• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କରୋନା ସାରା ବିଶ୍ୱକୁ ଡରାଇ ରଖିଛି । କରୋନାରୁ ମୁକ୍ତି ପାଇବା ପାଇଁ ଦିନରାତି ଅହରହ ପରିଶ୍ରମ କରୁଛନ୍ତି ଅନେକ ବୈଜ୍ଞାନିକ ବିଶେଷଜ୍ଞ । ଆଉ ଅନ୍ୟପଟେ କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଦିନ ରାତି ଏକ କରିଛନ୍ତି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ । କରୋନାର ଏହି ଦ୍ୱିତୀୟ ଲହର ଲୋକଙ୍କୁ ପ୍ରଥମ ଲହର ଅପେକ୍ଷା ଅଧିକ କନ୍ଦାଇଥିବା ବେଳେ ଏବେ ତୃତୀୟ ଲହର ଆସିବା ନେ ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ଏହି ସମ୍ଭାବ୍ୟ ତୃତୀୟ ଲହରରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଥିବା କୁହାଯାଉଛି ।

ତେବେ ଏନେଇ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସେବାରଂଜନ ବିଶ୍ୱାଳଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଜ୍ୱର, କାଶ, ଥଣ୍ଡା ଓ ନାକରୁ ପାଣି ବୋହିଲେ ଡାକ୍ତରଙ୍କ ପରାମର୍ଶ ନିତ୍ୟାନ୍ତ ଜରୁରୀ । କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ  ନିହାତି ଭାବେ ଟେଷ୍ଟ କରିବା ଉଚିତ୍ । ଲକ୍ଷଣ ନଥିବା ଆକ୍ରାନ୍ତ ଶିଶୁକୁ କିଛି ଔଷଧ ଦେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

ସ୍ୱଳ୍ପ ଲକ୍ଷଣଙ୍କୁ ପାରାସିଟାମଲ ଓ ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲ ଭର୍ତ୍ତି କରିବା ଜରୁରୀ ବୋଲି ଡାକ୍ତର ବିଶ୍ୱାଳ ପରାମର୍ଶ ଦେଇଛନ୍ତି ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସେ କହିଛନ୍ତି ଯେ, ଶିଶୁମାନଙ୍କ ଫୁସଫୁସ ଅପେକ୍ଷାକୃତ ସୁସ୍ଥ ଥିବାରୁ ଗୁରୁତର ସମ୍ଭାବନା କମ ରହିଛି । ଶିଶୁମାନଙ୍କ ବହୁବିଧ ରୋଗ ପ୍ରାୟତଃ ନଥିବାରୁ ଗୁରୁତର ହୁଅନ୍ତି ନାହିଁ । ଘରର ବଡ଼ ଲୋକମାନଙ୍କ ପାଇଁ ଶିଶୁମାନେ ସଂକ୍ରମିତ ହୋଇଥାନ୍ତି । ବଡ଼ ଲୋକ ଘରକୁ ଫେରିଲେ ସାନିଟାଇଜ ହୋଇ ପିଲାଙ୍କ ପାଖକୁ ଯାଆନ୍ତୁ ବୋଲି ସେ କହିଛନ୍ତି ।

ସେହିଭଳି ଶିଶୁରୋଗ ବିଶେଷଜ୍ଞ ଆଦିତ୍ୟ ମହାପାତ୍ର ପରାମର୍ଶ ଦେଇଛନ୍ତି ଯେ, ଗର୍ଭାବସ୍ଥାରେ ଯଦି କୌଣସି ମା’ ସଂକ୍ରମିତ ହୁଏ, ତାଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ପିଲା ଜନ୍ମ ବେଳେ ସାବଧାନ ରହିଲେ, ମା’ଠାରୁ ଛୁଆ ସଂକ୍ରମିତ ହେବନି । ପ୍ରସବ ବେଳେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ ।

୨ ବର୍ଷରୁ କମ୍ ସଂକ୍ରମିତ ଶିଶୁକୁ ମାସ୍କ ପିନ୍ଧାଇବା ଆବଶ୍ୟକ ନାହିଁ । ୨ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ଯଦି ମାସ୍କ ପିନ୍ଧି ପାରୁଛି, ତେବେ ତାକୁ ପିନ୍ଧାନ୍ତୁ । ଶିଶୁର ଶ୍ୱାସକ୍ରିୟା ଦେଖି ହସ୍ପିଟାଲରେ ଭର୍ତ୍ତି କରିପାରିବେ ଅଭିଭାବକ । ୨ ମାସରୁ କମ୍ ପିଲା ମିନିଟକୁ ୬୦ରୁ ଅଧିକ ନିଶ୍ୱାସ ନେଲେ ବିପଦ । ୨ମାସରୁ ୧ ବର୍ଷ ୫୦ରୁ ଅଧିକ, ୧ରୁ ୫ ବର୍ଷ ପିଲା ୪୦ରୁ ଅଧିକ ନିଶ୍ୱାସ ନେଲେ ବିପଦ ବୋଲି କହିଛନ୍ତି ଡାକ୍ତର ମହାପାତ୍ର । ସେହିଭଳି ୫ ବର୍ଷରୁ ଅଧିକ ବୟସର ପିଲା ମିନିଟକୁ ୩୦ରୁ ଅଧିକ ନିଶ୍ୱାସ ନେଉଥିଲେ ମଧ୍ୟ ବିପଦ । ନିଶ୍ୱାସ ନେବା ବେଳେ କୁନ୍ଥେଇଲେ କିମ୍ବା ନିସ୍ତେଜ ହେଲେ ଏହା ଏକ ବିପଦ ସଙ୍କେତ ବୋଲି ବୁଝିବାକୁ ହେବ । ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

Find-out-what-the-doctor-is-saying-about-the-risk-of-the-baby-becoming-more-infected-in-the-third-wave
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories