• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମମତା ସରକାର ଗତକାଲି ଜୁନିଅର ଡାକ୍ତରଙ୍କ ଆନ୍ଦୋଳନକୁ ଭ୍ରୁକ୍ଷେପ ନକରି ସେମାନଙ୍କୁ ତୁରନ୍ତ କାମରେ ଯୋଗ ଦେବା ପାଇଁ କହିଥିଲେ। ଯଦି ସେମାନେ ଏପରି ନ କରନ୍ତି ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧମକକୁ ପଶ୍ଚିମବଙ୍ଗର ଆନ୍ଦୋଳନରତ ଜୁନିୟର ଡ଼ାକ୍ତର ସଂଘ ପ୍ରତ୍ୟାଖ୍ୟାନ କରିଥିଲା।

ମମତାଙ୍କ ଏଭଳି ଧମକର ପ୍ରତିବାଦରେ ସାରା ଦେଶର ଡାକ୍ତରମାନେ ରଣହୁଙ୍କାର ଦେଇଛନ୍ତି। ଆଜି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି।

ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ଏନଆରଏସ ହସ୍ପିଟାଲରେ ଚିକିତ୍ସାରେ ଅସନ୍ତୋଷ ପ୍ରକାଶ କରି ଜଣେ ମୃତ ରୋଗୀଙ୍କ ପରିବାର ଲୋକେ ଚିକିତ୍ସାରେ ନିୟୋଜିତ ଥିବା ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନ କରିଥିଲେ। ଡାକ୍ତରମାନଙ୍କ ହରତାଳ ଯୋଗୁ ରୋଗୀ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ଗତକାଲି ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ମମତା ବାନାର୍ଜୀ କହିଥିଲେ, “ମୁଁ ଡାକ୍ତରଙ୍କ ଆନ୍ଦୋଳନକୁ ନିନ୍ଦା କରୁଛି। ପୁଲିସମାନେ ଡ୍ୟୁଟିରେ ଥିବା ବେଳେ ସହିଦ ହୋଇଯାଉଛନ୍ତି, ହେଲେ ସେମାନେ ଆନ୍ଦୋଳନ କରୁନାହାନ୍ତି। ତେଣୁ ଶୀଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ ଡାକ୍ତରଙ୍କୁ ଚେତାବନୀ ଦେଇଥିଲେ। ଆଜି ଏହି ପ୍ରସଙ୍ଗରେ ଡାକ୍ତରମାନଙ୍କର ଏକ ପ୍ରତିନିଧି ଦଳ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ଭେଟିଛନ୍ତି।

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା, ବିହାର, ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟର ଡାକ୍ତର ସଂଘ।

କୋଲକାତା ଡାକ୍ତର ଆନ୍ଦୋଳନକୁ ଭୁବନେଶ୍ୱର ଏମସ୍‌ ଡାକ୍ତରମାନେ ସମର୍ଥନ କରିଛନ୍ତି।  ଏମସ୍‌ ପରିସରରେ ୫୦୦ରୁ ଊର୍ଦ୍ଧ୍ୱ କନିଷ୍ଠ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏହି ଆନ୍ଦୋଳନ ଯୋଗୁ ବହିର୍ବିଭାଗରେ ରୋଗୀ ସେବା ବ୍ୟାହତ ହୋଇଛି। ରୋଗୀ ଓ ତାଙ୍କ ସମ୍ପର୍କୀୟ ହସ୍ପିଟାଲ୍ ବାହାରେ ବହୁ ସମୟ ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି। ତେବେ ଜରୁରୀକାଳୀନ ସେବା ସ୍ୱାଭାବିକ ରହିଛି।

Doctors-strike-on-third-day
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories