ନା ତାଙ୍କ ପାଖରେ ଥିଲା ଅସ୍ତ୍ର, ନା ଶସ୍ତ୍ର ନା ଅତ୍ୟାଧୁନିକ ସରଞ୍ଜାମ। ତଥାପି ବିଶାଳ ଇଂରେଜ ଶାସନକୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିଲା ତାଙ୍କ ଆଦର୍ଶ ଆଉ ଚିନ୍ତାଧାରା। ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କ ସ୍ମୃତିଚାରଣ କରୁଛି।
ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧ ତାରିଖ, ତାରିଖ ଶନିବାର, କନ୍ୟା ୧୬ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ଅଶ୍ଳେଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ତାଲିବାନଙ୍କ ନୂତନ ନିର୍ଦ୍ଦେଶ ପରେ ଗଣମାଧ୍ୟମ କୌଣସି ପ୍ରସଙ୍ଗରେ ସନ୍ତୁଳିତ ରିପୋର୍ଟ ପ୍ରଦାନ କରିପାରିବ ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ମିଡିଆ ନିକଟକୁ ସେପଟି କୌଣସି ନିର୍ଦ୍ଦେଶ ଆସିନାହିଁ । ତାଲିବାନ ଅଧିକାରୀଙ୍କ ପ୍ରତିକ୍ରିୟା ନଆସିବା ପର୍ଯ୍ୟନ୍ତ ସେହି ପ୍ରସଙ୍ଗରେ କୌଣସି ପ୍ରକାରର ଖବର ପ୍ରକାଶ ପାଇବ ନାହିଁ ବୋଲି କହିଛନ୍ତି ହ୍ୟମାନ୍ ରାଇଟସ୍ର ଆସୋସିଏଟ୍ ଡାଇରେକ୍ଟର Patricia Gossman
ଡିଏନ୍ଏ ଟେଷ୍ଟ୍ କରିବା ବାଧ୍ୟତାମୂଳକ ନୁହେଁ । କୌଣସି ବ୍ୟକ୍ତିଙ୍କୁ ଡିଏନ୍ଏ ଟେଷ୍ଟ୍ ପାଇଁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଗୋପନୀୟତା ଅଧିକାରର ଉଲ୍ଲଂଘନ ଅଟେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ସର୍ବାନନ୍ଦ ।
ଦିଲ୍ଲୀ ଟ୍ରାଫିକ୍ ପୋଲିସର ସାହାସିକତାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଗାଡିର କାଗଜପତ୍ର ଯାଞ୍ଚ ବେଳେ ଖସି ପଳାଉଥିବା ବ୍ୟକ୍ତିକୁ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ ଅଟକାଇବାକୁ ଯାଇ ଦୀର୍ଘ ୧ କିଲୋମିଟର ଯାଏଁ ଚଳନ୍ତା ଗାଡିର ବନେଟ୍ରେ ବସିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ହରିୟାଣାରେ ପୁଣି ଚାଷୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ଝଜ୍ଜରରେ ଦୁଶ୍ୟନ୍ତଙ୍କ କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଚାଷୀ ।
ଭାରତରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଟିକାକୁ ବ୍ରିଟେନ ଅନୁମୋଦନ ଦେଇଛି। ହେଲେ ଏହାର ଡବଲ ଡୋଜ୍ ନେଇ ଯଦି କେହି ଭାରତୀୟ ବ୍ରିଟେନ ଯାଆନ୍ତି, ତା’ହେଲେ ବି ସେମାନଙ୍କୁ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସେଠାକାର ସରକାର କହିଛନ୍ତି।
ମିଳିତ ଜାତିସଂଘ (UN)ର ସଭାପତି ଆଣ୍ଟୋନିଓ ଗୁଟେରସ୍ ଏକ ସାଧାରଣ ବୈଠକରେ ଆଶ୍ଚର୍ଯ୍ୟଜନକ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବାନୁଯାୟୀ ମିଆଁମାର ସେନାର ଏକଛତ୍ରବାଦୀ ଶାସନ ଯୋଗୁଁ ଲୋକମାନେ ଅତିଷ୍ଠ ହୋଇପଡ଼ୁଛନ୍ତି ।
ଦିନକୁ ଦିନ ବଢୁଥିବା ଚାପ ଓ ମହାମାରୀ କାରଣରୁ ଘରେ ରହିବାକୁ ବାଧ୍ୟ ହେବା ଆମ ନିଦକୁ ଅଧିକ ପ୍ରଭାବିତ କରିଛି। ଭଲ ନିଦ ଅଭାବରୁ ଆମେ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରୁ, ଏହା ଆମ ହୃଦୟକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ। ବିଶେଷଜ୍ଞମାନେ ନିର୍ଦ୍ଦେଶ ଦେଇଛନ୍ତି ଯେ ରାତିରେ ୭ ରୁ ୧୦ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ଶରୀ ନିଜକୁ ସୁସ୍ଥ କରାଏ।
ଭାବନ୍ତୁ ଯେ ତୁମେ ଚିକିତ୍ସା ପାଇଁ ଏକ ଡାକ୍ତରଖାନାକୁ ଯାଇଛ ଏବଂ ସେଠାରେ ତୁମର ଭାବନା ପ୍ରକାଶ କରିବାବେଳେ ତୁମ ଆଖିରୁ ଲୁହ ଆସିଯାଉଛି, ଏନେଇ ତୁମେ ଫାଇନ ଦେବ କି? ଉତ୍ତର ନିଶ୍ଚିତ ନା ହେଇପାରେ। କିନ୍ତୁ ଗୋଟିଏ ଡାକ୍ତରଖାନାରେ ଏପରି ଘଟିଥିବା ଦେଖାଯାଇଛି। ଜଣେ ରୋଗୀ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନା ଆସିଥିଲେ। ଅସ୍ତ୍ରୋପଚାର ସମୟରେ ଭାବପ୍ରବଣ ହୋଇ କାନ୍ଦି ପକେଇଥିଲେ। ଯେତେବେଳେ ଡାକ୍ତରଖାନା ତରଫରୁ ତାଙ୍କୁ ବିଲ୍ ଦିଆଯାଇଥିଲା ସେଥିରେ ଭାବପ୍ରବଣତା ପ୍ରକାଶ କରିବା ନେଇ ଚାର୍ଜ ମଧ୍ୟ ପକାଯାଇଥିଲା।
ପାର୍ବଣର ଋତୁ ଆସିଯାଇଛି। ଏବେଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଚାଲିବ ବହୁତ ‘ସେଲ୍’। ନବରାତ୍ରୀ ଠାରୁ ଆରମ୍ଭ ହୋଇଥିବା ଏହି ‘ସେଲ୍’ ଗୁଡ଼ିକ ରହି ରହି ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ମଧ୍ୟରେ କମ୍ପାନୀଗୁଡିକ ବିଭିନ୍ନ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଭୁଆଁ ବୁଲେଇବେ। ଅନେକ ସମୟରେ ବହୁତ ଖୁସିରେ କରାଯାଇଥିବା ଏହି ସପିଂ ଦୁଃଖ ଦେଇଥାଏ, ଯେତେବେଳେ ଜଣାଯାଏ ଯେ ଶସ୍ତା ଜିନିଷ କିଣିବା ଲୋଭରେ ଆମେ ବହୁତ କ୍ଷତି ସହିଛେ।
ବିଶ୍ୱରେ କରୋନା ଭୟ ଦିନକୁ ଦିନ ବଢୁଥିବା ବେଳେ ଜାପାନରେ କରୋନା ସ୍ଥିତିରେ ଟିକେ ସୁଧାର ଦେଖିବାକୁ ମିଳିଛି। ଛଅ ମାସରୁ ଅଧିକ ସମୟ ଧରି ସଂକ୍ରମଣ ବଢୁଥିବା ବେଳେ ପ୍ରଥମ ଥର ପାଇଁ ଜାପାନ କରୋନା ଜୀବାଣୁ ସମ୍ବନ୍ଧୀୟ ସମସ୍ତ ଜରୁରୀକାଳୀନ ପରିସ୍ଥିତିରୁ କଟକଣାକୁ କୋହଳ କରାଯାଇଛି। ଦେଶ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସଂକ୍ରମଣରୁ ବାହାରି ଆସିଥିବାର ଜାପାନ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
କିଛି ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କୁ ନିଜର ଜୀବନ ମଧ୍ୟ ଭାବନ୍ତି। ସେମାନଙ୍କ ସୁଖରେ ସୁଖୀ ହେବା ସହ ଦୁଃଖରେ ଦୁଃଖୀ ମଧ୍ୟ ହୋଇଯାଆନ୍ତି। କେତେକ ଗୃହପାଳିତ ପଶୁପ୍ରେମୀ ସେମାନଙ୍କ ଗୃହପାଳିତ ପଶୁମାନଙ୍କ ସପିଂ ପାଇଁ ହଜାର ହଜାର, ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ କେତେକ ସେମାନଙ୍କୁ ଆରାମଦାୟକ ଜୀବନ ଦେବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଜଣେ ଗୃହପାଳିତ ପଶୁ ପ୍ରେମୀ ତାଙ୍କର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଏହି ବ୍ୟକ୍ତି ଭ୍ରମଣ ସମୟରେ ମଧ୍ୟ ତାଙ୍କ ପ୍ରିୟ କୁକୁରକୁ ତାଙ୍କ ପାଖରେ ରଖିବା ପାଇଁ ଏକ ବ୍ୟକ୍ତିଗତ ଜେଟ୍କୁ ମୋଡିଫିକେଶନ କରିଛନ୍ତି।
ନିଲାମି ପ୍ରକ୍ରିୟାରେ ଏୟାର ଇଣ୍ଡିଆକୁ ଟାଟା ସନ୍ସ ହାତେଇଥିବା ନେଇ ପ୍ରସାରିତ ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ନିଲାମି ପ୍ରକ୍ରିୟାରେ କିଏ ଜିତିଛି ସେନେଇ କୌଣସି ଘୋଷଣା ହୋଇନଥିବା କହିଛନ୍ତି ପୁଞ୍ଜି ପ୍ରତ୍ୟାହାର ଓ ସରକାରୀ ସଂପତ୍ତି ପରିଚାଳନା ବିଭାଗ ସଚିବ ।
ମିସ୍ ଡିଭା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧ ରେଜଲ୍ଟ ଘୋଷଣା ହୋଇଛି। ଚଣ୍ଡିଗଡ଼ର ୨୧ ବର୍ଷିୟା ସୁନ୍ଦରୀ ହରନାଜ୍ ସନ୍ଧୁ ଏହି ଟାଇଟଲ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଦେଶର ନେତୃତ୍ୱ ନେବେ। ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବରରେ ଇସ୍ରାଏଲର ଇଲିୟଟ୍ରେ ଅନୁଷ୍ଠିତ ହେବ। ଗତ ବର୍ଷ ମେକ୍ସିକୋର ଏଣ୍ଡ୍ରିୟା ମେଜା ବିଶ୍ୱସୁନ୍ଦରୀ ଟାଇଟଲ୍ ଜିତିଥିଲେ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଐତିହାସିକ ଡେ-ନାଇଟ୍ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଏକ ଚମତ୍କାର ଶତକ ହାସଲ କରିଥିଛନ୍ତି। ଏହା ହେଉଛି ମନ୍ଧାନାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ। ସେ ୧୮ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ମାତ୍ର ୧୭୦ ବଲରେ ଏହି ଶତକ ହାସଲ କରିଥିଲେ।
ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। କୃଷି ଆଇନ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚଳାଇ ଆସୁଥିବ ସଙ୍ଗଠନ କିଷାନ ମହାପଞ୍ଚାୟତକୁ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଆନ୍ଦୋଳନକାରୀମାନେ ରାଜପଥ ଅବରୋଧ କରି ସମଗ୍ର ସହରକୁ ଶ୍ୱାସରୁଦ୍ଧ କରିସାରିