• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

water baby
ୱାଟର୍ ସ୍କିଙ୍ଗ୍‌ରେ ଛଅ ମାସ ଶିଶୁର ବିଶ୍ୱ ରେକର୍ଡ

ଆମେରିକାରେ ମାତ୍ର ଛଅ ମାସର ଶିଶୁ ୱାଟର ସ୍କିଙ୍ଗରେ ବିଶ୍ୱ ରେକର୍ଡ କରିଛି। ସୋସିଆଲ ମିଡିଆରେ ଏହି ଶିଶୁର ଭିଡିଓ ଦିନକୁ ଦିନ ବେଶ ଭାଇରାଲ ହେବାରେ ଲାଗିଛି। ଆମେରିକାର ଉଟାହ୍ ରାଜ୍ୟର ପାୱେଲ୍ ହ୍ରଦରେ ୬ ମାସର ରିଚ୍ ହମ୍ଫ୍ରିଜ୍‌କୁ ୱାଟର ସ୍କିଙ୍ଗ୍ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ସାରା ବିଶ୍ୱରେ ଶିଶୁଟିର ସାହାସିକତାକୁ ବେଶ ପ୍ରଶଂସା କରାଯାଇଛି।

Sahdev again making headlines
ପୁଣି ଚର୍ଚ୍ଚାରେ ସହଦେବ : ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ୍‌

କିଛିଦିନ ପୂର୍ବରୁ ଇଣ୍ଟରନେଟ୍‌ରେ ଜଣେ ବାଳକ ଏମିତି ଧମାଲ କଲେ ଯେ ଯାହାଙ୍କ ଚର୍ଚ୍ଚା ସାରା ଦୁନିଆରେ ହୋଇଥିଲା। ଆପଣମାନେ ମଧ୍ୟ ଅନୁମାନ ଲଗେଇ ସାରିବେଣି ଯେ ଆମେ ସେହି ଭାଇରାଲ୍ ବୟ ସହଦେବଙ୍କ କଥା କହୁଛୁ, ଯାହାଙ୍କର ଗାଇବାର ଷ୍ଟାଇଲ୍‌ରେ ପୂରା ସୋସିଆଲ୍ ମିଡିଆ ଫିଦା ହୋଇଯାଇଥିଲା। ବର୍ତ୍ତମାନ ପୁଣି ଏକ ନୂଆ ଆଇଟମ୍‌ ସହ ସହଦେବ ଚର୍ଚ୍ଚାକୁ ଆସିଛନ୍ତି।

Imran Khan
ପୁଣି ଥରେ ପାକିସ୍ତାନକୁ ଅପମାନିତ କଲା ଆମେରିକା !

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡ଼ିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ମୋଦି ବାଇଡ଼େନଙ୍କୁ ଭେଟିଥିଲେ

Vacancies in BECIL
BECILରେ ଖାଲିପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

BECIL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ। ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ ବା BECILରେ ଚାକିରି କରିବାର ସୁଯୋଗ ନିଅନ୍ତୁ । ଏହା ଅଧିନରେ ଡାଟା ଏଣ୍ଟ୍ରି ଅପରେଟର, ସୁପରଭାଇଜର ସମେତ ଅନେକ ପଦବୀ ପାଇଁ ଆବେଦନ କରିପାରିବେ । ତେବେ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅକ୍ଟୋବର ୭ ପର୍ଯ୍ୟନ୍ତ ଖାଲି ପଡିଥିବା ପଦବୀ ପାଇଁ ଆବେଦନ କରିପାରିବେ।

Congress
କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ

ଅପେକ୍ଷାର ହେଲା ଅନ୍ତ, ଶେଷରେ କଂଗ୍ରେସରେ ଯୋଗଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ । ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଯୋଗଦେବା ନେଇ ସୂଚନା ମିଳିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଏହି ଦୁଇ ନେତା।

Shahid Kapoor shares funny dancing video
ପ୍ରଶଂସକଙ୍କୁ ହସେଇ ହସେଇ ବେଦମ କଲା ଶାହିଦଙ୍କ ଭିଡିଓ

ବଲିଉଡ୍‌ର ଚକୋଲେଟ୍ ବୟ ଶାହିଦ କପୁରଙ୍କ ହାସ୍ୟାତ୍ମକ କଥା ସମସ୍ତଙ୍କୁ ପ୍ରଭାବିତ କରିଥାଏ। ନିକଟରେ ପତ୍ନୀ ଓ ପିଲାଙ୍କୁ ନେଇ ଜଣେ ପ୍ରଶଂସଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନକୁ ନେଇ ଶାହିଦ ଏକ ମଜ୍ଜାଦାର ଉତ୍ତର ଦେଇଛନ୍ତି। ଏହା ସହିତ ପୁନର୍ବାର ଶାହିଦଙ୍କ ଫନୀ ଡ୍ୟାନ୍ସ ଭିଡିଓ ମଧ୍ୟ ଲୋକଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଶେୟାର କରି ଶାହିଦ ନିଜକୁ ଖୁସୀ କରିବାକୁ ଚେଷ୍ଟା କରିଛନ୍ତି।

Lata Mangeshkar Birthday
ଲତା ମଙ୍ଗେସକରଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ସ୍ୱର ସମ୍ରାଙ୍ଗୀ ଲତା ମଙ୍ଗେସଙ୍କର ଜନ୍ମଦିନ । ୯୨ ବର୍ଷ ବୟସରେ ପାଦ ଥାପିଛନ୍ତି ଲତା ଦିଦି। ପୁରା ବିଶ୍ୱରେ ଲତା ମଙ୍ଗେସକରଙ୍କର ବହୁତ ପ୍ରଶଂସକ ଅଛନ୍ତି । ତାଙ୍କ ଜନ୍ମଦିନ ଉପଲକ୍ଷେ ସାରା ବିଶ୍ୱରୁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ଶୁଅ ଛୁଟିଛି । ତେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲତା ମଙ୍ଗେସକରଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।

Bhool Bhulaiyaa 2
ସାମ୍ନାକୁ ଆସିଲା ‘ଭୁଲ୍ ଭୁଲୟା ୨‘ ର ମୋସନ୍ ପୋଷ୍ଟର୍; ଜଲୱା ଦେଖାଇଛନ୍ତି କାର୍ତ୍ତିକ୍ ଆର୍ୟନ୍

 ମହାରାଷ୍ଟ୍ର ସରକାରଙ୍କ ସିନେମା ହଲ୍ ଖୋଲିବା ଘୋଷଣା ନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଦୀର୍ଘ ନିଶ୍ୱାସ ଛାଡିଛନ୍ତି। କାର୍ତ୍ତିକ୍ ଆର୍ୟନ୍ ଅଭିନୀତ ‘ଭୁଲ୍ ଭୁଲୟା ୨' ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ନିକଟରେ ଅଭିନେତା କାର୍ତ୍ତିକ୍ ଆର୍ୟନ୍ ଫିଲ୍ମର ଏକ ନୂଆ ମୋସନ ପୋଷ୍ଟର ସହ ଦର୍ଶକଙ୍କ ଆଗରେ ଦେଖାଦେଇଥିଲେ।

PM Modi
ଦେଶକୁ ମିଳିଲା ସ୍ୱତନ୍ତ୍ର ଗୁଣବିଶିଷ୍ଟ ୩୫ ଫସଲର କିସମ : ମୋଦି କହିଲେ, ବଢ଼ିବ ଚାଷୀଙ୍କ ଆୟ

ଚାଷୀଙ୍କ ପାଇଁ ଖୁସି ଖବର । ଲୋକାର୍ପିତ ହୋଇଛି ସ୍ୱତନ୍ତ୍ର ଗୁଣବିଶିଷ୍ଟ ୩୫ ଫସଲର କିସମ । ଏହି କିସମ ଗୁଡିକରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦେଖାଦେଉଥିବା ପ୍ରଭାବକୁ ରୋକି ପାରୁଥିବା କ୍ଷମତା ସହ ଉଚ୍ଚ ପୋଷକ ତତ୍ତ୍ୱ ରହିଛି

Phased school reopening prioritises
‘ସ୍କୁଲ୍‌ ବନ୍ଦ ରହିବା କାରଣରୁ ୩୨୦ ନିୟୁତ ପିଲା ପ୍ରଭାବିତ’

କରୋନା କାରଣରୁ ବିଦ୍ୟାଳୟଗୁଡିକ ବନ୍ଦହୋଇ ରହିଛି। କେଉଁଠି ଅନ୍‌ଲାଇନ୍‌ରେ କ୍ଲାସ୍‌ ଚାଲିଛି ତ ପୁଣି କେଉଁଠି ନିଇ ଇଛାରେ ପିଲାଙ୍କୁ ଆସିବା ନେଇ ଅନୁମତି ଦିଆଯାଇଛି। ତେବେ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍‌) ର ବିଶେଷଜ୍ଞଙ୍କ କହିବାନୁସାରେ, ବିଦ୍ୟାଳୟଗୁଡିକ ପର୍ଯ୍ୟାୟ ଭିତ୍ତିରେ ଖୋଲିବାକୁ ଅନୁମତି ଦେବା ଉଚିତ। ଭାରତରେ ଦୀର୍ଘ ୫୦୦ ଦିନରୁ ଅଧିକ ସମୟ ଧରି ସ୍କୁଲ୍‌ ବନ୍ଦ ରହିବା କାରଣରୁ ପ୍ରାୟ ୩୨୦ ନିୟୁତ ପିଲା ପ୍ରଭାବିତ ହୋଇଛନ୍ତି ବୋଲି ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶିତ ଏକ ମତରେ ବିଶେଷଜ୍ଞମାନେ ୟୁନେସ୍କୋର ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

cm amarinder singh
ବିଜେପିରେ ସାମିଲ ହେବେ କି କ୍ୟାପଟେନ୍‌ !

ଦିଲ୍ଲୀ ଗସ୍ତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ। କ୍ୟାପଟେନ ଅମରିନ୍ଦର ସିଂ ଆଜି ଦିଲ୍ଲୀରେ ପହଞ୍ଚିବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି

Navjot Singh Sidhu
କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ପଦରେ ରହିବାର ୭୨ ଦିନ ପରେ ଇସ୍ତଫା ଦେଲେ ସିଦ୍ଧୁ। ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ସିଦ୍ଧୁ। ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ସାଲିସ କରିବିନି କହିବା ସହ କଂଗ୍ରେସ ଦଳ ପାଇଁ ସେବା ଜାରି ରଖବି ବୋଲି କହିଲେ ସିଦ୍ଧୁ।

 Zojila tunnel
ଏସିଆର ସବୁଠାରୁ ଲମ୍ବା ଟନେଲ୍ ଜୋଜିଲା : ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ

ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ । ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ନୀତିନ ଗଡ଼କରୀ । ଶ୍ରୀନଗରରୁ ଯାତ୍ରୀ ଏହି ଟନେଲ୍ ଦ୍ୱାରା ଖୁବ୍ ଶୀଘ୍ର ଓ ସୁରକ୍ଷିତ ଭାବେ ଲଦାଖ ପହଞ୍ଚିବେ । ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି

Gehana Vasisth slams Sherlyn Chopra
ଶର୍ଲିନ୍ ଚୋପ୍ରା ରାଜ କୁନ୍ଦ୍ରାଙ୍କୁ ପୂଜା କରିବା ଦରକାର : ଗହନା ବଶିଷ୍ଠ

ଯେବେଠାରୁ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲା ସାମ୍ନାକୁ ଆସିଛି ସେବେଠାରୁ ଶର୍ଲିନ୍ ଚୋପ୍ରା ଓ ଗହନା ବଶିଷ୍ଠଙ୍କ ମଧ୍ୟରେ ବିବାଦ ବଢିଯାଇଛି। ଦୁହେଁ ପରସ୍ପରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି। ଏବେ ପୁଣି ଥରେ ଗହନା ଶର୍ଲିନଙ୍କ ଉପରେ ବର୍ଷିଥିବା ଦେଖାଦେଇଛି। ସେ କହିଛନ୍ତି ଯେ ଶର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କୁ ପୂଜା କରିବା ଦରକାର।

gold price today
ପାର୍ବଣ ପୂର୍ବରୁ ବଢିଲା ସୁନା, ରୂପା ଦର

ଆଜି ଅର୍ଥାତ ମଙ୍ଗଳବାର ସୁନା ଦର ବୃଦ୍ଧି ପାଇଛି। ଆଜି ୨୪ କାରେଟ ୧୦ଗ୍ରାମ ଓଜନର ସୁନା ଦର ୪୬, ୨୮୦ ରହିଛି। ପୂର୍ବ ଦର ତୁଳନାରେ ୪୦ ଟଙ୍କା ବୃଦ୍ଧି ଘଟିଥିବା ଜଣାଯାଇଛି। 

Cornflakes
ଜଳଖିଆରେ ଖାଉଛନ୍ତି କର୍ଣ୍ଣ୍,ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ସକାଳ ଜଳଖିଆଠୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଠିକ୍ ଭାବେ ଡାଏଟ୍ ନେବା ଦରକାର । ବିଶେଷ କରି ଓଜନ କମାଇବା ପାଇଁ ପ୍ରତିଦିନ ଜଳଖିଆରେ କର୍ଣ୍ଣ୍ ଫ୍ଲେକ୍ସ ଖାଇବା ଦିନକୁ ଦିନ ବୃଦ୍ଧି ପାଇଛି । କର୍ଣ୍ଣ୍ ଫ୍ଲେକ୍ସ ଆମ ଭାରତୀୟ ଡାଏଟରେ ଏକ ବଡ଼ ଖାଦ୍ୟ ଭାବେ ସାମିଲ କରାଯାଏ । ତେବେ ଏହାକୁ ଖାଇବା ଦ୍ୱାରା ଶରୀରର ବହୁ ଲାଭ ସହତ ଅନେକ ପ୍ରକାରର କ୍ଷତି ମଧ୍ୟ ହୋଇପାରେ।

Pakistan home to 12 foreign terrorist organisations: CRS report
ପାକିସ୍ତାନରେ ୧୨ ଦୁର୍ଦ୍ଦଶ ଆତଙ୍କୀ ସଂଗଠନ, ୫ ସଂଗଠନର ଟାର୍ଗେଟ ଭାରତ : ରିପୋର୍ଟ

ଗୋଟିଏ କି ଦୁଇଟି ନୁହେଁ ପାକିସ୍ତାନ ପାଳୁଛି ୧୨ ଦୁର୍ଦ୍ଦଶ ଆତଙ୍କୀ ସଂଗଠନ । ଆତଙ୍କବାଦ ଉପରେ ଆମେରିକାର Congressional Research Service (CRS)ର ରିପୋର୍ଟରେ ପାକିସ୍ତାନ ସମ୍ପର୍କରେ ବଡ ଖୁଲାସା କରାଯାଇଛି। ପାକିସ୍ତାନରେ ୧୨ଟି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଥିବା ସହ ପ୍ରଶିକ୍ଷଣ ନେଉଥିବା ତଥ୍ୟରେ ପ୍ରକାଶ

covaxin
କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO

କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO।  ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

china-first-batch-of-aid
ଚୀନ୍‌କୁ ତାଲିବାନୀ ସରକାରଙ୍କ ଥ୍ୟାଙ୍କ୍ ୟୁ ! ଆଫଗାନିସ୍ତାନକୁ ପ୍ରଥମ ସହାୟତା ପଠାଇବେ ଜିନପିଙ୍ଗ୍ ସରକାର

ଚୀନ୍ ସରକାରଙ୍କ ତାଲିବାନୀ ପ୍ରେମ । ତାଲିବାନ ସରକାର ଗଠନ ପରେ ପ୍ରଥମ ସହାୟତା ପଠାଇବେ ଜିନପିଙ୍ଗ୍ ସରକାର । ଆଫଗାନିସ୍ତାନରେ ତାଲିବାନ ସରକାରକୁ ମାନ୍ୟତା ଦେବା ପରେ ୩୧୦ ଲକ୍ଷ ସହାୟତା ଘୋଷଣା କରିଥିଲା ଚୀନ୍  ।

Radhika Madan trolled for her dressing
ଏହା ମୋ ଶରୀର, ମୋର ଯାହା ଇଛା ମୁଁ ତାହା ପିନ୍ଧିବି : ରାଧିକା

ତିନି ବର୍ଷ ଭିତରେ ଅନେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖେଇଥିବା ରାଧିକା ନିଜର ସ୍ପଷ୍ଟବାଦୀ ଓ ବୋଲ୍ଡନେସ୍‌ ନେଇ ମଧ୍ୟ ବେଶ ଜଣାଶୁଣା। ସେ ନିଜର ପୋଷାକ ପରିପାଟ୍ଟୀ ନେଇ ଅନେକ ସମରେ ସୋସିଆଲ୍ ମିଡିଆରେ ଟ୍ରୋଲର ଶିକାର ହୋଇଥାନ୍ତି। ନିକଟରେ ଅଭିନେତ୍ରୀ ଏକ କଳା ରଙ୍ଗର ବ୍ରାଲେଟ୍ ଓ ହାଇ ବେଷ୍ଟେଡ୍ ସ୍ଲାକ୍ସ ପିନ୍ଧି ନଜର ଆସିଥିଲେ। ଏନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି। ଏନେଇ ସେ ଜମେଇକି ଏହି ଟ୍ରୋଲ୍ସର ଜବାବ ମଧ୍ୟ ଦେଇଛନ୍ତି।

big-success-for-security-forces
LoCରେ ସେନାକୁ ବଡ଼ ସଫଳତା : ପାକିସ୍ତାନୀ ଆତଙ୍କୀଙ୍କୁ ଜୀବନ୍ତ ଧରିଲେ ସୁରକ୍ଷାକର୍ମୀ

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଭାରତରେ ଆତଙ୍କୀ ଷଡଯନ୍ତ୍ର ପଣ୍ଡ କରିବା ସହ ଜୀବନ୍ତ ପ୍ରମାଣ ସେନା ହାତରେ ଲାଗିଛି । କାଶ୍ମୀରର ଉରିରେ ପାକିସ୍ତାନ ବିରୋଧରେ ଆତଙ୍କବାଦର ଜୀବନ୍ତ ପ୍ରମାଣ ମିଳିଛି । ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛି ।

LATA MANGESHKAR
ଆଜି ସ୍ୱର ସାମ୍ରାଜ୍ଞୀଙ୍କ ଜନ୍ମଦିନ : ପରିବାର ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ ଲତା

କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର ଆଜି ଜନ୍ମଦିନ । ୯୨ ବର୍ଷରେ ପାଦ ଦେଲେ ସ୍ୱର ସମ୍ରାଜ୍ଞୀ । ଲତା ମଙ୍ଗେଶକରଙ୍କ ନାମ ଆସିବା ମାତ୍ରେ ସମ୍ମାନରେ ମଥାନତ ହୋଇଯାଏ । କାରଣ ଲତାଙ୍କ ସ୍ୱରର ଯାଦୁ ସମସ୍ତଙ୍କୁ ବିମୋହିତ କରେ । କେବଳ ଭାରତରେ ନୁହେଁ, ସାରା ପୃଥିବୀରେ ଅଛନ୍ତି ତାଙ୍କର ଫ୍ୟାନ୍। । ଲତା ମଙ୍ଗେସକର ଛଅ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ମଖମଲି ସ୍ୱରରେ ଲୋକକୁ ବାନ୍ଧି ରଖିଥିଲେ

delhi riots is not sudden
ଦିଲ୍ଲୀ ଦଙ୍ଗା ଏକ ସୁଚିନ୍ତିତ ଷଡଯନ୍ତ୍ର-ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଫେବ୍ରୁଆରୀ ୨୦୨୦ରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ପୂର୍ବ ପ୍ରାୟୋଜିତ ବୋଲି କହିଛନ୍ତି। ଏକ ସୁଚିନ୍ତିତ ଉପାୟରେ ଏହାକୁ ଦଙ୍ଗା ରୂପ ଦିଆଯାଇଛି। କୌଣସି ଘଟଣାର ପ୍ରତିକ୍ରିୟା ସ୍ୱରୂପ ଏହି ଦଙ୍ଗା ହୋଇନାହିଁ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି। 

Tulsi plant
ଘରେ ତୁଳସୀ ଗଛ ଲଗାଉଥିଲେ କରନ୍ତୁ ନାହିଁ ଏସବୁ ଭୁଲ୍

ତୁଳସୀ ଗଛକୁ ହିନ୍ଦୁ ଧର୍ମ ଅନୁସାରେ ପୂଜା କରାଯାଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଘରେ ସାକାରତ୍ମକ ବାତାବରଣ ସୃଷ୍ଟି କରିଥାଏ ଏବଂ ନାକାରତ୍ମକ ଶକ୍ତିକୁ ନଷ୍ଟ କରିଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଗଛ ରହିଥାଏ । କିନ୍ତୁ ଏହି ଗଛକୁ ଲାଗାଇବା ପାଇଁ କେତେକ ନିୟମ ରହିଛି ଯାହା ଦ୍ୱାରା ଘରେ ଅନେକ ବାସ୍ତୁ ଦୋଷ ଦୂର ହୋଇଥାଏ ।

Power cuts hit homes in north-east China
ଚୀନରେ ବିଜୁଳି ସଙ୍କଟ ! କଳ କାରଖାନା ଓ ମଲ୍ ବନ୍ଦ, ପାଣି ଗରମ କରିବାକୁ ବାରଣ

ବିଜୁଳି ସଙ୍କଟ ପାଇଁ ଚାଙ୍ଗଚୁନ୍ ଅଞ୍ଚଳରେ ଗତ ସପ୍ତାହରେ ବିଦ୍ୟୁତ୍ ଯୋଗାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା, ଯାହାଫଳରେ ଘର ଏବଂ କାରଖାନାକୁ ସମାନ ଭାବେ ବିଜୁଳି ଯୋଗେଇ ହେବ । ତେବେ ଏଠାରେ ରହୁଥିବା ଲୋକେ ଅନେକ ଅଭିଯୋଗ କରିଛନ୍ତି । ଅଳ୍ପ ସମୟ ବ୍ୟବଧାନରେ ପାୱାର କଟ୍ ହେଉଛି ବୋଲି ସେମାନେ କହିଛନ୍ତି ।