ଯୁବକ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳିଛି।

Man saves baby dolphins life
ଯୁବକ ଦେଖେଇଲେ ମଣିଷପଣିଆ : ବଞ୍ଚେଇଦେଲେ ଡଲ୍‌ଫିନ୍ ଜୀବନ

କୁହାଯାଏ ଯେ ଏହି ଦୁନିଆରେ ମଣିଷପଣିଆ ଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ତେଣୁ ପ୍ରତ୍ୟେକ ନିସହାୟଙ୍କୁ ସାହାଯ୍ୟ କରିବା ଜରୁରୀ ଯିଏ ସମୟରେ ପଡି ସାହାଯ୍ୟ ଆଶା କରୁଥାଏ। ଏହି ନିୟମ ମଣିଷ ସହିତ ପଶୁପକ୍ଷୀମାନଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯିବା ଜରୁରୀ। ଏହି ସମୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିବା ପରେ ବୁଝିହେବ ଯେ ଏ ପୃଥିବୀରେ ଏବେ ବି ମାନବିକତା ବଞ୍ଚି ରହିଛି।

rape
ଦିଲ୍ଲୀରେ ମହିଳାଙ୍କୁ ଗଣଦୁଷ୍କର୍ମଣ: ଜଣେ ଗିରଫ୍, ଦୁଇ ଫେରାର୍

ପୁଣି ଜଣେ ମହିଳାଙ୍କ ସହ ଘଟିଛି ଗଣଦୁଷ୍କର୍ମଣ। ଭାରତରେ ଦୈନିକ ଗଣଦୁଷ୍କର୍ମଣ ବଢିବାରେ ଲାଗିଛି। ନିକଟରେ ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଏକ ମହିଳାଙ୍କୁ ଅଟୋ ଡ୍ରାଇଭର ସମେତ ଆଉ ଦୁଇ ଜଣ ଗଣଦୁଷ୍କର୍ମଣ କରିଥିବାର ମାମଲା ରୁଜୁ ହୋଇଛି। ଏନେଇ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି।

Lakhimpur
ଥମୁନି ଲଖିମ୍‌ପୁର ହିଂସା, ମୋଦିଙ୍କୁ ଘଟଣାସ୍ଥଳକୁ ଡାକିଲାଣି କଂଗ୍ରେସ

ଉତ୍ତର ପ୍ରଦେଶ ଲଖିମ୍‌ପୁର ଚାଷୀ ବିରୋଧୀ ହିଂସାକୁ ନେଇ ଝଡ଼ । ଚାଷୀଙ୍କ ଉପରେ ଏକ ଜିପ୍‌କୁ ମଡାଇ ଦିଆଯାଉଥିବା ଭିଡିଓ ଭାଇରାଲ୍ ହେବା ପରେ ତେଜିଛି ରାଜନୀତି ।

Man eating raw-meat from 50 years
୫୦ ବର୍ଷ ହେବ କଞ୍ଚା ମାଂସ ଖାଉଛନ୍ତି; ସ୍ତ୍ରୀଙ୍କୁ ନ ଥିଲା ଜଣା

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କ ଭିତରେ ଅନେକ ପ୍ରକାରର ଅଭ୍ୟାସ ମଧ୍ୟ ଅଛି। ଏମିତି ଅନେକ ଅଭ୍ୟାସ ଅଛି ଯାହା ଏତେ ଅଜବ ଯେ ଯାହାକୁ ଜାଣିଲେ ହସ ଲାଗିବା ସହ ଆଶ୍ଚର୍ଯ୍ୟା ବି ଲାଗେ। ଏଭଳି ଏକ ବ୍ୟକ୍ତିଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପତ୍ନୀଙ୍କୁ ବି ଯେତେବେଳେ ଏହି କଥା ଜଣାପଡିଲା ତାଙ୍କ ପାଦ ତଳୁ ମାଟି ଖସିଗଲା।

From house maid to Crorepati
ଦିନେ ଅନ୍ୟ ଘରେ କରୁଥିଲେ ଝାଡୁ-ପୋଛା : ଏବେ କୋଟିପତି

କୁହାଯାଏ ଗରୀବ ମଣିଷ କିଛି ବି କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଯେଉଁ ମଣିଷ ପାଖରେ ଆଗକୁ ଯିବାର ଇଛା ଥାଏ ସେ ସେହି ଗରିବୀ ଭିତରେ ମଧ୍ୟ ଏମିତି କିଛି ବାଟ ଖୋଜିନିଏ ଯାହା ତା’ର ପରିସ୍ଥିତିକୁ ସୁଧାରି ଦିଏ। ତେବେ ଅନେକ ସମୟରେ ପରିସ୍ଥିତିକୁ ସୁଧାରିବା ପାଇଁ କରାଯାଇଥିବା କାମ ଲୋକଙ୍କ ଦେହରେ ଯାଏନି। ଏଭଳି ଏକ ଘଟଣା ଆମେରିକାରେ ଘଟିଛି।

Navjot Singh Sidhu
କେନ୍ଦ୍ରକୁ ସିଦ୍ଧୁଙ୍କ ଚେତାବନୀ; ପ୍ରିୟଙ୍କାକୁ ମୁକ୍ତ କର ନହେଲ...

 ପଞ୍ଜାବ କଂଗ୍ରେସ ଦଳର ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି । ସରକାରଙ୍କୁ ଚେତାବନୀ ଦେବା ସହ ଏକ ଟ୍ୱିଟ୍ ମାଧ୍ୟମରେ କରିଛନ୍ତି ଯେ, ଆସନ୍ତାକାଲି ମଧ୍ୟରେ କୃଷକଙ୍କ ନିର୍ଦ୍ଦୟ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଗିରଫ କରାନଗଲେ ଏବଂ ବେଆଇନ୍ ଭାବରେ ଗିରଫ କରାଯାଇଥିବା ଆମ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ମୁକ୍ତ ନ କଲେ , ପଞ୍ଜାବ କଂଗ୍ରେସ ଲଖିମପୁର ଖେରିରେ ଆନ୍ଦୋଳନ ଆରମ୍ଭ କରିବ।

water
ଦୂଷିତ ପାଣି ପିଇ ୬ ଜଣଙ୍କ ଜୀବନ ଚାଲିଗଲା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଜୀବନ ନେଇଗଲା ଦୂଷିତ ପାଣି । ସ୍ୱଚ୍ଛ ପାଣି ପାଇଁ ଡହକବିକଳ ଲୋକେ । କର୍ଣ୍ଣାଟକର ବିଜୟନଗରରେ ଦୂଷିତ ପାଣି ପିଇବା ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଅସୁସ୍ଥ ହୋଇପଡିଛନ୍ତି । ତେବେ ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ତୁରନ୍ତି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏଇଠି ପ୍ରଶ୍ନ ଉଠୁଛି ଏ ମୃତ୍ୟୁ ପାଇଁ ଦାୟୀ କିଏ ? 

Star Lawyer Satish Maneshinde
ଆର୍ୟନର ହାଇପ୍ରୋଫାଇଲ୍ ଓକିଲ ସତୀଶ ମନେଶିନ୍ଦେ, ଦିନେ ତାଙ୍କ ପାଇଁ ବେଲ ପାଇଥିଲେ ସଞ୍ଜୟ ଦତ୍ତ ଓ ସଲମାନ ଖାନ

ମାୟାନଗରୀ ମୁମ୍ୱାଇରେ ବେଶ ଜଣାଶୁଣା ସତୀଶ ମନେଶିନ୍ଦେ। ଅନେକ ବଲିଉଡ ଷ୍ଟାରଙ୍କୁ ଆଇନ ଜାଲରୁ ଖସାଇବାରେ ସଫଳ ହୋଇଛନ୍ତି ଏହି ଆଇନଜୀବୀ । ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣା ହେଉ ଅବା ହିଟ୍‌ ଆଣ୍ଡ ରନ୍‌ କେସ ହେଉ ମାମଲା ଲଢି ଚର୍ଚ୍ଚାକୁ ଆସିଛନ୍ତି ସତୀଶ ମନେଶିନ୍ଦେ। ଏବେ କିଙ୍ଗ ଖାନଙ୍କ ପୁଅ ଆର୍ୟନ ପାଇଁ ସେ କରୁଛନ୍ତି ଓକିଲାତି

Ranveer Singh flaunts muscles
ଜୀମ୍‌ରେ ମସଲ୍ ଦେଖେଇଲେ ରଣବୀର ସିଂହ

ବଲିଉଡ ଅଭିନେତା ରଣବୀର ସିଂହ ନିଜର ଷ୍ଟାଇଲିସ୍ ଲୁକ୍ ନେଇ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଅଭିନୟକୁ ନେଇ ଯେତିକି ପସନ୍ଦ କରାଯାଏ ତାଙ୍କ ଫେସନ ସେନ୍ସକୁ ନେଇ ତା’ ଠାରୁ ଅଧିକ ପ୍ରଶଂସା କରାଯାଏ। ଏହି କାରଣରୁ ବହୁତ କମ ଦିନରେ ସେ ଦର୍ଶକଙ୍କ ହୃଦୟରେ ଏକ ବଡ ଜାଗା ଅକ୍ତିଆର କରିବାରେ ସକ୍ଷମ ହୋଇପାରିଛନ୍ତି। ନିଜ ଏନର୍ଜି ଦ୍ୱାରା ସେ ଖୁବ୍ କମ ସମୟରେ ସମସ୍ତଙ୍କୁ ନିଜର କରି ନିଅନ୍ତି।

Nobel Prize 2021
ପଦାର୍ଥ ବିଜ୍ଞାନ ପାଇଁ ତିନି ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର

ପଦାର୍ଥ ବିଜ୍ଞାନ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର । ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ଗବେଷଣା ପାଇଁ ସୁକରୋ ମାନେବେ, କ୍ଲାସ୍ ହେଲସମ୍ୟାନ୍ ଏବଂ ଜିୟୋର୍ଜିୟ ପେରିସିକଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ

imran khan
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ବାଇଡେନ୍‌ଙ୍କ ଅଣଦେଖା

ପାକିସ୍ତାନକୁ ବାରମ୍ବାର ରେଡ୍ ସିଗନାଲ୍ ଦେଖାଉଛି ଆମେରିକା। ଇମ୍ରାନ୍ ଖାନ୍‌ଙ୍କ ସତ ଚେଷ୍ଟା ପରେ ମଧ୍ୟ ବାଇଡେନ୍ ତାଙ୍କୁ ଅଣଦେଖା କରୁଥିବାର ପାକିସ୍ତାନ୍‌ ପକ୍ଷରୁ ଶୁଣିବାକୁ ମିଳିଛି। ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୀର୍ଘ ଦିନ ଧରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଆମେରିକା ପକ୍ଷରୁ ଏହାକୁ ଅଣଦେଖା କରାଯାଉଛି।

Ranbir play the role of Ram and Hrithik as raavan
ରାମ-ରାବଣ ପାଇଁ ଚର୍ଚ୍ଚାରେ ହ୍ରିତିକ-ରଣବୀର

ବଲିଉଡ୍ ଅଭିନେତା ରଣବୀର କପୁର ଓ ହ୍ରିତିକ୍ ରୋଶନଙ୍କୁ ସିନେ ନିର୍ମାତା ଜୈକୀ ଭଗନାନୀଙ୍କ ଅଫିସ୍ ବାହାରେ ଦେଖାଯାଇଛି। କୁହାଯାଉଛି ଯେ ଉଭୟଙ୍କୁ ନେଇ ନିର୍ମାତା ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହା ସହିତ ଉଭୟ ମଧ୍ୟ ନମିତ ମାଲହୋତ୍ରାଙ୍କ ସହ ମିଟିଂ କରୁଥିବା ବେଳେ ନଜର ଆସିଛନ୍ତି। ଯାହା ‘ରାମାୟଣ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି। ଏହି ମିଟିଂରେ ମଧ୍ୟ ନିତେଶ ତିୱାରୀ ଓ ମଧୁ ମାନତେନା ଉପସ୍ଥିତ ଥିଲେ।

Tsai Ing-wen
ମହାଶକ୍ତି ଚୀନ୍‌କୁ ତାଇୱାନ୍‌ର ଚେତାବନୀ : କବଜା କରିବାକୁ ଚେଷ୍ଟା କଲେ ପୂରା ଏସିଆରେ ସୃଷ୍ଟି ହେବ ବିନାଶକାରୀ ପରିସ୍ଥିତି

ଚୀନ୍, ତାଇୱାନ ଉପରେ ଅତ୍ୟଧିକ ଚାପ ପକାଉଥିବା ସମୟରେ ତାଙ୍କର ଏପରି ବୟାନ୍ ଆସିଛି । ତାଇୱାନ ନିଜକୁ ଏକ ସ୍ୱୟଂଶାସିତ ତଥା ଗଣତାନ୍ତ୍ରିକ ଦ୍ୱୀପ ଭାବରେ ଦେଖେ । କିନ୍ତୁ ଚୀନ୍ ତାଇୱାନକୁ ନିଜର ଏକ ଅଂଶ ବୋଲି ଭାବେ । ତାଇୱାନକୁ ଚୀନ୍ ନିଶ୍ଚିତ ଭାବେ କବଜା କରିବ ବୋଲି ପୂର୍ବରୁ କହିସାରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ।

Aryan Khan cruise drugs case
ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲା : ସାନିଟାରୀ ପ୍ୟାଡ୍‌ରେ ଯାଇଥିଲା ଡ୍ରଗ୍ସ

ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜ ଶନିବାର ରାତିରେ ଆର୍ଯ୍ୟନ ଖାନଙ୍କ ସମେତ ସେଥିରେ ଥିବା ଅନ୍ୟମାନଙ୍କ ପାଇଁ କାଳ ହୋଇଛି। ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି) ଟିମ୍ ଚଢଉ କରି ପାର୍ଟିକୁ ବନ୍ଦ କରିଦେଇଥିଲା। ଏଥିରେ ଆର୍ଯ୍ୟନ ସମେତ ଧରାଯାଇଥିବା ୯ ଜଣଙ୍କୁ ଏନ୍‌ସିବି ହେପାଜତକୁ ନେଇ ପଚରାଉଚରା କରୁଛି। ତେବେ କିଏ ଏମାନେ ଆସନ୍ତୁ ଜାଣିବା।