ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ। ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ଉପରେ ଭାରତୀୟ ସେନାର ସର୍ଚ ଅପରେସନ୍ ଆରମ୍ଭ ହୋଇଛି।
ଦେଶର ଧନୀ ତାଲିକାରେ ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଗତ ବର୍ଷକ ମଧ୍ୟରେ ଅମ୍ବାନୀଙ୍କ ଆୟ ୪ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ପାଇଛି । ୯୯ ଦଶମିକ ୭ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ଲଗାତାର ଦେଶର ଶହେ ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅମ୍ବାନୀ ।
ବିଜେପି ଏହାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି। ଏଥର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ମାନେକା ଗାନ୍ଧି ଓ ବରୁଣ ଗାନ୍ଧିଙ୍କୁ ସାମିଲ କରାଯାଇ ନାହିଁ। କମିଟିରେ ବିନୟ କଟିୟାରଙ୍କୁ ମଧ୍ୟ ସ୍ଥାନ ମିଳିନି।
ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରମିକୋର୍ଟରେ ଶୁଣାଣି ହୋଇଛି। ଘଟଣାରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିବା ସହ କାଲି ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି।
ରାତାରାତି ବଦଳି ଗଲେ ଆଇଏସଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦ। ସେ ବର୍ତ୍ତମାନ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ହୋଇଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ଆଇଏସଆଇର ମୁଖ୍ୟ ଭାବେ କିଏ ନିଯୁକ୍ତି ହୋଇଛନ୍ତି, ସେନେଇ ଏଯାଏଁ କୌଣସି ସୁଚନା ମିଳିନାହିଁ। ତେବେ କାହିଁକି ହମୀଦଙ୍କୁ ରାତାରାତି ବଦଳି କରାଗଲା ଏନେଇ ପ୍ରଶ୍ନ ଉଠିବାରେ ଲାଇଛି।
ଗଣତନ୍ତ୍ରରେ ନ୍ୟାୟ ଏକ ଅଧିକାର। ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ଗତକାଲି ସମସ୍ତ ପୀଡ଼ିତ ପରିବାରକୁ ଭେଟି ଥିଲି ଓ ସମସ୍ତେ ନ୍ୟାୟ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଇସ୍ତଫା ଦେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧି
ଠପ୍ ହୋଇଯାଇଛି ବ୍ୟାଣ୍ଡ ପାର୍ଟି କର୍ମଚାରୀଙ୍କ ରୋଜଗାର । ପୂର୍ବରୁ ପାର୍ବଣ ଋତୁ ଆସିଲେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି ଏହି ବ୍ୟାଣ୍ଡ ପାର୍ଟି ଏବଂ ଡିଜେ ଷ୍ଟାଫ୍ ହେଲେ କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ଏମାନେ ହାତ ବାନ୍ଧି ବସିଛନ୍ତି ।
ଆଜି ଆଇପିଏଲ୍ ୨୦୨୧ ପ୍ଲେ ଅଫ୍ର ଚତୁର୍ଥ ସ୍ଥାନ ପାଇଁ ନିର୍ଣ୍ଣାୟକ ଦିନ। ଆଜି ୟୁଏଇର ଶାରଜାହ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ କୋଲ୍କାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ। ପ୍ଲେ ଅଫ୍ରେ ନିଜ ସ୍ଥାନ ପକ୍କା କରିବା ପାଇଁ ଆଜି କୋଲକାତା ନାଇଟ୍ ରାଇଡର୍ସ ଜୋର୍ ଲଗାଇବ। ପ୍ଲେ ଅଫ୍ ଦୌଡରେ ବର୍ତ୍ତମାନ କୋଲକାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ରହିଛନ୍ତି। ରାଜସ୍ଥାନ ରୟାଲ୍ସ ଦଳ ଏହି ଦୌଡ଼ରୁ ପ୍ରାୟ ବାହାରେ।
ଗତକାଲି ରାତି ପ୍ରାୟ ୯ଟା ସମୟରେ କର୍ଣ୍ଣାଟକର ବେଲଗାଡ଼ିର ବାରାଲା ଅଙ୍କଲଗି ଗ୍ରାମରେ ପ୍ରବଳ ବର୍ଷା ହେତୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ସାତଜଣଙ୍କର ମୃତ୍ୟୁ ଘଟିଛି।
ସର୍ପଦଂଶନ ଦ୍ୱାରା ମହିଳାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ଶୁଣାଣୀ ସମୟରେ ଜାମିନ୍ ଦେବାକୁ ମନା କରିଦେଲେ ସୁପ୍ରିମ୍ କୋର୍ଟ । ରାଜସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଭିନ୍ନ ଢଙ୍ଗର ହତ୍ୟାକାଣ୍ଡ ।
କ୍ରୁଜ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି) ତାଙ୍କୁ ଗିରଫ କରିଛି। NCB ତାଙ୍କ ନିକଟରୁ ବହୁ ପରିମାଣର ମେଫେଡ୍ରୋନ୍ ଡ୍ରଗ୍ସ ଜବତ କରାଯାଇଛି। ଯାହାକି ସେ ବ୍ୟବସାୟିକ ଉଦ୍ଦେଶ୍ୟରେ ରଖିଥିଲେ ବୋଲି ଜଣାପଡ଼ିଛି।
ଆଜି ସକାଳେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଲଗାତାର ତୃତୀୟ ଦିନ ପାଇଁ ପୁଣି ବଢିଲା ତେଲ ଦର । ଗତ କିଛି ଦିନ ହେବ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ୍ ଦର । ଇଣ୍ଡିଆଲ୍ ଅଏଲ୍ ପକ୍ଷରୁ ଆଜି ତେଲ ଦରକୁ ବୃଦ୍ଧି କରାଯାଇଛି ।
ମ୍ୟାଲେରିଆ ପାଇଁ ଭ୍ୟାକ୍ସିନ୍। ମ୍ୟାଲେରିଆ ବିପକ୍ଷରେ ବିଶ୍ୱର ପ୍ରଥମ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ମଞ୍ଜୁରୀ ଦେଇଛି। ମ୍ୟାଲେରିଆ ବିପଦକୁ କମ୍ କରିବା ପାଇଁ ବୈଜ୍ଞାନିକମାନେ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି। ଏହି ଭ୍ୟାକ୍ସିନ୍ ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।
ଆଜି ୨୦୨୧ ମସିହା, ଅକ୍ଟୋବର, ୭ ତାରିଖ, ଗୁରୁବାର କନ୍ୟା ୨୧ ଦିନ ଆଶ୍ୱିନ ମାସ, ଶୁକ୍ଳ ପକ୍ଷ, ପ୍ରତିପଦା ତିଥି, ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ବିଷାକ୍ତ ଖାଦ୍ୟ ଖାଇ ୫୧ ଜଣ ପିଲାଙ୍କ ସମେତ ୧୦୦ ଜଣ ରୋଗାଗ୍ରସ୍ତ ହୋଇଛନ୍ତି । ଗତକାଲି ଛତିଶଗଡର ମହା ସମୁନ୍ଦ ଜିଲ୍ଲାର ଅଂଶୁଲା ଗାଁରେ ୫୧ଟି ଶିଶୁଙ୍କ ସହ ପ୍ରାୟ ୧୦୦ ଜଣ ଲୋକ ବିଷାକ୍ତ ଖାଦ୍ୟ ଖାଇ ରୋଗରେ ପଡିଛନ୍ତି ।
ଶତାବ୍ଦୀ ଏକ୍ସପ୍ରେସ୍ ଉପରକୁ ଦୁର୍ବୃତ୍ତଙ୍କ ପଥରମାଡ଼। ଖନ୍ନା ରେଲ୍ୱେ ଷ୍ଟେସନ ନିକଟରେ ଏକ୍ସପ୍ରେସ୍ ଉପରକୁ କିଛି ଦୁର୍ବୃତ୍ତ ପଥରମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଓଡ଼ିଶାରେ ନିରାଡ଼ମ୍ବର ଭାବେ ବିନା ସାଜସଜ୍ଜା ଓ ସୁଉଚ୍ଚ ପ୍ରତିମାରେ ଦୁର୍ଗାପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗ କିନ୍ତୁ ମହାମାୟାଙ୍କ ଆବାହନ ପାଇଁ ସଜେଇ ହେଲାଣି । କୋଲକାତାରେ ପୂର୍ବଭଳି ବିଶାଳ ଆକର୍ଷଣୀୟ ତୋରଣ, ସୁଉଚ୍ଚ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଇଲାଣି । ସହରର ପ୍ରସିଦ୍ଧ ଦମ୍ ଦମ୍ ପାର୍କରେ ଦଶହରା ପେଣ୍ଡାଲକୁ ନୂଆ ଢଙ୍ଗରେ ସଜାଯାଇଛି
ଆଜି ଭୋର ସମୟରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅଧିକାଂଶ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ଶିଶୁ ଅଛନ୍ତି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍. ଭି. ରମନ୍ନାଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିବେ ।
ଚଳନ୍ତା ବିମାନରେ ମହିଳାଙ୍କ ଗର୍ଭ ଯନ୍ତ୍ରଣା । ଲଣ୍ଡନରୁ କୋଚି ଅଭିମୁଖେ ଯାଉଥିବା ଏକ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
NCB ହେପାଜତରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଆଜି ଏନସିବି ଟିମ୍ ଆର୍ୟନ ଖାନ୍ ଏବଂ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି
ଯାହା ସନ୍ଦେହ କରାଯାଉଥିଲା, ତାହା ହିଁ ସତ ହେଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନରୁ ତଥ୍ୟ ଚୋରି ପଛରେ ପାକିସ୍ତାନର ସୈତାନୀ ଦିମାକ୍! ବହୁଚର୍ଚ୍ଚିତ ବାଲେଶ୍ୱର DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନୀ ଲିଙ୍କ୍ ନେଇ ଏବେ ତଥ୍ୟ ସାମ୍ନାକୁ ଆଣିଛି କ୍ରାଇମବ୍ରାଞ୍ଚ୍
ମୃତ କୃଷକଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପୋଲିସ ବେଆଇନ ଭାବେ ଅଟକ ରଖିଥିଲା । ଯାହାକୁ ନେଇ କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି । କଂଗ୍ରେସ ନେତାମାନେ ଏହାକୁ ନାପସନ୍ଦ କରିଛନ୍ତି ।
ନିଜ ଅସ୍ତିତ୍ୱର ରକ୍ଷା ନେଇ ବର୍ତ୍ତମାନ ଲଢେଇ କରୁଥିବା ଦେଶର ସବୁଠାରୁ ପୂରାତନ ଦଳ କଂଗ୍ରେସର ଏପରି ଅବସ୍ଥା ନେଇ ଦଳ ନିଜେ ହିଁ ଦାୟୀ। ପାଖାପାଖି ସାଢେ ତିନି ଦଶକ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିଲା, ଯାହା ପରଠାରୁ କଂଗ୍ରେସର ପତନ ଆରମ୍ଭ ହୋଇଥିଲା। ଏଠି ଆମେ କହିବାକୁ ଯାଉଛୁ ଶାହ ବାନୋ ମାମଲାର କଥା। ଏହି ମାମଲାରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ପ୍ରତ୍ୟାବର୍ତ୍ତନ କରିବା ରାଜୀବ ଗାନ୍ଧୀ ସରକାରକୁ ମହଙ୍ଗା ପଡିଥିଲା।