• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ik
ଭାରତ ବିରୋଧରେ ମୁସଲିମ୍‌ଙ୍କୁ ପ୍ରବର୍ତ୍ତାଇଲେ ଇମ୍ରାନ୍‌

ଇସ୍‌ଲାମାବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ପାକିସ୍ତାନ ଅଧିକୃତ କଶ୍ମୀରର ମୁଜାଫରବାଦ୍‌ଠାରେ ଭାରତ ବିରୋଧରେ ମୁସଲିମ୍‌ ସମ୍ପ୍ରଦାୟଙ୍କୁ ଉସକାଇଛନ୍ତି। ଇମ୍ରାନ୍‌ ଚେତାବନୀ ଦେଇଛନ୍ତି, କଶ୍ମୀରରେ ଭାରତର ପଦକ୍ଷେପ ଭାରତୀୟ ମୁସଲିମ୍‌ଙ୍କ ମନରେ ବିଶ୍ୱାସ ଜନ୍ମାଇବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ଏହା ଫଳରେ ସେମାନେ ଚରମ ପନ୍ଥା ଅବଲମ୍ବନ କରିବେ ବୋଲି ଇମ୍ରାନ ଧମକାଇଛନ୍ତି। ସେ ଏହି ଅବସରରେ କହିଥିଲେ, ମୁଁ କଶ୍ମୀର ପାଇଁ ଏଭଳି ପକ୍ଷ ନେବି ଯେ ଆଗରୁ କେହି ନେଇନଥିବେ। […]

ଏଊଓଗହସ
ନାଁ ବଦଳିଲା ; କୋଟଲା ହେଲା ଜେଟଲୀ ଷ୍ଟାଡିୟମ, କୋହଲିଙ୍କ ନାଁରେ ଷ୍ଟାଣ୍ଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ଗୁରୁବାର ବଦଳିଯାଇଛି। ଏବେ ଏହାକୁ ଅରୁଣ ଜେଟଲୀ ଷ୍ଟାଡିୟମ ନାଁରେ ସମ୍ବୋଧିତ କରାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା ଯେ ଫିରୋଜଶାହ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ହେବ। କିନ୍ତୁ ଏହି ମଇଦାନର ନାଁ ଫିରୋଜ ଶାହ […]

note flow
ଗଣେଶ ପୂଜା ପେଣ୍ଡାଲରେ ନୋଟ୍ ବର୍ଷା!

ଗୁଜରାଟ : ଗଣେଶ ପୂଜା ପେଣ୍ଡାଲରେ ଉଡିଲା ନୋଟ୍। ଗୁଜରାଟର ରାଜକୋଟରେ ଏକ ପୂଜା ପେଣ୍ଡାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଣେଶ ପୂଜା ଅବସରରେ ସେଠାରେ ଏକ ଲୋକ ସାହିତ୍ୟ ଏବ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ମଞ୍ଚ ଉପରେ ସଙ୍ଗୀତ ପରିବେଷଣ ବେଳେ ଲୋକ ଆସି ନୋଟ୍‌ ବର୍ଷା କରିଥିବା ଦେଖିବାକୁ ମିଳିଥିଲା। ସୂଚନା ଯେ ,ରଜଭା ଗଡଭୀ ନାମକ ଜଣେ ଗାୟକ ଗାଉଥିଲେ। ତାଙ୍କ ଗାୟନରେ ଲୋକେ ଏତେ ଖୁସି ହୋଇଥିଲେ ଯେ […]

dhoni
ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ; କୋହଲିଙ୍କ ଟ୍ୱିଟ ଆଣିଲା ଟ୍ୱିଷ୍ଟ

ନୂଆଦିଲ୍ଲୀ : କ୍ରିକେଟରୁ ଅବସର ନେଇପାରନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ୨୦୧୯ ବିଶ୍ୱକପ୍‌ ପରେ କ୍ୟାପଟେନ କୁଲ୍ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିରାଟ କୋହଲିଙ୍କ ଟ୍ୱିଟ ଏଥିରେ ଟ୍ୱିଷ୍ଟ ଆଣିଛି। ଏହାକୁ କିନ୍ତୁ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଖଣ୍ଡନ କରିଛନ୍ତି। ପ୍ରଥମ ଅଧିନାୟକ ଭାବେ ଆଇସିସିର ୩ଟି ଟ୍ରଫି ଜିତିବାରେ ସଫଳ ହୋଇଥିଲେ ଧୋନୀ।  ୨୦୦୭ରେ ଟି-୨୦ ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ ଓ ୨୦୧୩ରେ […]

kashmir
କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ : ଜାମିଆତ ଉଲେମା-ଇ-ହିନ୍ଦ

