ଶ୍ରୀନଗର: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରେ ଅଘୋଷିତ ଜରୁରୀ ପରିସ୍ଥିତି ସମ୍ପର୍କରେ ଏବେ ତଥ୍ୟ ସାମ୍ନାକୁ ଆସିଛି। ପୁଞ୍ଚରେ ପୁଲିସ୍ କର୍ମୀମାନଙ୍କୁ ଲୋକମାନେ ପଥର ମାଡ଼ କରିଥିବା ଖବର ମିଳିଛି। ଏଥିରେ ଏକାଧିକ ପୁଲିସ୍ କର୍ମୀ ଆହତ ହୋଇଥିବା ବେଳେ ଜଣେ ଅଧିକାରୀ ଗୁରୁତର ହୋଇଛନ୍ତି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହ ଏହି ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଜମ୍ମୁ-କଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ବେଳେ ଲଦାଖ ଆଉ […]
ନୂଆଦିଲ୍ଲୀ: ଅଯୋଧ୍ୟାର ଜମି ବିବାଦ ମାମଲା ଶୁଣାଣିର ଦ୍ୱିତୀୟ ଦିନରେ ସୁପ୍ରିମକୋର୍ଟ ନିର୍ମୋହୀ ଆଖଡ଼ା ଉପରେ କ୍ଷୁବ୍ଧ ହୋଇଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ଦୀର୍ଘ ବର୍ଷ ହେଲା ଗୋଟିଏ ପକ୍ଷ ରହି ଆସିଥିବା ନିର୍ମୋହୀ ଆଖଡ଼ାକୁ ସୁପ୍ରିମକୋର୍ଟ ନିଜର ଦାବିକୁ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ଦସ୍ତାବିଜ ମାଗିଥିଲେ। ହେଲେ ଆଖଡ଼ା ପକ୍ଷରୁ ଜମିର ମାଲିକାନା ସମ୍ପର୍କରେ କୌଣସି ଦସ୍ତାବିଜ ବା ପ୍ରମାଣ ଦାଖଲ କରାଯାଇ ନାହିଁ। ଏଥିପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ […]
ନୂଆଦିଲ୍ଲୀ: ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କର ସୁଅ ଛୁଟିଥିଲା। ତେବେ ଏମ୍ଡିଏଚ୍ ମସଲା ପ୍ରତିଷ୍ଠାତା ମହାଶୟ ଗୁଲାଟି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାବ ବିହ୍ୱଳ ହେବାର ଦୃଶ୍ୟ ସବୁଠାରୁ ନିଆରା ଥିଲା। ଏହି ୯୬ ବର୍ଷ ବୟସ୍କ ବ୍ୟକ୍ତି ସୁଷମାଙ୍କ ମର ଶରୀର ତଳେ ବସି କଇଁ କଇଁ ହୋଇ କାନ୍ଦିବାକୁ ଆରମ୍ଭ କରିଥିଲେ। ସୁଷମାଙ୍କର ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସଠାରେ ହାର୍ଟଆଟାକ୍ରେ […]
ଇସଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଆତଙ୍କବାଦୀ ସଂଗଠନ ଓ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଗିରଫ ହୋଇଥିବା ହାଫିଜ ଆଜି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି। ପାକିସ୍ତାନ ଆତଙ୍କବାଦ ନିରୋଧ ବିଭାଗ ପକ୍ଷରୁ ହାଫିଜ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କୋର୍ଟଙ୍କୁ ଜଣା ଯାଇଥିଲା। ଏହାପରେ ବିଭାଗ ପକ୍ଷରୁ ହାଫିଜକୁ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ହାଫିଜକୁ ଜାତିସଂଘ ପକ୍ଷରୁ […]
ନୂଆଦିଲ୍ଲୀ: ଶୋକାକୁଳ ପରିବେଶ ମଧ୍ୟରେ ଦିଲ୍ଲୀର ଲୋଧି ରୋଡ୍ ଶ୍ମସାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ଟି ତୋପ ସଲାମୀର ରାଷ୍ଟ୍ରୀ ମର୍ଯ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ କରାଯାଇଛି। ସୁଷମାଙ୍କ ଝିଅ ବାଂଶୁରୀ ଅନ୍ତିମ ସଂସ୍କାରର ସମସ୍ତ ରୀତିନୀତି କରିଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ […]
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ହେବ। ଏଥିପାଇଁ ଦିଲ୍ଲୀସ୍ଥିତ ବିଜେପିର ନୂଆ ମୁଖ୍ୟାଳୟଠାରୁ ସୁଷମାଙ୍କ ପାର୍ଥିବ ଶରୀର ଅନ୍ତିମ ଯାତ୍ରାରେ ବାହାରିଛି। ଲୋଧି ରୋଡ ଶ୍ମସାନରେ ସୁଷମା ଶେଷକୃତ୍ୟ କରାଯିବ। ଦିନ ପ୍ରାୟ ୧୧ଟାରୁ ବିଜେପି ମୁଖ୍ୟାଳୟରେ ସୁଷମାଙ୍କ ପାର୍ଥିବ ଶରୀରର ରଖାଯାଇଥିଲା। ଶହଶହ ବିଜେପି କର୍ମୀ ଓ ନେତା ସେଠାରେ ପହଞ୍ଚି ସୁଷମାଙ୍କ ଶେଷ ଦର୍ଶନ କରିଥିଲେ। ତେବେ ବିଜେପି ମୁଖ୍ୟାଳୟରୁ ସୁଷମାଙ୍କ ପାର୍ଥିବ ଶରୀରକୁ ଗାଡ଼ିକୁ ନିଆଯିବା […]
ନୂଆଦିଲ୍ଲୀ: ସମସ୍ତଙ୍କୁ କନ୍ଦେଇ ସବୁଦିନ ପାଇଁ ଚାଲି ଯାଇଛନ୍ତି କାଳଜୟୀ ନେତ୍ରୀ ସୁଷମା ସ୍ୱରାଜ। ଗତକାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୁଷମା ସ୍ୱରାଜଙ୍କ ଶେଷ ଦର୍ଶନ ପାଇଁ ଆଜି ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ନେତାଙ୍କ ଭିଡ଼ ଲାଗିଥିଲା। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ରାଜନେତାମାନେ ସୁଷମାଙ୍କୁ ଶେଷ ଦର୍ଶନ କରିଛନ୍ତି। ଏହି ଅନ୍ତିମ ଦର୍ଶନ ବେଳେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି […]
ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମର ଶରୀର ଏବେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରହିଛି। ବିଜେପି ସଭାପତି ଅମିତ ଶାହ ଦଳୀୟ ପତାକା ତାଙ୍କ ମର ଶରୀର ଉପରେ ଘୋଡ଼ାଇ ଅନ୍ତିମ ଦର୍ଶନ କରିଛନ୍ତି। ସୁଷମାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି। BJP President Amit Shah and BJP Working President JP […]
ଲକ୍ଷ୍ନୌ: କଂଗ୍ରେସ ଧାରା-୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବେଳେ ଦଳର ଜଣେ ବିଧାୟିକା କିନ୍ତୁ ଏହାକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ସେ ହେଲେ ରାୟବରେଲୀର କଂଗ୍ରେସ ବିଧାୟିକା ଅଦିତି ସିଂହ। ଅଦିତି ୩୭୦ ଉଚ୍ଛେଦକୁ ସ୍ୱାଗତ କରିଛନ୍ତି। ଦେଶର ସୁରକ୍ଷା ସହ ଜମ୍ମୁ ଓ କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଏହା ଆବଶ୍ୟକ ଥିଲା ବୋଲି ଅଦିତି କହିଛନ୍ତି। ୩୭୦ ଉଚ୍ଛେଦକୁ ରାଜନୀତି ଦୃଷ୍ଟିକୋଣରୁ ନଦେଖି ଏହାକୁ ଦେଶର ସ୍ୱାର୍ଥ ହାସଲ ଦିଗରେ ବ୍ୟବହାର କରିବା ଉଚିତ୍ ହେବ […]
ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସ୍ଥିତିର ସମୀକ୍ଷା କରିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍। ବର୍ତ୍ତମାନ ସୁଦ୍ଧା ଜାମ୍ମୁ ଓ କାଶ୍ମୀରର ସ୍ଥିତି ସ୍ୱାଭାବିକ ରହିଥିବା ଡୋଭାଲ କହିଛନ୍ତି। କେନ୍ଦ୍ରର ନିଷ୍ପତ୍ତିକୁ କଶ୍ମୀରବାସୀ ସ୍ୱାଗତ କରିଛନ୍ତି। ଜମ୍ମୁ-କଶ୍ମୀରରେ ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଶାସନ ଓ ସୁରକ୍ଷା ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରକୁ ବିଭକ୍ତ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଗଠନ ଲାଗି ନିଷ୍ପତ୍ତି ହୋଇଥିବାରୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କରାଯାଉଛି। […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ତେହରୀ ଗଡ଼ଓ୍ୱାଲ ଅଂଚଳରେ ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏଥିରେ ଆହତ ହୋଇଥିବା ପିଲାମନଙ୍କୁ ଡାକ୍ତରଖାନା ନିଆଯାଇଛି। ଖବର ଅନୁସାରେ, ୧୮ ଜଣ ସ୍କୁଲ୍ ପିଲାଙ୍କୁ ନେଇ ଭ୍ୟାନ୍ଟି ଯାଉଥିଲା। ଗାଡ଼ିଟି କାଂଗସାଲି ଅଂଚଳରେ ଯାଉଥିବା ବେଳେ ହଠାତ୍ ଡ୍ରାଇଭର୍ ଜଣକ ଗାଡ଼ି ଉପରେ ଭାରସାମ୍ୟ ରଖିପାରିନଥିଲେ। ଫଳରେ ଭ୍ୟାନ୍ଟି ଏକ ଖାଲ ମଧ୍ୟକୁ ଖସି ପଡ଼ିଥିଲା।
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି। କଶ୍ମୀରକୁ ନେଇ ଭାରତର ପଦକ୍ଷେପ ପରେ ସୀମାରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ। କଶ୍ମୀରରେ ପ୍ରତିବନ୍ଧ ପ୍ରସଙ୍ଗରେ ଜାତିସଂଘ ଅବଗତ ଅଛି। ଏହା ମାମଲାରେ ଜଡ଼ିତ ସମସ୍ତ ପକ୍ଷ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବଙ୍କ ମୁଖପାତ୍ର। ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଉଭୟ ଦେଶରେ ଜାତିସଂଘ ପକ୍ଷରୁ ମିଲିଟାରୀ ଅବଜରଭେସନ ଗ୍ରୁପ୍ […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଉପରକୁ ସ୍ଥିତି ଶାନ୍ତ ଦେଖାଯାଉଥିଲେ ବି ଭିତରେ ଭିତରେ ଜନ ଅସନ୍ତୋଷ ଓ ରାଜନୈତିକ ଉଷ୍ଣତା ଥିବା ଅନୁମାନ କରାଯାଉଛି। ଗୃହବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍ ଅବଦୁଲ୍ଲା ଓ ମେହବୁବା ମୁଫ୍ତିଙ୍କୁ ଗତକାଲି ଗିରଫ କରାଯାଇଛି। ଶ୍ରୀନଗର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଥିବାରୁ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ଅଧିକ ଫୋର୍ସ ପଠାଇ ସୁରକ୍ଷା […]