ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
୨୦ ବର୍ଷ ପରେ ମା କୋଳକୁ ଫେରିଲା ପୁଅ । ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲା ପୁଅ । ଆଉ ସମସ୍ତେ ଆଶା ବି ଛାଡି ଦେଇଥିଲେ, ହେଲେ ବିଧି ର ବିଧାନ ଥିଲା କିନ୍ତୁ ଅଲଗା ୨୦ବର୍ଷ ପରେ ନିଜ ସାଙ୍ଗ ସାଥି ଓ ପରିଜନକୁ facebook ରେ ଦେଖିଲେ, ଆଉ ମା’କୁ ଭେଟିବାକୁ ବିକଳ ହୋଇ ଘରକୁ ଫେରିଲେ ।
ନା ସଭା ସମିତି ମାଧ୍ୟମରେ ପ୍ରଚାର ହୋଇପାରୁଛି ନା ରାଲି, ରୋଡ୍ ସୋ ପାଇଁ ଅନୁମତି ମିଳିଛି । ତଥାପି କଟକଣା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଅଭିନବ ପ୍ରଚାରରେ କ୍ୟାମ୍ପେନିଂ ପାଇଁ ଲାଗି ପଡିଛନ୍ତି । ଆପଣାଉଛନ୍ତି ଅଲଗା ଅଲଗା ଫଣ୍ଡା । ବିଭିନ୍ନ ସ୍ଥାନରେ ନିଜ ନିଜର ନିର୍ବାଚନୀ ଚିହ୍ନକୁ ଧରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ।
ରାଜଧାନୀରେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣ ପ୍ଲାନ୍ ପଣ୍ଡ। ୩୬ ଘଣ୍ଟାର ଅପରେସନ୍ ପରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା କମିଶନରେଟ୍ ପୋଲିସ। ଅପହୃତ ସୁରକ୍ଷିତ ଉଦ୍ଧାର, କିଡ୍ନାପ କରି ୩୦ଲକ୍ଷ ମାଗିଥିଲେ ଦୁର୍ବୃତ୍ତ।
କେଉଁ କେଉଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେତେ ଅର୍ଥ ଆସିବ ତାକୁ ନେଇ ଚାଲିଛି ହିସାବ ନିକାଶ। ଏଥର ବଜେଟ୍ରେ ଓଡ଼ିଶାକୁ ଯଥେଷ୍ଟ ଫାଇଦା ମିଳିବ ବୋଲି ଆଶା କରାଯାଉଛି।
ଅନ୍ୟ ରାଜ୍ୟ ମାନଙ୍କରେ ସ୍କୁଲ ଖୋଲିଲାଣି, ହେଲେ ଓଡ଼ିଶାରେ କେବେ ସ୍କୁଲ ଖୋଲିବ ? କୋଭିଡ୍ ସଂକ୍ରମଣ କମୁଥିବାରୁ ରାଜ୍ୟରେ ଶୀଘ୍ର ସ୍କୁଲ ଖୋଲିବାକୁ ଦାବି ଉଠିଲାଣି । ଯଦିଓ କିଛି ସ୍ଥାନରେ ନବମ ଓ ଦଶମ ପିଲାଙ୍କ ଡାଉଟ୍ କ୍ଲିୟର କ୍ଲାସ୍ ଚାଲିଛି, ହେଲେ ପ୍ରଥମରୁ ଦଶମ ଯାଏଁ କ୍ଲାସରୁମ୍ ପଢ଼ା ଆରମ୍ଭ ହୋଇନି । ଯଦିଓ ଶିକ୍ଷାବିତ୍ ସ୍କୁଲ ଖୋଲିବା ସପକ୍ଷରେ ଅଛନ୍ତି, ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ଭାବିଚିନ୍ତି ନିଷ୍ପତ୍ତି ନିଆଯିବା ଉଚିତ୍ ।
ପୁଅକୁ କିଛି କରନ୍ତୁନି। ମୁଁ ଟଙ୍କା ଯୋଗାଡ଼ କରି ଦେବି।
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ସବୁଠୁ ଅଧିକ ଟଙ୍କା ମଂଜୁର କରିଛନ୍ତି କେନ୍ଦ୍ର ସରକାର।
ରାଜଧାନୀରେ ଆଉ ଏକ ଧୋକାବାଜ ପ୍ରେମିକ । ପ୍ରେମିକା ସହ ସତ ଭଲପାଇବାର ଛଳନା କରି ତାଙ୍କୁ ଗର୍ଭବତୀ କରିବା ପରେ ବିବାହ ପ୍ରତିଶ୍ରୁତି ଦେଇ ଛୁ ମାରିଥିବାର ଅଭିଯୋଗ କରିଛନ୍ତି ଯୁବତୀ। ଖଣ୍ତଗିରି ଥାନା ଅଧିକାରୀଙ୍କ ଠାରୁ ନ୍ୟାୟ ନ ମିଳିବା ପରେ ସେ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିବାର ଦେଖିବାକୁ ମିଳିଛି।
ରାଜନୀତିରେ ମହିଳାଙ୍କ ଯୋଗଦାନ କିଛି ନୂଆ ନୁହେଁ । କିନ୍ତିୁ ରାଜନୀତି ଓ ହାଣ୍ଡିଶାଳର ସମନ୍ୱୟ ରକ୍ଷା କରିବା ନିଶ୍ଚିତ ଭାବେ ବଡ କଥା । ମହିଳା ମାନଙ୍କର ଦବଦବା ଏବେ ପଞ୍ଚାୟତ ରାଜନୀତିରେ ଦେଖିବାକୁ ମିଳୁଛି । ଉଚ୍ଚ ଶିକ୍ଷିତ ମହିଳାମାନେ ମଧ୍ୟ ଓହ୍ଲାଇ ଆସିଛନ୍ତି ରାଜନୀତି ମଇଦାନକୁ ।
ଖୋଲିଲା ରାଜଧାନୀ କିଡନାପ୍ ପଛର ଅସଲ କାହାଣୀ
ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ । ହେଲେ ସୁମିତଙ୍କୁ ମିଳିଲା ଆଉ ଏକ ଝଟକା । ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଜାରି ରଖିବା ପାଇଁ ସୁମିତଙ୍କୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ମାସ ୧୦ରେ ତପସ୍ୱିନିଙ୍କ ଭରଣପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ପୂର୍ବରୁ ନିଜ ପରିବାର ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଏକ ଭଲ ଖବର ଦେଇଛନ୍ତି। ସେ ତାଙ୍କ ଗାଁରେ ଏକ ନୂଆ ଘର ତିଆରି କରି ସପରିବାରେ ଗୃହପ୍ରବେଶ କରିଛନ୍ତି। ବଡ଼କଥା ହେଉଛି, ଏଥିରେ ତାଙ୍କ ବାପା ମାଆ କର୍ତ୍ତା ସାଜିଥିଲେ
ରିକ୍ସା ଚଳାଉଥିଲେ ବି ମୁଁ ଗରିବଙ୍କ ଦୁଃଖ ବୁଝିପାରିବି।
ରାଜ୍ୟ ସରକାରଙ୍କ ପକ୍ଷରୁ କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି।
ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଗୋଟା ମସଲା ମଟନ୍ କଷା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହୃତ ଯୁବକକୁ ଉଦ୍ଧାର କରାଯାଇଛି । କମିଶନରେଟ୍ ପୋଲିସ ଅପହୃତଙ୍କୁ ଉଦ୍ଧାର କରିବା ସହ ୫ ଜଣ ଅପହରଣକାରୀଙ୍କୁ ଅଟକ ରଖିଛି । ଏନେଇ ପୋଲିସ ଥାନାରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।
ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାର । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।
ରାଜ୍ୟରେ ଆଜି ସାମାନ୍ୟ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୧୨ ଓ ଲୋକାଲ୍ କେସ୍ ୧୪୩୮ ରହିଛି ।
ପୁରୀ ବଳିଆପଣ୍ଡା ଗୋଡବାଡସାହିର ବଙ୍ଗାଳୀ କଲୋନୀ । ଏଠି ସୃଷ୍ଟି ହୋଇଛି ଗନ୍ଧମୟ ପରିବେଶ । କାହିଁକି ନା ବର୍ଷ ବର୍ଷ ଧରି ପୁରୀ ସହରର ମଇଳା ଆବର୍ଜନା ଏଠାରେ ପଡିରହୁଛି । ଫଳରେ ଏହି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସହ ଘର ଭିତରେ ପୋକ ଜୋକ ହେଉଥିବା ଅଭିଯୋଗ ହୋଇଛି
ଆଜି ଶ୍ରୀଜୀଉଙ୍କର ପଦ୍ମବେଶ । ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ କାଳିଆ ଠାକୁର । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ସକାଳୁ ସକାଳୁ ହୋଇଛି ଭିଜିଲାନ୍ସ ରେଡ୍ ।
କେତେବେଳେ ଭାଇ ଭାଇ ମଧ୍ୟରେ ଲଢେଇ ତ କେତେ ବେଳେ ବାପା ପୁଅ ଗୋଟିଏ ପଦବୀ ଲାଗି କରୁଛନ୍ତି ପ୍ରତିଦ୍ୱନ୍ଦିତା ।
ଆଖିରେ ପଟି ବାନ୍ଧି ଟେକି ନେଇଥିଲେ ଦୁର୍ବୃତ୍ତ । ପ୍ରଚାର ନକରିବାକୁ ରାସ୍ତାରେ ଧମକ ଦେଇଥିଲେ ।
ଲିଫ୍ଟ ଦେବା ନାଁରେ ନିଶା ଦେଇ ଲୁଟ୍ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ସାମ୍ନାକୁ ଆସିଛି ଏଭଳି ଘଟଣା ଲିଫ୍ଟ ଦେବା ନାଁରେ ଶିକ୍ଷକଙ୍କୁ ନିଶା ଦେଇ ଲୁଟ୍ ଅଭିଯୋଗ ହୋଇଛି । ଡେଙ୍କାନାଳ ନବପଳ୍ଲୀ ହାଇସ୍କୁଲର ଜଣେ ଶିକ୍ଷକ ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ।