• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pm modi security
ବଢ଼ିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା। ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏନେଇ ସମସ୍ତ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ଚିଠି ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଏଣିକି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିନା ଅନୁମତିରେ କୌଣସି ମନ୍ତ୍ରୀ ଏବଂ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଯାଇ ପାରିବେନି। ଏପରିକି ଆବଶ୍ୟକ ପଡ଼ିଲେ ଏସ୍‌ପିଜିଙ୍କ ଦ୍ୱାରା […]

mumbai
ବର୍ଷା ବିତ୍ପାତ: ମୁମ୍ବାଇ ଜଳାର୍ଣ୍ଣବ, ଚାରି ମୃତ

ମୁମ୍ବାଇ : ପ୍ରବଳ ବର୍ଷାରେ ମୁମ୍ବାଇ ଜଳମଗ୍ନ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ମହାନଗରୀରେ ଗତ ୩ ଦିନ ଧରି ମୂଷଳ ଧାରାରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଜଳମଗ୍ନ ହୋଇ ପଡ଼ିଛି ମହାନଗରୀର ଅଧିକାଂଶ ଅଞ୍ଚଳ। ବର୍ଷା ଜନିତ ବିଭିନ୍ନ କାରଣରୁ ୪ ଜଣଙ୍କର ମୃତ୍ୟୁ ହେବା ସହ ଗଛପଡ଼ି ଅନେକ ଲୋକ ଆହତ ହୋଇଛନ୍ତି। ଗାଡ଼ି ଓ ଟ୍ରେନ୍ ଚଳାଚଳ ସହ ବିମାନ ଉଡ଼ାଣ ଗୁରୁତର ପ୍ରଭାବିତ ହୋଇଛି। ବହୁ ଅଞ୍ଚଳରେ […]

army officer
ପରକୀୟା ପ୍ରୀତିର ଭୟଙ୍କର ପରିଣତି

ନୂଆଦିଲ୍ଲୀ : ପରକୀୟା ପ୍ରେମକୁ ନେଇ ବଲିଉଡ୍ ଫିଲ୍ମ ‘ରୁସ୍ତମ’ର କାହାଣୀ ଥିଲା। ଯେଉଁଠି ନିଜ ପତ୍ନୀଙ୍କ ସହ ପରକୀୟା ସନ୍ଦେହ କରି କେମିତି ଅନ୍ୟ ଜଣଙ୍କ ଜୀବନ ନେଉଛନ୍ତି ଜଣେ ସେନା ଅଧିକାରୀ। ଦିଲ୍ଲୀର ରିୟଲ୍ ଷ୍ଟୋରୀରେ ବି ରହିଛି ସେମିତି ଜଣେ ସେନା ଅଧିକାରୀଙ୍କ କାହାଣୀ। ହେଲେ ଏଠି କିନ୍ତୁ ଚିତ୍ର ଅଲଗା। ବିବାହ ପାଇଁ ରାଜି ନହେବାରୁ ସେନା ଅଧିକାରୀଙ୍କ ମଡେଲ୍ ପତ୍ନୀଙ୍କୁ ଅନ୍ୟ ଜଣେ ସେନା ଅଧିକାରୀ କରିଛନ୍ତି ହତ୍ୟା । […]

police-cops-web
ମହଙ୍ଗା ପଡ଼ିଲା ଦବଙ୍ଗଗିରି, ସସପେଣ୍ଡ ହେଲେ 11 ବିହାରୀ ପୋଲିସ

ପାଟନା: ମହଙ୍ଗା ପଡ଼ିଲା ବିହାରୀ ପୋଲିସଙ୍କ ଦବଙ୍ଗଗିରି I ମାଗଣାରେ ପରିବା ନ ଦେବାରୁ ମିଛ କେଶରେ ନାବାଳକ ପରିବା ଦୋକାନୀକୁ ଗିରଫ ମାମଲାର ବିହାର ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି I ଏହି ମାମଲାରେ ସମ୍ପୃକ୍ତ ଥିବା 2 ଜଣ ଇନସ୍ପେକ୍ଟରଙ୍କ ସମେତ 9 ଜଣ ପୋଲିସ କର୍ମୀଙ୍କୁ ସସ୍ପେଣ୍ଡ କରାଯାଇଛି ବୋଲି ପାଟନା ଆଇଜି ନେୟର ହସନେନ ଖାନ କହିଛନ୍ତି I ଏହା ସହିତ ନାବାଳକଟିକୁ ବେଓ୍ଵର ଜେଲରୁ ଆଣି ଵାଳ ସୁଧାର […]

rekha2
ଦୁଇ ଦଶନ୍ଧି ପରେ ଷ୍ଟେଜରେ ନାଚିଲେ ବଲିଉଡ ଅଭିନେତ୍ରୀ ରେଖା

୨୪ଜୁନ୍, ୨୦୧୮ ରେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ନଜାରା ଥିଲା କିଛି ଅଲଗା। ଅବସର ଥିଲା ୧୯ତମ ଆଇଫା ଆଓ୍ୱାର୍ଡ। ଭେଟରାନ ଅଭିନେତ୍ରୀ ରେଖାଙ୍କ ଠାରୁ ଆରମ୍ଭ କରି ବଲିଉଡ ହାର୍ଟଥ୍ରୋବ୍ ରଣବୀର କପୁର ନିଜର ପରଫରମାନ୍ସ ଦ୍ୱାରା ଷ୍ଟେଜରେ ନିଆଁ ଲଗେଇ ଦେଇଥିଲେ। ତେବେ ଏହି ଆଓ୍ୱାର୍ଡ ସୋ’ର ମୁଖ୍ୟ ଆକର୍ଷଣ ସାଜିଥିଲେ ‘ମୁକଦର କା ସିକନ୍ଦର’ ଫେମ୍ ରେଖା। ଦୀର୍ଘ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ ରେଖା ପ୍ରଦର୍ଶନ କରିଥିଲେ ନିଜର […]

Ranveer
ଭାଇରାଲ ହେଲା ରଣବୀରଙ୍କ ଅଜବ ଇମେଜ୍‌

ମୁମ୍ବାଇ: ବଲିଉଡରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ପିଲାବେଳୁ ତାଙ୍କ ନଖରାମି ଦେଖାଇଥିଲେ । ସେମାନଙ୍କ  ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ଅାଗଧାଡିର ନାୟକ ରଣବୀର ସିଂ । ଏହି ଫଟୋରୁ ଯାହା ଜଣାପଡୁଛି ରଣବୀର ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପୂର୍ବରୁ ଭଲ ନଖରାମି ଦେଖାଉଥିଲେ। ତାଙ୍କ ପାଇଁ ସବୁ ଅଡ୍ ବା ଅଜବ ଲୁକ୍ ବି ଗୋଟେ ଗୋଟେ ଷ୍ଟାଇଲ । ଦେଖନ୍ତୁ ରଣବୀରଙ୍କ ଏହି  ଅଜବ ଚାହାଣି ସବୁକୁ । ରଣବୀର ସବୁବେଳେ କିଛି ନୂଅା ଷ୍ଟାଇଲ ଦେଖାଇବାରେ […]

anchhal
ଚା'ବାଲା ଝିଅ ଚଳାଇବେ ଯୁଦ୍ଧ ବିମାନ

ଭୋପାଳ : କୁହାଯାଏ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବାରମ୍ବାର ବିଫଳତା ପରେ ବି ଯିଏ ମନକୁ ଦୃଢ କରି ସଫଳତାର ସ୍ୱପ୍ନ ଦେଖିଥାଏ, ଶେଷରେ ସେହିଁ ବିଜୟୀ ହୋଇଥାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି।  ଥରେ ନୁହେଁ କି ଦୁଇ ଥର ନୁହେଁ, ପାଞ୍ଚ ପାଞ୍ଚ ଥର  ବାୟୁସେନାର ପରୀକ୍ଷାରେ ଅସଫଳ ହୋଇ ମଧ୍ୟ ସେ ହାର ମାନି ନଥିଲେ। ଆଉ ଶେଷରେ ଆକାଶରେ ଉଡିବା ସ୍ୱପ୍ନକୁ ସେ ସାକାର କରି ଦେଖାଇଥିଲେ। […]

heavy rain in mumbai
ମୁମ୍ବାଇରେ ମୌସୁମୀ ବର୍ଷାର ତାଣ୍ଡବ

ମୁମ୍ବାଇ: ମୁମ୍ବାଇରେ ମୌସୁମୀ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ବର୍ଷାରେ ମୁମ୍ବାଇର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିଛି। ଲଗାତର ୩ ଦିନ ଧରି ମୁମ୍ବାଇରେ ବର୍ଷା ଜାରି ରହିଛି। ଏମ୍‌ଜି ରୋଡ୍ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନରୁ ଗଛ ଭାଙ୍ଗି ପଡିବାରୁ ୫ ଜଣ ଆହତ ହୋଇଛନ୍ତି। ସହରର ଥିବା ଅନେକ […]

shailaza dwivedi
କ’ଣ ଏହି କାରଣ ପାଇଁ ମେଜରଙ୍କ ପତ୍ନୀଙ୍କୁ ହତ୍ୟା?

