କାଲି ଯିଏ ଉପରେ ଆଜି ସିଏ ତଳେ, ତ ଆଜି ଯିଏ ତଳେ, କାଲି ଉପରେ । ଚଳିତ ପଞ୍ଚାୟତ ନିର୍ବାଚନରେ ଏ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି । କିଛି ପ୍ରାର୍ଥୀଙ୍କ କ୍ଷେତ୍ରରେ କିଏ ପୂର୍ବତନ ମନ୍ତ୍ରୀ ତ ଆଉ କିଏ ବିଧାୟକ ହୋଇ ବି ଏଥର ପଞ୍ଚାୟତ ନିର୍ବାଚନ ଲଢିବାକୁ ପଛାଇ ନାହାନ୍ତି । ସେହିଭଳି ଏଥର ପଂଚାୟତ ନିର୍ବାଚନରେ ବହୁ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ସେମାନଙ୍କୁ ନେଇ ନିଜ ନିଜ ଅଞ୍ଚଳରେ ଖୁବ ଚର୍ଚ୍ଚା ।
ଦୁଇ ଦୁଇଟି ଦୁର୍ଘଟଣା, ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି । ସେମିତି ସୋନପୁରରେ ଏକ ବରଯାତ୍ରୀ ଗା଼ଡ଼ି ମହାନଦୀ ପୋଲ ଉପରେ ଟ୍ରକ୍ ସହ ପିଟି ହେବାରୁ ୫ ଜୀବନ ଚାଲିଯାଇଛି ।
ଗତ ଦୁଇ ବର୍ଷ ହେବ ଘରୋଇ ବିବାଦକୁ ନେଇ ସପନା ଅଗ୍ରୱାଲ ବାହାରେ ରହି ଆସୁଛନ୍ତି । ସ୍ୱାମୀଙ୍କ ଘରେ ରହିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜେଶ ତାଙ୍କୁ ଘରେ ପୁରାଉ ନାହାନ୍ତି । ଏଥିପାଇଁ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି । ଏମିତିକି ସପନା କିଛି ଦିନ ପାଇଁ ଜେଲ ମଧ୍ୟ ଯାଇଛନ୍ତି
ବିଜେଡି ତରଫରୁ ପ୍ରାର୍ଥୀ ହୋଇ ସେ ହିନ୍ଦୋଳ ବିଧାନସଭା ଆସନରୁ ବିଜୟ ହୋଇଥିବା ବେଳେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ମୁଣ୍ଡାଇଥିଲେ ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଭକ୍ତଙ୍କୁ ଭଗବାନଙ୍କଠାରୁ କାହିଁକି ଦୂରରେ ରଖାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ଘଟଣାଟି ଏମିତି ଥିଲା ଯେ, ପୁରୀ ସଦର ବ୍ଲକରେ ନାମାଙ୍କନ ପତ୍ର ଦାଖଲ କରି ଫେରିବା ସମୟରେ ଅଜୟଙ୍କ ପାଖକୁ ଏକ ମେସେଜ ଆସିଲା । ସୁମିତ୍ରା ଜେନା ବୋଲି ଜଣେ ଭଉଣୀଙ୍କର ରକ୍ତ ଅବଶ୍ୟକ ରହିଛି ।
ଆକ୍ରାନ୍ତ ୭ ଦିନ ହୋମ୍ ଆଇସୋଲେସନରେ ରହିପାରିବେ। ଏହି ୭ ଦିନ ମଧ୍ୟରେ ଲଗାତାର ୩ ଦିନ ଜ୍ୱର ନଆସିଲେ, ଆାଇସୋଲେସନ ସରିବ।
ନକଲି ସାମଗ୍ରୀ ତିଆରି କରିବାର ପେଣ୍ଠସ୍ଥଳୀ ପାଲଟିଛି କଟକ । ଧରାପଡୁଛି ନକଲି କାରବାରର ଠିକଣା । କଟକ ଜଗତପୁରର ଅଞ୍ଚଳରେ ଅପମିଶ୍ରିତ ମସଲା କାରଖାନା ଠାବ କରିଛି ପୋଲିସ । ଏଠାରେ ଅପମିଶ୍ରିତ ଲଙ୍କା ଓ ହଳଦି ଗୁଣ୍ଡ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି । ଜଗତପୁର ପୋଲିସ ଚଢ଼ାଉ କରି ଅପମିଶ୍ରିତ କାରଖାନା ଠାବ କରିବା ସହ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି ।
ଭୁବନେଶ୍ୱରରେ ମାତିଛନ୍ତି ହାଇଟେକ୍ ଲୁଟେରା। ହଟ୍କେ ଅନ୍ଦାଜରେ ଫିଲ୍ମ ଷ୍ଟାଇଲରେ କରୁଛନ୍ତି ଲୁଟ୍। ଗ୍ରାହକ ସାଜି ଆସୁଛନ୍ତି, ଆଉ କଳା କନା ବୁଲାଇ ଚାଲି ଯାଉଛନ୍ତି।
ଓଭର ବ୍ରିଜ୍ ଉପରୁ ତଳକୁ ଖସିଲା କାର୍। ଭୁବନେଶ୍ୱର ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ଉପରୁ ଏକ କାର୍ ଖସି ପଡ଼ିଥିଲା। କେଉଁ ପରିସ୍ଥିତିରେ କାର୍ ବ୍ରିଜ୍ ଉପରୁ ତଳକୁ ଖସିଲା ? ତାହା ଜଣାପଡ଼ି ନାହିଁ।
ଏକ କୋଇଲା ବୋଝେଇ ଟ୍ରକ୍ ପଛପଟୁ ବସ୍କୁ ଧକ୍କା ଦେବାରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ରାଜନୈତିକ ଦୃଷ୍ଟି କୋଣରୁ ଚର୍ଚ୍ଚାରେ ଢେଙ୍କାନାଳ, ଏଥର ଗଡ଼ ନେବାକୁ ସଜବାଜ ହେଉଛି ବିଜେପି
ଏଥର ବାଲେଶ୍ୱର ଆସନ ଉପରେ ସମସ୍ତଙ୍କ ନଜର: କାହିଁକି ନା ଏଠାରେ ଶାସକ ଦଳର ଦବଦବା ରହିଛି କିନ୍ତୁ ବିଜେପି ଫୋକସରେ ଅଛି ବାଲେଶ୍ୱର
ପ୍ରେମ କଲେ ପ୍ରତିଶୃତି ବି ଦେଲେ ହେଲେ ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ମିଳିଛି କେବଳ ପ୍ରତାରଣା । ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳରୁ ଅସିଛି ଏଭଳି ସଙ୍ଗୀନ୍ ଅଭିଯୋଗ । ଜଣେ ମହିଳା ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ।
କୂଅରେ ପଡ଼ି ଯାଇଥିବା ମା’କୁ ଉଦ୍ଧାର ପାଇଁ କୂଅକୁ ଡେଇଁଲା ପୁଅ। ମା’ କୂଅରେ ପଡ଼ିଯିବା ଦେଖି ଉଦ୍ଧାର ପାଇଁ ପୁଅ ମଧ୍ୟ ୨୦ ଫୁଟ କୂଅକୁ ଡେଇଁ ପଡ଼ିଥିଲେ।
ପଂଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସେତିକି ସରଗରମ ହେଉଛି....
କଟକ SCB ମେଡିକାଲ୍ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର ହୋଇଛି। ଗ୍ରୀନ୍ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା।
ରାଜ୍ୟରେ ଧୀରେ ଧୀରେ କମୁଛି କରୋନା: ୨୪ ଘଂଟା ମଧ୍ୟରେ ୮୮୭୫ ଜଣ ଆକ୍ରାନ୍ତ ହେଲେ ଚିହ୍ନଟ
କୋଠାଘର କରିଛି ପୁଅ, ହେଲେ ଛେଳି ଗୁହାଳେ ରହୁଛନ୍ତି ବୁଢା ମାଆ-ବାପା। ନିଜ ଛେଳି ସହ ପଡ଼ୋଶୀଙ୍କ ଛେଳି ଚରାଇ ଦିନକୁ ମୁଠାଏ ଖାଉଛନ୍ତି ଏହି ବୃଦ୍ଧା...ସାହାଯ୍ୟ ପାଇଁ ହାତ ଯୋଡ଼ି କାନ୍ଦୁଛନ୍ତି
ସାଉଥ୍ ଫିଲ୍ମ ପୁଷ୍ପାରେ କମାଲ କଲେ ଓଡ଼ିଆ ପୁଅ। ଜବରଦସ୍ତ ଡାଇଲଗ୍ ସାଙ୍ଗକୁ ଧମାକାଦାର ଆକ୍ଟିଂରେ ଦର୍ଶକଙ୍କ କିଣିଲେ ମନ... ଗାଁରୁ ଛୁଟିଲା ପ୍ରଶଂସାର ସୁଅ। ମାଆ କହିଲେ- ପୁଅ ମୋର ଆହୁରି ଭଲ ଭଲ ଫିଲ୍ମ କରିବ
ସୁନ୍ଦରଗଡ଼ ଉପରେ ସମସ୍ତଙ୍କ ନଜର, ଏଥର କିଏ ଗଢିବ ଜିଲ୍ଲା-ପରିଷଦ...
ଅଦରକାରୀ ଜିନିଷରୁ ବି ହୋଇପାରୁଛି ସୁନ୍ଦର ସୁନ୍ଦର କଳାକୃତୀ। ଯେଉଁ ଜିନିଷକୁ ଅଦରକାରୀ ଭାବି ଆମେ ଡଷ୍ଟବିନରେ ଫୋପାଡି ଦେଉ, ତାକୁ ନେଇ ସୃଜନଶୀଳତା ଦେଖାଇଛନ୍ତି କଟକର ଜଣେ ଛାତ୍ର। ନାଁ ତାଙ୍କର ସ୍ମୃତିରଂଜନ ମହାନ୍ତି। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ କରି କେଦାରନାଥ ମନ୍ଦିରର ମଡେଲ କରିପାରିଛନ୍ତି ସ୍ମୃତିରଂଜନ।
ପୁଣି ଫେରିଲା ବର୍ଷା, ଦୁଇଦିନ ସାରା ରାଜ୍ୟକୁ ଭିଜାଇବ...
କହି କହି କେହି ଶୁଣିଲେ ନାହିଁ, ଏବେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଲେ ଗାଁ ଲୋକେ
ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ହେବ