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଆଜି ପ୍ରସ୍ତାବ ପାରିତ କରିଛି ମୁସଲିମ ଧର୍ମର ସବୁଠାରୁ ବଡ଼ ଅନୁଷ୍ଠାନ ଜାମିଆତ ଉଲେମା-ଇ-ହିନ୍ଦ। ଏଥିସହ ସଂଗଠନ ପକ୍ଷରୁ ପାରିତ ପ୍ରସ୍ତାବରେ ଜମ୍ମୁ-କଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଯାଇଛି। ଭାରତର ଆଭ୍ୟନ୍ତରୀଣ ଅଂଶର ଯେଉଁଭଳି ବିକାଶ ହେଉଛି ଉପତ୍ୟକାରେ ମଧ୍ୟ ତଦନୁଯାୟୀ ବିକାଶ ହେବ ବୋଲି ସଂଗଠନ କହିଛି। ଆଜି ଏଠାରେ ସଂଗଠନ ପକ୍ଷରୁ ବାର୍ଷିକ ସମ୍ମିଳନୀ ବସିଥିଲା। ଏଥିରେ କୁହାଯାଇଛି ଯେ ବିଦ୍ରୋହୀ ଫୋର୍ସ ଓ ପଡ଼ୋଶୀ ରାଷ୍ଟ୍ର […]

amitabha
ବସ୍‌ଷ୍ଟପ୍‌ରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରୁଥିଲେ ଅମିତାଭ !

ମୁମ୍ୱାଇ: ‘କୌନ୍‌ ବନେଗା କରୋଡପତି ୧୧’ର ବୁଧବାର ଏପିସୋଡରେ ଅମିତାଭ ବଚ୍ଚନ ତାଙ୍କ କଲେଜ ଦିନର ସ୍ମୃତିକୁ ମନେ ପକାଇଛନ୍ତି। ଦିଲ୍ଲୀରେ ଛାତ୍ର ଥିବା ସମୟରେ ସୁନ୍ଦରୀ ଝିଅମାନଙ୍କ ସହିତ ସେ ବସ୍‌ରେ ଯାତ୍ରା କରୁଥିଲେ। ସୁନ୍ଦରୀ ଝିଅମାନେ ବସ୍‌ରେ ନ ଚଢ଼ିବା ପର୍ଯ୍ୟନ୍ତ ବିଗ୍‌ ବି ସେମାନଙ୍କୁ ଅପେକ୍ଷା କରୁଥିଲେ। ଏହିସବୁ ସ୍ମୃତି ମନେ ପକାଇ ଅମିତାଭ କହିଥିଲେ, ମୁଁ ତିନି ମୂର୍ତ୍ତି ପାଖରେ ରହୁଥିଲି ଏବଂ ବସ୍‌ରେ ପ୍ରତିଦିନ କଲେଜ ଯିବାଆସିବା କରୁଥିଲି। ଏହି […]

army
ସେନା ପ୍ରସ୍ତୁତ ; ପିଓକେ ଦଖଲ ପାଇଁ ସରକାର ନିଷ୍ପତ୍ତି ନିଅନ୍ତୁ : ସେନାଧ୍ୟକ୍ଷ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ପିଓକେ ଦଖଲ ମନ୍ତବ୍ୟ ପରେ ସେନାଧ୍ୟକ୍ଷ ବିପିନ୍‌ ରାୱତ୍‌ ମଧ୍ୟ ପାକିସ୍ତାନକୁ ସମାନ ସ୍ୱରରେ ବାର୍ତ୍ତା ଦେଇଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାରଙ୍କ ଆଗାମୀ ମିଶନ୍‌ ହେଉଛି ପିଓକେ ଦଖଲ। ସେହି ସ୍ୱରକୁ ଦୋହରାଇ ଜେନେରାଲ ରାୱତ୍‌ କହିଛନ୍ତି, ପିଓକେରେ କ’ଣ କରିବେ ସରକାର ନିଷ୍ପତ୍ତି ନେବେ। କିନ୍ତୁ ସେନା କିଛି ମଧ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛି। ସେ ନିର୍ଦ୍ଦେଶ ଅପେକ୍ଷାରେ […]

mdh
ଏମ୍‌ଡିଏଚ୍‌ ସମ୍ବର ମସଲାରେ ବ୍ୟାକ୍ଟେରିଆ ଚିହ୍ନଟ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକାର ଖାଦ୍ୟ ନିରାପତ୍ତା ତଦନ୍ତକାରୀ ସଂସ୍ଥା ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନ୍‌ଷ୍ଟ୍ରେସନ୍‌ ଏମ୍‌ଡିଏଚ୍‌ର ସମ୍ବର ମସଲାରେ ସାଲମୋନେଲା ବ୍ୟାକ୍ଟେରିଆ ଠାବ କରିଛି। ଲଗାତାର ୩ଟି ବ୍ୟାଚ୍‌ର ଏମ୍‌ଡିଏଚ୍‌ ମସଲାରେ ଏହା ଠାବ କରାଯାଇଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ବ୍ୟାକ୍ଟେରିଆ ସାଧାରଣତଃ ପଶୁ ଏବଂ ମଣିଷଙ୍କ ଶରୀର ଭିତରେରେ ଥାଏ। ସାଲମୋନେଲା ଇନ୍‌ଫେକ୍ସନ୍‌କୁ ସାଲମୋନେଲୋସିସ୍‌ କୁହାଯାଏ। ଏହା ଆନ୍ତ୍ରିକ ସଂକ୍ରମଣର କାରଣ ପାଲଟେ। ଏହି କାରଣରୁ ହଇଜା ଏବଂ ବାନ୍ତି ପରି ସମସ୍ୟା ଦେଖାଯାଇଥାଏ। […]

modi
ଅନ୍‌ଲାଇନ୍‌ରେ ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳୁଥିବା ଉପହାର ସବୁର ନିଲାମ କରାଯିବ। ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ନିଲାମ ଆରମ୍ଭ ହେବ ଏବଂ ଏଥିରୁ ମିଳିବାକୁ ଥିବା ଟଙ୍କା ନମାମି ଗଙ୍ଗେ ପ୍ରକଳ୍ପକୁ ଯିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି। ଗତ ୬ ମାସରେ ମିଳିଥିବା ମୋଟ ୨,୭୭୨ଟି ଉପହାର ଏକ ଇ-ପୋର୍ଟାଲ ଜରିଆରେ ନିଲାମ କରାଯିବ। ଆସନ୍ତା ଅକ୍ଟୋବର ୩ ତାରିଖରେ ଏହି ନିଲାମ ସରିବ। ଏଥିପାଇଁ ସର୍ବନିମ୍ନ ଦର […]

modi-imran
ପିଓକେରେ ଉଡ଼ିବ ତ୍ରିରଙ୍ଗା !

ନୂଆଦିଲ୍ଲୀ : ପିଏମ୍ଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସଫା ସଫା ବୟାନ। ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହେଲା, ଏବେ ଟାର୍ଗେଟ୍ ପାକ୍ ଅଧିକୃତ କାଶ୍ମୀର। POKକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କରିବା ଏବେ ମୁଖ୍ୟ ଲକ୍ଷ୍ୟ। କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଳିବିଳଉଥିବା ବେଳେ ଏଭଳି ବୟାନ ଦେଇ ନିଆଁରେ ଘିଅ ଢାଳିଛନ୍ତି ଜିତେନ୍ଦ୍ର ସିଂହ। ପାକ୍ ଅଧିକୃତ କାଶ୍ମୀରକୁ ପାକିସ୍ତାନଠାରୁ ଛଡ଼େଇ ନିଜ ଅଧିନକୁ ଆଣିବା କେନ୍ଦ୍ର ସରକାରଙ୍କ ପ୍ରଧାନ ଲକ୍ଷ୍ୟ ବୋଲି ସେ କହିଛନ୍ତି। […]

pak-
ପାକିସ୍ତାନକୁ ଶକ୍ତ ଚାପୁଡା ମାରିଲା ଜାତିସଂଘ !

ଜେନେଭା : କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଇବେ ନାହିଁ କହି ପାକିସ୍ତାନକୁ ଶକ୍ତ ଚାପୁଡା ମାରିଛି ଜାତିସଂଘ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବନି ବୋଲି ଜାତିସଂଘ କହିବା ପରେ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ନିରାଶ ହୋଇଛି। ଜାତିସଙ୍ଘର ଜେନେଭା ସ୍ଥିତି ମୁଖ୍ୟାଳୟରେ ଚାଲିଥିବା ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଆଜି ଏହି ପ୍ରସଙ୍ଗରେ ଜାତିସଂଘ ମହାସଚିବ ସ୍ପଷ୍ଟ କରିଛନ୍ତି ଯେ, କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହା ପୂର୍ବରୁ କାଲି ଜାତିସଂଘରେ ପାକିସ୍ତାନର ଧଜ୍ଜିଆ […]