ଆପଣ ଟ୍ରେନ୍ରେ ଯାତ୍ରା କରୁଛନ୍ତି କି ? ନିହାତି ଏହି କଥାକୁ ଜାଣି ରଖନ୍ତୁ । କାହିଁକି ନା ଆପଣ ନ ଜାଣିଲେ ଅସୁବିଧାରେ ପଡିପାରନ୍ତି। ଏଣୁ ନିଜର ଅଧିକାର ଗୁଡ଼ିକ ବିଷୟରେ ଅବଗତ ଥିଲେ ଯାତ୍ରା ସୁଖଦପୂର୍ଣ୍ଣ ହେବ । ଆଉ କୌଣସି ଅସୁବିଧାରେ ପଡିବେନି। ଏବେ ଆସନ୍ତୁ ଜାଣିବା ସେହି ଅଧିକାର ଗୁଡ଼ିକ କଣ – ୧ – ଯଦି ଆପଣ କୌଣସି କାରଣବଶତଃ ଟିକେଟ୍ ବୁକ୍ କରିପାରିନାହାଁନ୍ତି ତ ବ୍ୟସ୍ତ ନହୋଇ ପ୍ଲାଟଫର୍ମ […]
ଭୁବନେଶ୍ୱର: ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ଡଫେଣ୍ଡିଂ ଚାମ୍ପିୟନ ଜର୍ମାନୀକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ଆଣିଛି ସାଉଥ୍ କୋରିଆ। ଗ୍ରୁପ-Fର ଶେଷ ଲିଗ୍ ମ୍ୟାଚ୍ରେ ହାରି ଜର୍ମାନୀ ଫିଫା ବିଶ୍ୱକପରୁ ବିଦାୟ ନେଇଛି। ୨୦୧୪ ବିଶ୍ୱକପରେ ଚାମ୍ପିୟନ ଦଳ ୨୦୧୮ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦା ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି, ବିଶ୍ୱାସ ହେଉନଥିଲେ ବି ସତ। ଲଗ୍ ପର୍ଯ୍ୟାୟର ୩ଟି ମ୍ୟାଚ୍ରୁ ୨ଟି ମ୍ୟାଚ୍ରେ ପରାଜୟ ଫଳରେ ବିଦାୟ ନେଇଛି ଡିଫେଣ୍ଡିଂ ଚାମ୍ପିୟନ। […]
ଭୁବନେଶ୍ୱର: ଚଳିତ ମାସ ୨୦ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍)ର ଷଷ୍ଠ ସଂସ୍କରଣ। ଏହା ପୂର୍ବରୁ ଆଇଏସଏଲର ଅନ୍ୟତମ ଫ୍ରାଞ୍ଚାଇଜି ଓଡ଼ିଶା ଏଫସି ବୁଧବାର ଭୁବନେଶ୍ୱରରେ ତା’ର ନୂଆ କିଟ୍ ଉନ୍ମୋଚିତ କରିଛି। ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ଦିଲ୍ଲୀସ୍ଥ ଫ୍ରାଞ୍ଚାଇଜି ଓଡ଼ିଶା ସରକାରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲା। ଯାହା ପରେ ଦିଲ୍ଲୀ ଏଫସିର ନାଁ ବଦଳି ଏହା ଓଡ଼ିଶା ଏଫସି ହୋଇଥିଲା। ଏହି ଏମଓୟୁ ସ୍ୱାକ୍ଷର ସମୟରେ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜାପାନର ଅନୁଭୂତି। ଜାପାନ ଭଳି ଭୁବନେଶ୍ୱରରେ ରେଷ୍ଟୁରାଣ୍ଟରେ ମଧ୍ୟ ଖାଦ୍ୟ ପରଷିବେ ରୋବର୍ଟ। ରାଜଧାନୀରେ ଆଜିଠାରୁ ଆରମ୍ଭ ହୋଇଥିବା ରୋବୋ ସେଫ୍। ରେଷ୍ଟୁରାଣ୍ଟରେ ଗ୍ରାହକ ପାଇବେ ରୋବୋ ୱେଟର ଚମ୍ପା ଓ ଚମେଲିର ସାନିଧ୍ୟ। ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ରୋବୋ ସେଫ୍ ରେଷ୍ଟୁରାଣ୍ଟ। ଏଠି ଦେଖିବାକୁ ମିଳିବ ରୋବୋ ୱେଟର। ରେଷ୍ଟୁରାଣ୍ଟ ଭିତରେ ପ୍ରବେଶ କରିବା ମାତ୍ରେ ଅନ୍ୟ ରେଷ୍ଟୁରାଣ୍ଟ ଭଳି ଏଠି ଆପଣ ମେନୁ ଦେଖି ଅର୍ଡର ନେବେ ଓ […]
ମହାରାଷ୍ଟ୍ର : ବାୟୁସେନାର ପୁଣି ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ମହାରାଷ୍ଟ୍ର ନାସିକ ପାଖରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30 ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଏହି ଲଢୁଆ ବିମାନରେ ଦୁଇ ଜଣ ପାଇଲଟ୍ ଥିଲେ। ସେମାନେ ସୁରକ୍ଷିତ ଅଛନ୍ତି । ଠିକ୍ ଦୁର୍ଘଟଣା ହେବା ଆଗରୁ ଦୁଇ ଜଣ ଯାକ ପାଇଲଟ୍ ପାରାଚ୍ୟୁଟ ଜରିଆରେ ସୁରକ୍ଷିତ ଭାବେ ଅବତରଣ କରିଥିବା ଜଣାପଡ଼ିଛି।
ଗତକାଲି ଫିଫା ବିଶ୍ୱକପ୍ରେ ଖେଳାଯାଇଛି ୪ଟି ମ୍ୟାଚ୍ । ଏହି ସମସ୍ତ ମ୍ୟାଚ୍ ମଧ୍ୟରୁ ରୋମାଞ୍ଚକର ଥିଲା ନାଇଜେରିଆ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା । ବହୁ କସରତ ପରେ ନାଇଜେରିଆକୁ ୨-୧ ଗୋଲ୍ରେ ହରାଇ ପ୍ରି-କ୍ୱାଟ୍ରରେ ପ୍ରବେଶ କରିଛି ଆର୍ଜେଣ୍ଟିନା । ଗତକାଲିର ମ୍ୟାଚ୍ରେ ଟିମ୍ର ଷ୍ଟାର ପ୍ଲେଏର ଲିଓନେଲ୍ ମେସି ଏବଂ ମାର୍କସ ରୋଜୋଙ୍କ ଗୋଲ୍ ବଳରେ ଟିମ୍କୁ ମିଳିଛି ସଫଳତା। ସେହିଭଳି ଆଇସ୍ଲାଣ୍ଡକୁ ୨-୧ ଗୋଲ୍ରେ ହରାଇଛି କ୍ରୋଏସିଆ । ଫଳରେ କ୍ରୋଏସିଆ […]
ଜଲଗାଓଁ : ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଏବଂ ଏନ୍ସିପିକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ସେ କହିଛନ୍ତି, ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ୩୭୦ ଧାରା ଯଦି ସେମାନେ ପୁଣିଥରେ ଲାଗୁ କରିବାକୁ ଚାହୁଁଛନ୍ତି, ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରନ୍ତୁ। ଅକ୍ଟୋବର ୨୧ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୋଦି ଏହି ଅବସରରେ ଆୟୋଜିତ ଏକ ଜନସଭାରେ ଏଭଳି ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର ଖଣ୍ଡେ ସ୍ଥାନ ନୁହେଁ […]
ରାଞ୍ଚି : ଚଳିତ ୫୯ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୧୦୦ ମିଟରରେ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଦୂତୀ ମହିଳା ୨୦୦ ମିଟରରେ ମଧ୍ୟ ଏହି ସଫଳତାକୁ ଦୋହରାଇଛନ୍ତି। ସେ ୨୦୦ ମିଟରକୁ ୨୩.୧୭ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁଶ୍ରୀନ୍ଦ୍ରାନ୍ ନିର୍ଦ୍ଧାରିତ ଦୂରତାକୁ ୨୩.୪୧ ସେକେଣ୍ଡରେ ଅତିକ୍ରମ […]
ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟରେ ଫଶିଥିବା ଏୟାର ଇଣ୍ଡିଆର ଏୟାରବସ ଏ-୩୨୦ ବିମାନର ପାଇଲଟମାନେ ଇସ୍ତଫା ଦେଇଛନ୍ତି। ୧୨୦ ଜଣ ପାଇଲଟ ଇସ୍ତଫା ଦେବା ପରେ କିଭଳି ଏୟାରବେସ ଏ-୩୨୦ ବିମାନ ଚାଲିବ ତାହା ଏବେ କମ୍ପାନୀ ପାଇଁ ଚିନ୍ତାର ବିଷୟ। ଦରମା ସାଙ୍ଗକୁ ପଦନ୍ନୋତି ନମିଳିବାରୁ ୧୨୦ ପାଇଲଟ୍ ଇସ୍ତଫା ଦେଇଛନ୍ତି ବୋଲି ଜଣାପଡ଼ିଛି। ଦୀର୍ଘ ଦିନ ହେବ ଏହି ପାଇଲଟମାନେ ଦରମା ବୃଦ୍ଧି ସାଙ୍ଗକୁ ପଦନ୍ନୋତି ବାବଦରେ ବିମାନ ପ୍ରଶାସନିକ ବିଭାଗ ନିକଟରେ କହିଥିଲେ। […]
ଜମ୍ମୁ : ଆରମ୍ଭ ହୋଇଛି ଚଳିତ ବର୍ଷର ଅମରନାଥ ଯାତ୍ରା। ବାବା ଅମରନାଥଙ୍କ ଦର୍ଶନ ପାଇଁ ସାରା ଦେଶରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଜମ୍ମୁ ବେସ୍ କ୍ୟାମ୍ପରୁ ବାହାରିଛନ୍ତି ପ୍ରଥମ ବ୍ୟାଚ୍ ଯାତ୍ରୀ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ତୀର୍ଥ ଯାତ୍ରୀଙ୍କୁ ବାଲ୍ଘାଟ ଯାଏ ନିଆଯିବ । ସେହିଠାରୁ ହିଁ ଆରମ୍ଭ ହେବ ଅମରନାଥ ଯାତ୍ରା । ୩ ହଜାର ୮ ଶହ ୮୦ ମିଟର ଉଚ୍ଚ ଗୁମ୍ପା ଯାଏ ଯିବେ ଲୋକେ । ଏହି […]
ଅମ୍ୱିକାପୁର : ପ୍ଲାଷ୍ଟିକ୍ ମୁକ୍ତ ଭାରତ ପାଇଁ ଏବେ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି ସାରା ଦେଶରେ । ବ୍ୟକ୍ତିଗତ ଭାବେ ସମସ୍ତେ ଏ ଦିଗରେ ସଚେତନ ହେବା ପାଇଁ ସରକାରୀ ଓ ବେସରକାରୀ ପଦକ୍ଷେପ ନିଆଯାଇଛି। ଆଉ ଏ ଦିଗରେ ସ୍ୱତନ୍ତ୍ର ପ୍ରଚେଷ୍ଟା ଆରମ୍ଭ କରିଛି ଛତିଶଗଡ଼। ରାଜ୍ୟର ଅମ୍ୱିକାପୁର ଜିଲ୍ଲାରେ ଏକ ଗାର୍ବେଜ କାଫେର ଶୁଭାରମ୍ଭ ହୋଇଛି। ଏହି କାଫେରେ ଲୋକେ ପ୍ଲାଷ୍ଟିକ୍ ଦେଇ ମାଗଣା ଖାଦ୍ୟ ପାଇପାରିବେ। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍ […]
