ଟଏଲେଟ୍ ପ୍ରକଳ୍ପ ନାଁରେ ବିରାଟ ଘୋଟାଲା !
୧୯ ଦିନରେ ଦିଲ୍ଲୀ ତିହାର ଜେଲ୍ରେ ଗ୍ୟାଙ୍ଗୱାର୍ରେ ଦୁଇ ଦୁଇଟି ହତ୍ୟା ପରେ ଜେଲ୍ ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତିହାର ଜେଲ୍ର ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ଜେଲ୍ରେ ହାଇ ସିକ୍ୟୁରିଟି ୱାର୍ଡ ବାହାରେ କ୍ୱିକ୍ ରେସ୍ପନ୍ସ ଟିମ୍(QRT) ମୁତୟନ ହେବେ।
ଭାଇଜାନଙ୍କ ୪୦ ବର୍ଷ ତଳର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ଜ୍ୟାକି ଶ୍ରଫ୍ଙ୍କ ପତ୍ନୀ ବା ଟାଇଗର ଶ୍ରଫ୍ଙ୍କ ମା’ ଆୟେଶା ଶ୍ରଫ୍ଙ୍କ ସହ ଜାହାଜରେ ମଜା କରୁଥିବା ନଜର ଆସିଛନ୍ତି। ଦେଖନ୍ତୁ ଏହି ଭିଡିଓ…
ମଣିଷ ସତରେ ଏତେ ଜଘନ୍ୟ କାଣ୍ଡ କରିପାରେ . . ବସ୍ତାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ୍ ।
ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ରେ ଲାଗିବ।
ପ୍ରଶାସନ ଦ୍ୱାରା ଅପମାନିତ ହୋଇ ଇସ୍ତଫା ଦେଲେ କେନ୍ଦୁଝର ବରଦାପାଳ ପଞ୍ଚାୟତର ଯୁବ ସରପଞ୍ଚ ଗଣେଶ ମୁଣ୍ଡା
ମଞ୍ଚରେ ଅଭିଭାଷଣ ରଖୁଥିଲେ ରାଷ୍ଟ୍ରପତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଉଥିବା ବେଳେ ହଠାତ୍ କଟିଲା ଲାଇନ୍ । ୯ ମିନିଟ୍ ପରେ ଲାଇନ୍ ଆସିଥିଲା କିନ୍ତୁ ଭାଷଣ ବନ୍ଦ କରିନଥିଲେ ରାଷ୍ଟ୍ରପତି । ବରଂ ସେହି ସମୟରେ କହିଥିଲେ କିଛି ଏମିତି କଥା । ଶୁଣନ୍ତୁ କଣ କହିଥିଲେ ରାଷ୍ଟ୍ରପତି
କାଜୁ ଓ ଲେମନଗ୍ରାସ୍ ଚାଷ ନାଁରେ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ଠକେଇ !
ମହଙ୍ଗା ପଡ଼ିଲା କ୍ରିକେଟରଙ୍କ ପତ୍ନୀଙ୍କୁ ହଇରାଣ କରିବା ସହ କାର୍ର ପିଛା କରିବା। ଏହି ଘଟଣାରେ ପୋଲିସ୍ ୨ ଯୁବକଙ୍କୁ ଗିରଫ କରିଛି। ଦିଲ୍ଲୀରେ ଯୁବକ ଦ୍ୱୟ କ୍ରିକେଟର ନୀତିଶ ରାଣାଙ୍କ ପତ୍ନୀ ସାଚି ମାର୍ୱାଙ୍କୁ ବିନା କାରଣରେ ହଇରାଣ କରିବା ସହ ତାଙ୍କ ପିଛା କରିଥିବା ଅଭିଯୋଗ ହୋଇଥିଲା।
ହେଲିପେଡରେ ଡିଉଟି ପଡ଼ିଥିବା ଫାର୍ମାସିଷ୍ଟଙ୍କ କାରନାମା, ସେଲଫି ଉଠାଇ ଫେସବୁକରେ ପୋଷ୍ଟ କଲେ
ଟେକ୍ସାସ୍ରେ ପୁଣିଥରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଟେକ୍ସାସ୍ର ଏକ ଶପିଂ ମଲ୍ରେ ହୋଇଥିବା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ଘୂର୍ଣ୍ଣିଝଡ଼ । ପରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଗତିପଥ କ’ଣ ହେବ ? ଲଘୁଚାପ ହେଲା ପରେ ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିବ ବୋଲି କହିଛି ପାଣିପାଗ ବିଭାଗ ।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅପମାନ କରୁଛି ପୌର ପ୍ରଶାସନ । ପ୍ରଥମେ ପ୍ୟାଣ୍ଟ ପିନ୍ଧାଇଦେଲା, ଏବେ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦେଲା । ତେଜିଲା ଅସନ୍ତୋଷ...ରାତାରାତି ଗାଏବ ହେଲା ପ୍ରତିମୂର୍ତ୍ତି
ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET)। ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୪୧ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି।
ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆପଣ ଗ୍ଲୁଟିନ୍ ଫ୍ରି ବା ଗ୍ଲୁଟିନ୍ ରହିତ ଅଟା, ବ୍ରେଡ୍, ନୁଡୁଲ୍ସ, ବିସ୍କିଟ୍ ଏସବୁ ଖାଦ୍ୟସାମଗ୍ରୀର ଲମ୍ବା ଲିଷ୍ଟ୍ ଦେଖୁଥିବେ। ବିଜ୍ଞାପନଠୁ ଆରମ୍ଭକରି ବିଭିନ୍ନ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସରଙ୍କ କଥା ଶୁଣି ଆପଣ ବି ଭାବୁଥିବେ ଯେ ପ୍ରକୃତରେ ଗ୍ଲୁଟିନ୍ଯୁକ୍ତ ଖାଦ୍ୟ ଶରୀର ପାଇଁ ନିହାତି ହାନିକାରକ। ଏହା ଜରୁରୀ କି…
ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଉ ପାଦେ ଆଗେଇଛି ଓଟିଭି କେୟାର୍ସ। ଡାଟା ଏଣ୍ଟ୍ରିଂ ଓ ଟେଲରିଂ ପାଇଁ କାଉନସିଲିଂ ପରେ ଏବେ ଆରମ୍ଭ ହୋଇଛି ବିୟୁଟିସିଆନ୍ ପାଇଁ କାଉନସେଲିଂ।
ଆଜିକାଲି ଲୋକଙ୍କର ବ୍ୟସ୍ତବହୁଳ ଜୀବନ ଭିତରେ ଟିକିଏ କାହା ସହିତ କଥା ହେବା ପାଇଁ ସମୟ ନାହିଁ । ସ୍ଥିତି ଏମିତି ହେଲାଣି ଯେ ମନଖୋଲି ହସିବା ପାଇଁ ଲୋକେ ଭୁଲିଗଲେଣି । ଅନେକ ଜାଣି ବି ନାହାନ୍ତି କି ହସିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୁଏ, ଅନେକ ସକରାତ୍ମକ ପ୍ରଭାବ ବି ପଡ଼େ
ବିଚ୍ ବଜାରରେ ରାତିରେ ବୁଲିଲା ଖଣ୍ଡା। ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
NEET Ug ୨୦୨୩ ଅଫିସିଆଲ୍ ଡ୍ରେସ୍ କୋଡ୍ ଜାରି କରିଛି। ପୁଅ-ଝିଅଙ୍କ ପାଇଁ ଅଲଗା ଅଲଗା ଡ୍ରେସ୍ କୋଡ୍ ଜାରି ହୋଇଛି। କେହି ବି ଫୁଲ୍ ସାର୍ଟ ପିନ୍ଧି ପାରିବେ ନାହିଁ। ସେହିପରି ଆଉ କ’ଣ ରହିଛି ଆସନ୍ତୁ ଜାଣିବା।
ଆଜିର ଧାଁ ଦୌଡ ଜୀବନରେ ଲୋକେ ହସକୁ ଭୁଲି ଗଲେଣି। ମନ ଖୋଲା ହସିବାକୁ କାହାପାଖେ ସମୟ ନାହିଁ। ଏହି ହସ କିନ୍ତୁ ଶରୀରରେ ଏକ ନୂଆ ଶକ୍ତି ଏବଂ ଉର୍ଜା ଦେଇଥାଏ। ହସିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏନେଇ ପ୍ରତି ବର୍ଷ ପାଳନ ହୁଏ 'ବିଶ୍ୱ ହାସ୍ୟ ଦିବସ'। ଆସନ୍ତୁ ଜାଣିବା ଏହା ପଛର କାରଣ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ବିଭିନ୍ନ ସମାଜ ଓ ବର୍ଗର ଭୋଟରଙ୍କୁ ଆଖି ଆଗରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଖାଲି ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ରାଜ୍ୟର ଏକାଧିକ ହାଇସ୍କୁଲରେ ଏବେ ସମାନ ଅବସ୍ଥା। ସରକାରଙ୍କ 5T ସ୍କୁଲର ବିକଳ ଚିତ୍ର ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ।
ଧାନ ସଂଗ୍ରହ ବେଳେ ମଣ୍ଡିରେ ସ୍ବଚ୍ଛତା ଆଉ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସବୁ ଧାନ କିଣା କେନ୍ଦ୍ରରେ କାର୍ଯ୍ୟକାରୀ କରୁଛନ୍ତି ସିସିଟିଭି ବ୍ୟବସ୍ଥା।