• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 19 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 19 February 2022
Puri Gajapati Maharaj
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ଗଜପତି ମହାରାଜ

ପୁରୀ ଗଜପତି ମହାରାଜା କୋଭିଡ୍ ପଜିଟିଭ୍। ରାଷ୍ଟ୍ରପତିଙ୍କୁ ସ୍ଵାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ମହାରାଜା ।

Police van Accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୩ ପୋଲିସଙ୍କ ଜୀବନ, ୧୪ ଗୁରୁତର

ଗୋଟିଏ ପଟେ ୩ ଜଣ ପୋଲିସ ମତ୍ୟୁ ବରଣ କରିଥିବା ବେଳେ ଅନ୍ୟପଟେ ୧୪ ଜଣ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

Children Wear Helmet
ଏଣିକି କୋମଳମତି ଶିଶୁ ବି ପିନ୍ଧିବେ ହେଲମେଟ୍

କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟର ନୂଆ ନିୟମ, କୋମଳମତି ଶିଶୁ ବି ପିନ୍ଧିବେ ହେଲମେଟ୍ । ୯ ମାସରୁ ୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ବାଇକରେ ନିଆଗଲେ ହେଲମେଟ୍ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏନେଇ ଗତ ୧୫ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି ।

SEC Aditya Prasad Padhi
କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଛି କହିଲେ ନିର୍ବାଚନ କମିଶନର

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଆଜି ବିଭିନ୍ନ ସ୍ଥାନରେ କିଭଳି ବିଜେଡି ଦ୍ୱାରା ନିର୍ବାଚନୀ ହିଂସା ହୋଇଥିଲା, ତାର ଭିଡିଓ ପ୍ରଦର୍ଶନ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।

Panchayat Elections
ଦୁର୍ଗମ ଅଞ୍ଚଳରେ ବି ଭଲ ହୋଇଛି ଭୋଟିଂ, ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ବୁଥ୍ ଆଗରେ ଲମ୍ବାଲାଇନ୍

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ତାର ଢେର ଆଗରୁ ବୁଥଗୁଡିକରେ ମତଦାତାଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।

Panchayat Election
ଦ୍ୱିତୀୟ ପର୍ଯ୍ୟାୟରେ ବି.. ହିଂସା.. ପିଟାପିଟି.. ଆକ୍ରମଣ.. ପ୍ରତି ଆକ୍ରମଣ...ବୁଥ କ୍ୟାପ୍‌ଚରିଂ

ଯାଜପୁର ଜିଲ୍ଲା କନିକାପଡ଼ା ପଞ୍ଚାୟତ ମଧୁପୁରରେ ୮ ନମ୍ବର ବୁଥ୍ କ୍ୟାପ୍ଚରିଂ । ଲୋକେ ଜୋରଜବରଦସ୍ତ ପଶିଲେ । ପ୍ରିଜାଇଡିଂ ଅଫିସରଙ୍କଠୁ ବାଲାଟ ପେପର ଛଡ଼ାଇ ମୋହର ବାଡ଼େଇ ଚାଲିଲେ ।

Naveen Patnaik
‘ନିର୍ବାଚନ ଆସିଲେ ଏମିତି ଗୁଜବ ହୁଏ, ମୁଁ ସୁସ୍ଥ ଅଛି ଖୁସି ଅଛି’: ନବୀନ ପଟ୍ଟନାୟକ

ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା ସହ ପ୍ରଭୁ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌; ତୁରନ୍ତ କରନ୍ତୁ ଆବେଦନ
ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌; ତୁରନ୍ତ କରନ୍ତୁ ଆବେଦନ

ଓଡ଼ିଶା ସଚିବାଳୟର ଗ୍ରୁପ୍-ବିରେ ASO ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା। ମୋଟ ୭୯୬ ପୋଷ୍ଟ୍‌ ପୂରଣ ହେବ। ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଓ ତାଙ୍କର କମ୍ପ୍ୟୁଟର ଆପ୍ଲିକେସନରେ ଯଥେଷ୍ଟ ଜ୍ଞାନ ଥିବ।

Ballot Box In Pond
ପୋଖରୀକୁ ଫିଙ୍ଗିଦେଲେ ଭୋଟ ବାକ୍ସ, ପ୍ରିଜାଇଡିଂ ଅଫିସରଙ୍କ ଗାଡ଼ିକୁ ଭାଙ୍ଗିଲେ ଲୋକେ

ପୋଖରୀକୁ ଫିଙ୍ଗିଦେଲେ ଭୋଟ ବାକ୍ସ । ଯାଜପୁର ଦଶରଥପୁର ବ୍ଲକ୍‌ରେ ଦେଖାଦେଇଛି ଏଭଳି ଉତ୍ତେଜନା । ଏଠାକାର ୯ ନମ୍ବର ବୁଥ୍‌ର ଭୋଟ୍ ବାକ୍ସ ନେଇ ପୋଖରୀରେ ଫିଙ୍ଗି ଦେଇଛନ୍ତି ଦୁର୍ବତ୍ତ ।

Presiding Officer
ଭୋଟ୍‌ ଚାଲିଛି, ପୋଲିସ ବି ଅଛନ୍ତି, ହେଲେ ଶୃଙ୍ଖଳା ନାହିଁ ! ପ୍ରିଜାଇଡିଂ ଅଫିସର କରୁଛନ୍ତି ହେର୍‌ଫେର୍‌

ଖୋଦ୍‌ ପ୍ରିଜାଇଡିଂ ଅଫିସର୍‌ ଭୋଟ ସ୍ଥାନକୁ ଯାଇ କିଏ କେଉଁଠି ଭୋଟ ଦେଉଛନ୍ତି ତା’ ଉପରେ ନଜର ରଖୁଛନ୍ତି । ଯାହାକି ପଂଚାୟତ ନିର୍ବାଚନରେ ନିୟମର ଖୋଲା ଉଲଙ୍ଘନ ।

  • Friday, 18 February 2022
The BJP and the BJD were handed over to the state election commission
ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲେ ବିଜେପି ଓ ବିଜେଡି

 ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ପଡିଥିବା ବେଳେ, ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଫେରାଦ ହୋଇଛନ୍ତି ବିଜେପି ଓ ବିଜେଡିର ପ୍ରତିନିଧି ମଣ୍ଡଳୀ  । ବଲାଙ୍ଗିର ବେଲପଡ଼ାରେ ପ୍ରିଜାଇଡିଂ ଅଫିସରଙ୍କ ଭୂମିକା ନେଇ ପ୍ରଶ୍ନ କରିଛି ବିଜେପି ।

Bhadrak Politics
ବିଜେପି ପ୍ରତି ବଢୁଛି ସମର୍ଥନ: ଚିନ୍ତାରେ ବିରୋଧୀ ଗୋଷ୍ଠୀ

ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତରେ ବିଜେପି ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି

Vigilance Raid
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ୬ଟି ସ୍ଥାନରେ ରେଡ୍‌

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି।

 Election violence
ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ରାସ୍ତା ଉପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ପିଟିଲେ, ତୁମୁଳକାଣ୍ଡ ଭିଆଇଲେ । ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ପାତ୍ରପୁର ଥାନା ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଜଗଦେବପୁର ଗାଁରେ ବିଜେପି ଓ ବିଜେଡି କର୍ମୀ ପ୍ରଚାର କରୁଥିଲେ । ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ।

Malkangiri is a resident of Banda Ghati
ଭୋଟ୍ ଦେଲେ ବଣ୍ଡା ଘାଟି ବାସିନ୍ଦା

ଭୋଟ୍ ଦେଲେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା । ନିଜ ଅଞ୍ଚଳର ବିକାଶ ପାଇଁ ସେମାନେ ଆଗେଇ ଆସିଛନ୍ତି । ମୁଦୁଲିପଡ଼ା ଓ ଅଣ୍ଡାହାଲ ପଞ୍ଚାୟରେ ମତଦାନ । ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ବଣ୍ଡା ଘାଟିର ମହିଳାମାନେ ।

Night Curfew Lifted In Odisha
ଓଡ଼ିଶାରେ ହଟିଲା ନାଇଟ୍‌ କର୍ଫ୍ୟୁ

ପୁଣି କୋଭିଡ୍‌ କଟକଣା କୋହଳ କଲେ ରାଜ୍ୟ ସରକାର। ଆଜି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ୍‌ କର୍ଫ୍ୟୁ ହଟାଇ ଦିଆଯାଇଛି। 

Voting boycotted
ଭିନ୍ନ ଭିନ୍ନ ଦାବି ଓ ସମସ୍ୟା ପ୍ରତିବାଦରେ ବିଭିନ୍ନ ଅଞ୍ଚଳରେ ଭୋଟ ବର୍ଜନ

ପଞ୍ଚାୟତ ନିର୍ବାଚନରେ ଆଜି ଦ୍ୱିତୀୟ ପଯର୍ୟାୟ ମତଦାନ । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦାବି ଓ ସମସ୍ୟା ପ୍ରତିବାଦରେ ବିଭିନ୍ନ ଅଞ୍ଚଳରେ ଭୋଟ ବର୍ଜନ ।

Wife of ASP Trinath Mishra
ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ASP ତ୍ରିନାଥ ମିଶ୍ରଙ୍କ ପତ୍ନୀ

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛନ୍ତି। 

Odisha Panchayat Elections
ଗୋଟିଏପଟେ ଚାଲିଛି ନିର୍ବାଚନ, ଅନ୍ୟପଟେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ

ଆଜି ସକାଳ ୭ଟାରୁ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଗୋଟିଏପଟେ ନିର୍ବାଚନ ଚାଲି ଥିବାବେଳେ ଅନ୍ୟପଟେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଛି।

Odisha Commission for Protection of Child Rights
ଘରୋଇ ସ୍କୁଲ୍‌ରେ EWSଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

ଆର୍ଥିକ ଅନଗ୍ରସର ବର୍ଗଙ୍କ ଲାଗି ଘରୋଇ ସ୍କୁଲ୍‌ରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି।

Accident
ଦୁର୍ଘଟଣା ପରେ ଗାଡ଼ିରେ ଲାଗିଲା ନିଆଁ; ଜିଅନ୍ତା ଜଳିଗଲେ ଡ୍ରାଇଭର,ହେଲ୍‌ପର୍

ଜିଅନ୍ତା ଜଳିଗଲେ ଡ୍ରାଇଭର ଓ ହେଲ୍‌ପର୍। ଦ୍ରୁତ ଗତିରେ ଆସୁଥିବା ଟ୍ରେଲରଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମାଲ୍ ବୋଝେଇ ହାଇୱାକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା। ଏହାପରେ ଟ୍ରେଲରରେ ନିଆଁ ଲାଗି ଯାଇଥିଲା।

ଏଣିକି ଏମ୍‌ଫିଲ୍‌, ପିଏଚ୍‌ଡି, ଡିଲିଟ୍‌ ପାଇଁ ଏକକ ପ୍ରବେଶିକା ପରୀକ୍ଷା
ଏଣିକି M.phil, PhD ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଏମ୍ଫିଲ୍, ପିଏଚ୍‌ଡି, ଡିଲିଟ୍ ଭଳି ଗବେଷଣା ସଂପର୍କିତ ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ । ଏହି ସବୁ ପାଠ୍ୟକ୍ରମ ପାଇଁ ଏକ ସମୟରେ ନାମଲେଖା ହେବ ।

Samiti Member Candidate's Husband Rescued
୪୮ ଘଣ୍ଟା ପରେ ମିଳିଲେ ପ୍ରାର୍ଥିନୀଙ୍କ ସ୍ୱାମୀ, ଚେତାଶୂନ୍ୟ ହୋଇ ଓଭରବ୍ରିଜ୍‌ ତଳେ ପଡ଼ିଥିଲେ...

ପ୍ରାୟ ୪୮ ଘଣ୍ଟା ପରେ ମିଳିଲେ ଢେଙ୍କାନାଳର ନିଖୋଜ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ। ଓଭରବ୍ରିଜ୍‌ ତଳୁ ପୋଲିସ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି। 

Voting Begins In Kotia
ଆଜି କୋଟିଆରେ ପଞ୍ଚାୟତ ଭୋଟ୍‌, ଆନ୍ଧ୍ରକୁ ଚେକମେଟ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି କୋଟିଆବାସୀ

ଆଜି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଭୋଟ୍ ଗ୍ରହଣ ଚାଲିଛି। ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି।