Advertisment

ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା : ଦିିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

କଟକ: ପାରିବାରିକ ମାମଲାରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି। ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି ବର୍ଷା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲା ଏବେ ପଟିଆଲା ହାଉସ କୋର୍ଟ ବଦଳରେ କଟକର ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନେଇ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ସୂଚନା ଦେଇଛନ୍ତି। […]

author-image
Prangyan Parimita
ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା : ଦିିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

anubhab-barsa

କଟକ: ପାରିବାରିକ ମାମଲାରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି। ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି ବର୍ଷା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲା ଏବେ ପଟିଆଲା ହାଉସ କୋର୍ଟ ବଦଳରେ କଟକର ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନେଇ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ସୂଚନା ଦେଇଛନ୍ତି।

Advertisment

ପୂର୍ବରୁ ଉଭୟ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ବିବାହ ବିଚ୍ଛେଦ ପାଇଁ ପୃଥକ ପୃଥକ ଆବେଦନ କରାଯାଇଥିଲା । ଅନୁଭବ ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟରେ ଏହି ଆବେଦନ କରିଥିଲେ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ କଟକ ସ୍ଥାନାନ୍ତର କରିବାକୁ ସେ ଏଥିରେ ଆବେଦନ କରିଥିଲେ।  ତେବେ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଛାଡପତ୍ର ମାମଲାକୁ ସ୍ଥାନାନ୍ତର କରିବାକୁ ବର୍ଷା ଆବେଦନ କରିଥିଲେ।

Advertisment

ଗତ କିଛି ମାସ ହେଲା ବେଶ୍ ଚର୍ଚ୍ଚାରେ ରହିଛି ସେଲିବ୍ରିଟି ଦମ୍ପତି ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ। କେତେବେଳେ ଅନୁଭବ ତ କେତେବେଳେ ବର୍ଷା, ଗଣମାଧ୍ୟମ ସାମ୍ନାରେ ଦେଇଥିବା ବୟାନରୁ ସେମାନଙ୍କ ୭ବର୍ଷର ବୈବାହିକ ସଂପର୍କ ଯେ ତିକ୍ତ ତାହା ବୁଝିବାକୁ ବାକି ନାହିଁ। ତେବେ ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ୍ ହୋଇଛି ସେମାନଙ୍କ ଦାମ୍ପତ୍ୟ କଳି।

Anubhav Mohanty Barsha Priyadarshini
Advertisment
Advertisment