• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

vikram
‘ବିକ୍ରମ’ର ସଫଳତା ପାଇଁ ଚନ୍ଦ୍ର ପୂଜା କଲେ ଲୋକେ

ଥାଞ୍ଜାଭୌର: ଚନ୍ଦ୍ରପୃଷ୍ଠରେ ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ଅବତରଣ କରିଥିବା ଦେଇ ସୂଚନା ମିଳିସାରିଥିଲେ ହେଁ ଏଯାଏ ଏହା ସହ ଯୋଗାଯୋଗ ହୋଇପାରିନାହିଁ। ସମସ୍ତେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିରହିଥିବାବେଳେ ଏଥିରେ ଇସ୍ରୋର ସଫଳତା କାମନା କରି ଜହ୍ନ ଦେବତା ବା ଚନ୍ଦ୍ରଙ୍କର ଏକ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ। ଚନ୍ଦ୍ରଙ୍କୁ ସେମାନେ ପ୍ରାର୍ଥନା କରିଛନ୍ତି, ସେ ହିଁ ଇସ୍ରୋ ଏବଂ ବିକ୍ରମ ମଧ୍ୟରେ ସମ୍ପର୍କ ସ୍ଥାପନା କରାଇ ପାରିବେ। ବିଭିନ୍ନ ପ୍ରାର୍ଥନା ମଧ୍ୟରେ ଅଭିଷେକ ମଧ୍ୟ […]

DUTEE
ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ମନୋନୀତ ହେଲେ ଦୂତୀ

ନୂଆଦିଲ୍ଲୀ : ଚଳିତ ମାସ ୨୭ ତାରିଖରୁ ଦୋହାରେ ହେବାକୁଥିବା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଭାରତର ୨୫ଜଣିଆ ଟିମର ଘୋଷଣା କରାଯାଇଛି। ଏହି ଟିମରେ ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ଖୋଦ୍ ଦୂତୀ ଟ୍ୱିଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଦୂତୀ କହିଛନ୍ତି, “ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ମୁଁ ୨୫ଜଣିଆ ଟିମରେ ମନୋନୀତ ହୋଇଛି। ଆପଣମାନେ ମୋତେ ସଫଳତା ପାଇଁ ଶୁଭକାମନା ଜଣାନ୍ତୁ।” ସୂଚନାଯୋଗ୍ୟ, […]

URMILA
କଂଗ୍ରେସ ଛାଡ଼ିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

ମୁମ୍ୱାଇ: ମାତ୍ର ୫ ମାସ ପାଇଁ କଂଗ୍ରେସରେ ରହି ନିରାଶ ହୋଇଗଲେ ବଲିଉଡ ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର। ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇସ୍ତଫା ବାବଦରେ କହିଛନ୍ତି। ଦଳରେ ରହି କିଛି କରିବାକୁ ସୁଯୋଗ ଦେଇଥିବାରୁ ଦଳକୁ ଧନ୍ୟବାଦ ଦେଇଛନ୍ତି ଉର୍ମିଳା। ଆଗାମୀ ଦିନରେ ଲୋକଙ୍କ ପାଇଁ ବ୍ୟକ୍ତିଗତ ଭାବରେ ସେବା କରିବେ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି। ସୂଚନାଯୋଗ୍ୟ କଂଗ୍ରେସ […]

FINNE
ଟ୍ରାଫିକ ଜୋରିମାନା ହ୍ରାସ କଲା ଏହି ରାଜ୍ୟ

ଗାନ୍ଧିନଗର: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ଟ୍ରାଫିକ ଓ ଜୋରିମାନା ଲାଗୁ ହେବା ପରେ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟା ଯାଉଥିବାରୁ ଚାରିଆଡ଼େ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ନୂଆ ମୋଟର ଭେଇକିଲ୍‌ ଆକ୍ଟରେ ଥିବା ଜୋରିମାନା ଅର୍ଥକୁ ସରକାର ହ୍ରାସ କରିଛନ୍ତି। କେନ୍ଦ୍ର ସରକାର ଆଣିଥିବା ଏହି […]

dead
ଦଳାଚକଟାରେ ୩୧ ମୃତ, ୧୦୦ ଆହତ

ବାଗଦାଦ୍‌: ମଙ୍ଗଳବାର ଇରାକ୍‌ର କାରବାଲ ସହରରେ ଦଳାଚକଟା କାରଣରୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଶହ ଶହ ଲୋକ ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏକାଠି ହୋଇଥିବା ସମୟରେ ଏଭଳି ଘଟଣା ଘଟିଛି। ଶିଆଇଟ୍‌ ସମ୍ପ୍ରଦାୟର ଲୋକେ ଏହି ଉତ୍ସବରେ ଏକାଠି ହୋଇଥିଲେ। ଏଥିରେ ୧୦୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଶୁରା ଶୋଭାଯାତ୍ରାର ଶେଷ ଭାଗରେ ଗହଳିର ମାତ୍ରା ବଢ଼ିଯିବାରୁ ଏଭଳି ଘଟଣା ଘଟିଥିଲା। ଲୋକେ ପ୍ରତିବର୍ଷ ଏହି ଶୋଭାଯାତ୍ରାରେ […]

old ,man
୮୦ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଇଥିଲେ ଏହି ଯୁବକ, ଧରାପଡିଗଲେ

ନୂଆଦିଲ୍ଲୀ : ଆମେରିକା ଯାଇ ଚାକିରି ଖୋଜିବେ ଏବଂ ନୂଆ ଜୀବନ ଆରମ୍ଭ କରିବେ ବୋଲି ସ୍ୱପ୍ନ ଦେଖିଥିଲେ ଜଣେ ଯୁବକ। କିନ୍ତୁ ଏଥିପାଇଁ ସେ ନିଜକୁ ଅଶୀ ବର୍ଷର ବୃଦ୍ଧଙ୍କ ପରି ସଜାଇଥିଲେ। ରବିବାର ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ଏହି ନାଟକର ପରଦା ଖୋଲିଦେଇଛନ୍ତି ସୁରକ୍ଷା କର୍ମୀ। ଜୟେଶ ପଟେଲ ନାମକ ଏହି ବ୍ୟକ୍ତି ନିଜ ଦାଢ଼ି ଓ ଚୁଟିକୁ ଧଳା କରି ଛଦ୍ମବେଶ ଧାରଣ କରିଥିଲେ। ସେ ତାଙ୍କର ନୂଆ ନାଁ ଦେଇଥିଲେ, ଆମ୍ରିକ୍‌ […]

paki
ଜମ୍ମୁ -କଶ୍ମୀର ଭାରତର ବୋଲି ମାନିଲା ପାକିସ୍ତାନ !

ଜେନେଭା : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ପାକିସ୍ତାନ ଏବେ କ’ଣ କରୁଛି, ସେକଥା ନିଜେ ମଧ୍ୟ ଜାଣିପାରୁ ନାହିଁ। ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତର ବୋଲି ସ୍ୱୀକାର କରିଛି। ଆଜି ଜେନେଭାରେ ଆରମ୍ଭ ହୋଇଥିବା ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଯୋଗଦେଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କ୍ୟୁରେଶୀ କଶ୍ମୀର ଭାରତର ଏକ ରାଜ୍ୟ ବୋଲି କହିଛନ୍ତି। ଆଜି ଗଣାମଧ୍ୟମର ପ୍ରତିନିଧିମାନେ ତାଙ୍କୁ କଶ୍ମୀର […]

vikram
ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଲ୍ୟାଣ୍ଡର ବିକ୍ରମ, କୌଣସି ଅଂଶ ଭାଙ୍ଗିନି : ଇସ୍ରୋ

ବେଙ୍ଗାଲୁରୁ :  ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଭାଙ୍ଗିନି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି । ଗତ ୭ ତାରିଖ ରାତିରେ ବିକ୍ରମ୍ ଲାଣ୍ଡର ହାର୍ଡ ଲାଣ୍ଡିଂ କରିଥିଲା। ଚନ୍ଦ୍ରପୃଷ୍ଠରେ ପଡ଼ିବା ପରେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ବିକ୍ରମ ସୁରକ୍ଷିତ ଭାବେ ରହିଛି। ଏହାର କୌଣସି ଅଂଶ ଭାଙ୍ଗିନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ପାଇଁ ଇସ୍ରୋ ନିରନ୍ତର ପ୍ରୟାସ ଜାରି ରଖିଛି। […]

akhaya-4
ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଅକ୍ଷୟ

ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଖିଲାଡ଼ି ଷ୍ଟାର। ଐତିହାସିକ ଚରିତ୍ରରେ ହିରୋ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର। ଆଜି ରିଲିଜ୍ ହୋଇଛି ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ପୃଥ୍ୱୀରାଜ’ ଟିଜର୍। ଯେଉଁଠି ଅକ୍ଷୟ ପୃଥ୍ୱୀରାଜ ଚୌହାନ୍ ଭୂମିକାରେ ଅଭନୟ କରିଛନ୍ତି । ଆଜି ଅକ୍ଷୟଙ୍କ ୫୨ତମ ଜନ୍ମ ଦିନ। ଏହି ଅବସରରେ ‘ପୃଥ୍ୱୀରାଜ’ ଟିଜରକୁ ରିଲିଜ୍ କରିଛନ୍ତି ଖୋଦ୍ ଅକ୍ଷୟ କୁମାର। ତାଙ୍କ ପାଇଁ ଏହି ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ […]

encounter
ଜାମ୍ମୁ ଓ କାଶ୍ମୀରରେ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ, ପୋଲିସ କର୍ମୀ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଶ୍ରୀଗୁଫୱାରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହେବା ସହିତ ଜଣେ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଶ୍ରୀଗୁଫୱାରାର ଏକ ଘରକୁ ଜୋର ଜବରଦସ୍ତ ଭାବେ ଅକ୍ତିଆର କରିଥିଲେ। ଖବର ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ଯବାନ। ଏଥିରେ ଭୟଭୀତ ହୋଇ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଅଚାନକ୍ ଆକ୍ରମଣ କରିବା ସହ ଘର […]

panchalingeswara
ପଞ୍ଚଲିଙ୍ଗେଶ୍ୱରଙ୍କ ହୁଣ୍ଡିରୁ ଚୋରି

ବାଲେଶ୍ୱର: ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରଙ୍କ ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଗତକାଲି ରାତିରେ ହୁଣ୍ଡି ବାକ୍ସରୁ ୫୦ ହଜାରରୁ ଅଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ନୀଳଗିରି ଏସ୍‌ଡିପିଓ ଓ ଆଇଆଇସି ସନ୍ଧାନୀ କୁକୁର ସହ ମନ୍ଦିରରେ ପହଞ୍ଚି ତନାଘନା କରିଛନ୍ତି।