ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ଯୁବ ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଛି। ମୃତ ସାମ୍ବାଦିକଙ୍କ ପରିବାର ପାଇଁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ଶାଶଙ୍ଗ ପଞ୍ଚାୟତ । ୭ ଟି ଗାଁର୧୨ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତ। ଏହି ପଞ୍ଚାୟତରେ ଦେଖିବାକୁ ମିଳିଛି ନିଆରା ପ୍ରଚାର। ଉଭୟ ସ୍ୱାମୀ-ସ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଓ ସରପଞ୍ଚରେ ନିର୍ବାଚନ ଲଢ଼ୁଛନ୍ତି
କଟକ ଅନ୍ଦରପୁରରେ EWS ଯୋଜନାରେ ନିର୍ମାଣ ହୋଇଥିବା ଘରକୁ ବେଆଇନ ଭାବେ ବିକ୍ରି କରିବା ଅଭିଯୋଗରେ ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି । ୮୦ରୁ ଅଧିକ ଲୋକଙ୍କଠାରୁ ରାଜା ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି ।
ବାଡ଼ି ଭିତରୁ କଙ୍କାଳ ଉଦ୍ଧାର ହେବା ଘଟଣାରେ ପୋଲିସ ଓ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି...
ମାଲକାନଗିରି ପଂଚାୟତ ନିର୍ବାଚନରେ ଏଠି ପ୍ରତିଥର ବଦଳିଛି ଭୋଟରଙ୍କ ମୁଡ୍ । କହିବାକୁ ଗଲେ, ପ୍ରତିଥର ନେତାଙ୍କୁ ପରଖୁଛନ୍ତି ମାଲକାନଗିରିର ସଚେତନ ଜନତା । ଗତ ପଂଚାୟତ ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ କିନ୍ତୁ ଭୋଟରଙ୍କ ଆସ୍ଥା ବିଜେପି ଉପରେ ରହିଛି
ବଂଶଧାରା ନଦୀ ଅବବାହିକାରେ ପ୍ରତିବର୍ଷ ଜମି କ୍ଷୟ ହୋଇ ନଦୀ ଗର୍ଭରେ ଲୀନ ହୋଇଯାଉଛି। ପୁଣି ଦୀର୍ଘ ଦିନ ଧରି ଦାବି ସତ୍ତ୍ୱେ ବି ନିର୍ମାଣ ହୋଇପାରୁନି ଆଡିବନ୍ଧ।
ଓଡ଼ିଆ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା ଏବେ କ୍ୟାନସର ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ। ପୂର୍ବଭଳି ସେ ଆଉ ଯାତ୍ରା କରୁ ନାହାନ୍ତି, ବରଂ ସିନେମା କରୁଛନ୍ତି। ଦାମ ପଣ୍ଡାଙ୍କ ଜୀବନ ଶୈଳୀ ବଦଳି ଯାଇଛି।
ଖବର ସଂଗ୍ରହ କରିବାକୁ ଯାଇ ମାଓବାଦୀ ବିଛାଇଥିବା ଲାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ୍ୟୁ
ମୁମ୍ବାଇରୁ ଡାଟା ଚୋରି, ଝାଡ଼ଖଣ୍ଡରୁ ଅପରେସନ...ସାମ୍ନାକୁ ଆସିଲା ଜମତରା ଗ୍ୟାଙ୍ଗର ମାଷ୍ଟର ପ୍ଲାନ୍। ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ଜମତରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡରୁ କରୁଛି ଅପରେଟ୍।
ଏହାପରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ଏହି ଘଟଣାରେ ପୋଲିସ ଆଜି ବାରିପଦା ସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ-ନିର୍ଦ୍ଦେଶକ ଅଶ୍ୱନି ମଲ୍ଲିକକୁ ନେଇ ପୋଲିସ କୋର୍ଟରେ ବୟାନ ରେକର୍ଡ କରାଯାଇଛି।
ଏବେ ନୁହେଁ ୫୫ ବର୍ଷ ହେଲାଣି ଗୋଟିଏ ପରିବାର ହାତରେ ରହିଛି ପଂଚାୟତ କ୍ଷମତା। ବାରମ୍ବାର ନିର୍ବାଚନରେ ବିଜୟ ହୋଇ ରାଜଗାଦିରେ ବସୁଛନ୍ତି ନାୟକ ପରିବାର...ଏବେ ପୁଣି ୬୬ ବର୍ଷୀୟ ଅରୁଣ ନାୟକ। କହୁଛନ୍ତି ନବୀନ ବାବୁ ଏତେ ବୟସରେ ରାଜନୀତି କରୁଛନ୍ତି ମୁଁ କାହିଁକି କରିପାରିବିନି…
ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତକାଲି ତୁଳନାରେ ପ୍ରାୟ ଏକ ହଜାର କମ ରହିଛି ପଜିଟିଭ ସଂଖ୍ୟା ଗତକାଲି ୨ ହଜାର ୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଆଉ ୨ ହଜାର ୬୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମହାନତା ଦେଖାଇଲା କୁନି ଝିଅ। ନିଜେ ଲଣ୍ଡା ହୋଇ କ୍ୟାନସର ରୋଗୀଙ୍କୁ ଦେଲା ନିଜର ଚୁଟି...କହିଲା, ଜୀବନ ତ ଦେଇପାରିବିନି, ଦେଇ ଦେଲି ନିଜର ଚୁଟି। ସାରା ଜିଲ୍ଲାରୁ ଛୁଟୁଛି ପ୍ରଶଂସାର ସୁଅ
ପ୍ରସାଦଙ୍କୁ କେତେ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ? ଯିଏ ପଛରେ କହେ, ତା’ର ସାମ୍ନାରେ କହିବାକୁ ସାହସ ନଥାଏ...
ସରସ୍ୱତୀ ପୂଜା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ କରାଯାଏ । ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ବରୁପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ ।
ସମ୍ବଲପୁର ରେଳ ଷ୍ଟେସନ୍ରେ ଜମ୍ମୁ ତୱି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଛି। ଗତକାଲି ରାତିରେ ଟ୍ରେନ୍ଟି ୱାସିଂ ଲାଇନ୍କୁ ଯିବାବେଳେ ୨ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା।
ମାହାରୀ ନୃତ୍ୟର ମୁଦ୍ରା ସାଙ୍ଗକୁ ତାଳରେ ତାଳ ଏବଂ ଛାନ୍ଦକୁ ଛାନ୍ଦ ମିଶାଇ ଗୀତ ଗୋବିନ୍ଦ ବା ଅଷ୍ଟପଦୀ ଓଡ଼ିଆ ଭାଷାରେ ନୃତ୍ୟ ଶିଖୁଛନ୍ତି କେରଳର ନୃତ୍ୟ ଗୁରୁ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ହେବ ସିଧା ରେଳ ସଂଯୋଗ । ଗୋପାଳପୁରଠାରୁ ଫୁଲବାଣୀ ଦେଇ ସମ୍ବଲପୁର ଯାଏଁ ବିଛା ହେବ ରେଳ ଲାଇନ୍ ପ୍ରକଳ୍ପ । କେନ୍ଦ୍ରର ଅନୁମୋଦନ ପାଇଥିବା ବେଳେ ବଜେଟ୍ରେ ଏଥିପାଇଁ ଏକ କୋଟିର ଟୋକନ ମନି ବରାଦ କରାଯାଇଛି ।
ଖଣ୍ଡାରେ ହାଣି ସାରିବା ପରେ ଗେଟ ବାହାରକୁ ଘୋଷାଡ଼ି ନେଇ ସଂଘବଦ୍ଧ ଭାବେ ଆକ୍ରମଣର ଫୁଟେଜ ବି ସାମ୍ନାକୁ ଆସିଛି...
ସାଧାରଣ ନିର୍ବାଚନର ୩ ବର୍ଷ ପରେ ଆସିଛି ପଞ୍ଚାୟତ ଭୋଟ। ଚାଲିଛି ଘମାଘୋଟ ପ୍ରଚାର। କ୍ୟାମ୍ପେନରେ କମ୍ପୁଛି ଗାଁ ଦାଣ୍ଡ। ଆଉ ସେହି ନିର୍ବାଚନୀ ମୋହରେ ଭିଟାମାଟି ମୁହାଁ, ସୁରତରେ ରହୁଥିବା ଗଞ୍ଜାମ ବାସିନ୍ଦା ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଲେଓ୍ବ ଷ୍ଟେସନ୍ ବ୍ରହ୍ମପୁରରେ ନିଇତି ଭିଡ଼, ନିଇତି ଫେରୁଛନ୍ତି ସୁରତ ଫେରନ୍ତା
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି ଗିରଫ । ରବିନାରାୟଙ୍କ ଘରୁ ସୁନା ଅଳଙ୍କାର ସହ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍, ଫ୍ଲାଟ୍ ଓ ପ୍ଲଟ୍ ଠାବ କରାଯାଇଛି।
ସେମିତି ଭୋଟରଙ୍କ ଘରେ ପଖାଳ ଖାଇ କାନ୍ଦି ପକାଉଥିବାର ଦୃଶ୍ୟକୁ ନେଇ ଗତ କିଛି ଦିନ ହେଲା ସୋସିଆଲ୍ ମିଡ଼ିଆରେ ଭାରି ଟ୍ରୋଲ୍ ହେଉଥିବା ଦୃଶ୍ୟ ବି ଭାରି ଚର୍ଚ୍ଚାରେ ରହିଛି।
ଆଉ ମାତ୍ର ୨ଦିନର ଅପେକ୍ଷା। ଖୋଲିବ ସ୍କୁଲ୍, ବାଜିବ ବେଲ୍। ସାଙ୍ଗ ସାଥୀଙ୍କ ସହ ବି ଦେଖାହେବ। ରାଜ୍ୟରେ ସୋମବାରଠାରୁ ସ୍କୁଲ୍ ଖୋଲିବାକୁ ଯାଉଥିବାରୁ ଏବେ ପିଲାଙ୍କ ମନରେ ପ୍ରବଳ ଉତ୍ସାହ।
ଖୁବ ଚର୍ଚ୍ଚା। ପ୍ରଚାର ପାଇଁ ସୁଟିଂ କରିଥିବା ଏହି ଭିଡ଼ିଓରେ ସେ ତଳେ ବସି ଜଣେ ମାଉସୀଙ୍କ ହାତରୁ ପଖାଳ ଖାଉଛନ୍ତି, ଆଉ ଭୋ ଭୋ ହୋଇ କାନ୍ଦୁଛନ୍ତି। ତେବେ ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