• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kohali
ଦ୍ୱିଶତକୀୟ ଇନିଂସରେ କୋହଲିଙ୍କ ରେକର୍ଡ ବର୍ଷା

ପୁଣେ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ପୁଣେ ଟେଷ୍ଟରେ ନିଜର ଦ୍ୱିଶତକୀୟ ଇନିଂସ୍ ବଳରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୭ଟି ଦ୍ୱିଶତକ ମାରିବାର ରେକର୍ଡ କରିଛନ୍ତି। ଏହାସହ ସେ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ମଧ୍ୟ ପୂରଣ କରିଛନ୍ତି। • କୋହଲି ନିଜର ୮୧ତମ ଟେଷ୍ଟର ୧୩୮ତମ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଟେଷ୍ଟରେ ଦ୍ରୁତ ୭ହଜାର […]

ind
ଦ୍ୱିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ

ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାଁରେ ରହିଛି। ଯୁବ ଓପ୍ନର ମୟଙ୍କ ଅଗ୍ରୱାଲଙ୍କ ଦ୍ୱିତୀୟ ଶତକ ଏବଂ କ୍ୟାପଟେନ୍ ବିରାଟ୍ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ୮୫.୧ ଓଭରରେ ୩ ୱିକେଟ୍ ହରାଇ ୨୭୩ ରନ୍ କରି ଭଲ ସ୍ଥିତିରେ ରହିଛି। ତେବେ […]

SS
ଗବେଷଣା ଆଣିଲା ଆଶ୍ଚର୍ଯ୍ୟଜନକ ତଥ୍ୟ !

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ସିନ୍ଧୁ ସଭ୍ୟତାରେ ବସବାସ କରୁଥିବା ମନୁଷ୍ୟଙ୍କ ଭଳି ଅବିକଳ ମୁହଁ ବିକଶିତ କରିପାରିଛନ୍ତି। ହରିଆଣାର ରାଖିଗଡ଼ି ଠାରେ ଥିବା ୪,୫୦୦ ବର୍ଷ ପୁରୁଣା ସମାଧିସ୍ଥଳରୁ ମିଳିଥିବା ୩୭ ଜଣ ବ୍ୟକ୍ତିଙ୍କ ଦେହାବଶେଷରୁ ଏହି ମୁହଁର ପ୍ରତିରୂପ ବିକାଶ କରାଯାଇଛି। ଦକ୍ଷିଣ କୋରିଆ, ବ୍ରିଟେନ୍‌ ଏବଂ ଭାରତର ୬ଟି ଅନୁଷ୍ଠାନରୁ ଆସିଥିବା ୧୫ ଜଣ ବୈଜ୍ଞାନିକ ଏବଂ ବିଶେଷଜ୍ଞ କ୍ରାନିଫେସିଆଲ ରିକନ୍‌ଷ୍ଟ୍ରକ୍ସନ୍‌ (ସିଏଫ୍‌ଆର) ଟେକ୍ନୋଲୋଜିର ବ୍ୟବହାରରେ ଏବଂ ମିଳିଥିବା ଦେହାବଶେଷର […]

KILLER
ସିରିଏଲ୍ କିଲର ବୋହୂ , ଶାଶୂ ଘରର ଛଅ ଜଣଙ୍କୁ କରିଛି ହତ୍ୟା

କେରଳ : କଥାରେ ଅଛି ଘରକୁ ସ୍ୱର୍ଗ କରିଦିଏ ବୋହୂ। ଏମିତି ଜଣେ ବୋହୂର କାରନାମା ପଦାକୁ ଆସିଛି ଶୁଣିଲେ ଛାତି ଥରି ଉଠିବ। ବୋହୂ ସାଜିଛି ସିରିଏଲ୍‌ କିଲର। ୧୪ ବର୍ଷରେ ଶାଶୂ ଘରର ଛଅ ଛଅ ଜଣଙ୍କୁ ଯୋଜନାବଦ୍ଧ ହତ୍ୟା କରି ରାସ୍ତାରୁ ହଟାଇ ଦେଇଛି। ଆଉ ଏହି ତାଲିକାରେ ଅଛନ୍ତି ଖୋଦ୍ ସ୍ୱାମୀ, ଶାଶୂ, ଶ୍ୱଶୂରଙ୍କ ସହ ଜଣେ ବର୍ଷକର ନିଷ୍ପାପ ଶିଶୁ। କେରଳ କୋଝିକୋଡ୍‌ରୁ ସାମ୍ନାକୁ ଆସିଥିବା ଏ ଲୋମଟାଙ୍କୁରା ଘଟଣା […]

film
ରିଲିଜ ହେଲା ଅପକମିଂ ବଲିଉଡ ଫିଲ୍ମ ‘ବାଲା’ର ଟ୍ରେଲର

ରିଲିଜ ହୋଇଛି ଅପକମିଂ ବଲିଉଡ ମୁଭି ‘ବାଲା’ର ଟ୍ରେଲର। ଏଥିରେ ମୁଖ୍ୟ  ଭୂମିକାରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଅଛନ୍ତି ଆୟୁଷ୍ମାନ ଖୁରାନା। ତେବେ ଜଣେ ଟିପିକାଲ ବଲିଉଡ  ହୀରୋ ପରିବର୍ତ୍ତେ ଆୟୁଷ୍ମାନଙ୍କୁ ଏଥିରେ ଜଣେ ଛୋଟ ସହରର ମଧ୍ୟବିତ୍ତ ପରିବାରର ଯୁବକ ଭୂମିକାରେ ଦେଖିବାକୁ ମିଳିବ। ନିଜ ଚନ୍ଦାପଣକୁ ନେଇ କିପରି ଜଣେ ଯୁବକ ହୀନମନ୍ୟତାର ଶିକାର ହେଉଛନ୍ତି , ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହେଉଛି। ପ୍ରେମ ବ୍ୟାପାରରୁ ଆରମ୍ଭ  କରି ସାଧାରଣ ଜୀବନରେ […]

modi
ଟ୍ରମ୍ପଙ୍କ ପ୍ଲେନ୍ ଭଳି ହେବ ମୋଦିଙ୍କ ପ୍ଲେନ୍

ନୂଆଦିଲ୍ଲୀ : ଟ୍ରମ୍ଫଙ୍କ ଭଳି ହେବ ମୋଦିଙ୍କ ପ୍ଲେନ୍। ଆଉ ଏୟାର ଇଣ୍ଡିଆ ନୁହେଁ ଏୟାର ଫୋର୍ସର ଅତ୍ୟାଧୁନିକ ବିମାନରେ ଉଡ଼ିବେ ମୋଦି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟବହାର କରୁଥିବା ବିମାନ ବୋଇଂ 747-200B ଭଳି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ବି ଆସିବ ବୋଇଂ-777-300ER ଏୟାରକ୍ରାଫ୍ଟ। ଯିଏକି ଶତ୍ରୁ ପକ୍ଷର ରାଡ଼ାରକୁ ଚକ୍‌ମା ଦେବା ସହ ଆଣ୍ଟି ମିଜାଇଲ୍ ଡିଫେନ୍ସ ସିଷ୍ଟମ୍‌ର ବି ଉପଯୋଗ କରିପାରିବ। ସାଉଥ୍ ବ୍ଲକର ଜଣେ […]

jio
ଗ୍ରାହକଙ୍କୁ ଜିଓ ଦେଲା ଝଟ୍‌କା

ନୂଆଦିଲ୍ଲୀ :  ମୋବାଇଲ୍ ଉପଭୋକ୍ତାଙ୍କୁ ଝଟ୍‌କା ଦେଲା ଜିଓ ନେଟ୍ଓ୍ୱାର୍କ । ଏଣିକି ଜିଓରୁ ଅନ୍ୟ ନେଟଓ୍ୱାର୍କକୁ କଲ୍ କଲେ ଗଣିବାକୁ ପଡ଼ିବ ଟଙ୍କା। ଗ୍ରାହକଙ୍କୁ ମିନିଟ୍‌କୁ  ୬ ପଇସା ହିସାବରେ ଦେବାକୁ ହେବ। ଅକ୍ଟୋବର ୧୦ ଅର୍ଥାତ୍‌ ଆସନ୍ତା କାଲିଠୁ ଜିଓର ନୂଆ ଦର ଲାଗୁ ନେଇ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୂଚନା। ଟ୍ରାଇର ନୂଆ ନିୟମ ଯୋଗୁଁ ଜିଓର ୧୩, ୫୦୦ କୋଟି କ୍ଷତି ହୋଇଛି। ଏଣୁ ଇଣ୍ଟରକନେକ୍ସନ୍ ୟୁସେଜ୍ ଚାର୍ଜ(IUC)କୁ କୋଟି କୋଟି […]

sbi
ସୁଧହାର ବଦଳାଇଲା ଷ୍ଟେଟ୍‌ବ୍ୟାଙ୍କ

ନୂଆଦିଲ୍ଲୀ : ଏସ୍‌ବିଆଇ ସେଭିଂସ୍‌ ଡିପୋଜିଟ୍‌ ଉପରେ ନୂଆ ପରିବର୍ତ୍ତନ ଆଣିଛି। ଭାରତର ଏହି  ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବୁଧବାର ସେଭିଂସ୍‌ ଡିପୋଜିଟ୍‌ ଉପରେ ସୁଧହାର ହ୍ରାସ କରିଛି। ସ୍ଥାୟୀ  ଜମାରେ ମଧ୍ୟ ସୁଧ ହ୍ରାସ କରିଥିବା ଘୋଷଣା କରିଛି ଏସ୍‌ବିଆଇ। ଆରବିଆଇ ବ୍ୟାଙ୍କ ମାନଙ୍କ ପାଇଁ ଲାଗୁ କରୁଥିବା ସୁଧ ହାର ବା ରେପୋରେଟ୍‌ ହ୍ରାସ କରିଥିବାବେଳେ ଏସ୍‌ବିଆଇ ଏହି ସମୟରେ ହିଁ ସୁଧ ହାର କମାଇବାର ନିଷ୍ପତ୍ତି […]

rajnath
ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ

ପ୍ୟାରିସ୍‌ : ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ଫ୍ରାନ୍ସ ଏହି ଅତ୍ୟାଧୁନିକ ଲଢୁଆ ବିମାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ହସ୍ତାନ୍ତର କରିଛି।   ଫ୍ରାନ୍ସ ମେରିନାକରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଫେଲ ଗ୍ରହଣ କରିଛନ୍ତି। ରାଜନାଥ ରାଫେଲ ଗ୍ରହଣ ଅବସରରେ ବାୟୁସେନାକୁ ବଳଶାଳୀ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ରାଜନାଥ କହିଛନ୍ତି। ସେ ପ୍ରଥମେ ପ୍ୟାରିସ୍‌ରେ ପହଞ୍ଚିବା ପରେ ମେରିଗନାକ୍ ଯାଇଥିଲେ। ସେଠାରେ ତାଙ୍କୁ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରାଯାଇଛି। […]

ଜଳଖିଆରେ ଚୁଟି ପଡିଥିବା ଦେଖି ପତ୍ନୀଙ୍କୁ ଲଣ୍ଡା କଲେ ସ୍ୱାମୀ !

ଢାକା : ଜଳଖିଆରେ ଚୁଟି ପଡିଥିବା ଦେଖି ଜଣେ  ବଙ୍ଗୀୟ ବ୍ୟକ୍ତି ନିଜ ପତ୍ନୀଙ୍କ ସହ କରିଛନ୍ତି ଅଜବ କାଣ୍ଡ। ପତ୍ନୀଙ୍କର ମୁଣ୍ଡକୁ ସଂପୂର୍ଣ୍ଣ ଲଣ୍ଡା କରିଦେଇଛନ୍ତି । ଆଉ ଏହି ଘଟଣାରେ ବାଂଲାଦେଶ ପୁଲିସ୍‌ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି ।  ଜୟପୁରହାଟ ଠାରେ ଚଢ଼ଉ କରି ପୁଲିସ୍‌ ଅଭିଯୁକ୍ତ ବବୁଲ ମଣ୍ଡଳଙ୍କୁ ଗିରଫ କରିଛନ୍ତି। ଗାଁ ଲୋକଙ୍କ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଲିସ୍‌ କହିବା ଅନୁଯାୟୀ, ପତ୍ନୀଙ୍କ ପ୍ରସ୍ତୁତ ସକାଳ ଜଳଖିଆରେ […]

b day
ଜନ୍ମଦିନରେ ଆପଣ ଏମିତି କରୁଛନ୍ତି କି ? ସାବଧାନ

ସମୟ ସହ ତାଳ ଦେଇ ବଦଳିଚାଲିଛି ଆମର ରୀତିନୀତି , ଚଳଣି। ଦେଖାଯାଇଛି ଏବେ ଖୁବ୍‌ ଧୁମ୍‌ଧାମରେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳନ କରୁଛନ୍ତି। ବନ୍ଧୁ ବାନ୍ଧବ ଓ ସଂପର୍କୀୟଙ୍କ ଗହଣରେ ଉତ୍ସବମୁଖର ଓ ରଙ୍ଗୀନ ହୋଇଉଠୁଛି ଜନ୍ମଦିନର ମାହୋଲ। ଜନ୍ମଦିନରେ ମହମବତୀ ଜଳାଇ କେକ୍ କାଟିବା ଏବେ ଟ୍ରେଣ୍ଡ ପାଲଟିଯାଇଛି। ଏହା ପ୍ରଥମେ ପଶ୍ଚିମ ଦେଶ ମାନଙ୍କରେ ଦେଖାଯାଉଥିଲା । କେକ୍ ଉପରେ ଜଳନ୍ତା ମହମବତୀକୁ ଫୁଙ୍କି ଲିଭାଯାଇଥାଏ। ଧିରେ ଧିରେ ଏମିତି ଭାବେ […]

mn
୩ ଜଣଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ :ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ମିଳିଲା ଏହି ପୁରସ୍କାର। ଜେମ୍ସ ପେବଲ୍ସ, ମାଇକେଲ ମେୟର, ଦିଦିଆର୍ କ୍ୱେଲୋଜଙ୍କୁ ନୋବେଲ ପୁରସ୍କାର ମିଳିବ। ସୌର ଶକ୍ତି ଗବେଷଣା କ୍ଷେତ୍ରରେ ଦିଦିଆର୍ କ୍ୱେଲୋଜ ଏବଂ ବିଶ୍ୱତତ୍ତ୍ୱ  ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜେମ୍ସ ପେବଲ୍ସ, ମାଇକେଲ ମେୟରଙ୍କୁ ନୋବେଲ ପୁରସ୍କାର ପାଇବା ପାଇଁ ଘୋଷଣା କରାଯାଇଛି। ଗତକାଲି ୩ ଜଣ ବୈଜ୍ଞାନିକଙ୍କୁ ମେଡିସିନ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା […]