ନୂଆଦିଲ୍ଲୀ : ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଗ୍ରାହକଙ୍କ ପାଇଁ ମାରୁତି ସୁଜୁକିର ନୂଆ ଅଫର। ବିଭିନ୍ନ ମଡେଲ ଉପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରାଯାଇଛି। ନୂଆ ଦର ଆଜିଠାରୁ ଲାଗୁ ହୋଇଛି। କମ୍ପାନୀ ପକ୍ଷରୁ ପ୍ରମୋସନାଲ ଅଫର ଉପରେ ଗ୍ରାହକମାନଙ୍କୁ ୫ହଜାର ଟଙ୍କାର ରିହାତି ମଳିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟାକ୍ସ ହ୍ରାସ ପାଇଁ ଘୋଷଣା କରିବା ପରେ ଏହାର ପ୍ରଭାବ ମାର୍କେଟ ଉପରେ ପଡିଛି। ନୂଆ ଅଫର ପରେ […]
ସୁରତ: ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂକୁ ଆଧାର କରି ଭାରତୀୟ ମହିଳା ଟିମ୍ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ୮ ୱିକେଟରେ ୧୩୦ ରନ୍ କରିଥିଲା। ଭାରତ ପକ୍ଷରୁ କ୍ୟାପଟେନ୍ ହରମନପ୍ରୀତ କୌର୍ ସର୍ବାଧିକ ୪୩ (୩୪ ବଲ୍, […]
ଇସ୍ଲାମାବାଦ୍ : ପାକିସ୍ତାନରେ ଭୟଙ୍କର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୯ ଟପିଲାଣି। ତାସହ ୩୦୦ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୪ଟା ୩୫ରେ ହୋଇଥିବା ଭୂକମ୍ପ ଝଟକାରେ ଦୋହଲି ଯାଇଛି ପାକିସ୍ତାନର ରାଜଧାନୀ ଇସ୍ଲାମାବାଦ୍ ସମେତ ଆଖପାଖ ଅନେକ ଅଞ୍ଚଳ। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକ୍ ଅଧିକୃତ କାଶ୍ମୀର। ଭୂମିକମ୍ପ ପ୍ରଭାବରେ ପିଓକେରେ ବହୁ ଘର ଭାଙ୍ଗିବା ସହ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ମୁତାବକ ଜଣଙ୍କ ଭୂକମ୍ପରେ […]
ମୁମ୍ବାଇ: ହିନ୍ଦୀ ସିନେମା ଜଗତର ବିଗ୍ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍ ଫାଲ୍କେ। ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଘୋଷଣା କରିଛନ୍ତି। The legend Amitabh Bachchan who entertained and inspired for 2 generations has been selected unanimously for #DadaSahabPhalke […]
ଭଗବାନଙ୍କର ଏ ସୃଷ୍ଟି କେତେ ବିଚିତ୍ର, ତାହା ଆମ ଚାରିପାଖର ଜିନିଷକୁ ଦେଖିଲେ ଜଣାପଡ଼େ । ଆଉ ବିଶ୍ୱାସ ହୁଏନି ଏଭଳି ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟେ। ଏକ ଫୁଲ ଅଛି ଯାହାକୁ ଦେଖିଲେ ଆପଣ ଭାବିବେ ଏହା ଜଣେ ଯୁବତୀର ଶରୀର ପରି। ଆଉ କହିବେ ପ୍ରକୃତିର କି ଅଦ୍ଭୂତ କରିସ୍ମା । ଯୁବତୀଙ୍କ ଉଲଗ୍ନ ଶରୀରର ଭ୍ରମ ସୃଷ୍ଟିହେବ । ଏ ଫୁଲର ନାଁ ନାରୀଲତା । ଏ ଫୁଲଟି ବିଷୟରେ ସଠିକ୍ ତଥ୍ୟ ଜଣାପଡିନାହିଁ […]
ନୂଆଦିଲ୍ଲୀ: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ ପାଇଁ ହୋଷ୍ଟନର ଏନ୍ଆରଜି ଷ୍ଟାଡଅମ୍ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱର ପୁରୁଣା ଏହି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ୫୦ ହଜାର ଭାରତୀୟ-ଆମେରିକୀୟଙ୍କ ସାମ୍ନାରେ ଆଜି ଅଭିଭାଷଣ ରଖିବେ। ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି, ବିଶ୍ୱର ସବୁଠାରୁ ପୂରୁଣା ଏବଂ ସବୁଠାରୁ ବୃହତ ଗଣତନ୍ତ୍ର ମଧ୍ୟରେ ସହଭାଗୀତା ପାଇଁ ଏହା ଉଲ୍ଲେଖନୀୟ ଭୂମିକା ନେବ। ତେବେ […]
ବେଙ୍ଗାଲୁରୁ : ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ୍ କ୍ୱିଣ୍ଟନ୍ ଡି’କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ରବିବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତ […]
ମୁମ୍ବାଇ: ହାତରେ ହାତ ଥାପି ଜଣେ ଅଭିନେତାଙ୍କ ସହ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଛି। ଆଉ ଏଥିରୁ ଉଭୟଙ୍କ ରିଲେସନ୍ସିପ୍କୁ ନେଇ ସବୁକିଛି ସ୍ପଷ୍ଟ ଜଣାପଡ଼ୁଛି। ବର୍ତ୍ତମାନ ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆମେରିକୀୟ ଅଭିନେତା ତଥା ପପ୍ ଷ୍ଟାର ନିକ୍ ଜୋନ୍ସଙ୍କ ସହ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ମୁମ୍ବାଇର ବାନ୍ଦ୍ରାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କୁଆଡେ କୁହାଯାଉଛି ଯେ, ପ୍ରିୟଙ୍କା […]
ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ଭୁଲ ଖାଦ୍ୟ ପାନୀୟ କାରଣରୁ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ମୋଟାପାର ସମ୍ମୁଖୀନ ହୋଇଥାନ୍ତି । କିଛି ଲୋକଙ୍କ ଚର୍ବି ଅଧିକ ହୋଇ ପେଟ ବଢିଯାଇଥାଏ , ଏହା ଦ୍ୱାରା ତାଙ୍କ ଚେହେରା ବଦଳି ଯାଏ। ଖରାପ ଦେଖାଯାଏ। ଏହା ସହ ସାଙ୍ଗସାଥି ଓ ସହକର୍ମୀମାନେ ଥଟ୍ଟା ପରିହାସ କରନ୍ତି। ଏବେ ପେଟରୁ ଚର୍ବି କମାଇବାର ସହଜ ଉପାୟଟି କହୁଛୁ । ନା କୌଣସି ଔଷଧ ଖାଇବେ ନା […]
ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ରୋଭର ସହିତ ଯୋଗାଯୋଗ କରିବାର ଆଜି ଅନ୍ତିମ ଦିନ। ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ୧୪ ଦିନ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ କରିବା ପାଇଁ ଅବଧି ଥିଲା। ଆଜି ଶେଷ ଦିନ। ଏହାପରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ନୁହେଁ ବୋଲି ପୂର୍ବରୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା। ସେପ୍ଚେମ୍ୱର ୭-୮ ମଧ୍ୟରାତ୍ରୀରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ […]
ମୁମ୍ୱାଇ : ମହାରାଷ୍ଟ୍ରରେ ପ୍ଲାଷ୍ଟିକ୍ ବ୍ୟାନ୍। ଆଜିଠୁ ମହରାଷ୍ଟ୍ରରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ବିକ୍ରି ଏବଂ ବ୍ୟବହାର ଉପରେ ରୋକ ଲାଗିଛି। ପ୍ଲାଷ୍ଟିକ୍ରେ ନିର୍ମିତ ବ୍ୟାଗ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯାହା ଥରେ ବ୍ୟବହାର ହୋଇ ଫୋପାଡ଼ି ଦିଆଯାଏ ସେ ନେଇ କଟକଣା ଜାରି ହୋଇଛି। ଏପରିକି ନିୟମକୁ ଖିଲାପ କଲେ ୨୫ ହଜାର ଟଙ୍କା ଯାଏ ଜୋରିମାନା ଏବଂ ତିନି ମାସ ଜେଲ୍ ଦଣ୍ଡାଦେଶ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ପ୍ଲାଷ୍ଟିକ୍ ବଦଳରେ କାଗଜ, […]
ଅାଜିର ଦିନରେ ମଶା ଭୟାନକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି I ମଶା ବିଭିନ୍ନ ରୋଗର ବାହକ ହୋଇଥାଏ I ମଶା ଅାମକୁ କାମୁଡ଼ି ରକ୍ତ ନେଇଥାଏ ଓ ବିଭିନ୍ନ ଜୀବାଣୁ ଅାମ ଶରୀରରେ ଛାଡିଯାଇଥାଏ I ମଶା କାମୁଡିବା ଦ୍ୱାରା ମେଲେରିଅା, ଡେଙ୍ଗୁ, ଚିକୁନଗୁନିଅା ଭଳି ମାରାତ୍ମକ ରୋଗରେ ଅାମେ ଅାକ୍ରାନ୍ତ ହୋଇଥାଉ I ଏହି ପ୍ରାଣଘାତକ ରୋଗରୁ ନିରାପଦ ରହିବାକୁ ହେଲେ ମଶାଠାରୁ ଦୂରେଇ ବହୁ ଜରୁରୀ ହୋଇଥାଏ I ମଶା କାମୁଡିବାରୁ ରକ୍ଷା ପାଇବା ପାଇଁ […]
ମହାରାଷ୍ଟ୍ର : ନିର୍ଦ୍ଦୟ ପୁଅର ଅମାନୁଷିକ କାଣ୍ଡ। ନିଜ ସ୍ୱାର୍ଥ ପାଇଁ ଜନ୍ମ କଲା ମାଆର ଜୀବନକୁ ବାଜି ଲଗାଇଛି ପୁଅ। ବୃଦ୍ଧା ମାଆକୁ ଚଳନ୍ତା ଟ୍ରାକ୍ଟର ସାମ୍ନାକୁ ଫୋପାଡି ଦେଇଛି ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଓ୍ୱାସିମ୍ ସହରରେ। ଯେଉଁଠି ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳର ପରିଣତି ଏହି ବୃଦ୍ଧାଙ୍କୁ ଭୋଗିବାକୁ ପଡ଼ିଛି । ସବୁଠୁ ବଡ଼ କଥା ହେଲା, ନିଜ ପୁଅ ହିଁ ତାଙ୍କୁ ଟ୍ରାକ୍ଟର […]