ପଶ୍ଚିମବଙ୍ଗ ଭବାନୀପୁର ଉପ-ନିର୍ବାଚନରେ ମମତା ବାନାର୍ଜୀଙ୍କୁ କଡା ଟକ୍କର ଦେବାକୁ ବିଜେପି ଚଲାଇଛି ଜୋରଦାର କ୍ୟାମ୍ପେନ। ମମତାଙ୍କ ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ନିଜ ପ୍ରଚାର ଅଭିଯାଜକୁ ଜୋରଦାର କରିଛନ୍ତି। ଆଜି ପ୍ରିୟଙ୍କାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ
ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦି ଆମେରିକା ଯାଇଛନ୍ତି ବୋଲି ସେ ଟୁଇଟ୍ କରିଛନ୍ତି। ଏହି ଗସ୍ତ ଅବସରରେ ସେ କ୍ୱାଡ୍ ବୈଠକରେ ଯୋଗ ଦେବା ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।
ବଲ୍ଲଭଗଡ ନିକଟ ଦିଲ୍ଲୀ-ହରିୟାଣା ସୀମାରେ ନୂଆ କୃଷି ଆଇନକୁ ଚାଷୀ ବିରୋଧ କରୁଥିବା ବେଳେ ସେଠାରେ ଅନେକ୍ ପୋଲିସ ମୁତୟନ କରାଯାଇଛି। ଏନେଇ ରାସ୍ତାରେ ଭିଡ ଦେଖା ଦେଇଛି। ଏହି ଟ୍ରାଫିକ୍ ଜାମକୁ ଦୂର କରିବା ପାଇଁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ଅଧିକାରୀଙ୍କୁ ହଟିବା ନେଇ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଛି।
ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ । ମହନ୍ତଙ୍କ ଇଚ୍ଛା ଅନୁଯାୟୀ ବାଗମ୍ବରୀ ଆଶ୍ରମ ପରିସରରେ ଭୂ-ସମାଧି ସହ ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଶ୍ରମ ପରିସରରେ ଥିବା ଲେମ୍ବୁ ଗଛ ନିକଟରେ ତାଙ୍କୁ ଭୂ-ସମାଧି ଦିଆଯାଇଛି। ପୂର୍ବରୁ ଏଠାରେ ତାଙ୍କ ଗୁରୁ ଭଗବାନ ଗିରିଙ୍କୁ ସମାଧି ଦିଆଯାଇଥିଲା।
ଅନେକ କ୍ଷେତ୍ରରେ ଚମତ୍କାର ଘଟିଥିବାର ଆପଣ ନିଶ୍ଚୟ ଦେଖିଥିବେ। ଯାହା ସାଧାରଣ ଭାବେ ବିଶ୍ୱାର କରି ହୁଏନି ତାହାକୁ ଚମତ୍କାର କୁହାଯାଏ। ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ଏବେ ଆଉ ଏକ ଚମତ୍କାର ଘଟଣା ଇଟାଲୀରୁ ସାମ୍ନାକୁ ଆସିଛି। ଇଟାଲୀର ସର୍ଡିନିଆର ଏକ ଟ୍ୟାଙ୍କରେ ଦୁଇ ମହିଳା ମାଛ ଏକ ସାର୍କକୁ ଜନ୍ମ ଦେଇଛନ୍ତି।
ଇନ୍ଷ୍ଟାଗ୍ରାମ୍ରେ ନିଆଁ ଲଗେଇଛନ୍ତି ବୋଲ୍ଡ କୁଇନ୍ ଇଲିଆନା ଡି’କ୍ରୁଜ୍। ନିଜର ସନ୍ ବାଥ୍ ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବା ଇଲିଆନାଙ୍କୁ ଇନଷ୍ଟାଗ୍ରାମରେ ୧୩.୧ ମିଲିୟନ ଲୋକ ଅନୁସରଣ କରୁଛନ୍ତି। ଏହି ଅଭିନେତ୍ରୀ ପ୍ରାୟ ସମୟରେ ପ୍ରଶଂସକଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ସେୟାର କରନ୍ତି। ସେ ନିଜ ବୋଲ୍ଡ ଫଟୋ ସହିତ ଇଣ୍ଟରନେଟ୍ରେ ଅନେକ ସମୟରେ ହଇଚଇ ସୃଷ୍ଟି କରନ୍ତି।
କେମିତି ବିଶ୍ୱ ସମୁଦାୟ ତାଲିବାନକୁ ସମର୍ଥନ କରିବ ସେଥିପାଇଁ ଅବିରତ ଉଦ୍ୟମ ଚଲାଇଛି ପାକିସ୍ତାନ୍। କିନ୍ତୁ ତାଲିବାନ୍ ପାକିସ୍ତାନର ଏହି ଉଦ୍ୟମକୁ ଅଣଦେଖା କରି ପାକିସ୍ତାନକୁ ବାରମ୍ବାର ଧମକାଇବାରେ ଲାଗିଛି।
ଛୋଟ ପରଦାରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା । ଜାତୀୟ ସ୍ତରର ଘରୋଇ ଟିଭି ଚ୍ୟାନେଲ ଷ୍ଟାର ପ୍ଲସ୍ର ନୂଆ ହିନ୍ଦୀ ଧାରାବାହିକ ବିଦ୍ରୋହୀର ପ୍ରୋମୋକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏଥିରେ ଇଂରେଜ ଶାସନ କାଳରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କର ଲଗାଯିବା କାହାଣିକୁ ସ୍ଥାନୀତ କରାଯାଇଥିବା କୁହାଯାଉଛି ।
ରାଷ୍ଟ୍ରୀୟ ମ୍ୟାଲେରିଆ ଅନୁସନ୍ଧାନ ସଂସ୍ଥାନ ଖାଲି ଥିବା ପ୍ରୋଜେକ୍ଟ ଟେକ୍ନିକାଲ ସପୋର୍ଟ ସହିତ ବିଭିନ୍ନ ପଦରେ ଭର୍ତ୍ତି କରିବା ପାଇଁ ନୋଟିଫିକେଶନ ଜାରି କରିଛି। ଇଚ୍ଛକ ପ୍ରାର୍ଥୀ ଏହି ପଦବୀ ପାଇଁ ସଂପୃକ୍ତ ବିଭାଗର ୱେବସାଇଟ www.nimr.orgରେ ଆବେଦନ କରିପାରିବେ।
ଶାଢ଼ୀ ପିନ୍ଧିଥିଲେ ବୋଲି ରେସ୍ତୋରାଁ ମଧ୍ୟକୁ ପ୍ରବେଶର ଅନୁମତି ମିଳିଲା ନାହିଁ ଜଣେ ମହିଳାଙ୍କୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଏହି ଘଟଣା। ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି ମହିଳା ଜଣକ ନିଜର ପୁରୁଷଷ ବନ୍ଧୁଙ୍କ ସହିତ ରେସ୍ତୋରାଁ ମଧ୍ୟକୁ ଯିବା ସମୟରେ ଏହି ଘଟଣା ଘଟିଛି।
IPLରେ ପୁଣି କରୋନା କାୟା । ମହାମାରୀ କରୋନା ଭୟରେ ଅଧାରୁ ବନ୍ଦ ହୋଇଥିବା IPL ପୁଣି ଥରେ ଆରମ୍ଭ ହେଉ ହେଉ କରୋନା ଜାଲରେ ଫଶିଲାଣି । IPL ୨୦୨୧ରେ ଏବେ ପୁଣି ବାଧକ ସାଜିଛି କରାଳ ରୂପି କରୋନା ମହାମରୀ ।
ଟିଭିର ଷ୍ଟଣ୍ଟ ଆଧାରିତ ପ୍ରସିଦ୍ଧ ରିଅଲିଟି ଶୋ 'ଖତରୋଁ କେ ଖିଲାଡି ୧୧' ରେ ଅର୍ଜୁନ ବିଜଲାନି ବିଜେତା ହୋଇଛନ୍ତି। ଏନେଇ ଶୋ’ର ବିଜେତାକୁ ନେଇ କରାଯାଉଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ତେବେ ଟେଲିକାଷ୍ଟ ପୂର୍ବରୁ ଅର୍ଜୁନଙ୍କ ପତ୍ନୀ ନେହା ତାଙ୍କ ସ୍ୱାମୀ ବିଜଲାନିଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରି ଏହାର ସୂଚନା ଦେଇସାରିଥିଲେ। ଏହି ଶୋ’ରେ ଅର୍ଜୁନ ଜଣେ ଦୃଢ ପ୍ରତିଯୋଗୀ ଭାବରେ ଉଭା ହୋଇଛନ୍ତି।
ଭାରତର ତୀବ୍ର ପ୍ରତିବାଦ ପରେ ନରମିଲା ବ୍ରିଟେନ । ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ କୋଭିସିଲ୍ଡ ଟିକାକୁ ନେଇ ବ୍ରିଟେନ ତାର ପୂର୍ବ ନିଷ୍ପତ୍ତି ବଦଳାଇଲା। ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ ।
ଭାରତ ସଂଲଗ୍ନ ତିବତ୍ତ ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ପରିବାରର ୧୮ ରୁ ୪୦ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ଚୀନ୍ ସୈନ୍ୟରେ ଯୋଗଦେବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୧୮ ବର୍ଷ ବୟସ ପରେ ସୈନ୍ୟରେ ଯୋଗ ଦେବା ପାଇଁ ଯୁବପୀଢିଙ୍କୁ ପଞ୍ଜୀକୃତ କାରିବାକୁ ପଡୁଥିଲା, କିନ୍ତୁ ସୈନ୍ୟରେ ଯୋଗ ଦେବା ବାଧ୍ୟତାମୂଳକ ନଥିଲା। କିନ୍ତୁ ବର୍ତ୍ତମାନ୍ ଚୀନ ସରକାର ଚୀନର ନାଗରିକଙ୍କୁ ନୁହେଁ ବରଂ ତିବତ୍ତର ଲୋକଙ୍କୁ ସେନାରେ ଯୋଗ ଦେବା ଲାଗି ବାଧ୍ୟ କରୁଛି।
ଆଜି ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୪୬,୬୩୩ ଟଙ୍କାରେ କାରବାର ଚାଲିଛି।
ଅଶ୍ଳୀଳ ଫିଲ୍ମ ମାମଲାରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି। ତାଙ୍କୁ ଗିରଫ କରାଯିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗହନା ବଶିଷ୍ଠଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନେଇ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ତେବେ ଆବଶ୍ୟକତା ବେଳେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବା ନେଇ ସୁପ୍ରିମକୋର୍ଟ ଗହନାଙ୍କୁ ଆଦେଶ ଦେଇଛନ୍ତି।
ମରାଠୀ ଓ ହିନ୍ଦୀ ଫିଲ୍କରେ ଅଭିନୟ କରିଥିବା ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ତାଙ୍କ ବନ୍ଧୁ ଶୁଭମ ଦାଗେଙ୍କ ସହ କାର୍ରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ।
‘ରାଧେଶ୍ୟାମ୍’ ଷ୍ଟାରର୍ ସୁପରଷ୍ଟାର ପ୍ରଭାସ ଓ ପୂଜା ହେଗ୍ଡେଙ୍କ ମଧ୍ୟରେ ମତଭେଦ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ଫିଲ୍ମର ପ୍ରଯୋଜକ ଯୁବୀ କ୍ରିଏସନ୍ ଏନେଇ ସଫେଇ ଦେଇଛନ୍ତି। ସେମାନକ ମଧ୍ୟରେ ହୋଇଥିବା ମତଭେଦ ଖବରକୁ ସେ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ସେଟ୍ରେ ପୂଜା କିଛି ଅଶିଷ୍ଟ ବ୍ୟବହାର ଦେଖେଇଥିଲେ। ତାଙ୍କର ଏହି ବ୍ୟବହାର ପ୍ରଭାସଙ୍କୁ ଅସନ୍ତୁଷ୍ଟ କରିଥିଲା।
ଚଳିତ ବର୍ଷ ନଭେମ୍ବରରେ ମହିଳାଙ୍କୁ National Defence Academy (NDA) ପରୀକ୍ଷାରେ ସାମିଲ କରାଇବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। NDA ପ୍ରବେଶିକା ପରୀକ୍ଷାରେ ମହିଳାଙ୍କୁ ସାମିଲ ନେଇ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବିଶାଖାପାଟନମର ଭାଗ୍ୟଲକ୍ଷ୍ମୀଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଆଇଭିଏଫ୍ ପଦ୍ଧତିରେ ସେ ଦୁଇଟି ଯମଜ ଶିଶୁର ମା’ ହୋଇଛନ୍ତି । ୨୦୧୯ ମସିହାରେ ସେପ୍ଟେମ୍ବର ୧୫ ତାରିଖରେ ଗୋଦାବରୀ ନଦୀରେ ଡଙ୍ଗାବୁଡି ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏଥିରେ ଭାଗ୍ୟଲକ୍ଷ୍ମୀ ତାଙ୍କର ଦୁଇ କୁନି ଝିଅଙ୍କୁ ହରାଇବା ସହ ୧୧ଜଣ ସମ୍ପର୍କୀୟଙ୍କୁ ହରାଇଥିଲେ ।
ଅଖିଳ ଭାରତୀୟ ଆଖଡ଼ା ପରିଷଦ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ହଟୁନି ସସ୍ପେନ୍ସ। ମୃତ୍ୟୁର ଦୁଇ ଦିନ ପରେ ଅର୍ଥାତ୍ ଆଜି ହେବ ଶବ ବ୍ୟବଚ୍ଛେଦ।
କୋଭିଡରେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶ୍ୱାସନା । ମହାମାରୀ କରୋନାରେ ଯେଉଁ ଛାତ୍ରଛାତ୍ରୀମାନେଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କର ଦେୟ ଛାଡ କରାଯିବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡରେ ଅଭିଭାବକଙ୍କୁ ହରାଇଥିବା ଛାତ୍ରଛାତ୍ରୀମାନେ ୨୦୨୧-୨୨ ଶିକ୍ଷା ବର୍ଷରେ ପରୀକ୍ଷା ଫି କିମ୍ବା ପଂଜୀକରଣ ଫି ଦେବେ ନାହିଁ
ଆଫଗାନିସ୍ତାନରେ ତାଲିବାନର ନୂଆ ସରକାରକୁ SAARC ସମ୍ମିଳନୀରେ ସାମିଲ କରାଯାଉ ବୋଲି ପାକିସ୍ତାନ ଚାହୁଁଥିଲା। ଫଳରେ ପାକିସ୍ତାନକୁ ତାଲିବାନର ସହଯୋଗ ମିଳିପାରିବ। ହେଲେ ପାକିସ୍ତାନର ଏହି ଚାଲ୍ ଶେଷରେ ଫସର ଫାଟିଛି।
୫ ଦିନିଆ ଆାମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଧାନମନ୍ତ୍ରୀ ଓ୍ୱାଶିଂଟନରେ ପହଞ୍ଚିବେ।
ଅସଲ ଚରିତ୍ର ଦେଖାଇଲା ତାଲିବାନ । ଏତେ ବିକ୍ଷୋଭ ଓ ଆନ୍ଦେଳନ ସତ୍ତ୍ୱେ ମନ୍ତ୍ରିମଣ୍ଡଳରେ ମିଳିଲାନି ଜଣେ ବି ମହିଳାଙ୍କୁ ସ୍ଥାନ । ବାହାରେ କାମ କରିବାକୁ ବି ମହିଳାଙ୍କୁ ମନା କରିଛି ଆତଙ୍କୀ ସଂଗଠନ । ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନର ଅନ୍ତରୀଣ ସରକାରକୁ ଇନକ୍ଲୁସିଭ୍ କରିବାକୁ ସବୁ ମହଲରେ ଦାବି ଉଠିଥିଲା । ତେଣେ ମହିଳା ଓ ସଂଖ୍ୟାଲଘୁଙ୍କୁ ସରକାରରେ ସାମିଲ କରାଯିବା ନେଇ ବି ଆଶା କରାଯାଉଥିଲା । ତେବେ ବିଶ୍ୱବାସୀଙ୍କ ଆସ୍ଥା ଜିତିବାରେ ପୁଣି ଫେଲ୍ ମାରିଛି ତାଲିବାନ ।