• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 24 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 24 January 2022
Tribute to Netaji
ଭିଏତନାମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ

ସାଇଗନ ଠାରେ ଭାରତର ରାଷ୍ଟ୍ରୀୟ ଗୀତ ଗାଇ ତାଙ୍କର ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

No work No vote
ଭୋଟରଙ୍କ ଚରମ ନିଷ୍ପତ୍ତି: ବିକାଶ ନାହିଁ ତ ଭୋଟ୍ ନାହିଁ

ପଞ୍ଚାୟତ ନିର୍ବାଚନର ମଉକାବେଳେ ସରକାର ଓ ସରକାରୀ ଅବ୍ୟବସ୍ଥାର ତଣ୍ଟି ଧରିବାକୁ ଅଣ୍ଟା ଭିଡ଼ିଛନ୍ତି ଲୋକେ। ଶୁଣାଇଛନ୍ତି ଚରମ ନିଷ୍ପତ୍ତି।

Municipality Election
ପଞ୍ଚାୟତ ପରେ ପରେ ହେବ ପୌର ଭୋଟ !

ପ୍ରାୟ ସାଢେ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ହେବାକୁ ଯାଉଛି। ଏଥର କାଉନସିଲ୍‌ର ଓ କର୍ପୋରେଟର ପଦ ସହ ପୌରାଧ୍ୟକ୍ଷ ଓ ମେୟର ପାଇଁ ସିଧାସଳଖ ଭୋଟ ନିଆଯିବ।

Khantapada Police Station
ଥାନା ଆଗରେ ବନ୍ଧୁକ ଦେଖାଇଲା ପୋଲିସ

ଖନ୍ତାପଡ଼ା ଥାନା ଭିତରେ କିଛି ଲୋକେ ହରିଆଣା ପୋଲିସକୁ ଘେରି ଯାଇଥିବା ବେଳେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା। 

Pre-natal sex determination tests in Cuttack; 1 more person arrested
କଟକର ଘରୋଇ ଲ୍ୟାବ୍‌ରେ ଲିଙ୍ଗ ନିରୂପଣ ମାମଲା ; ରାଞ୍ଚି ଯାଏଁ ଲମ୍ବିଛି ଲିଙ୍କ୍

କଟକରେ ଲିଙ୍ଗ ନିରୂପଣ ମାମଲାରେ ବାହାରିଛି ରାଜ୍ୟ ବାହାର ଲିଙ୍କ୍ । ଏହି ମାମଲାରେ ଆଜି ମଙ୍ଗଳାବାଗ ଥାନା ପୋଲିସ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

Unsafe Bhubaneswar: Miscreants Loot Gold & Silver Ornaments Worth Rs 12 Lakh From Jeweller
ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍‌

ରାଜଧାନୀରେ ମାତିଛନ୍ତି ଲୁଟେରା ।ଲକ୍ଷ୍ମୀସାଗର ଅଞ୍ଚଳ ଏକ ସୁନା ଦୋକାନ ସମ୍ମୁଖରୁ ଅଳଙ୍କାର ଥିବା ବ୍ୟାଗକୁ ଧରି ଚମ୍ପଟ ମାରିଛନ୍ତି ଲୁଟେରା ।

candidate
ପ୍ରାର୍ଥୀ ପତ୍ର ନାକଚ ହେବା ପରେ ଗର୍ଭବତୀ ସମିତି ସଭ୍ୟା ପ୍ରାର୍ଥୀଙ୍କ ଧାରଣା

ନାକଚ ହୋଇଗଲା ସମିତି ସଭ୍ୟା ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର । ଏବେ ସେ ଧାରଣାରେ ବସିଛନ୍ତି ।

Coronavirus
ଟେଷ୍ଟିଂ କମିନାହିଁ, ଦୈନିକ ୭୦ ହଜାର ଉପରେ ରହିଛି ଟେଷ୍ଟିଂ

ଦେଶ ଅପେକ୍ଷା ରାଜ୍ୟର ସ୍ଥିତ ଭଲ ରହିଛି । ପଜିଟିଭିଟି ହାର ଅପେକ୍ଷାଗୁରୁତର ରୋଗୀଙ୍କ ସଂଖ୍ୟା କମ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Plus 3 Student From Cuttack, Sushant Makes Sports Car Out Of Scrap
କମାଲ୍ କଲେ ଯୁକ୍ତ ୩ ଛାତ୍ର , ୟୁଟ୍ୟୁବ ଦେଖି ତିଆରି କଲେ ସ୍ପୋର୍ଟସ୍ କାର୍

କମ୍‌ ବୟସରେ କମାଲ୍‌ କଲେ ଯୁକ୍ତ ୩ ବାଣିଜ୍ୟ ଛାତ୍ର । କଟକ ପ୍ରତାପ ନଗରୀ ଅଞ୍ଚଳର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ସୁଶାନ୍ତ ରାଉତ ନିଜ ହାତରେ ତିଆରି କରିଛନ୍ତି ଏକ ସ୍ପୋର୍ଟସ୍ କାର । ଯାହାକୁ ନେଇ ଏବେ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ।

Old man Dead In Elephant Attack At Dhenkanal
ଥମୁନି ହାତୀଙ୍କ ଉତ୍ପାତ:ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଥମୁନି ହାତୀଙ୍କ ଉପଦ୍ରବ । ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋପାଳପୁର ଗାଁର ଫକୀର ନାୟକ ବୋଲି ସୂଚନା ମିଳିଛି ।

politics
ପ୍ରାର୍ଥୀପତ୍ର ନାକଚ ଭୟ ! ସରପଞ୍ଚ ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ

ରାଜନୀତିରେ ସବୁ ସମ୍ଭବ । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ପଇଁତରା ଆପଣାଉଛନ୍ତି ପ୍ରତିଦ୍ୱନ୍ଦୀ ।

school
ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ ! ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକଙ୍କ ବୁଦ୍ଧି ବଳରେ ଶିକ୍ଷାନୁଷ୍ଠାନ ପାଲଟିଗଲା ମନୋରମ ଉଦ୍ୟାନ

ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକ କରୋନା କାଳରେ ସମୟର ସଦୁପୋଯୋଗ କରି ବିଦ୍ୟାଳୟର ପରିବେଶକୁ ଅତି ସୁନ୍ଦର କରି ଗଢି ତୋଳିବା ସହିତ ଅଚଂଳ ପାଇଁ ଉଦାହରଣ ପାଳଟିଯାଇଛନ୍ତି । ଏହି ସୈାର୍ନ୍ଦଯ୍ୟଭରା ପରିବେଶକୁ ଦେଖି ଏଇ ରାସ୍ତାଦେଇ ଯାଉଥିବା ପଥିକ ମଧ୍ୟ ଘଡିଏ ଅଟକି ଯାଉଛି ଏବଂ ବାଧ୍ୟ ହେଉଛି ଫୁଳଗଛ ଓ ଏବଂ ବିଦ୍ୟାଳୟ ସହିତ ଗୋଟିଏ ଫଟୋ ଉଠାଇବା ପାଇଁ

patient
୨ବିଶେଷଜ୍ଞ ଡାକ୍ତରଙ୍କୁ କରୋନା, ପ୍ରସୂତୀ ବିଭାଗରେ ଅଚଳାବସ୍ଥା

ବ୍ୟାପକ ଭିତ୍ତିଭୂମି ଥାଇ ଚାରିଆଡ଼ ଏବେ ଖାଁ ଖାଁ । ମାତ୍ର ୭ଦିନ ପୂର୍ବରୁ ଏଠି ପ୍ରସୂତୀ ମହିଳା ଙ୍କ ଚିକିତ୍ସା ଠିକ୍ ଠାକ୍ ଚାଲିଥିଲା । ହେଲେ ପ୍ରଥମେ ଜଣେ ବିଭାଗୀୟ ବିଶେଷଜ୍ଞ ଡାକ୍ତର ଓ ପରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାରୁ ଅଚଳ ହୋଇପଡିଛି ସ୍ତ୍ରୀ ଓ ପ୍ରସୂତୀ ବିଭାଗ ।

Odisha Panchayat Polls
କଟକଣା ଅବଧି ବଢାଇଲେ କେନ୍ଦ୍ର ନିର୍ବାଚନ କମିଶନର

କଟକଣା ଜାନୁଆରୀ ୨୨ ଅର୍ଥାତ୍ ପର୍ଯ୍ୟନ୍ତ ରହିଥିବା ବେଳେ କାଲିଠୁ ପୁଣି ଆଉ ସପ୍ତାହେ ବଢ଼ାଯାଇଛି । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ସମେତ ବର୍ତ୍ତମାନ ସମୟରେ ଚାଲୁଥିବା ଅନ୍ୟ ସମସ୍ତ ପ୍ରକାର ନିର୍ବାଚନ ପ୍ରକ୍ରିୟା ପାଇଁ ଏହା ପ୍ରଜୁଯ୍ୟ ହେବ ବୋଲି କୁହାଯାଇଛି । ନିର୍ବାଚନ ପ୍ରଚାର ପାଇଁ ସମସ୍ତ ପ୍ରକାର ରାଲି ଓ ରୋଡ୍ ଶୋ ଉପରେ କଟକଣାକୁ ପୁଣି ସପ୍ତାହେ ବଢ଼ାଇଛନ୍ତି ଇସିଆଇ ।

Covid 19
କ୍ରମାଗତ ୩ ଦିନ ହେଲା କମୁଛି ସଂକ୍ରମଣ; ଆଜି ଦିନକରେ ୮ ହଜାର ୫୨୦ ନୂଆ ଚିହ୍ନଟ

ରାଜ୍ୟରେ କମୁଛି ସଂକ୍ରମଣ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୮୯, ଷ୍ଟେଟ୍‌ପୁଲ୍‌ରୁ ୪୬୬ ଜଣ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି ।

Odisha Panchayat Polls
ପଞ୍ଚାୟତ ନିର୍ବାଚନରେ ରୋଚକ ଲଢ଼େଇ ! ମଇଦାନରେ ମୁହାଁମୁହିଁ ହେବେ ୩ ଭାଇ

ନାୟକଗୁଡ଼ା ପଞ୍ଚାୟତରେ ତିନି ଭାଇଙ୍କ ମଧ୍ୟରେ ଲଢ଼େଇ I ଗୋଟିଏ ବାପର ୨ ପୁଅ ଓ ଦାଦା ପୁଅଙ୍କ ମଧ୍ୟରେ ଲଢ଼େଇ I

Daily Horoscope
Daily Horoscope 23 Jan 2022 : ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୩ତାରିଖ, ରବିବାର, ମକର୧୦ ଦିନ, ମାଘମାସ, କୃଷ୍ଣପକ୍ଷ ପଞ୍ଚମୀତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର,ମେଷ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର । ତେବେ ଜାଣନ୍ତୁ ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ..

Veer Surendra Sai Birth Anniversary
ସ୍ୱାଧିନତା ସଂଗ୍ରାମରେ ସକ୍ରିୟ ଭୂମିକା ନେଇଥିବା ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ

ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ । ୨୩ ଜାନୁଆରି ୧୮୦୯ରେ ଜନ୍ମଗ୍ରହଣ କରିଥିବା ବୀର ସୁରେନ୍ଦ୍ର ସାଏ ୨୮ ଫେବ୍ରୁଆରି ୧୮୮୪ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଇଂରେଜଙ୍କ ବିରୋଧରେ ସ୍ୱାଧିନତା ଆନ୍ଦୋଳନରେ ସକ୍ରିୟ ଭୂମିକା ନିଭାଇଥିଲେ ସୁରେନ୍ଦ୍ର ସାଏ ।

Netaji Birth Anniversary
ଓଡିଶା ମାଟିର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀରେ ସଜେଇ ହୋଇଛି କଟକସ୍ଥିତ ବାସଭବନ

ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଲାଗି ସଜେଇ ହୋଇଛି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟ । ଲଳିତ ଏକାଡେମୀ ପକ୍ଷରୁ ବଛା ବଛା ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ପ୍ରସ୍ତୁତି ସରିଛି । କିଏ ନେତାଜୀଙ୍କ ବିଦେଶ ଗସ୍ତକୁ ଭାସ୍କର୍ଯ୍ୟ କଳା ମାଧ୍ୟମରେ ପ୍ରଦର୍ଶିତ କରିଛି, ତ ଆଉ କିଏ ସ୍ୱାଧୀନତା ସଂଗ୍ରାମକୁ ପ୍ରତିଫଳିତ କରିଛି ।

Netaji Birth Anniversary
ଇଂରେଜ ଗୋଲାମ ହେବେନି ବୋଲି ଛାଡିଥିଲେ ICS ଚାକିରି, କଟକ ପୁଅ ସୁଭାଷ ବୋଷ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଥିଲେ ନେତାଙ୍କର ନେତା । ସେଇଥିପାଇଁ ତାଙ୍କୁ ସମସ୍ତେ ନେତାଜୀ ବୋଲି ଡାକୁଥିଲେ । ଏହି ମହାନ୍ ଦେଶପ୍ରେମୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ 1897 ମସିହା ଜାନୁଆରୀ 23 ତାରିଖରେ କଟକ ସହରର ଓଡିଆ ବଜାରରେ ରେ ଜନ୍ମଗ୍ରହଣ କରିଥିଲେ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 23 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 23 January 2022
BOAT Ambulance
ଗୁରୁପ୍ରିୟା ଦୂର କରିପାରିଲାନି ଦୁଃଖ ! ଏବେ BSFର ବୋଟ୍‌ ଆମ୍ବୁଲାନ୍ସ ଉପରେ ବିଛିନ୍ନାଞ୍ଚଳବାସୀଙ୍କ ଆଶା

ସ୍ୱାଭିମାନ ଅଞ୍ଚଳର ଅନେକା ଗାଁ ବାଲିମେଳା ଜଳଭଣ୍ଡାର କୂଳରେ ଅବସ୍ଥିତ । ତେଣୁ ଏହି  ଜଳପଥ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀ ମେଡିକାଲରେ ପହଞ୍ଚିବା ଆହୁରି ସୁଗମ ହୋଇପାରିବ ବୋଲି ଆଶା କରିଛନ୍ତି ଲୋକେ । 

Online Study
ପ୍ରହସନ ପାଲଟିଛି ଅନଲାଇନ୍ ପାଠପଢା, ବହି-ଖାତାରେ ଡୋରି ବାନ୍ଧିଲେଣି ଛାତ୍ରଛାତ୍ରୀ ! ଚିନ୍ତାରେ ଅଭିଭାବକ

ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ମହାମାରୀ କରୋନା । ଖାସ୍ କରି ରାଜ୍ୟର ଉପାନ୍ତ ଅଞ୍ଚଳଗୁଡିକରେ ସ୍ଥିତି ଅତି ଦୟନୀୟ । ଦୁଇ ବର୍ଷ ହେବ ଶ୍ରେଣୀ ଗୃହ ଶିକ୍ଷାଦାନ ବନ୍ଦ ଥିବାରୁ ପିଲାଏ ପାଠ ଭୁଲି ଗଲେଣି ।

Panchayat Election
ଯାଞ୍ଚ ହେଉଛି ନାମାଙ୍କନ, ଚିନ୍ତାରେ ରାଜନୈତିକ ଦଳ ! ଗୋଟିଏ ପଦ ପାଇଁ ଏକାଧିକ ପ୍ରାର୍ଥୀ

ପ୍ରାର୍ଥୀ ଓ ସମର୍ଥକ ଉପସ୍ଥିତିରେ ନାମାଙ୍କନପତ୍ର ଯାଞ୍ଚ ହେଉଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୦ଟି ଜୋନ୍‌ର ୮୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି ।