ଭଗବାନ ଯାହାକୁ ଘଣ୍ଟ ଘୋଡେଇ ରଖିବେ, ତାକୁ କିଏ ବା ମାରିପାରିବ ? ଛତିଶଗଡର ମୁଙ୍ଗେଲି ଜିଲ୍ଲାର ଲୋରମୀ ଅଞ୍ଚଳରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।
ଚୀନକୁ ଆମାଜନର ଝଟକା । ମାତ୍ର ଗୋଟିଏ ଭୁଲ୍ ପାଇଁ ଏକା ସାଙ୍ଗରେ ଅନେକ ବ୍ରାଣ୍ଡକୁ ବନ୍ଦ କଲା କଂପାନୀ । ଏନେଇ ଚିନ୍ତାରେ ପଡିଯାଇଛି ଡ୍ରାଗନ୍ । ମିଛ ଅଭିଯୋଗ ଆଣି ଆମାଜନକୁ ବଦନାମ୍ କରିବାକୁ ଚେଷ୍ଟା କରିଥିବା ବେଳେ ଆମାଜନ୍ କଂପାନୀ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି । ବ୍ୟାନ୍ ହୋଇଥିବା ବ୍ରାଣ୍ଡ୍ ଗୁଡିକ କଂପାନୀର ରିଭ୍ୟୁ ପଲିସିରେ ହେରଫେର୍ କରିଥିବା ନଜରକୁ ଆସିଥିଲା । ଯାହା କି ଆମାଜନ୍ର ନିୟମକୁ ଉଲ୍ଲଘଂନ କରିଥିଲା । ତେଣୁ ଆମାଜନ୍ ଏଭଳି ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଥିବା ଦର୍ଶାଇଛି ।
କେରଳର କୋଚି ନିକଟ ମାରାଡୁର ବାସିନ୍ଦା ଜୟପାଲାନ୍ । ସେ ତାଙ୍କର ୯୫ ବର୍ଷ ବୟସ୍କା ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରୁହନ୍ତି । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ଦାନା ମୁଠାଏ ପାଇଁ ପିଲାଦିନୁ ଆଜି ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ଅଟୋ ଚଳାଇ ଦୁଃଖକଷ୍ଟରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ
ଭାରତରେ ଖୁବ ଶୀଘ୍ର ପ୍ରଥମ ଥର ପାଇଁ ଲଞ୍ଚ ହେବ ହାଇବ୍ରିଡ ଫ୍ଲାଇଙ୍ଗ କାର । ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏହି ବିଷୟରେ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି, ଭିନାଟା ଏରୋମୋବିଲିଟିର ଯୁବ ଦଳ ଦ୍ୱାରା ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର ଯାହାର ମଡେଲ ଦେଖିବାକୁ ଅତ୍ୟନ୍ତ ଆନନ୍ଦଦାୟକ ଅଟେ ।
ଅଣ୍ଟି ଛୁରୀ ତଣ୍ଟି କାଟେ । ଚଉକି ମୋହରେ ମୁଖିଆଙ୍କ ଜୀବନ ନେଇଗଲେ ତାଲିବାନୀ । ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ନିଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ତାଲିବାନୀ ସଂଗଠନକୁ ବଡ଼ ଝଟକା ଦେଇଛି । ବ୍ରିଟିଶ ମାଗାଜିନ ଅନୁସାରେ ତାଲିବାନ୍ ସରକାରଙ୍କ ସର୍ବେସର୍ବା ହିବତୁଲ୍ଲା ଅଖୁନ୍ଦଦାଙ୍କୁ ହତ୍ୟା କରିବା ସହ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ବନ୍ଧକ ରଖିଛନ୍ତି ।
ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ ହେବା ପରେ ମୁହଁ ଖୋଲିଛନ୍ତି ବଲିଉଡ ଷ୍ଟାର ସୋନୁ ସୁଦ୍ । ତାଙ୍କ ଫାଉଣ୍ଡେସନକୁ ଆସୁଥିବା ପ୍ରତ୍ୟେକ ଟଙ୍କା ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବାରେ ଖର୍ଚ୍ଚ ହେଉଛି । ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ସେ ଚାହାନ୍ତି ଏବଂ ଏହା ଜାରି ରହିବ ।
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମହନ୍ତ ଶିଷ୍ୟମାନଙ୍କ ସହ ଅପରାହ୍ନ ୧ଟାରେ ଭୋଜନ କରିଥିଲେ । ତା’ପରେ ପ୍ରତିଦିନ ଭଳି ବିଶ୍ରାମ କରିବା ପାଇଁ ନିଜ କୋଠରୀକୁ ପ୍ରବେଶ କରିଥିଲେ । ତବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହନ୍ତ ବାହାରକୁ ନଆସିବାରୁ ଚିନ୍ତିତ ହୋଇପଡ଼ିଥିଲେ ତାଙ୍କ ଶିଷ୍ୟମାନେ । ଶେଷରେ କବାଟ ଭାଙ୍ଗି ମହନ୍ତଙ୍କ କୋଠରୀରେ ପ୍ରବେଶ କରିଥିଲେ ।
ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୧ ତାରିଖ, ମଙ୍ଗଳବାର, କନ୍ୟା ୬ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ ଦ୍ୱିତୀୟାତିଥି, ରେବତୀ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓ୍ୱାଶିଂଟନରେ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ହ୍ୱାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ରାଜସ୍ଥାନ ରାଜନୀତରେ ନୂଆ ସମୀକରଣ ସମ୍ଭାବନା ନେଇ ମିଳିଲା ସଙ୍କେତ। କାହିଁକି ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଛି ଘନଘନ ଆଲୋଚନା ? କ’ଣ ହୋଇପାରେ ଏହାର ଉଦ୍ଦେଶ୍ୟ ?
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଞ୍ଚଲ୍ୟ । ଆଖଡ଼ା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ୟୁପି ପୋଲିସର ସୂଚନା ଅନୁଯାୟୀ, ବାଗମ୍ବରୀ ମଠର ଏକ କୋଠରୀରୁ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।
କେବଳ ଏତିକି ନୁହେଁ ଯେଉଁ ଖେଳାଳିମାନେ ୨୦୧୯-୨୦ ଘରୋଇ ସିଜନରେ ଭାଗ ନେଇଥିଲେ, ସେମାନଙ୍କୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଫି’ ପ୍ରଦାନ କରାଯିବ। ୨୦୨୦-୨୧ ସିଜନ୍ ବାତିଲ ହେବା କାରଣରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।
ପାଣିରେ ଉବୁଟୁବୁ କୋଲାକତା । ଲଗାଣ ବର୍ଷାରେ ବେହାଲ ସିଟି ଅଫ ଜୟ । ସଲ୍ଟ ଲେକ୍, ପାର୍କ ଷ୍ଟିଟ୍, ଟଲିଗଞ୍ଜ ଭଳି ଏକାଧିକ ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ବିଶେଷ ଭାବେ ହାୱଡା ଅଞ୍ଚଳରେ ସ୍ଥିତି ବିଗିଡ଼ିଛି ।
ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାଁରେ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାର କରିଥିଲେ ମାନହାନୀ ମକଦ୍ଦମା । ଏହି ମାମଲାରେ ଆଜି ଉଭୟ କଙ୍ଗନା ଓ ଅଖତାର ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।
ମଦର ନିଶାରେ ମାନବିକତା ଭୁଲିଗଲା ମା। ୮ ବର୍ଷର ଝିଅ ପ୍ରତି ସାଜିଗଲା ନିର୍ଦୟ। ଚଳନ୍ତା କାର ସହିତ ଘୋଷାଡି ନେଲା ଝିଅକୁ। ଫଳରେ ଝିଅଟି ଗୁରୁତର ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଆମେରିକାର କାଲିଫର୍ନିଆରୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା। ଝିଅଟିର ଏତିକି ଭୁଲ୍ ଥିଲା ଯେ ସେ ତା’ର ମଦ୍ୟପ ମା’କୁ କାର୍ ଚଳାଇବା ନେଇ ଅଟକେଇଥିଲା। ଏଥିରେ ମହିଳା ଜଣକ ରାଗିଯାଇ ଏଭଳି କରିଥିଲେ।
ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜିନ୍ଦର୍ ପାଲ୍ ସିଂହ ଭାଟିଆଙ୍କ ମୃତଦେହ ଉଦ୍ଧାର । ତାଙ୍କ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ମାମଲାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲ୍ରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା।
ମୃତ୍ୟୁ ପରେ ନୂଆ ଜୀବନ ପାଇଲେ କ୍ୟାଥି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଭଗବାନଙ୍କ ଛତ୍ରଛାୟା ଯଦି ମଣିଷ ଉପରେ ରହେ ତେବେ ମଣିଷ ଯମଦ୍ୱାରରୁ ମଧ୍ୟ ଫେରି ଆସିଥାଏ ।
ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ। କେଉଁ କେଉଁ ସ୍ଥାନ ଏଲିଏନ୍ କାରଣରୁ ତ ପୁଣି କେଉଁ ସ୍ଥାନ ଭୂତମାନଙ୍କ କାରଣରୁ ରହସ୍ୟମୟ ଭାବରେ ବିବେଚନା କରାଯାଏ। ଭାରତରେ ମଧ୍ୟ ଏପରି ଏକ ହ୍ରଦ ଅଛି ଯାହାର ରହସ୍ୟ ଅତ୍ୟନ୍ତ ଭୟାନକ। ଯିଏ ଏଠାକୁ ଯାଆନ୍ତି ଆଉ ଫେରନ୍ତି ନାହିଁ। ବିଶେଷଜ୍ଞମାନେ ଏହି ହ୍ରଦର ରହସ୍ୟ ଆଜି ପର୍ଯ୍ୟନ୍ତ ଜାଣିପାରି ନାହାଁନ୍ତି। ଏହି ହ୍ରଦ ଭାରତ ଏବଂ ମିଆଁମାର ସୀମାରେ ଅବସ୍ଥିତ।
ଟୋକିଓ ଅଲିମ୍ପିକ୍ସ ୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବେ ବେସ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ବିଜ୍ଞାପନରେ ନୀରଜଙ୍କ ଅଭିନୟ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଅଲିମ୍ପିଆନ୍ ନୀରଜ ଚୋପ୍ରା ତାଙ୍କର ନୂତନ ବିଜ୍ଞାପନ ଭିଡିଓ (ନୀରଜ ଚୋପ୍ରା ଏଡି) ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ବିଜ୍ଞାପନରେ ନୀରଜ ଅଲଗା ଅଲଗା ଭୂମିକାରେ ଅଭିନୟ କରି ସୁନାର ଦାମ୍ ବିଷୟରେ କହୁଥିବାର ନଜର ଆସିଛନ୍ତି ।
ବ୍ରିଟେନ୍ରେ ପୁଣି କାୟା ବିସ୍ତାର କଲାଣି କରୋନା । ଆମେରିକା ପରେ ବ୍ରିଟେନରେ ମଧ୍ୟ ସ୍କୁଲ୍ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏହାପରେ ସଂକ୍ରମଣ ବଢ଼ିଥିବା କୁହାଯାଉଛି ।
ବିହାରରେ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ଆର୍ପିଏଫ୍ ଯବାନ (ଆର୍ପିଏଫ୍ କନ୍ଷ୍ଟେବଲ୍ ଭାଇରାଲ୍ ଭିଡିଓ) ରେଳ ଷ୍ଟେସନ୍ରେ ପଡ଼ିଥିବା ଅସହାୟ ତଥା ବୃଦ୍ଧଙ୍କୁ ସେବା କରୁଥିବା ଦେଖାଯାଇଛି। ଆର୍ପିଏଫ୍ ଯବାନ ନିଜେ ଏହି ବ୍ୟକ୍ତିଙ୍କୁ ସାବୁନରେ ଗାଧୋଇ ଦେଇଛନ୍ତି ଏବଂ ପରେ ତାଙ୍କୁ ସଫା ସୁତୁରା କରି ଏକ ପୋଷାକ ପିନ୍ଧେଇ ଦେଇଛନ୍ତି। ଏହି ଭିଡିଓରେ ପୋଲିସର ଏକ ଭିନ୍ନ ଭୂମିକା ଦେଖିବାକୁ ମିଳୁଛି।
କଟକ ବାରବାଟୀ ଷ୍ଟାଡିୟମ୍ରେ ହେବ ଆର୍ନ୍ତଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ । ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍ ।
ଧନିଆରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଧନିଆରେ ଭିଟାମିନ୍-ଏ,ସି ବ୍ୟତିତ ଅନେକ ପୋଷକ ତତ୍ୱ ଭରି ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଧନିଆରେ ପ୍ରସ୍ତୁତ କାଡ଼ାକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଆସନ୍ତୁ ଜାଣିବା ଧନିଆର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ ।
ଜଣେ ମହାକାଶଚାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ନିଜେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ଟ୍ୱିଟର ଆକାଉଣ୍ଟ @ Thom_astro ଙ୍କ ଦ୍ୱାରା ସେୟାର କରାଯାଇଛି।