• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Rahul Gandhi
ୟୁପି ହିଂସା: ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବେ ଭୂପେଶ-ଚରଣଜିତ୍‌

ୟୁପି ଖେରିରେ ଆନ୍ଦୋଳନରତ ଚାଷୀଙ୍କ ସହ ଘଟିଥିବା ଦୁର୍ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାସ୍ଥଳରେ ପହଞ୍ଚି ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଛନ୍ତି ।

satish-maneshinde
ସଞ୍ଜୟ ଦତ୍ତ, ସଲମାନ ଖାନ୍‌ଙ୍କ ପରେ ଆର୍ଯ୍ୟନ୍‌ଙ୍କ କେସ୍ ଲଢିବେ ଏହି ଓକିଲ... ଜାଣନ୍ତୁ ସେ କିଏ?

ଏନସିବି ହାତରେ କିଙ୍ଗ ଖାନଙ୍କ ପୁଅ ଆର୍ୟନ। ପୁଅକୁ ମୁକୁଳାଇବାକୁ ଲାଗି ପଡିଛନ୍ତି ଶାହରୁଖ ଖାନ୍‌। ସୁଟିଂ ଛାଡ଼ି ସ୍ପେନରୁ ଫେରିଆସିଛନ୍ତି ଭାରତ, ବରିଷ୍ଠ ଆଇନଜୀବୀ ସତୀଶ ମନେଶିନ୍ଦେଙ୍କୁ ବାଛିଛନ୍ତି ଓକିଲ

Vikram Bhatt marries Shwetambari Soni
ପୁଣି ବାହା ହେଲେ ବିକ୍ରମ ଭଟ୍ଟ

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ ବିକ୍ରମ ଶ୍ୱେତାମ୍ବରୀ ସୋନି ନାମକ ଜଣେ ଝିଅକୁ ବିବାହ କରିଛନ୍ତି। କୁହାଯାଉଛି ଯେ ଏହି ବିବାହ ଗତ ବର୍ଷ ହୋଇଥିଲେ ମଧ୍ୟ ବିକ୍ରମ ଏହାକୁ ଏପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। ବିକ୍ରମ ଏପର୍ଯ୍ୟନ୍ତ ଏ ବିଷୟରେ କାହାକୁ କିଛ କହି ନ ଥିଲେ। କିନ୍ତୁ ବର୍ତ୍ତମାନ ଏହାର ଖୁଲାସା ହୋଇଛି।

Air India
ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଗଲା ଏୟାର ଇଣ୍ଡିଆ ବିମାନ!

ବ୍ରିଜ ତଳେ ଫସିଗଲା ପ୍ଲେନ। ଏହା ହେଖି ତାଜୁବ ହୋଇଗଲେ ଲୋକେ। ଫଟୋ ଉଠାଇଲେ, ଭିଡିଓ ବି କଲେ। ଏହା ପରେ ସୋସିଆଲ ମିଡିଆରେ ଛାଇ ହୋଇଗଲା ପ୍ଲେନର ଫଟୋ ଓ ଭିଡିଓ

Aryan Khan case
ଆସନ୍ତାକାଲି ଆର୍ଯ୍ୟନ ଖାନ୍‌ଙ୍କ ରିମାଣ୍ଡ ଅବଧି ଶେଷ

ଏନ୍‌ସିବି ରିମାଣ୍ଡରେ କିଙ୍ଗ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଏନ୍‌ସିବି ଟିମ୍ ଆଜି ଗିରଫ ଆର୍ଯ୍ୟନ ଖାନ୍ ଓ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି। ଦୁଇ ଥର ରିମାଣ୍ଡରେ ନେଇ ଆର୍ଯ୍ୟନଙ୍କଠାରୁ ଏନ୍‌ସିବି ଟିମ୍ ବହୁ ତଥ୍ୟ ଉଗାଳିଥିବା ସୂଚନା ମିଳିଛି । ଏପରିକି ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

Cheap hotel : You can eat in just 03 rupee
ଶସ୍ତା ହୋଟେଲ୍ : ମିଳୁଛି ୩ ଟଙ୍କାରେ ପେଟପୂରା ଖାଦ୍ୟ

ଆଜି ବି ତିନି ଟଙ୍କାରେ ମିଳୁଛି ଖାଇବା। ଏହି କଥା ଶୁଣିଲେ ଅବିଶ୍ୱାସ ଲାଗିପାରେ। କିନ୍ତୁ କୋଲକାତା ସହରରେ ଏମିତି କିଛି ହୋଟେଲ୍ ଅଛି ଯେଉଁଠି ଶସ୍ତାରେ ମିଳୁଛି ଖାଇବା। ଆଜିବି ଆପଣ ଭାତ ଓ ଝୋଳ ୩ ଟଙ୍କାରେ ଖାଇପାରିବେ। ଏହା କେବଳ ଗୋଟିଏ କି ଦୁ‍ଇଟି ହୋଟେଲରେ ନୁହେଁ ସହରର ଅନେକ ହୋଟେଲରେ ଏମିଟି ଶସ୍ତା ଖାଇବା ମିଳେ। ଏହିସବୁ ହୋଟେଲକୁ ପାଇସ୍ ହୋଟେଲ୍ ବୋଲି କୁହାଯାଏ।

Device will release depression
ମାନସିକ ଅବସାଦରୁ ମୁକ୍ତି ଦେବ ଏହି ଡିଭାଇସ୍

ଆଜିର ଧାଁଦୌଡ ଜୀବନରେ ବିଷାଦ ଏକ ସାଧାରଣ କଥା ହୋଇଯାଇଛି। ଏହି ବିଷାଦ କାରଣରୁ ଅନେକ ସମୟରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିଛି। କିନ୍ତୁ ରୋଗୀଙ୍କୁ ଏଥିରୁ ରକ୍ଷା ମିଳିନି। କିନ୍ତୁ ବର୍ତ୍ତମାନ ଏଥିରୁ ମୁକ୍ତି ମିଳିବ। ଏନେଇ ଏକ ସ୍ୱତନ୍ତ ଡିଭାଇସ୍ ବାହାର କରାଯାଇଛି ଯାହା ଅଧାଅଧି ବିଷାଦ ଦୂର କରିବ। ଏହାକୁ ବ୍ରେନ୍ ପ୍ରେସମେକର କୁହାଯାଉଛି।

Porn
ଅଶ୍ଳୀଳ ଭିଡ଼ିଓ ଦେଖିଲେ ଶରୀରରେ ପଡ଼ିଥାଏ ଏମିତି ପ୍ରଭାବ, ଡାକ୍ତର କଲେ ବଡ଼ ଖୁଲାସା

କରୋନା ଲକ୍‌ ଡାଉନ୍‌ ସମୟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା କି ଅଶ୍ଳୀଳ ଫିଲ୍ମ ଦେଖିବାର ସଂଖ୍ୟା ବହୁମାତ୍ରାରେ ବଢିଯାଇଛି। କିନ୍ତୁ ଏବେ ପୁଣି ସମାନ ରିପୋର୍ଟ ଆସିଛି। ଜାତୀୟ ଗଣମାଧ୍ୟମ ନ୍ୟୁଜ୍‌ ୧୮ର ରିପୋର୍ଟ ଅନୁସାରେ, ଲଗାତାର ଦେଶରେ ପର୍ଣ୍ଣ ଫିଲ୍ମ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି

Huma Qureshi says it was fun to get beaten up by Akshay Kumar
ଅକ୍ଷୟ କୁମାରଙ୍କ ଠାରୁ ମାଡ ଖାଇବା ଖୁବ ମଜ୍ଜା ଥିଲା : ହୁମା କୁରେଶୀ

ବଲିଉଡର ପ୍ରତିଭାବାନ ଅଭିନେତ୍ରୀ ହୁମା କୁରେଶୀ ଯେତିକି ଭଲ କାମ କରନ୍ତି ସେତିକି ଥଟ୍ଟା ମଜ୍ଜା ବି କରନ୍ତି। ନିକଟରେ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ 'ବେଲ୍‌ ବଟମ୍‌'ର ସେଟ୍‌ରୁ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ହୁମା ଅକ୍ଷୟ କୁମାରଙ୍କ ସହ ଫାଇଟ୍ କରୁଥିବା ଏବଂ କ୍ଲାଇମାକ୍ସ ସିନରେ ମାଡ ଖାଉଥିବା ନଜର ଆସିଛନ୍ତି।

Film Shooting In Space
ମହାକାଶରେ ହେବ ଫିଲ୍ମ ସୁଟିଂ, MS-19ରେ ବସି ସାରିଲେଣି ସବୁ କ୍ର୍ୟୁ ମେମ୍ବର

ଫିଲ୍ମ ସୁଟିଂ ସବୁବେଳେ ଷ୍ଟୁଡିଓ ଭିତରେ ସମ୍ଭବ ହୋଇନଥାଏ । ଚଳଚ୍ଚିତ୍ର କାହାଣୀର ଆବଶ୍ୟକତା ଅନୁସାରେ, ବିଭିନ୍ନ ଲୋକେସନ୍‌କୁ ଯାଇ ସୁଟିଂ କରିଥାନ୍ତି ଫିଲ୍ମ ନିର୍ମାତା । କେତେବେଳେ ବଣ ପାହାଡ଼ରେ ତ କେତେବେଳେ ସମୁଦ୍ରରେ ଅବା ମରୁଭୂମିରେ ସୁଟ୍ ହୁଏ ବିଭିନ୍ନ ସିନ୍ ।

Nobel Prize in Chemistry
ରସାୟନ ବିଜ୍ଞାନ ପାଇଁ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିବ ନୋବେଲ ପୁରସ୍କାର

ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ନୋବେଲ ପୁରସ୍କାର ମିଳିବ ବୋଲି ସୂଚନା ମିଳିଛି।

PDS
ମଦ ପିଇଲେ ଆଉ ମିଳିବ ନାହିଁ ରାସନ

ମଦୁଆଙ୍କୁ ଏଣିକି ମିଳିବ ନାହଁ ସରକାରୀ ରାସନ। ଯେଉଁମାନେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ୍‌ ଯେଉଁମାନେ ଚାଉଳ, ଗହମ ଓ କିରୋସିନ୍‌ ସୂଲଭ ମୂଲ୍ୟରେ ପାଉଛନ୍ତି ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଆଉ ମଦ ପିଇବା ଲୋକଙ୍କୁ ଦିଆଯିବ ନାହିଁ ସରକାରୀ ରାସନ।

india coronavirus update 25 september 2021
ପାର୍ବଣ ଆସୁଛି, ଦେଶରେ ସଂକ୍ରମଣ କମୁଛି

ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୮,୮୩୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ମୋଟ୍‌ ୨୭୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ

Vidyut Jammwal’s Sanak trailer launch
ରିଲିଜ୍ ହେଲା ବିଦ୍ୟୁତ ଜାମୱାଲଙ୍କ ଆକ୍ସନ ଫିଲ୍ମ 'ସନକ'ର ଟ୍ରେଲର

ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଆକ୍ସନ ଫିଲ୍ମ 'ସନକ'ର ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲରଟି ବହୁତ ଭଲ ହୋଇଥିବା ଦେଖାଯାଏ। ଏଥିରେ ଏକ ଭାବପ୍ରବଣ କାହାଣୀ ଓ ମଜବୁତ୍ ଆକ୍ସନକୁ ମିକ୍ସ କରାଯାଇଛି। ପ୍ରାୟ ୨ ମିନିଟ୍ ୩୬ ସେକେଣ୍ଡର ଏହି ଟ୍ରେଲରଟି ବିଦ୍ୟୁତ୍ ଜାମୱାଲ୍ ଓ ତାଙ୍କ ପତ୍ନୀଙ୍କଠାରୁ ଆରମ୍ଭ ହୋଇଛି। ତାଙ୍କ ପତ୍ନୀ ହାର୍ଟ ଅପରେସନ କରିବାକୁ ଯାଉଛନ୍ତି ଏବଂ ତାଙ୍କୁ ଅପରେସନ୍ ରୁମ୍‌କୁ ନିଆଯାଉଛି।

Gold Ornaments
ଲଗାତାର ଦ୍ୱିତୀୟ ଦିନ ପାଇଁ କମିଲା ସୁନା ଦର

ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା-ରୂପା ଦରରେ ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୨% ଅର୍ଥାତ୍‌ ୧୦୨ ଟଙ୍କା ହ୍ରାସ ପାଇ ୪୬,୬୫୫ ଟଙ୍କାରେ କାରବାର ଚାଲିଛି। ଗତକାଲି ପ୍ରତି ୧୦ ଗ୍ରାମକୁ ସୁନା ୪୬,୭୫୭ ଟଙ୍କାରେ କାରବାର ବନ୍ଦ ହୋଇଥିଲା। 

Neha Kakkar took out buffalo milk
ମଇଁଷିରୁ କ୍ଷୀର ଦୁହିଁଲେ ନେହା କକ୍କର

ନେହା କକ୍କର ବଲିଉଡର ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ବର୍ତ୍ତମାନ ତାଙ୍କୁ ବହୁତ ଲୋକ ଫଲୋ କରୁଛନ୍ତି। ସେ ନୀଜ ଯାଦୁକରୀ କଣ୍ଠରେ ଲକ୍ଷ ଲକ୍ଷ ହୃଦୟରେ ରାଜୁତି କରୁଛନ୍ତି। ନେହା ସେ କେବଳ ତାଙ୍କ ସୁନ୍ଦର ଗୀତ ପାଇଁ ଲୋକଙ୍କ ହୃଦୟ ଜିତୁଛନ୍ତି ତାହା ନୁହେଁ, ବରଂ ତାଙ୍କର ଚୁଲବୁଲ୍ ନୀତିରେ ମଧ୍ୟ ତାଙ୍କ ପ୍ରଶଂସକମାନେ ପାଗଳ ହୁଅନ୍ତି। ନେହା ଅନେକ ସମୟରେ ତାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରି ନିଜ ପ୍ରଶଂସକଙ୍କ ଖୁବ୍ ମନୋରଞ୍ଜନ କରିଥାନ୍ତି।

Rahul Gandhi & Priyanka Gandhi
ଲଖିମପୁର ଖେରି ଯିବା ପାଇଁ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ମିଳିଲା ଅନୁମତି

ଲଖିମପୁର ଖେରି ଯିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି ମିଳିଛି। ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିବା ସୂଚନା ମିଳିଛି। ଲଖିମପୁର ଖେରି ଯିବାକୁ ଦିଲ୍ଲୀରୁ ରାହୁଲ ଗାନ୍ଧି ବାହାରିଛନ୍ତି। 

Arvind Trivedi was a devotee of Ram
ରାମଭକ୍ତ ଥିଲେ ‘ରାମାୟଣ’ର ରାବଣ : ପ୍ରତିଦିନ କ୍ଷମା ମାଗୁଥିଲେ

ନବେ ଦଶକର ଲୋକପ୍ରିୟ ଟିଭି ସିରିୟଲ୍ ‘ରାମାୟଣ’ରେ ରାବଣ ଭୂମିକା ନିଭେଇଥିବା ଅରବିନ୍ଦ ତ୍ରିବେଦୀ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାମାନନ୍ଦ ସାଗରଙ୍କ ସିରିୟଲ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରି ଅରବିନ୍ଦ ବହୁତ ନାମ କମେଇଥିଲେ। ସେ ରାବଣର ନକରାତ୍ମକ ଛବିକୁ ପରଦା ଉପରେ ଜୀବନ୍ତ କରି ଦେଖେଇଥିଲେ। କିନ୍ତୁ ପରଦାର ଏହି ରାବଣ ପ୍ରକୃତ ଜୀବନରେ ଜଣେ ସଚ୍ଚା ରାମଭକ୍ତ ଥିଲେ। ସେ ପ୍ରତିଦିନ ଭଗବାନ ରାମଙ୍କୁ କ୍ଷମା ପ୍ରାର୍ଥନା କରୁଥିଲେ।

taiwan minister
ଚୀନ୍ ସହ ଯୁଦ୍ଧ ପାଇଁ ତାଇୱାନ ପ୍ରସ୍ତୁତ

ଚୀନ୍ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ବର୍ତ୍ତମାନ ତାଇୱାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଆକ୍ରୋଷ ଦେଖାଇ କହିଛନ୍ତି ଯେ ଆମେ ଚୀନ୍ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ। ୱାଇ କହିଛନ୍ତି ଯେ ତାଇୱାନର ପ୍ରତିରକ୍ଷା ଆମ ହାତରେ ଏବଂ ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

BJP MLA Shaves Head
ପ୍ରାୟଶ୍ଚିତ ପାଇଁ ଲଣ୍ଡା ହେଲେ, ତା’ପରେ ଦଳ ଛାଡ଼ିଲେ ବିଜେପି ବିଧାୟକ

ବିଜେପି ବିଧାୟକ ଆଶିଷ ଦାସ ନିଜ ଭୁଲ୍ ପାଇଁ ଲଣ୍ଡା ହୋଇ ପ୍ରାୟଶ୍ଚିତ କରିଛନ୍ତି। ସୁମା ନିର୍ବାଚନମଣ୍ଡଳୀରୁ ଦୀର୍ଘ ବର୍ଷ ଧରି ବିଧାୟକ ହୋଇ ଆସିଥିବା ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିର ଯାଇ ସେଠାରେ ଯଜ୍ଞ କରିବା ସହ ଲଣ୍ଡା ହୋଇଥିଲେ। ମା’ କାଳୀଙ୍କ ପାଖରେ ହୋମଯଜ୍ଞ କରି ପ୍ରାୟଶ୍ଚିତ କରିଥିବା ଆଶିଷ କହିଛନ୍ତି।

petrol diesel prices
ତୈଳ ଦରରେ ଲାଗୁନି ଲଗାମ : ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର

ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପଇଛି। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା।

LPG Cylinder
ମାସ ଆରମ୍ଭରୁ ମହଙ୍ଗା ମାଡ଼, ପୁଣି ବଢ଼ିଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍‌

ମାସ ଆରମ୍ଭରୁ ସାଧାରଣଜନତାଙ୍କୁ ଝଟ୍‌କା। ପୁଣିଥରେ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ମହଙ୍ଗା ହୋଇଛି। ଗୋଟିଏପଟେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ବୃଦ୍ଧି ନେଇ ଲୋକଙ୍କ ଚିନ୍ତା ଆହୁରି ଦ୍ୱିଗୁଣିତ ହୋଇଛି।

russian-film-the-challenge
ମହାକାଶରେ ଶୁଭିବ ଲାଇଟ୍-କ୍ୟାମେରା-ଆକ୍ସନ : ଜିରୋ-ଗ୍ରାଭିଟିରେ ଭାସିଭାସି ଅଭିନୟ କରିବେ ଅଭିନେତା ଓ ଅଭିନେତ୍ରୀ

ଫିଲ୍ମ ସୁଟିଂ ସବୁବେଳେ ଷ୍ଟୁଡିଓ ଭିତରେ ସମ୍ଭବ ହୋଇନଥାଏ । ଚଳଚ୍ଚିତ୍ର କାହାଣୀର ଆବଶ୍ୟକତା ଅନୁସାରେ, ବିଭିନ୍ନ ଲୋକେସନକୁ ଯାଇ ସୁଟିଂ କରିଥାନ୍ତି ଫିଲ୍ମ ନିର୍ମାତା । କେତେବେଳେ ବଣ ପାହାଡ଼ରେ ତ କେତେବେଳେ ସମୁଦ୍ରରେ ଅବା ମରୁଭୂମିରେ ସୁଟ୍ ହୁଏ ବିଭିନ୍ନ ସିନ୍ । ତେବେ ଜାଣିଛନ୍ତି କି, ମହାକାଶରେ ପ୍ରଥମ ଥର ପାଇଁ ଫିଲ୍ମ ସୁଟିଂ କରିବାକୁ ପାଦ ବଢ଼ାଇସାରିଛି ରୁଷ୍ ।

Coronavirus
ରାଜ୍ୟରେ ୨୪ ଘଣ୍ଟାରେ ୫୯୩ ସଂକ୍ରମିତ ଚିହ୍ନଟ; ୪ ମୃତ

ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୨୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୪୧୨କୁ ବୃଦ୍ଧି ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଲେଖାଏଁ ‌ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଫଳରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୨୨୭କୁ ବୃଦ୍ଧି ହୋଇଛି । ।

High Court Judges Transfer
୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି

ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି କରାଯାଇଛି। ଏଥିରେ ଅନ୍ୟ ହାଇକୋର୍ଟରୁ ବଦଳି ହୋଇ ୨ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ଆସିବେ। କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ସେହିଭଳି ପଞ୍ଜାବ ହରିୟାଣା ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୋବନ୍ତ ସିଂ, ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛନ୍ତି।