ଅପରାଧ ପଛରେ କଣ କେବଳ ତାର ମୁଣ୍ଡ ଥିଲା ନାଁ ଏହା ପଛରେ ଆଉ କେହି ତାକୁ ସହଯୋଗ କରୁଥିଲେ?
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ । ବୁଥ୍ରେ ପହଞ୍ଚିଲେଣି ପୋଲିଂ ପାର୍ଟି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ।
ଚାରିଶ ବିଶ୍ ଡାକ୍ତର ରମେଶର ୩୦ ବର୍ଷର କ୍ରାଇମ୍ ଫାଇଲ ଘାଣ୍ଟୁଛି ପୋଲିସ୍।
ଋଣ କଲା ଜଣେ, ସୁଝିବ ଆଉ ଜଣେ । ଆଉ ଏବେ ସବୁ ଆର୍ଥିକ ବୋଝ ଉପଭୋକ୍ତାଙ୍କ ଉପରେ ଲଦିବାକୁ ମସୁଧା, କାହିଁକି ନା ଆର୍ଥିକ ସଙ୍କଟରେ ଥିବା ଗ୍ରୀଡକୋର ବାକି ପଡିଛି ୭ ହଜାର ୭ ଶହ ୮୮ କୋଟି ଟଙ୍କା ।
ଗତ ଜାନୁଆରୀ ୧୪ ତାରିଖରେ JSWର ପ୍ରସ୍ତାବିତ ଶିଳ୍ପ ବିରୋଧରେ ପ୍ରକଳ୍ପ ବିରୋଧୀ ଓ ଢିଙ୍କିଆ ଗାଁ ଲୋକଙ୍କ ପକ୍ଷରୁ ଶାଣିତ ହୋଇଥିଲା ପ୍ରତିବାଦ।
୨୦୨୨ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କାରଣ ଏବେ ଦଳରେ କୁହୁଳୁଛି ଗୋଷ୍ଠୀ କନ୍ଦଳ ନିଆଁ । କ୍ୟାନ୍ସର୍ ଭଳି ମାଡ଼ିଗଲାଣି ଦଳୀୟ କନ୍ଦଳ ରୋଗ । କେହି କାହାକୁ ଛାଡ଼ିବାକୁ ନାରାଜ ।
କେଜରିଓ୍ୱାଲଙ୍କ ଦେଶ ବିରୋଧୀ ଚିନ୍ତାଧାରାକୁ ବରଦାସ୍ତ କରାଯିବନି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପଞ୍ଚାୟତବାସୀ ଭଦ୍ରକ ଯାଜପୁର ରାସ୍ତାର କଲାଗୟାଁରେ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ରାଜଭବନରୁ କଡ଼ା ସୁରକ୍ଷା ମଧ୍ୟରେ ଆସି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀଜିଉ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସେହିଦିନ ଘରୁ ବାହାରି ଥାନାରେ ଏତଲା ଦେବାକୁ ଯାଇଥିଲେ ଭଗବତୀ, ହେଲେ ଆଉ ଫେରିନଥିଲେ।
ନକଲି ମସଲା କାରଖାନାରେ ଚଢ଼ାଉ। ବିପୁଳ ନକଲି ସାମଗ୍ରୀ ଠାବ । କଟକ ବୟାଳିଶମୌଜାରେ ଚାଲିଥିବା ନକଲି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢ଼ାଉ । ଫ୍ୟାକ୍ଟ୍ରି ଭିତରୁ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ । ଦୀର୍ଘଦିନରୁ ନକଲି କାରଖାନା ଚାଲିଥିବା ସୂଚନା ।
କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା । ବୃଦ୍ଧଙ୍କୁ ଫେରାଇଛନ୍ତି ୬ ହଜାର ଟଙ୍କା ।
ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଲେ ।
୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଜିଠୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ତାଙ୍କୁ ପଚରାଉଚରା ବେଳେ ଆହୁରି ଅନେକ ଗୁମର ଖୋଲିବା ନେଇ ଆଶା ରଖିଛି ପୋଲିସ । ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୋଲିସର ଯୋଜନା ରଖିଥିବା ସୂଚନା ମିଳିଛି॥
ଛବିରାଣୀଙ୍କଠୁ ଅଂଜନା...ବେବିନାଙ୍କଠୁ କୁନ୍ଦୁଲି ଏମାନେ ସମସ୍ତେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ନ୍ୟାୟ ଅପେକ୍ଷାରେ କିଏ ଆଖି ବୁଜିଛି ତ ଆଉ କିଏ ଏବେ ଅପେକ୍ଷା କରିଛି ନ୍ୟାୟ ପାଇବାକୁ। ନର ପିଶାଚଙ୍କ ସେହି ବର୍ବରକାଣ୍ଡ ପାଇଁ ଏମାନେ ସମସ୍ତେ ସାଙ୍ଘାତିକ କଷ୍ଟ ବି ଭୋଗିଛନ୍ତି।ତେବେ ରାଜ୍ୟର ଏହି ଗଣଦୁଷ୍କର୍ମ ଘଟଣା ଏମିତି ଥିଲା କି ଯାହା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା।
ପାରାଦୀପ ଢିଙ୍କିଆରେ ମାଡ଼, ଠେଲାପେଲା ସହ ପୁଣି ଉତ୍ତେଜନା । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ଉତ୍ତେଜନା ଦେଖାଦେଇଛି ।
ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଚିନ୍ତାମଣୀଙ୍କ ପାଖରେ ପହଂଚିଲା ପ୍ରଶାସନା। କିଡନୀ ରୋଗରେ ପୀଡିତ ଥିବା ଚିନ୍ତାମଣୀଙ୍କ ଘରକୁ ପହଂଚି ତତ୍ପରତା ଦେଖାଇଛି ବ୍ଲକ ପ୍ରଶାସନ। ଗତବର୍ଷ ୨୦୨୧ ଡିସେମ୍ବର ୧୫ ତାରିଖରେ ଆପଣ ଏକା ନୁହନ୍ତ ଟିମ୍ ଦ୍ୱାରା ଚିନ୍ତାମଣୀ କିଡନୀ ରୋଗରେ ପୀଡ଼ିତ ଥିବା ପରେ ମଧ୍ୟ ସରକାରୀ ଯୋଜନାରୁ ବଂଚିତ ଥିଲେ।
ପ୍ରଥମ କରି ଓଡ଼ିଶା ପୋଲିସ ଡଗ୍ ସ୍କ୍ୱାଡ୍ରେ ସାମିଲ ହୋଇଛନ୍ତି ୫ଟି ବେଲଜିଆନ୍ ମାଲିନଏସ ପ୍ରଜାତିର ସନ୍ଧାନୀ କୁକୁର। ଯେକୌଣସି ସ୍ଥାନରେ ଅପରାଧ ଘଟାଇ ଅପରାଧୀ ଖସି ପଳାଇଥିବା ବେଳେ ସେମାନଙ୍କୁ ଧରିବାରେ ଏଭଳି ସନ୍ଧାନୀ କୁକୁର ପୋଲିସକୁ ବେଶ ସହାୟତା କରିବ। ଏନେଇ ଆଶା ବାନ୍ଧିଛି ପୋଲିସ।
ଅର୍ଥ ହଡପ ମାମଲାରେ ସମ୍ବନ୍ଧ ଫିନସର୍ଭ ସଂସ୍ଥାର ଏମଡି ଦୀପକ କିଣ୍ଡୋଙ୍କ ସହ ଅନ୍ୟମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କର ୬୧ଟି ଆକାଉଣ୍ଟରେ ଥିବା ୧୭କୋଟିରୁ ଅଧିକ ଟଙ୍କା ଜବତ୍ ହୋଇଛି ।
ଭୋଟ୍ର ଦିନକ ପୂର୍ବରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଘରଠାରୁ ପ୍ରାୟ ୧ କି.ମି. ଦୂରରେ ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।
ଟ୍ୱିନ୍ସିଟିରେ ବୁଲୁଛି କୋଲକାତାର ୱାଣ୍ଟେଡ୍ କ୍ରିମିନାଲ୍। ଓଡ଼ିଶା କ୍ରାଇମ୍ବ୍ରାଞ୍ଚ କୋଲକାତାର ଜଣେ ଓ୍ୱାଣ୍ଟେଡ୍ ଅପରାଧୀର ଫଟୋ ଜାରି କରିଛି। ଏହି ଅପରାଧୀର ନାଁ ବିମଲ ଶର୍ମା।
ବାଇକ୍ରେ ୨୦ ହଜାର କିଲୋମିଟର ଭାରତ ଭ୍ରମଣ କରି ରେକର୍ଡ କରିଛନ୍ତି ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର ଅମିତ୍ ମଲ୍ଲିକ । ଏକମାତ୍ର ଭାରତୀୟ ଭାବେ ଅମିତ୍ ଏହି ରେକର୍ଡ କରିଛନ୍ତି ।
ବ୍ରିଜ୍ ବାଡ଼ ଭାଙ୍ଗି ନଦୀକୁ ଖସିପଡ଼ିଲା ଲୁହା ବୋଝେଇ ଟ୍ରେଲର। ଏଥିରେ ଗାଡ଼ି ହେଲ୍ପର୍ଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଭୋର ସମୟରେ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି।
ପୋଲିସ୍ ନକଲି, ହେଲେ ଲୁଟ୍ ଅସଲି। ନିଜକୁ ମିଛରେ ସ୍ପେଶାଲ୍ ସ୍କ୍ୱାଡ୍ ଷ୍ଟାଫ୍ର ପରିଚୟ ଦେଇ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ବାଲାଟ୍ ବକ୍ସ ସହ ନିର୍ବାଚନ ଅଧିକାରୀଙ୍କୁ ବୁଥ୍ରୁ ଛାଡ଼ିଲେନି ସ୍ଥାନୀୟ ଲୋକେ। ଫଳରେ ରାତି ୧୦ଟା ଯାଏ ସ୍କୁଲ୍ ଘରେ ଅଟକି ରହିଲେ ପୋଲିଂ ପାର୍ଟି।