• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

corona
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା, ମାର୍ଚ୍ଚ ୩୧ ଯାଏ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଗୁରୁଗ୍ରାମ ଡାକ୍ତରଖାନାରେ ୧୪ ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଖବର ମିଳିଛି। ଏବେ ଗାଜିଆବାଦରେ ପୁଣି ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ୱାରା ଦେଶରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ବୁଧବାର ୨୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଇତି ମଧ୍ୟରେ ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରଛନ୍ତି। […]

bank
ଏପ୍ରିଲ ପହିଲା ସୁଦ୍ଧା ବଦଳିଯିବ ଏସବୁ ବ୍ୟାଙ୍କର ନାଁ

ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କ ସଂଖ୍ୟା କମିବ। ସାର୍ବଜନିକ କ୍ଷେତ୍ରରେ ୧୦ଟି ବ୍ୟାଙ୍କକୁ ବନ୍ଦ କରି ଦିଆଯିବ। ଏପରି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବୁଧବାର ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୧୦ଟି ବ୍ୟାଙ୍କକୁ ବନ୍ଦ କରି  ୪ଟି ବଡ ବ୍ୟାଙ୍କ ସହ ମିଶାଇ ଦିଆଯିବ। ଏହି କାମ ଜାରି ରହିଛି। ଏପ୍ରିଲ ୨୦୨୦ ସୁଦ୍ଧା କାମ ଶେଷ ହୋଇଯିବ। ସୀତାରମଣ ଆହୁରି କହିଛନ୍ତି, କେନ୍ଦ୍ରିୟ ମନ୍ତ୍ରିମଣ୍ଡଳର ୧୦ ବ୍ୟାଙ୍କକୁ ବନ୍ଦ କରିବା […]

parlimaent
ଇରାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ନୂଆଦିଲ୍ଲୀ: କରୋନା ଭାଇସରକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏଯାଏ କରୋନାରେ ୨୯ ଜଣ ଲୋକ ଆକ୍ରାନ୍ତ ହେବା ଖବର ମିଳିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ଏସବୁ ଭିତରେ ଲୋକଙ୍କୁ କୌଣସି ପ୍ରକାରର ଆତଙ୍କିତ ନ ହେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଆଜି ରାଜ୍ୟସଭାରେ କରୋନା ସ୍ଥିତି ଉପରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ କହିଛନ୍ତି,  ପ୍ରତିଦିନ କରୋନା ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ ସମୀକ୍ଷା […]

Nirbhaya-convicts1_570_8502_570_850_571_855
ମାର୍ଚ୍ଚ ୨୦ରେ ଫାଶି ପାଇବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ୪ର୍ଥ ଥର ପାଇଁ ନିର୍ଭୟା ଦୋଷୀଙ୍କ ଫାଶି ପାଇଁ ସାନି ଡେଥ୍‌ ୱାରେଣ୍ଟ ଜାରି କଲେ ପଟିଆଲା ହାଉସ କୋର୍ଟ।  ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶି ଦେବାକୁ ସମୟ ଧାର୍ଯ୍ୟ କରିଛନ୍ତି କୋର୍ଟ। ଏହା ପୂର୍ବରୁ  ମାର୍ଚ୍ଚ ୩ ତାରିଖ  ଫାଶି ପାଇଁ ଡେଥ ୱାରେଣ୍ଟ ଜାରି କରାଯାଇଥିଲା । ହେଲେ   ୪  ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଏହାକୁ ରଦ୍ଦ କରାଯାଇଥିଲା।  ହେଲେ […]

kartik
ପହଞ୍ଚିବାରେ ଡେରି କଲେ ବୋଲି ବସ୍‌ଉଠ୍‌ ହେଲେ ଏଇ ବଲିଉଡ ଅଭିନେତା

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ୍‌ କାଟ୍ରିନା କୈଫ ଲେଟ କମର୍‌ଙ୍କୁ ବିଲ୍‌କୁଲ୍‌ ପସନ୍ଦ କରନ୍ତି ନାହିଁ। ସମୟ ଜ୍ଞାନକୁ ନେଇ ସେ ଏତେ ସତର୍କ ଯେ, କେହି ବିଳମ୍ବ କଲେ ସେ ସଜା ଦେବାକୁ ବି ଭୁଲନ୍ତି ନାହିଁ। ଏକଥା ଆମେ କହୁନୁ, ଭାଇରାଲ ଏକ ଭିଡିଓରେ ନିଜେ କାଟ୍ରିନା ଏହାର ପ୍ରମାଣ ଦେଇଛନ୍ତି। କଥା ହେଲା, ଏକ ପ୍ରେସ କନ୍‌ଫରେନ୍ସରେ ବଲିଉଡ ଆକ୍ଟର କାର୍ତ୍ତିକ ଆର୍ୟ୍ୟନଙ୍କର ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଏଥିରେ କାଟ୍ରିନା ତାଙ୍କୁ ଖାଲି […]

op3m3f5k_nirbhaya-accused_640x480_02_March_20
ନିର୍ଭୟା ଦୋଷୀଙ୍କୁ ଫାଶି; ଆଜି ଜାରି ହୋଇପାରେ ନୂଆ ଡେଥ ୱାରେଣ୍ଟ

ନୂଆଦିଲ୍ଲୀ:ମାର୍ଚ୍ଚ ୩ ତାରିଖ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯାଇଥାନ୍ତା। ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ରଦ୍ଦ କରିଥିଲେ  ପଟିଆଲା ହାଉସ୍‌କୋର୍ଟ। କାରଣ ୪ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିଲା। ହେଲେ ରାଷ୍ଟପ୍ରତି ଏହି ରାଜକ୍ଷମା ଆବେଦନକୁ ବୁଧବାର ଖାରଜ୍‌ କରି ଦେଇଛନ୍ତି। ଏହା ପୂର୍ବରୁ ଅନ୍ୟ ତିନି ଦୋଷୀଙ୍କ ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ। ଏହା ପରେ ତିହାଡ ଜେଲ ପ୍ରଶାସନ ଫାଶି ପାଇଁ […]

modi_ji_
ଏଥର ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ ହେବେନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ସଂକ୍ରମିତ ରୋଗରୁ ମୁକୁଳିବା ପାଇଁ ଲୋକମାନଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ତେଣୁ ଏହାକୁ ନଜରରେ ରଖି ଆଗାମୀ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ ମୋଦୀ। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି, “କରୋନା ଭାଇରସକୁ ରୋକିବା ପାଇଁ ସାମୂହିକ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ଉଚିତ ବୋଲି ସାରା ବିଶ୍ୱର […]

corona
ରାଜ୍ୟରେ ଆଉ ୨ କରୋନା ସନ୍ଦିଗ୍ଧ ଚିହ୍ନଟ, ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର/କେନ୍ଦୁଝର :କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସ୍ଥିତିର ସମୀକ୍ଷା କରିଛନ୍ତି ।ଏନେଇ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଏମଇଟି ସିବିକେ ମହାନ୍ତିଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କରୋନା ନେଇ ଲୋକମାନଙ୍କୁ ସଚେତନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୧୫ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ଏଥିସହ ପାରାଦ୍ୱୀପରୁ ଆସିଥିବା ଦମ୍ପତିଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ଡିଏମଇଟି ସୂଚନା […]

kangaroo-1
ସର୍ବସ୍ୱାନ୍ତ କରିଦେଲା କଙ୍ଗାରୁ କୋର୍ଟ

ନୟାଗଡ଼: କେତେ ଭୟଙ୍କର ହୋଇପାରେ କଙ୍ଗାରୁ କୋର୍ଟ ତାହାର ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୌରାଙ୍ଗପୁର ପଞ୍ଚାୟତର ଗୌରାଙ୍ଗପୁର ଗାଁରେ ।  ଗାଁ ଲୋକଙ୍କ ସହ  ମତ ପାର୍ଥକ୍ୟ ଯୋଗୁ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି ଏହି ଗାଁର  ରବୀନ୍ଦ୍ର ବେହେରା ନାମକ ବ୍ୟକ୍ତି। ଗ୍ରାମବାସୀ କଙ୍ଗାରୁ କୋର୍ଟ କରି ରବୀନ୍ଦ୍ରଙ୍କ ଘରକୁ ଭାଙ୍ଗି ଛାରଖାର କରି ଦେଇଛନ୍ତି। ଆଜି ନୁହେଁ, ଗାଁ ଲୋକଙ୍କ ଆକ୍ରୋଶର ଶିକାର ରବୀନ୍ଦ୍ରଙ୍କ ପରିବାର ବର୍ଷ […]

coronavirus_i
କରୋନାଠୁ ଦୂରରେ ରହିବା ପାଇଁ ଟିପ୍‌ସ୍‌; ଆଡ୍‌ଭାଇଜରୀ ଜାରି କଲେ ସରକାର

ଭୁବନେଶ୍ୱର:ବଢୁଛି କରୋନା ଭୟ। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସବୁଠି ଖେଳି ଯାଇଛି ଆତଙ୍କ। ପାରାଦୀପରେ ଜଣେ ଇଞ୍ଜିନିୟରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଏଥିସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଉଭୟଙ୍କର ସ୍ୱାବ ଟେଷ୍ଟ ପାଇଁ ଯାଇଛି। ଏପରି ପରିସ୍ଥିତିରେ  ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଆଡଭାଇଜରି । କାର୍ଯ୍ୟକ୍ଷେତ୍ରରେ କ’ଣ ସତର୍କତା ଅବଲମ୍ବନ କରିବେ ସେ […]

Chera pahanra
ଛେରାପହଁରା ନୀତି କରୁଛନ୍ତି ମହାରାଜା

ତିନି ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜା। ବିଧି ଅନୁସାରେ ତିନିରଥରେ ଶ୍ରୀଜିଉମାନେ ବିରାଜମାନ କରିବା ପରେ ଗଜପତି ମହାରାଜା ତାମ୍ର ଯାନରେ ଆସି ଶ୍ରୀଜିଉଙ୍କ ସେବା କରିବାର ଅନନ୍ୟ ପରମ୍ପରା ରହିଛି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ

priyanka
ପ୍ରିୟଙ୍କାଙ୍କ ହାତରେ ଏତେ ଦାମୀ ପର୍ସ !

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ୍‌ ଷ୍ଟାଇଲ୍‌, କଲର ସବୁ କିଛି ନିଆରା। ଆଉ ବେଶ ଆଟ୍ରାକ୍‌ଟିଭ୍ ବି। ନିଜର ଏଇ ନିଆରା ଲୁକ୍‌, ହଟ୍‌କେ ଷ୍ଟାଇଲ୍‌ ପାଇଁ ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ। ଏବେ ପ୍ରିୟଙ୍କା ଧରୁଥିବା ପର୍ସକୁ ନେଇ ସୋଶାଲ ମିଡିଆରେ ଚାଲିଛି ଚର୍ଚ୍ଚା। କୁହାଯାଏ ପ୍ରିୟଙ୍କା ଯାହା ପିନ୍ଧନ୍ତି ମହଙ୍ଗା ହିଁ ପିନ୍ଧନ୍ତି। କିନ୍ତୁ ଏତେ ମହଙ୍ଗା ! ଶୁଣିଲେ ହୋସ୍‌ ଉଡ଼ିଯିବ। ସେ ଧରୁଥିବା ପର୍ସର ଦାମ୍‌ କେତେ ଜାଣନ୍ତି ? ଏବେ […]