ବିରାଟ କୋହଲି । ବସ୍ ନାମ ହି କାଫି ହେ... । ବିଶ୍ୱ କ୍ରିକେଟ୍ରେ ଏହି ଦୁର୍ଦ୍ଦଶ ବ୍ୟଟ୍ସମ୍ୟାନ୍ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । କିଛି ଦିନ ଧରି ଧିମା ପଡ଼ିଥିବା ବିରାଟଙ୍କ ବ୍ୟାଟ୍ ଏବେ ଫୁଲ୍ ପର୍ମକୁ ଫେରିଛି । ବିରାଟଙ୍କ ବ୍ୟାଟ୍ରୁ ଏବେ ପୁଣି ରନ୍ ବର୍ଷା ହେଉଛି। ଯାହାକି ଭାରତ କ୍ରିକେଟ୍ ପାଇଁ ଏକ ଶୁଭ ସଙ୍କେତ। ଗୋଟିଏ ପଟେ ବିରାଟଙ୍କୁ ଏହି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୁହାଯାଉଥିବା ବେଳେ ଅନ୍ୟପଟେ ତାଙ୍କୁ ନେଇ ଜଣେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଦେଇଛନ୍ତି ନାକାରାତ୍ମକ ବୟାନ। ସେ କହିଛନ୍ତି ବିରାଟ ନୁହେଁ ମୁଁ ହେଉଛି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍।
Also Read
ବିରାଟ୍ କୋହଲି ଲଗାତର ତିନି ବର୍ଷ ହେବ ଫର୍ମରେ ନଥିଲେ । ତାଙ୍କ ବ୍ୟାଟ୍ ବହୁତ କଷ୍ଟରେ ଚାଲୁଥିଲା । ରନ୍ ମେସିନ ବିରାଟ, ଯେମିତିକି ପୁରା ଧିମା ପଡ଼ିଯାଇଥିଲା । ତେବେ ଗତ ବର୍ଷ ଆଫଗାନିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ଏସିଆ କପ୍ ମୁକାବିଲାରେ ବିରାଟଙ୍କ ବ୍ୟାଟ୍ରୁ ଶତକ ଦେଖିବାକୁ ମିଳିଥିଲା । ଏହାପରେ ବିରାଟ ଆଉ ପଛକୁ ଫେରି ନାହାନ୍ତି । ସେବେଠାରୁ ବିରାଟ ଧିରେ ଧିରେ ଫର୍ମକୁ ଫେରିବାକୁ ଲାଗିଲେ । ଆଉ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି ରନ୍ ମେସିନ୍ ବିରାଟ କୋହଲି । ଗତ ୭ଟି ଦିନିକିଆରେ ସେ ୩ଟି ଶତକ ହାସଲ କରିଛନ୍ତି । ଆଉ ମାତ୍ର ତିନୋଟି ଶତକ ହାସଲ କରିବା ପରେ ସେ ସଚିନଙ୍କ ଦିନିକିଆ ଶତକ ରେକର୍ଡ ଭାଙ୍ଗିବେ । ଯାହାକି ଖୁବ୍ଶୀଘ୍ର ପୁରଣ ହେବ ବୋଲି ବିରାଟଙ୍କ ଫ୍ୟାନ୍ସ ଆଶା ରଖିଛନ୍ତି ।
ଅଧିକ ପଢ଼ନ୍ତୁ: କ୍ରିକେଟରୁ ସନ୍ନ୍ୟାସ ନେବେ କି ବିରାଟ ? ଏମିତି ପୋଷ୍ଟ ଶେଆର ପରେ ବଢ଼ିଲା ଫ୍ୟାନ୍ସଙ୍କ ହାର୍ଟ ବିଟ୍...
ପାକିସ୍ତାନର ଜଣେ ଭେଟରାନ ବ୍ୟାଟ୍ସମ୍ୟାନ୍ ଦାବି କରିଛନ୍ତି ଯେ, ସେ ବିରାଟଙ୍କଠାରୁ ବଡ଼ ବ୍ୟାଟ୍ସମ୍ୟାନ୍ । ତାଙ୍କ ରେକର୍ଡ ବିରାଟଙ୍କଠାରୁ ଖୁବ୍ ଭଲ ।
ଖୁରାମ ମଞ୍ଜୁର, ଯିଏ କି ୧୬ଟି ଟେଷ୍ଟ, ୭ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ରେ ପାକିସ୍ତାନ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ସେ ଏକ ସାକ୍ଷାତକାର ସମୟରେ କହିଛନ୍ତି ଯେ, ତାଙ୍କ କ୍ୟାରିୟର ବିରାଟଙ୍କଠାରୁ ଖୁବ୍ ଭଲ । ସେ ବିରାଟଙ୍କଠାରୁ ଭଲ ବ୍ୟାଟ୍ସମ୍ୟାନ୍ । ଶେଷଥର ପାଇଁ ୨୦୧୬ରେ ମଞ୍ଜୁର ପାକିସ୍ତାନ ପାଇଁ ପ୍ରତିନିଧିତ୍ୱ କରିଥିଲେ । ସେ କହିଛନ୍ତି ନିଜକୁ କୋହଲିଙ୍କ ସହ ତୁଳନା କରିବା ମୋର ଉଦେଶ୍ୟ ନୁହେଁ । କିନ୍ତୁ ମୁଁ ବି ଚାହେଁ ଡୋମେଷ୍ଟିକ୍ ମ୍ୟାଚ୍ରେ ମୋର ଦକ୍ଷତା ଅନ୍ୟମାନେ ଜାଣନ୍ତୁ ।
‘ମୁଁ ନିଜକୁ କୋହଲିଙ୍କ ସହ ତୁଳନା କରୁନାହିଁ । ଦିନିକିଆରେ ଯେଉଁ ଟପ୍ ଟେନ୍ ବ୍ୟାଟ୍ସମ୍ୟାନ୍ଙ୍କ ନାଁ ରହିଛି । ସେମାନଙ୍କ ମଧ୍ୟରେ ମୋ ନାଁ ସବୁଠାରୁ ଆଗରେ ରହିବା କଥା । ମୁଁ ବିଶ୍ୱରେ ନମ୍ବର ୱାନ୍ । କୋହଲ ମୋ ପଛରେ । ସେ ପ୍ରତି ୬ଟି ଇନିଂସରେ ଶତକ ହାସଲ କରିଛନ୍ତି । ଆଉ ମୁଁ ପ୍ରତି ୫.୬୮ ଇନିଂସରେ ଶତକ ହାସଲ କରିଛି । ଏହା ବିଶ୍ୱ ରେକର୍ଡ । ଗତ ୧୦ ବର୍ଷ ମଧ୍ୟରେ ମୋର ଆଭରେଜ୍ ରନ୍ ରେଟ୍ ରହିଛି ୫୩ । ଆଉ ମୁଁ ବିଶ୍ୱରେ ୫ ନମ୍ବର ।’
୩୬ ବର୍ଷିୟ ଏହି ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ, ଡୋମେଷ୍ଟିକ୍ କ୍ରିକେଟ୍ରେ ଲଗାତାର ସ୍ଥିର ଫର୍ମରେ ରହିଥିଲେ ସୁଦ୍ଧା ତାଙ୍କୁ ଜାତୀୟ ଚୟନକର୍ତ୍ତାମାନେ ଗୁରୁତ୍ୱ ଦେଇ ନାହାନ୍ତି ।
‘ମୁଁ ମଦ୍ୟ ଗତ ୪୮ ଇନିଂସରେ ୨୪ଯି ଶତକ ହାସଲ କରିଛି । ୨୦୧୫ରୁ ଆଜି ଯାଏଁ ଯେଉମାନେ ପାକିସ୍ତାନ ପାଇଁ ଓପନିଂ କରିଛନ୍ତି ସେମାନଙ୍କଠାରୁ ମୁଁ ସବୁଠାରୁ ଅଧିକ ରନ୍ କରିଛି । ଜାତୀୟ ଟି-ଟ୍ୱେଣ୍ଟିରେ ମୁଁ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ ଏବଂ ସବୁଠାରୁ ଅଧିକ ଶତକ ହାସଲ କରିଥିବା ଖେଳାଳି ।‘