ମୁମ୍ବାଇ : ‘ଜି ହାଁ ମେ ହିଁ ଖଲନାୟକ ,ଅବ ବନଗେୟା ହୁଁ ଗ୍ୟାଙ୍ଗଷ୍ଟାର’ । ଟ୍ୱିଟରରେ ସଂଜୁ ବାବା ଓରଫ ସଞ୍ଜୟ ଦତ୍ତଙ୍କ ଏହି ଡାଇଲଗ ଏବେ ଭାଇରାଲ ହେଉଛି । ସଞ୍ଜୟଙ୍କ ଆଗାମୀ ଦିନରେ ଆସିବାକୁ ଥିବା ସିନେମା ମଧ୍ୟରୁ ‘ସାହେବ ବିବି ଅର ଗ୍ୟାଙ୍ଗଷ୍ଟାର3’ ରହିଛି। ମଙ୍ଗଳବାର ସଞ୍ଜୟ ଏହି ସିନେମାର ଏକ ଟିଜରକୁ ନିଜ ଟ୍ଵିଟର ପେଜରେ ପୋଷ୍ଟ କରିଛନ୍ତି। Jee Haan Main Hun Khalnayak… Ab Ban Gaya […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ୧୫ ଏପ୍ରିଲ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ ମାଲ୍ୟା। ସେ ସମୟରେ ଲେଖିଥିବା ଚିଠିକୁ ସାର୍ବଜନୀନ କରିଛନ୍ତି ଖୋଦ୍ ମାଲ୍ୟା। ବିଭିନ୍ନ ସମୟରେ ତାଙ୍କୁ ଫେରାର ଅଭିଯୁକ୍ତ କହୁଥିବା କଥାକୁ ନାପସନ୍ଦ କରିଛନ୍ତି। ବ୍ୟାଙ୍କକୁ ସମସ୍ତ ଋ଼ଣ ପଇଠ କରିବା ପାଇଁ ସେ ସବୁବେଳେ ଚେଷ୍ଟା କରିଛନ୍ତି । ତେବେ ବ୍ୟାଙ୍କ ପକ୍ଷରୁ […]
ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ନିର୍ମାଣ ହେବ ମହମ ମୂର୍ତ୍ତି। ଲଣ୍ଡନ ବିଶ୍ୱ ପ୍ରସିଦ୍ଧ ମାଡେମ୍ ତୁସାଡ୍ ମ୍ୟୁଜିୟମରେ ନିର୍ମାଣ ହେବ ରାମଦେବ ୱାକ୍ସ ମୂର୍ତ୍ତି। ଏନେଇ ଲଣ୍ଡନରେ ପହଞ୍ଚିଛନ୍ତି ଯୋଗଗୁରୁ। ପ୍ରତିମୂର୍ତ୍ତି ପାଇଁ ସବୁ ମାପଚୁପ୍ ନେଇଛନ୍ତି ମ୍ୟୁଜିୟମ୍ ଅଧିକାରୀ। ଏହି ଅବସରରେ ପ୍ରତିକ୍ରିୟା ରଖି ଖୁସି ବ୍ୟକ୍ତ କରିଛନ୍ତି ରାମଦେବ। ବିଶ୍ୱରେ ଯୋଗକୁ ନୂତନ ଦିଶା ଦେବାରେ ଏହା ସହାୟକ ହେବ। ଲୋକେ ଏହାଦ୍ୱାରା ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ରାମଦେବ। ମାଡେମ୍ […]
ମହାରାଷ୍ଟ୍ର : ପିଶାଚୀ ମାଆ। ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ। ଝିଅର ଲାଲସାରେ ନିଜ ଜନ୍ମକଲା ଦଶ ମାସର ପୁଅକୁ ପାଣି ବ୍ୟାରେଲ୍ରେ ବୁଡ଼ାଇ ହତ୍ୟା କରିଛି ମାଆ । ଏପରି କିଛି ଅଭିଯୋଗ ଆସିଛି ମହାରାଷ୍ଟ୍ର ଔରଙ୍ଗାବାଦ୍ ସହରରୁ। ଔରଙ୍ଗାବାଦ୍ ସହରର ପୈଠାଣ ଅଞ୍ଚଳରେ ଘଟିଛି ଏହି ଘଟଣା । ଗତ ରବିବାରଠୁ ନିଖୋଜ୍ ଥିଲା ଦଶ ମାସର ଶିଶୁ ପୁତ୍ର । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଖୋଜା ଖୋଜି ପରେ ଘର […]
ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା I ସରଳ ଭାଷାରେ ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯାହା ଆଜିକାଲିର ବ୍ୟସ୍ତବହୁଳ ଓ ଜଂଜାଳମୟ ଦୁନିଅାରେ ସହଜେ ମିଳେ ନାହିଁ I ଏଠାରେ ଗୀତା କହିଲେ କେବଳ ହିନ୍ଦୁ ଧର୍ମର ଭଗଵତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି […]