ବିଜୁଳି ସଙ୍କଟ ପାଇଁ ଚାଙ୍ଗଚୁନ୍ ଅଞ୍ଚଳରେ ଗତ ସପ୍ତାହରେ ବିଦ୍ୟୁତ୍ ଯୋଗାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା, ଯାହାଫଳରେ ଘର ଏବଂ କାରଖାନାକୁ ସମାନ ଭାବେ ବିଜୁଳି ଯୋଗେଇ ହେବ । ତେବେ ଏଠାରେ ରହୁଥିବା ଲୋକେ ଅନେକ ଅଭିଯୋଗ କରିଛନ୍ତି । ଅଳ୍ପ ସମୟ ବ୍ୟବଧାନରେ ପାୱାର କଟ୍ ହେଉଛି ବୋଲି ସେମାନେ କହିଛନ୍ତି ।
ପୂର୍ବ ଲଦାଖ୍ ପରେ ଉତ୍ତରାଖଣ୍ଡ ଉପରେ ଭୂମାଫିଆ ଚୀନର ନଜର । ଚୀନ୍ର ଷଡ଼ଯନ୍ତ୍ର ରୋକିବାକୁ ବିଶ୍ୱ ଏକଜୁଟ୍ ହେଉଥିବା ବେଳେ ଡ୍ରାଗନ୍ ପଡୋଶୀ ଦେଶ ଭାରତ ଉପରେ ବାରମ୍ବାର ଆଖି ପକାଉଛି । ପୂର୍ବ ଲଦାଖରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଚୀନ୍ ଉତ୍ତରାଖଣ୍ଡର ବାରାହୋଟି ଅଞ୍ଚଳରେ ଭାରତକୁ ଉସକାଇବା ଭଳି କାମ କରିଛି । ଚୀନ୍ ୧୦୦ରୁ ଅଧିକ ସେନା ସୀମା ପାର କରି ଭାରତରେ ଅନୁପ୍ରବେଶ କରି ଅନେକ ଭିତ୍ତିଭୂମି ନଷ୍ଟ କରିଦେଇଛନ୍ତି
ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଦେଶର ପାଣ୍ଠି ଖର୍ଚ୍ଚ କରୁଥିବା ପଡ଼ୋଶୀ ଦେଶରେ ବର୍ତ୍ତମାନ ବେକାରୀ ହାର ୧୬ ପ୍ରତିଶତ ପର୍ଯ୍ୟସ୍ତ ବୃଦ୍ଧି ପାଇଛି । ବେକାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକପ୍ରକାର ବିଫଳ ହୋଇଛନ୍ତି ।
ଆଫଗାନିସ୍ତାନ କ୍ଷମତା ହାସଲ କରିବା ପରେ ତାଲିବାନ ଶରିଆ ଆଇନକୁ କଡାକଡି କରିବାରେ ଲାଗିଛି। ପୂର୍ବତନ ସରକାରରେ ଥିବା ଲୋକ, ଆମେରିକାକୁ ସହାୟତା କରୁଥିବା ବ୍ୟକ୍ତି ଏବଂ ନାଶନାଲ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟଙ୍କୁ ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେଉଛି ତାଲିବାନ ସେନା ।
ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।
ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଲାୟନ ସହରରେ ଅନୁଷ୍ଠିତ ରେଷ୍ଟୁରାଣ୍ଟ ଓ ହୋଟେଲ ଟ୍ରେଡ ଫେୟାରକୁ ବୁଲିବାକୁ ଯାଇଥିଲେ। ସେଠାରେ ଲୋକଙ୍କ ସମାଗମ ବିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ। ବ୍ୟକ୍ତି ଜଣଙ୍କ ମାଡ଼ କରିଥିବା ଅଣ୍ଡା ଇମାନ୍ୟୁଏଲଙ୍କ କାନ୍ଧରେ ବାଜିଥିଲା
ରିଅଲିଟି ସୋ 'ଡ୍ୟାନ୍ସ + ୬'ର ପରବର୍ତ୍ତୀ ଏପିସୋଡରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଏକ ବିଶେଷ ଅତିଥି ଭାବରେ ଦେଖିବାକୁ ମିଳିବ। ରିଆଲିଟି ସୋ’ର ମଞ୍ଚରେ ସେ ‘ଇଶ୍କ ତେରା ତଡପାୱେ’ ଗୀତରେ ନାଚୁଥିବା ନଜର ଆସିବେ। ତେବେ କୌତୁହଳର କଥା ଏହା ଯେ ସେ କ୍ୟାପ୍ଟେନ୍ ଶକ୍ତି ମୋହନଙ୍କୁ ମଧ୍ୟ ପ୍ରେମ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ହୋଷ୍ଟ ରାଘବ ଜୁୟାଲ ବହୁତ ହାସ୍ୟାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ସେ ସେଟ୍ରେ ହୃଦୟ ଭାଙ୍ଗିବାର ନାଟକ କରୁଥିବା ନଜର ଆସନ୍ତି।
ଟି-୨୦ ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୧୪ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ୟୁଏଇରେ ମାତ୍ର ୧୦ ପ୍ରତିଶତ ଫ୍ୟାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ମିଡିଆ ରିପୋର୍ଟ ମୁତାବକ, ବିସିସିଆଇ ଓ ଏମିରେଟ୍ସ ବୋର୍ଡ ଫାଇନାଲରେ ବଡ଼ ସଂଖ୍ୟାରେ ଦର୍ଶକଙ୍କୁ ଡକାଇବାକୁ ଚାହାନ୍ତି।
ବେଳେ ବେଳେ ଭବିଷ୍ୟତକୁ ନେଇ ଚିନ୍ତା ଘାରେ ଯେ ଜୀବନରେ କ’ଣ କରିବାକୁ ହେବ। ଅନେକ ସମୟରେ ନିଷ୍ପତ୍ତି ମଧ୍ୟ ନେଇ ହୁଏନି। କିନ୍ତୁ ଉପରବାଲାର ନିର୍ଦ୍ଦେଶରେ ଆମ ଆଖପାଖରେ ଅନେକ ଈଶାରା ଆସେ। ଯିଏ ଏହି ଈଶାରାକୁ ବୁଝିନିଏ ସିଏ ଜୀବନର ପଥକୁ ଠିକ କରିନିଏ ଆଉ ହୋଇଯାଏ ଧନୀ। ଅମାଣ୍ଡା ନାମକ ଜଣେ ମହିଳାଙ୍କ ସହ ଠିକ୍ ଏପରି ହୋଇଛି। ତାଙ୍କ ଜୀବନରେ ଯେତେବେଳେ ଏଭଳି ଏକ ସମୟ ଆସିଲା, ଯେତେବେଳେ ଆଗକୁ ଆଉ କୌଣସି ରାସ୍ତା ଦେଖାଗଲା ନାହିଁ ସେତେବେଳେ ଏକ ବିସ୍କୁଟ୍ ହିଁ ତାଙ୍କୁ ରାସ୍ତା ଦେଖେଇଥିଲା
ଚାନ୍ଦିପୁରରୁ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ-ITRରୁ ଏହି ଅତ୍ୟାଧୁନିକ ମିଜାଇଲ୍ର ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପରୀକ୍ଷଣ କରାଯାଇଛି ।
ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି ।
ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ଲଢିବାକୁ ଯାଉଥିବା ଏଆଇଏମ୍ଆଇଏମ୍ ପ୍ରମୁଖ ଅସଦୁଦ୍ଦୀନ୍ ଓୱେସୀଙ୍କୁ ଟାର୍ଗେଟ୍ କରିଛି ଶିବସେନା। ମହାରାଷ୍ଟ୍ର ସରକାରର ମୁଖ୍ୟ ପାର୍ଟୀ ଓୱେସୀଙ୍କ ଉପରେ ଆକ୍ରମଣ କରି ବିଜେପିର ଅଣ୍ଡରଗାର୍ମେଣ୍ଟ ବୋଲି କହିଛି। ଅସଦୁଦ୍ଦୀନ ଓୱେସୀ ପରଦା ପଛରେ ରହି ବିଜେପିକୁ ସାହାଯ୍ୟ କରୁଛି ବୋଲି ଶିବସେନା କହିଛି।
ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ୍ ୱେବସାଇଟ୍ରୁ ଓ ସ୍ପେଶାଲ୍ ଆପ୍କୁ ଯାଇ ହେଲ୍ଥ ଆଇଡି ଖୋଲାଯାଇପାରିବ। ନିଜର ଆଧାର କାର୍ଡ, ମୋବାଇଲ୍ ଲମ୍ବର ଓ ଠିକଣା ଦେଇ ଏହି ଆଇଡି ଖୋଲାଯିବାର ବ୍ୟବସ୍ଥା ରହିଛି। ତେବେ ବାରମ୍ବାର କେନ୍ଦ୍ର ସରକାରଙ୍କ ଅନୁରୋଧ ସତ୍ତ୍ୱେ ଓଡ଼ିଶା ଏଯାଏଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନାହିଁ।
ସମଲିଙ୍ଗୀ ବିବାହକୁ ମିଳିଲା ପ୍ରଶାସନ ପକ୍ଷରୁ ମଞ୍ଜୁରୀ। ସମଲିଙ୍ଗୀ ବିବାହ ଉପରେ ଲୋକଙ୍କ ମତ ଜାଣିବା ପାଇଁ ରବିବାର ସ୍ୱିଜରଲ୍ୟାଣ୍ଡରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶର ଅଧାରୁ ଅଧିକ ଜନସଂଖ୍ୟାଙ୍କର ଏହି ପ୍ରସଙ୍ଗରେ କୌଣସି ଅସୁବିଧା ନାହିଁ ବୋଲି ସୂଚନା ମିଳିଛି। ପ୍ରାୟ ଦୁଇ-ତୃତୀୟାଂଶ ସ୍ୱିସ୍ ଭୋଟରଙ୍କ ମତଦାନରେ ଦେଶରେ ସମଲିଙ୍ଗୀ ବିବାହ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି।
ମାୟାବିନୀର ଫୋନ୍ ହ୍ୟାକିଂ ଖେଳ । ITR ତଥ୍ୟ ହାସଲ ପାଇଁ ବିଦେଶରୁ ପଡୁଥିଲା ହନିଟ୍ରାପ୍ର ଫାଶ । ୫ ଅଭିଯୁକ୍ତଙ୍କୁ ରୂପଲାବଣ୍ୟରେ ବଶ କରି କଣ୍ଢେଇ ଭଳି ନଚାଉଥିବା ରହସ୍ୟମୟୀ, ମୋବାଇଲ୍ ହ୍ୟାକିଂରେ ବି ମାହିର ଥିବାର ପ୍ରମାଣ ପାଇଛି ତଦନ୍ତକାରୀ ଟିମ୍ ।
ପ୍ରେମ ପାଇଁ ତୁଚ୍ଛ କଲେ ରାଜ ସମ୍ପତ୍ତି। ନିଜ କଲେଜ ବେଳର ବନ୍ଧୁଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ ଜାପାନର ରାଜକୁମାରୀ ମାକୋ। ଜଣେ ସାଧାରଣ ଯୁବକଙ୍କୁ ବିବାହ କରିବା ନିଷ୍ପତ୍ତି ନେଇ ସେ ଭାଙ୍ଗିଛନ୍ତି ପ୍ରଚଳିତ ହୋଇଆସୁଥିବା ଧରାବନ୍ଧା ନୀତିକୁ। ଏହା ସହିତ ପ୍ରେମ ଉପରେ ଅଦମ୍ୟ ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ସୂଚନା ମୁତାବକ ରାଜକୁମାରୀ ମାକୋ ତାଙ୍କ କଲେଜ ସହପାଠୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ତାଙ୍କୁ ମଧ୍ୟ ବହୁ ମୂଲ୍ୟ ହରେଇବାକୁ ପଡିଛି।
ଯୁଆଡେ ଅନାଇଲେ କାର୍ ଆଉ କାର୍ । ଆଖି ପାଉଥିବା ଯାଏଁ ଲମ୍ବିଛି ଲାଇନ୍ । ଭାରତ ବନ୍ଦ ଯୋଗୁଁ ଯାତାୟତରେ ଗୁରୁତର ବାଧା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀ-ଗୁରୁଗ୍ରାମ ରାଜକୋରି ବର୍ଡରରେ ।
ଭାରତ ବନ୍ଦକୁ ଦେଖି ରାଜଧାନୀ ଦିଲ୍ଲୀରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ହିଁ ଦିଲ୍ଲୀକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ଦିଲ୍ଲୀ ପୋଲିସ୍ ଓ ପାରାମିଲିଟାରୀ ଫୋର୍ସ ସୀମାରେ ମୁତୟନ କରାଯାଇଛି।
କ୍ରୁରତା ଓ ନିଷ୍ଠୁରତାର ସୀମା ଡେଇଁଗଲେ ଯୁବକ। ନିଜ ପୂର୍ବତନ ପ୍ରେମିକା ସହ କଲେ ଏଭଳି ବର୍ବରତା। ଯୁବତୀଙ୍କୁ ପ୍ରଥମେ ଧୂମ ମାଡ ମାରିବା ସହିତ ସୁଟ୍କେସ୍ ଭିତରେ ଭର୍ତ୍ତିକରି ଜଙ୍ଗଲରେ ଫିଙ୍ଗିଦେଇ ଆସିଲେ ଯୁବକ। ଅକାଳରେ ସୁଟ୍କେସ୍ ଭିତରେ ହିଁ ଚାଲିଗଲା ଯୁବତୀଙ୍କ ଜୀବନ। ଏହି ଘଟଣା ପରେ କୋର୍ଟ ଏହି ନିର୍ଦ୍ଦୟ ଯୁବକଙ୍କ ବିପକ୍ଷରେ ନେଇଛନ୍ତି କଡା କାର୍ଯ୍ୟାନୁଷ୍ଠାନ, ଶୁଣେଇଛନ୍ତି କଠୋର ଦଣ୍ଡ।
ବି-ଟାଉନରେ ଅଭିନେତ୍ରୀ ରକୁଲପ୍ରୀତ୍ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ରକୁଲ ତାଙ୍କ ନୂଆ ଚେହେରା ପାଇଁ ଏବେ ପୁରା ଅଲଗା ଦେଖାଯାଉଛନ୍ତି । ନିକଟରେ ଅଭିନେତ୍ରୀ ରକୁଲପ୍ରୀତ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସଂପୂର୍ଣ୍ଣ ଅଲଗା ଦେଖା ଯାଉଛନ୍ତି ।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଫିଟ୍ନେସ୍, ବ୍ୟାୟାମ୍ ଓ ଯୋଗକୁ ନେଇ କେତେ ସକ୍ରିୟ ତାହା ପ୍ରାୟ ସମସ୍ତେ ଜାଣନ୍ତି। ପ୍ରାୟ ସମୟରେ ସେ ତାଙ୍କର ଯୋଗ ଫଟୋ ଓ ଭିଡିଓ ଶେୟାର କରିବା ସହିତ ଲୋକଙ୍କୁ ଫିଟ୍ ରହିବା ନେଇ ପରାମର୍ଶ ଦେଇଥାନ୍ତି। ଏବେ ଶିଳ୍ପା ସେଟ୍ଟୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଦୁଇ ପିଲା ନଜର ଆସିଛନ୍ତି। ତେବେ ଏହି ଭିଡିଓ ସ୍ୱତନ୍ତ୍ର ହେବାର କାରଣ ହେଲା ଶିଳ୍ପାଙ୍କ ଦୁଇ ପିଲା ମଧ୍ୟ ମା’ଙ୍କ ପଥ ଅନୁସରଣ କରି ଯୋଗ କରୁଥିବା ଦେଖାଯାଇଛି।
ସହିଦ୍ ଭଗତ୍ ସିଂହଙ୍କ ଜନ୍ମଦିବସକୁ କେବଳ ଭାରତ ନୁହେଁ ବରଂ ପାକିସ୍ତାନ୍ରେ ମଧ୍ୟ ପାଳନ କରାଯାଇଛି। ପାକିସ୍ତାନ୍ର ଲାହୋରରେ ଆଜି ଏହି ଦିନକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଲାହୋରର ସୈୟଦା ଦୀପ୍ ପ୍ରତିବର୍ଷ ତାଙ୍କର ଜନ୍ମ ବାର୍ଷିକୀ ଏବଂ ଶହୀଦ ଦିବସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରି ଭାଗବତ ସିଂ ମେମୋରିଆଲ୍ ଫାଉଣ୍ଡେସନ୍ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ପାଇଁ ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିଆଲିଟି ସୋ ବିଗ୍ ବସ୍-୧୫ । ବିଗ୍ ବସ୍ ଶୋ' ର ଫ୍ୟାନ ମାନେ ବହୁ ପ୍ରତିକ୍ଷାର ସହ ଅପେକ୍ଷା କରିଥିବା ବେଳେ ଅତିଶୀଘ୍ର ଏହାର ଅନ୍ତ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୨ରେ ଏହି ଶୋ’ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଦର୍ଶକ ବିଗ୍ ବସ୍-୧୫ର ପ୍ରୋମୋ ଭିଡିଓ ଦେଖିବା ପରେ ଆହୁରି ଉତ୍ସାହିତ ହୋଇପଡିଛନ୍ତି । ତେବେ ଶୋ’ ର ଗ୍ରାଣ୍ଡ୍ ପ୍ରିମିୟର ପୂର୍ବରୁ ଶୋ’ ର ଆଉ ଏକ ପ୍ରୋମୋ ଭିଡିଓ ରିଲିଜ ହୋଇଛି ।
ବଲିଉଡ୍ ଅଭିନେତା ତୁଷାର କପୁର ଆଜିକାଲି ନିଜର କିଛି ଫଟୋକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ତୁଷାର କପୁର ସୋସିଆଲ୍ ମିଡିଆରେ ତାଙ୍କର ଏକ ସାର୍ଟଲେସ୍ ଫଟୋ ଶେୟାର କରିଥିଲେ। ଏହାକୁ ଦେଖି ଲୋକେ ତାଙ୍କୁ ଜମେଇକି କମେଣ୍ଟ କରିବା ଆରମ୍ଭ କରିଛନ୍ତି। ବିଗତ ଦିନର ସୁପର୍ଷ୍ଟାର୍ ଜିତେନ୍ଦ୍ରଙ୍କ ପୁଅ ତଥା ଟିଭି ଦୁନିଆ ଓ ବଲିଉଡର ଜଣାଶୁଣା ପ୍ରଯୋଜକ ଏକ୍ତା କପୁରଙ୍କ ଭାଇ ତୁଷାରଙ୍କ ଏହି ସାର୍ଟଲେସ୍ ଫଟୋ ଭାଇରାଲ୍ ହେବାରେ ଲାଗିଛି।
ପ୍ରାୟ ଦେଢ ବର୍ଷର ଦୀର୍ଘ ଅପେକ୍ଷା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଖୁସି ଖବର ଆସିଥିବା ଦେଖାଯାଇଛି। ମହାରାଷ୍ଟ୍ର ସରକାରଙ୍କ ସିନେମା ହଲ୍ ଖୋଲିବା ଘୋଷଣା ସହିତ ଅନେକ ବଡ ଚଳଚ୍ଚିତ୍ରର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହି କ୍ରମରେ ଅକ୍ଷୟ କୁମାରଙ୍କ “ରକ୍ଷା ବନ୍ଧନ” ଏବଂ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ “ଆଦିପୁରୁଷ” ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି।