ଭୁବନେଶ୍ୱର: ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରୁ ବିପୁଳ ନକଲି ଔଷଧ ଠାବ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନକଲି କରୋନା ଔଷଧ ଫାଭିପିରାଭିର ଠାବ ପରେ ନିର୍ଦ୍ଦେଶ ଦିଆଯାଇଛି।
ଫାଭିପିରାଭିର ସହ ଆଉ ୯ ପ୍ରକାର ଔଷଧ ବି ଠାବ କରାଯାଇଥିଲା।
କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ପରେ ରାଜ୍ୟବ୍ୟାପୀ ଡୁପ୍ଲିକେଟ୍ ମେଡିସିନ୍ ବିରୋଧୀ ଡ୍ରାଇଭ୍ ଆରମ୍ଭ କରିଥିଲା ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ। ଔଷଧ ନାଁରେ ଏଭଳି ବିଷ ବିକୁଥିବା ଦୋକାନ ଓ ଗୋଦାମ୍ ଉପରେ ଆଜି ଚଢାଉ ବେଳେ ରାଉରକେଲା ଓ ବରଗଡ଼ ସମେତ ରାଜ୍ୟର ପ୍ରମୁଖ ସହରରୁ ବି ଜବତ ହୋଇଥିଲା ନକଲି ଔଷଧ।
ଏଣେ କଟକରୁ ଡୁପ୍ଲିକେଟ୍ ମେଡିସିନ୍ ଜବତ ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗକୁ ତଦନ୍ତ ରିପୋର୍ଟ ମାଗିଥିଲା ସ୍ୱାସ୍ଥ୍ୟ ବିଭାଗ। ସେହିପରି ଜବତ ହୋଇଥିବା ୧୭ ହଜାର ୪୦୦ ଫାଭିପିରାଭିର୍ ଟାବଲେଟ୍ ମଧ୍ୟରୁ ୪୦୦ ଟାବଲେଟ୍ ପରୀକ୍ଷା ପାଇଁ ଲାବୋରୋଟାରିକୁ ପଠାଯାଇଛି।