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମେଜରଙ୍କ ପତ୍ନୀଙ୍କ ହତ୍ୟାକାଣ୍ଡ ଘଟଣାର ଧିରେ ଧିରେ ଗୁମର ଫିଟିବାରେ ଲାଗିଛି। ଆଉ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ଘଟଣାରେ ଗିରଫ ହୋଇଥିବା ଆଉ ଜଣେ ମେଜର ନିଖିଲ ହାଣ୍ଡା ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜା ଦ୍ୱିବେଦୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଶୈଲଜା, ମେଜର ଅମିତ୍‌ଙ୍କ ପ୍ରସ୍ତାବରେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ୍‌ ସନ୍ଦେହ କହିଛି। ସେପଟେ ପୋଲିସକୁ ମିଳିଛି ଶୈଲଜାଙ୍କ ମୋବାଇଲ ଫୋନ […]

vaccination
ଏପ୍ରିଲରେ କରୋନାରେ ମୃତ୍ୟୁ ହୋଇଥିଲା, ଜୁଲାଇରେ ମେସେଜ୍‌ ଆସିଲା ‘ଦ୍ୱିତୀୟ ଡୋଜ୍‌ ଟିକା ନେଲେ’

କରୋନାରେ ସଂକ୍ରମିତ ହୋଇ ଗତ ଏପ୍ରିଲରେ ଗୁଜରାଟର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ହେଲେ ଜୁଲାଇରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭ୍ୟାକ୍‌ସିନ୍‌ର ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଥିବା ନେଇ ମୋବାଇଲ୍‌କୁ ମେସେଜ୍‌ ଆସିଥିଲା।

ac
ସର୍ବନିମ୍ନ ଏସି ତାପମାତ୍ରା ରହିବ ୨୪ ଡିଗ୍ରୀ ସେଲସିୟସ୍ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଏସି ଜରିଆରେ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସରୁ କମ୍ ରଖି ହେବ ନାହିଁ । ଅର୍ଥାତ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ୍ ହିଁ ରହିବ। ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର।  ବିଜୁଳି ଖର୍ଚ୍ଚ କମ୍‌ କରିବାକୁ ଏଭଳି ପ୍ରସ୍ତାବ ଦିଆଯାଇଛି। ଏସି ରଖିଥିବା ଅଧିକାଂଶ ଲୋକେ ଘର ଓ ଅଫିସର ସର୍ବନିମ୍ନ ତାପମାତ୍ରା ୧୮ରୁ ୨୦ ଡିଗ୍ରୀ ସେଲସିୟସରୁ କମ୍ ରଖୁଛନ୍ତି। ଏପରିକି ବେଳେ ବେଳେ ୧୫-୧୬ ଡିଗ୍ରୀ […]

saudi-2
କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି

ସାଉଦି ଆରବ : ସାଉଦି ଆରବରେ ନୂଆ ଯୁଗର ଆରମ୍ଭ। କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି। ଜୁନ୨୩ ର ରାତି ସେମାନଙ୍କ ପାଇଁ ଏକ ଐତିହାସିକ ରାତି। ଏହି ରାତିରୁ ନିଜେ ନିଜେ କାର୍ ଡ୍ରାଇଭିଂ କରି ପାରିଛନ୍ତି ସାଉଦି ଆରବର ମହିଳା। କାରରେ ଯିବାକୁ ଡ୍ରାଇଭର ଦରକାର ନାହିଁ କି ସାଙ୍ଗରେ ପରିବାରର ଅନ୍ୟ ପୁରୁଷ ମଧ୍ୟ ଯିବା ଦରକାର ନାହିଁ। ଏହି ମହିଳାଙ୍କୁ ଲାଗୁଛି ସତେ ଯେମିତି ସେମାନେ ସ୍ୱାଧୀନତା ପାଇଛନ୍ତି। ପାଲଟିଛନ୍ତି […]

ଟ୍ରେନ୍ ଆଗରେ ମହିଳା
ଆତ୍ମହତ୍ୟା କରିବାକୁ ଟ୍ରେନ୍ ଆଗରେ ଶୋଇଲେ, ତା’ ପରେ .....

ବୁରହାନପୁର: ଏଠାରେ ଏମିତି ଏକ ଘଟଣା ଘଟିଛି ଯାହା ଅବିଶ୍ୱସନୀୟ ହେଲେ ବି ସତ୍ୟ । ମାନସିକ ବିଷାଦରେ ଥିବା ଜଣେ ମହିଳା ଆତ୍ମହତ୍ୟା କହିବାକୁ ନିଜର ଦେଢ଼ ମାସର ଛୁଆକୁ ଧରି ଟ୍ରେନ୍ ଟ୍ରାକ୍‌ରେ ଶୋଇପଡିଲେ । ଦ୍ରୁତ ଗତିରେ ଟ୍ରେନ୍‌ ଆସି ତାଙ୍କ ଉପର ଦେଇ ଚାଲିଗଲା ।  ନା ମା’ ନା’  ଛୁଆ ଦୁହିଁଙ୍କୁ ଟିକେ ହେଲେ ବି କ୍ଷତ ହେଲା ନାହିଁ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । […]