• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

traffic
ନୂଆ ନିୟମ ଅନୁସାରେ ସ୍କୁଟର୍ ଚାଳକୁ ୨୩ ହଜାର ଜୋରିମାନା କଲା ପୁଲିସ

ଗୁରୁଗ୍ରାମ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆଇନ ଅନୁସାରେ ଗୁରୁଗ୍ରାମର ଜଣେ ସ୍କୁଟର ଚାଳକଙ୍କୁ ୨୩ ହଜାର ଟଙ୍କା ଜୋରିମାନା ଲାଗୁ କରିଛି ପୁଲିସ୍‌। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ଏହି ବ୍ୟକ୍ତିଙ୍କ ନାମରେ ହରିଆଣା ପୁଲିସ୍‌ ବିଭିନ୍ନ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଏହି ମୂଲ୍ୟର ଚାଲାଣ କାଟିଛି। ଦିନେଶ ମଦନ ନାମକ ଏହି ସ୍କୁଟର ଚାଳକଙ୍କ ନାମରେ ଆସିଥିବା ଅଭିଯୋଗର ତାଲିକା ଖୁବ୍‌ ଲମ୍ବା। ତାଙ୍କର ଡ୍ରାଇଭିଂ ଲାଇସେନ୍ସ […]

es
ଜାମାତ -ଉଲ୍-ମୁଜାହିଦ୍ଦିନର ୨ ଆତଙ୍କବାଦୀ ଗିରଫ

ମାଲଦା: ବାଂଲାଦେଶରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜାମାତ -ଉଲ-ମୁଜାହିଦ୍ଦିନର ୨ ଜଣ ଆତଙ୍କବାଦୀଙ୍କୁ ଆଜି ପଶ୍ଚିମବଙ୍ଗ ପୁଲିସ୍‌ ଗିରଫ କରିଛି। ଅବଦୁଲ ବରି ଓ ନିଜାମୁଦ୍ଦିନ ଖାନ୍‌ଙ୍କୁ ମାଲଦା ଜିଲ୍ଲା ଅନ୍ତର୍ଗତ ସାମସି ଗାଁରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହାପୂର୍ବରୁ ସୋମବାର ପୁଲିସ୍‌ ଜାମାତ ଉଲ-ମୁଜାହିଦ୍ଦିନର ଜଣେ ସମର୍ଥକ ମହମ୍ମଦ ଅବଦୁଲ ଖାସମୀକୁ ଗିରଫ କରିଥିଲା। ତା’କୁ ଜେରା କରିବା ବେଳେ ସେ ଅବଦୁଲ ଓ ନିଜାମୁଦ୍ଦିନ ସମ୍ପର୍କରେ ସୂଚନା ଦେଇଥିଲା। ପୁଲିସ୍‌ ଆଜି ସକାଳେ ସାମସି […]

fff
ଏମିତି ପ୍ରତିଶୋଧ, ପଦାକୁ ବାହାରିଲେ ଯୁଦ୍ଧ ମିଶାଇଲ୍‌ ଭଳି ମାଡ଼ି ଆସନ୍ତି କାଉ, ଗୋଡ଼ାଇ ଗୋଡ଼ାଇ ଖୁମ୍ପନ୍ତି

ଭୋପାଲ: ଶିବ କେୱଟ୍‌ ନାମକ ଜଣେ ଦିନ ମଜୁରିଆ ଘରୁ ବାହାରିଲା ମାତ୍ରେ ଆକାଶକୁ ଅନେଇ ଅନେଇ ରାସ୍ତା ଚାଲନ୍ତି। ସେ ସାବଧାନ ଥା’ନ୍ତି ଯେମିତି ତାଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ନହୁଏ। ଏହା ଦିନେ କିମ୍ବା ଦୁଇ ଦିନର କଥା ନୁହେଁ, ବର୍ଷ ବର୍ଷ ଧରି ଏଇ କାଉ ବାହିନୀ ତାଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି। ବେଳେବେଳେ ଏକାକୀ ଲଢ଼ୁଆ କାଉ ତାଙ୍କୁ ଖୁମ୍ପି ଦେଇ ପଳାଇଥିବା ମଧ୍ୟ ତାଙ୍କର ଅନୁଭୂତି ରହିଛି। ବିଶ୍ୱାସ […]

mithali
ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ୍

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ମହିଳା ବ୍ୟାଟ୍ସମ୍ୟାନ୍ ମିତାଲି ରାଜ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ୨୦୨୧ରେ ହେବାକୁଥିବା ୫୦ ଓଭର ବିଶିଷ୍ଟ ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି। ୩୬ ବର୍ଷୀୟା ମିତାଲି ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ହେବେ ବୋଲି ନିଜେ ମିତାଲି କହିଥିଲେ। ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ଚୟନକର୍ତ୍ତା […]

virat
ବିରାଟ୍ ସଫଳ ଟେଷ୍ଟ କ୍ୟାପଟେନ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜକୁ ଦ୍ୱିତୀୟ ଟେଷ୍ଟରେ ୨୫୭ ରନରେ ପରାସ୍ତ କରି ବିରାଟ୍ କୋହଲି ଟେଷ୍ଟ କ୍ରିକେଟ୍ ଇତିହାସରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ହୋଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ୪୮ ଟେଷ୍ଟ ମ୍ୟାଚରୁ ୨୮ଟିରେ ବିଜୟୀ ହୋଇଛି। ଧୋନି ନିଜ ନେତୃତ୍ୱରେ ୬୦ ଟେଷ୍ଟରେ ଭାରତକୁ ୨୭ଟିରେ ବିଜୟୀ କରାଇଥିଲେ। କ୍ୟାପଟେନ୍ ଭାବେ ଧୋନିଙ୍କର ବିଜୟ ପ୍ରତିଶତ ୪୫ ରହିଛି। ଧୋନିଙ୍କ ନେତୃତ୍ୱରେ ଭାରତ ୧୮ଟିରେ ହାରିଥିବା ବେଳେ ୧୫ଟି […]

arundhati
ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌ରେ ତୃତୀୟ ସ୍ଥାନକୁ ଉଠିଲେ ବୁମ୍ରା

ଦୁବାଇ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆଇସିସି ଟେଷ୍ଟ ବୋଲର ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେ କ୍ୟାରିୟରର ଶ୍ରେଷ୍ଠ ୮୩୫ ପଏଣ୍ଟ ହାସଲ କରିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ହୋଇଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବୁମ୍ରା ୧୩ଟି ୱିକେଟ୍ ନେଇଥିଲେ। ପ୍ରଥମ ଟେଷ୍ଟ ମ୍ୟାଚରେ ବୁମ୍ରା ଭାରତ ପକ୍ଷରୁ ସବୁଠାରୁ କମ୍ ମ୍ୟାଚରେ ୫୦ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟରେ ସେ […]

ranking
କୋହଲିଙ୍କୁ ପଛରେ ପକାଇ ନମ୍ବର୍ ୱାନ୍ ହେଲେ ସ୍ମିଥ୍

ଦୁବାଇ: ଜାମାଇକା ଟେଷ୍ଟର ଦ୍ୱିତୀୟ ଇନିଂସରେ ପ୍ରଥମ ବଲରେ ଆଉଟ୍ ହେବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ଟେଷ୍ଟ ରାଙ୍କିଙ୍ଗରେ କୋହଲିଙ୍କ ହାତରୁ ଶୀର୍ଷ ସ୍ଥାନ ଚାଲିଯାଇଛି। ଅଷ୍ଟ୍ରେଲିଆର ରନ୍ ମେଶିନ୍ ଷ୍ଟିଭ୍ ସ୍ମିଥ୍ ବର୍ତ୍ତମାନ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୭୬ ରନ୍ ଏବଂ ଦ୍ୱିତୀୟ ଇନିଂସରେ ଖାତା ଖୋଲିପାରିନଥିଲେ। ଏହି ବିଫଳତା […]

biswa
ୟୁଟ୍ୟୁବ୍‌ ସେନସେସନ ପାଲଟିଛନ୍ତି ଓଡ଼ିଆ ପୁଅ ବିଶ୍ୱ ମହାନ୍ତି

ଚାନ୍ଦବାଲି (ବାସୁଦେବ ଦାସ):  ଦିଲ୍ଲୀର ପେହେଲି ପେହେଲି ଯୁବାନ୍ ମ୍ୟୁଜିକ୍ ଷ୍ଟୁଡିଓର କାନ୍ଥ ଅତିକ୍ରମ କରି ଶହ ଶହ ପ୍ରବାସୀ ଓଡିଆଙ୍କ ହୃଦୟରେ ସ୍ଥାନ ପାଇଛି ଏହି ସୁମଧୁର ଆଓ୍ୱାଜ୍। ପପ୍ ସଙ୍ଗ ‘ଡାକେରେ ଜନମ ମାଟି’ ଗୀତ ଗାଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୁହ୍ଲି ଗାଁର ଓଡିଆ ପୁଅ ବିଶୁ ମହାନ୍ତି ଏବେ ପାଲଟିଛନ୍ତି ୟୁଟ୍ୟୁବ ସେନସେସେସନ୍। ତାଙ୍କ କଣ୍ଠର ଯାଦୁରେ ବିମୋହିତ ହୋଇଛନ୍ତି ଶହ ଶହ ପ୍ରବାସୀ ଓଡିଆ। ଆନ୍ତର୍ଜାତୀୟ ଫୋକ୍ ସିଙ୍ଗର […]

spyware pegasus
ଭାରତୀୟ ନେତା ଏବଂ ସାମ୍ବାଦିକଙ୍କ ଫୋନ ହ୍ୟାକିଂ କରି ପୁଣି ଚର୍ଚ୍ଚାରେ ସ୍ପାଇଓୟାର ପେଗାସସ୍‌

କେନ୍ଦ୍ର ମନ୍ତ୍ରୀ, ତିନିଜଣ ବିରୋଧୀ ଦଳ ନେତା ଓ କିଛି ବରିଷ୍ଠ ସାମ୍ବାଦିକଙ୍କ ଫୋନ ନମ୍ବର ହ୍ୟାକ୍ କରାଯାଇଛି। ଇଜିରାଏଲ କମ୍ପାନୀ ପକ୍ଷରୁ ଏପରି କରାଯାଇଥିବା ସୂଚନା ମିଳିଛି।

india
କିଙ୍ଗଷ୍ଟନ ଟେଷ୍ଟ ଜିତି କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

କିଙ୍ଗଷ୍ଟନ  : କିଙ୍ଗଷ୍ଟନ ଟେଷ୍ଟ ଜିତି କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ୨୫୭ ରନ୍‌ର ବଡ଼ ବ୍ୟବଧାନରେ ଭାରତ କାରିବିଆନ୍ ଟିମ୍‌କୁ ପରାସ୍ତ କରିଛି। ୪୬୮ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ୱେଷ୍ଟଇଣ୍ଡିଜ ମାତ୍ର ୨୧୦ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ଶତକ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୫୩ ରନ୍ କରିଥିବା ହନୁମା ବିହାରୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡ଼େଜା ଘାତକ […]

nuakhai--special
ଆସୁନ୍‌ ସଭେ ମିଶିକରି ନୂଆଁଖାଏମା

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହା ଏକ କୃଷି ଭିତ୍ତିକ ଧାର୍ମିକ ଉତ୍ସବ ଭାବେ ଖୁବ୍‌ ପ୍ରସିଦ୍ଧ । ଏହାର ମହାନତା , ସାମାଜିକ ଦର୍ଶନ ଓ ବ୍ୟାପକତାରେ ଥାଏ ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା । ପ୍ରତି ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ଅର୍ଥାତ୍‌ ଗଣେଶ ଚତୁର୍ଥୀ ପରଦିନ ଏହି ମହାନ ପର୍ବକୁ ପାଳନ କରାଯାଏ । ଆସନ୍ତୁ ନୂଆଁଖାଇର ମହାନତା ଓ ଏହାର ବିସ୍ତୃତ ବୈଶିଷ୍ଟ ବିଷୟରେ ଆଉ ଟିକେ ଜାଣିବା ପାଇଁ […]