• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

BJD
ନାଟୁଆ BJD ପ୍ରାର୍ଥୀଙ୍କ ଭିଡ଼ିଓ ଭାଇରାଲ, ସୁଟିଂ ପାଇଁ ମିଛରେ ପଖାଳ ଖାଉଛନ୍ତି, କାନ୍ଦୁଛନ୍ତି

ଖୁବ ଚର୍ଚ୍ଚା। ପ୍ରଚାର ପାଇଁ ସୁଟିଂ କରିଥିବା ଏହି ଭିଡ଼ିଓରେ ସେ ତଳେ ବସି ଜଣେ ମାଉସୀଙ୍କ ହାତରୁ ପଖାଳ ଖାଉଛନ୍ତି, ଆଉ ଭୋ ଭୋ ହୋଇ କାନ୍ଦୁଛନ୍ତି। ତେବେ ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ

Woman Runs For Sarpanch
୧୦ ବର୍ଷ ହେଲାଣି ଦୌଡ଼ି ଦୌଡ଼ି ଘର ଖଣ୍ଡିଏ ପାଇଲେନି, ଏବେ ନିଜେ ସରପଂଚ ପ୍ରାର୍ଥୀ ହେଲେ। କହିଲେ...

ଖଣ୍ଡିଏ ଘର ପାଇଁ ସରପଂଚଙ୍କ ପାଖକୁ ୧୦ ବର୍ଷ ଦୌଡ଼ି ଦୌଡ଼ି ହତାସ ହେଲେ। କିନ୍ତୁ ଘର ଖଣ୍ଡିଏ ପାଇଲେନି....ଆଉ ସେହି ଜିଦ୍‌ରେ ଏବେ ନିଜେ ପଂଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଦେବଶ୍ରୀ। କହୁଛନ୍ତି, ମୁଁ ସରପଂଚ ହେବି...ଲୋକଙ୍କ ସମସ୍ୟା ଦୂର କରିବି

Union Minister Bisheswar Tudu
ଅଶ୍ୱିନୀ ମଲ୍ଲିକଙ୍କ ବୟାନ ରେକର୍ଡ: ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଗତ ୧୧ ତାରିଖରେ ବାରିପଦାରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ଆଜି ୧୬୪ ଅନୁସାରେ ବାରିପଦା ଜେଏମ୍ଏଫ୍ସି କୋର୍ଟରେ ବୟାନ ରେକର୍ଡ କରାଯାଇଛି । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକଙ୍କୁ ନେଇ ପୋଲିସ କୋର୍ଟରେ ବୟାନ ରେକର୍ଡ କରାଇଛି ।

Balaosre
ରାସ୍ତା ଉପରେ ନବଜାତକ ମୃତଦେହ, ଝୁଣି ଖାଉଛନ୍ତି କୁକୁର

ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା କୁକୁର ଏହାକୁ ଝୁଣୁଛନ୍ତି ।

Emar Mutt
ଏଥର ରୂପା ନୁହେଁ ମିଳିଲା ଲୁହା ଖଣ୍ଡ

ଗୁପ୍ତଧନ ଅନୁମାନରେ ଏମାର ମଠର ନିର୍ଦ୍ଦିଷ୍ଟ କେତେକ ସ୍ଥାନକୁ ଖୋଳା ଚାଲିଥିଲା... ହେଲେ ପୂର୍ବଥର ଭଳି ଏଥର ରୂପା ନୁହେଁ ମାତ୍ର ଖଣ୍ଡେ ଲୁହା ମିଳିଛି

Union Minister in the High Court
ହାଇକୋର୍ଟରେ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ହାଇକୋର୍ଟରେ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯାଳୟରେ ମାଡ଼ ଅଭିଯୋଗ ମାମଲାରେ ହାଇକୋର୍ଟରେ ଦ୍ୱାରସ୍ତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡ଼ୁ ।

BARABATI
ଜୁନ୍‌ରେ ବାରବାଟୀରେ T-20

ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍‌ ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି

Minister Samir Dash Over Reopening Of Schools & Colleges
‘ସ୍କୁଲ୍‌ ଓ କଲେଜରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ’

ସ୍କୁଲ୍‌ ଖୋଲିବା ନେଇ ହେଉଛି ପ୍ରସ୍ତୁତି। ଏନେଇ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସ୍କୁଲ୍‌ ଓ କଲେଜରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

Odisha Panchayat Polls | London Returnee In Fray For Sarpanch Post In Cuttack
ପ୍ରଚାର ମୈଦାନରେ ନିର୍ବାଚନ ତାତି; ଲଢ଼ୁଛନ୍ତି ପାଠୁଆ ପ୍ରାର୍ଥୀ

ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ପ୍ରଚାର ମଇଦାନ । ନିର୍ବାଚନ ପାଖେଇ ଆସୁଥିବା ବେଳେ କୋଭିଡ୍ କଟକଣା ମାନି ପ୍ରାର୍ଥୀମାନେ ପ୍ରଚାର ଚଳାଇଛନ୍ତି । ବିଟେକ୍ ପଢ଼ୁଆଠୁ ଆରମ୍ଭ କରି ଡାକ୍ତର, ସ୍ପୋଟର୍ସ ମ୍ୟାନ୍ ଏବଂ ପୂଜକ ସଭିଁଏ ଏବେ ନୀର୍ବାଚନୀ ରଣାଙ୍ଗନରେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ।

Loot In Bhubaneswar
ଲିଫ୍ଟ ମାଗି କୁଆଡ଼େ ଯାଉଛନ୍ତି କି ? ସାବଧାନ, ରୁହନ୍ତୁ... ନଚେତ୍‌ ଆପଣ ବି ହୋଇପାରନ୍ତି ଟାର୍ଗେଟ୍‌

ସ୍ମାର୍ଟ ସିଟିରେ ସ୍ମାର୍ଟ ଲୁଟେରା। କେତେବେଳେ ଦୋକାନୀଙ୍କୁ ଚକ୍‌ମା ଦେଇ ଲୁଟ୍ ତ ଆଉ କେତେବେଳେ ଲିଫ୍ଟ ଦେଇ ଯାତ୍ରୀଙ୍କୁ ଲୁଟ୍। ଲିଫ୍ଟ ବାହାନାରେ ନିଶା ଦେଇ ଲୁଟେରାମାନେ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ୍ କରି ଲୁଟ୍ କରି ଚାଲୁଛନ୍ତି।

Accident
ଗଛରେ ପିଟି ହୋଇ ଓଲଟିଲା ଭ୍ୟାନ୍‌, ୩ ମୃତ

 ଗଛରେ ଭ୍ୟାନ୍‌ ପିଟି ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଭ୍ୟାନ୍‌ରେ ଥିବା ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। 

afghani chicken recipe
କମ୍ ତେଲ ଓ ମସଲାରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ କେବେ ‘ଆଫଗାନୀ ଚିକେନ’ ରେସିପି ଖାଇଛନ୍ତି । ଯଦି ଖାଇ ନାହାଁନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚିକେନ ଆଫଗାନୀ’ । ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Puri Emar Matha
ଏମାର ମଠରେ ଚାଲିଛି ଖୋଳା, ମାଟି ତଳୁ ମିଳିବ କି ଗୁପ୍ତଧନ ?

ପୁରୀର ବହୁ ପୁରାତନ ଏମାର ମଠକୁ ଆଜି ପୁନର୍ବାର ଯାଞ୍ଚ କରାଯାଉଛି। ମାଟି ତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ ଏମାର ମଠକୁ ଖୋଳା ଯାଉଛି।

Coronavirus
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତକାଲି ତୁଳନାରେ ଆଜି ପଜିଟିଭ ସଂଖ୍ୟା ପ୍ରାୟ ଏକ ହଜାର କମ୍‌ ରହିଛି । ଗତକାଲି ୩ ହଜାର ୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଆଜି ୨ ହଜାର ୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Son Reunites With Mother After 20 Yrs
୨୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

୨୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲେ। ପରିବାର ଲୋକ ମଧ୍ୟ ପୁଅର ଘରକୁ ଫେରିବାର ଆଶା ଛାଡ଼ି ଦେଇଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା।

Rainfall Alert
ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା; ୯ ଜିଲ୍ଲାକୁ ସତର୍କ ସୂଚନା

ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାସହ ରାଜ୍ୟର ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକରେ କୁଆପଥର ବର୍ଷା ସମ୍ଭାବନା ରହିଛି ।

Elderly man killed in elephant attack in Dhenkanal
ବାରଣ୍ଡାରେ ଶୋଇଥିଲେ ବାପ-ପୁଅ; ଦଳିଦେଲା ଦନ୍ତା

ଘର ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଦଳିଦେଲା ଗୋଠ ଛଡା ଦନ୍ତା । ଘଟଣା ସ୍ଥଳରେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ମହୁଲଡଗର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।

Omicron Is Not Dangerous For Children
‘ପିଲାଙ୍କ ପାଇଁ ଓମିକ୍ରନ୍‌ ଆଦୌ ବିପଦଜ୍ଜନକ ନୁହେଁ’

ପିଲାଙ୍କ ପାଇଁ ଓମିକ୍ରନ୍‌ ଆଦୌ ବିପଦଜ୍ଜନକ ନୁହେଁ। ଓମିକ୍ରନ୍‌ ଗୋଟିଏ ପିଲାଠୁ ଆଉ ଜଣେ ପିଲାକୁ ସଂକ୍ରମିତ କରିବାର ନଜିର ନାହିଁ। ତେଣୁ କୌଣସି ଅଭିଭାବକ ଭୟଭୀତ ହୁଅନ୍ତୁନି

special report
ଗାଁ ଲୋକେ ତିଆରି କରିଛନ୍ତି ନବୀନ ସରକାରଙ୍କ ବିକାଶର ବାଉଁଶ ପୋଲ

ସରକାରକୁ ଅପେକ୍ଷା କରି ଲାଭ କଣ, ସେଇଥି ପାଇଁ ଲୋକେ ନିଜ ଉଦ୍ୟମରେ ଗଢ଼ିଛନ୍ତି ବାଉଁଶ ପୋଲ । ଉଦଘାଟନ କରି ନିଜେ କଦଳୀ ଗଛ ମଧ୍ୟ ବାନ୍ଧିଛନ୍ତି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 04 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 04 February 2022
Missing Cow Case
ଗାଈ ପାଇଁ ଏମିତି ପ୍ରେମ କେବେ ଦେଖି ନଥିବେ; କଲେକ୍ଟର ଗାଡି ଆଗରେ ଶୋଇପଡିଲେ

‘ଗାଈ ମୋ ଜୀବନ, ଗାଈ ନମିଳିଲେ ଜୀବନ ହାରିଦେବି’ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋହ ସମ୍ଭାଳି ନପାରି କଇଁ କଇଁ କାନ୍ଦି ଉଠୁଥିବା ଜଣେ ବୃଦ୍ଧା ନିଜର ଅଭାବ କି ଅସୁବିଧା ପାଇଁ ଗୁହାରି କରୁନାହାନ୍ତି, ବରଂ ଏକ ବୁଲା ଗାଈ ପାଇଁ ତାଙ୍କର ଏ ଦରଦ ଆଉ ପ୍ରତିବାଦ । ଆଉ ବୁକୁ ଫଟା କାନ୍ଦ ।

Odisha Panchayat Polls
ଭୋଟ୍‌ ବେଳେ ପ୍ରତିଶ୍ରୁତିର ପାହାଡ, ଆଉ ତା’ପରେ ଛୁ

ଭୋଟ୍ ମାଗିବାକୁ ଆସୁଥିବା ନେତାଙ୍କୁ ଗାଁରେ ପୁରାଇ ଦେବୁନି । ‘ରାସ୍ତା ଓ ପାଣି ସୁବିଧା ନହେବା ଯାଏଁ ଭୋଟ୍ ଦେବୁନି’ ଏମିତି ନାରା ଦେଇ ଏକାଠି ହୋଇଛନ୍ତି କୋରାପୁଟ ସଦରମହକୁମାଠୁ ୭ କିଲୋମିଟର ଦୂର କୋଲାବ ଜଳଭଣ୍ଡାର କୂଳରେ ରହୁଥିବା ଲଙ୍କାପୁଟ ପଞ୍ଚାୟତ ବାସିନ୍ଦା ।

Ishaan Agrawal Kidnap Case
ବନ୍ଧୁ ସାଜିଲା ବଇରୀ: ଚା' ପିଇବାକୁ ଡାକି ରଚିଲା ଅପହରଣର ନାଟକ

ରାଜଧାନୀର ଛାତି ଉପରୁ ଅପହରଣ ମାମଲାରେ ଟୁଇଷ୍ଟ। ୩୦ ଲକ୍ଷ ପାଇଁ ମୁଣ୍ଡ ଜାମିନ୍‌ର ସତ ଆସିଲା ସାମ୍ନାକୁ। ବନ୍ଧୁ ହିଁ ସାଜିଲା ବଇରୀ। ସାଙ୍ଗ ହିଁ ରଚିଥିଲା ଷଡ଼ଯନ୍ତ୍ର। ନିଜ ସାଙ୍ଗ ହିଁ ଈଷାନଙ୍କୁ ଅପହରଣ କରିଥିଲା ୩୬ ଘଣ୍ଟା ଧରି

Ashwini Vaishnaw
ଦିଲ୍ଲୀରେ ପ୍ରେସମିଟ୍‌ କଲେ ଅଶ୍ୱିନୀ: କହିଲେ, ରେଲୱେ ବଜେଟ୍‌ରେ ଓଡ଼ିଶାକୁ ରେକର୍ଡ଼ ଟଙ୍କା ମିଳିଛି

ରେଲୱେ କ୍ଷେତ୍ରରେ ରାଜ୍ୟକୁ ରେକର୍ଡ ଅନୁଦାନ ଏଥର ମିଳିଛି। ଯେତିକି ଅନୁଦାନ ମାଗିଥିଲେ, ମିଳିଛି ତାଠାରୁ ଯଥେଷ୍ଟ ଅଧିକ ଟଙ୍କା। ରାଜ୍ୟ ସରକାର ୭ହଜାର ୬ଶହ କୋଟି ଅନୁଦାନ ଦାବି କରିଥିବା ବେଳେ କେନ୍ଦ୍ର ଦେଇଛି ୯, ୭୩୪ କୋଟି ଟଙ୍କା

School Reopening
ପିଲାଏଁ ରେଡ୍ଡି: ୭ ରୁ ଅଷ୍ଟମ, ୧୪ ରୁ ପ୍ରଥମ

କରୋନାର ତୃତୀୟ ଲହର ଥମିବା ପରେ ଆଶ୍ୱସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବ, ଆରମ୍ଭ ହେବ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା । ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀରେ ଅଫଲାଇନ୍ କ୍ଲାସ୍ ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ କରାଯିବ ବୋଲି ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ।