• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sakshidhoni
କାହିଁକି ପିସ୍ତଲ ଖୋଜୁଛନ୍ତି ଧୋନୀଙ୍କ ପତ୍ନୀ ?

ରାଞ୍ଚି: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ପିସ୍ତଲ ଲାଇସେନସ ପାଇଁ ଅାବେଦନ କରିଛନ୍ତି I ସାକ୍ଷୀ ଅାବେଦନ ପତ୍ରରେ ଲେଖିଛନ୍ତି ଯେ ସେ ଅଧିକ ସମୟ ଘରେ ଏକା ରହୁଛନ୍ତି I  ତାଙ୍କ ଜୀବନକୁ ବିପଦ ଅଛି ,ଏଥିପାଇଁ ତାଙ୍କୁ ହତିଅାର ରଖିବାର ଲାଇସେନସ ଦିଅାଯାଉ I ସାକ୍ଷୀ ପିସ୍ତଲ କିମ୍ବା 0.32 ରିଭଲଭର ଲାଇସେନସ ପାଇଁ ଅାବେଦନ କରିଛନ୍ତି I ରାଞ୍ଚି ମାଜିଷ୍ଟ୍ରେଟ ବାଲାଂଗୋଡା ପୋଲିସ […]

ANUKRITI
ତାମିଲନାଡୁ ଝିଅ ପିନ୍ଧିଲେ ମିସ୍ ଇଣ୍ଡିଆ ତାଜ୍

ମୁମ୍ବାଇ: ଚଳିତ ବର୍ଷ ଫେମିନା ମିସ୍ ଇଣ୍ଡିଆ ଟାଇଟଲ ଜିତିଛନ୍ତି ତାମିଲନାଡୁର ୧୯ ବର୍ଷୀୟ ତରୁଣୀ ଅନୁକୃତୀ ଭାସ। ମିସ୍‌ ଇଣ୍ଡିଆ ଟାଇଟଲ ଦୌଡରେ ଥିବା ୨୯ ଜଣ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଅନୁକୃତୀ ମିସ ଇଣ୍ଡିଆ ୨୦୧୯ର ମୁକୁଟ ପନ୍ଧିଛନ୍ତି। ମଙ୍ଗଳବାର ମୁମ୍ବାଇରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଫିନାଲେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ୨୦୧୭ ବର୍ଷର ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଅନୁକୃତୀଙ୍କୁ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧାଇଥିଲେ। […]

kapil passport
ନଜର ଆସିଲେ କମେଡି କିଙ୍ଗ୍ କପିଲ

ମୁମ୍ବାଇ: ବିଗତ କିଛି ଦିନ ହେବ କପିଲଙ୍କର କୌଣସି ଦେଖା ନଥିଲା I ଶୋ’ରୁ ସେ ଛୁଟି ନେବା ସହ ତାଙ୍କ ସୋସିଅାଲ ସାଇଟରେ ମଧ୍ୟ କୌଣସି ପୋଷ୍ଟ ଦେଖିବାକୁ ମିଳୁନଥିଲା I ଏବେ ପ୍ରାୟ ୩ ମାସ ପରେ ଦେଖା ଦେଇଛନ୍ତି କପିଲ I ସ୍ୱାସ୍ଥ୍ୟ ଖରାପ ହେବାରୁ ଫଟୋରେ ସେ ବଦଳି ଯାଇଥିବାର ଦେଖାଯାଉଛନ୍ତି I ଗତ ମଙ୍ଗଳବାର ସନ୍ଧ୍ୟାରେ କପିଲଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା I ସେ ବହୁତ ମୋଟା ହୋଇଯାଇଛନ୍ତି […]

nirmala
ଔରଙ୍ଗଜେବଙ୍କ ପରିବାରକୁ ଭେଟିଲେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ

ଜାମ୍ମୁ : ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜବାନ ଔରଙ୍ଗଜେବଙ୍କ ପରିବାରକୁ ଭେଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ।  ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ଜାମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ପୁଂଚରେ ଥିବା ସହିଦଙ୍କ ଘରକୁ ଯାଇଥିଲେ। ସୀତାରମଣ ପରିବାରର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଔରଙ୍ଗଜେବଙ୍କ ପାଇଁ ସାରାଦେଶ ଗର୍ବିତ ବୋଲି ସେ କହିଥିଲେ। ଔରଙ୍ଗଜେବଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି। ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ପୁଲୱାମା ନିକଟରୁ ଅପହରଣ […]

russia-1
ପ୍ରଥମ ଦଳ ଭାବେ ପ୍ରି କ୍ୱାର୍ଟରରେ ଋଷିଆ

ଭୁବନେଶ୍ୱର : ଆୟୋଜକ ଋଷିଆ ପ୍ରଥମ ଦଳ ଭାବେ ଫିଫା ବିଶ୍ୱକପର ପ୍ରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ପ୍ରଥମ ମୁକାବିଲାରେ ସାଉଦି ଆରବକୁ ହରାଇଥିବା ଋଷିଆ ୩-୧ଗୋଲରେ ଇଜିପ୍ଟକୁ ପରାସ୍ତ କରିଛି।  ଦକ୍ଷ ଖେଳାଳି ମହମ୍ମଦ ସଲାହ ଟିମକୁ ଫେରିଥିଲେ ମଧ୍ୟ ଇଜିପ୍ଟକୁ ବିଜୟୀ କରି ପାରି ନଥିଲେ। ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇ ପାରି ନଥିଲେ। କିନ୍ତୁ ଦ୍ୱିତୀୟାର୍ଦ୍ଧ ଖେଳର ଦୁଇ ମିନିଟ ପରେ ଇଜିପ୍ଟର ଅହମ୍ମଦ ଫାତିଙ୍କ ଆତ୍ମଘାତୀ ଗୋଲ ଜରିଆରେ ଋଷିଆ […]

shooting-1
୫ ସ୍ୱର୍ଣ୍ଣ ସହ ଶୁଟିଂ ବିଶ୍ୱକପ୍‌ରେ ଅଭିଯାନ ଶେଷ କଲା ଭାରତ

ରିଓ ଡି ଜେନେରୋ: ଭାରତର ଷ୍ଟାର୍ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଶୁଟିଂ ବିଶ୍ୱକପରେ ଭାରତର ଅଭିଯାନ ଶେଷ କରିଛନ୍ତି। ଏହି ଇଭେଣ୍ଟରେ ଭାରତର ଯଶସ୍ୱିନୀ ଦେସୱାଲ ଏବଂ ଅଭିଷେକ ବର୍ମାଙ୍କ ଯୋଡ଼ି ରୌପ୍ୟ ପଦକ ଜିତିଥିଲେ। ଏହିପରି ଭାବେ ଟୁର୍ଣ୍ଣାମେଣ୍ଟର ଶେଷଦିନରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ୧୦ ମିଟର୍ ଏୟାର ରାଇଫଲ୍ […]

696935-vohra970
ଜାମ୍ମୁ ଓ କାଶ୍ମୀରରେ ଜାରି ହେଲା ରାଜ୍ୟପାଳ ଶାସନ

ଜାମ୍ମୁ  : ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ଗତକାଲି ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ଜାମ୍ମୁ ଓ କାଶ୍ମୀରରେ ରାଜନୈତିକ ଅଚଳାବସ୍ଥାର ଗୋଟିଏ ଦିନ ପରେ ଆଜି ରାଜ୍ୟପାଳ ଶାସନ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଫଳରେ ଆଜିଠୁ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଛି। ଗତକାଲି ଆଶ୍ଚର୍ଯ୍ୟଜନକ ଭାବେ ଜାମ୍ମୁ ଓ କାଶ୍ମୀରରେ ଗତ ତିନି ବର୍ଷ ଧରି […]

DK_SHIVAKUMAR_PTI
କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏକ ମନିଲଣ୍ଡରିଂ ନିରୋଧ ଆଇନ ଅଧୀନରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା ବର୍ତ୍ତମାନର କନକପୁରା ବିଧାୟକ ଆଜି ଚତୁର୍ଥ ଥର ପାଇଁ ପଚରାଉଚରା ପାଇଁ ଇଡି ନିକଟରେ ହାଜର ହୋଇଥିଲେ। ଏହି କଂଗ୍ରେସ ନେତାଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯିବାର ଅଛି, ତେଣୁ ତାଙ୍କୁ ଗିରଫ କରାଯାଇଛି। ବୁଧବାର ଇଡି ତାଙ୍କୁ କୋର୍ଟରେ ହାଜର କରି ହେପାଜତରେ […]

saha
ଜମ୍ମୁ-କାଶ୍ମୀରର ସମସ୍ତ ପଞ୍ଚାୟତ ସଦସ୍ୟ ଓ ସରପଞ୍ଚଙ୍କୁ ମିଳିବ ସୁରକ୍ଷା ଓ ବୀମା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସମସ୍ତ ପଞ୍ଚ ଓ ସରପଞ୍ଚମାନଙ୍କୁ ଏଣିକି ପୁଲିସ୍‌ ସୁରକ୍ଷା ଓ ୨ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯିବ। ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜମ୍ମୁ-କାଶ୍ମୀରର ପଞ୍ଚ(ପଞ୍ଚାୟତ ସଦସ୍ୟ) ଓ ସରପଞ୍ଚ(ଗାଁ ମୁଖିଆ)ଙ୍କ ଏକ ପ୍ରତିନିଧି ଦଳ ଭେଟିବା ବେଳେ ଶାହ ସେମାନଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। କୁପୱାଡା ଜିଲ୍ଲାର ମୀର ଜୁନେଦ ନାମକ ଜଣେ ସରପଞ୍ଚ କହିଛନ୍ତି, “ଆମେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଆମମାନଙ୍କୁ ସୁରକ୍ଷାକର୍ମୀ ଯୋଗାଇ ଦେବାକୁ କହିଥିଲୁ। ସେ […]

Sunil-Arora
ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ହେଲେ ସୁନୀଲ ଆରୋରା

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଥିବା ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥାନରେ ଏଡବ୍ଲ୍ୟୁଇବିର ପ୍ରଶିକ୍ଷଣ, ଗବେଷଣା ଓ ଦସ୍ତାବିଜ ଲେଖନ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ମଧ୍ୟ ଏହି ଅବସରରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଆରୋରା ୨୦୨୧ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ଏଥିସହିତ ରୋମାନିଆ ନିକଟରୁ ସଂଘର ଅଧ୍ୟକ୍ଷତା ଦାୟିତ୍ୱ […]

ivestor
ଭୁଶୁଡ଼ୁଛି ଅର୍ଥନୀତି; ନିବେଶକ ହରାଇଲେ ୨.୫୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଉତ୍କଟ ସ୍ଥିତିରେ ପହଞ୍ଚିବାରେ ଲାଗିଛି ଅର୍ଥନୀତିକ ମାନ୍ଦାବସ୍ଥା ଏବଂ ବାଣିଜ୍ୟିକ ସମସ୍ୟାର ପ୍ରଭାବ। ମଙ୍ଗଳବାର ଗୋଟିଏ ଦିନରେ ଇକ୍ୱିଟି ମାର୍କେଟ୍‌ର ନିବେଶକମାନେ ୨.୫୫ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ସେହିଭଳି ବିଏସ୍‌ଇର ସୂଚକାଙ୍କ ସେନ୍‌ସେକ୍ସରେ ୭୬୯.୮୮ ପଏଣ୍ଟ ବା ୨.୦୬% ହ୍ରାସ ହୋଇଛି। ଏହା ବର୍ତ୍ତମାନ ୩୬,୫୬୨.୯୧ ପଏଣ୍ଟରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ଅଟୋମୋବାଇଲ ସେକ୍ଟରରେ ବିକ୍ରି ମାନ୍ଦା ଚାଲିଛି। ଏତଦ୍‌ବ୍ୟତୀତ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜିଡିପି ଗତ ୬ […]

imran
ପାକିସ୍ତାନରେ ସରିଗଲାଣି ଔଷଧ: ଭାରତଠୁ ଆମଦାନି କରିବାକୁ ଚାହୁଁଛି !

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମାସେ ହେବ ସମସ୍ତ ସମ୍ପର୍କ ବାତିଲ୍ ରହିଛି। ଏବେ କିନ୍ତୁ ପାକିସ୍ତାନରେ ଔଷଧ ଶେଷ ହୋଇଯିବା ପରେ ଜୀବନ ବଞ୍ଚାଇବା ପାଇଁ ପୁଣି ଥରେ ଭାରତ ଉପରେ ନିର୍ଭର କରିଛି ପାକିସ୍ତାନ। ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ବ୍ୟାବସାୟିକ, ସାଂସ୍କୃତିକ […]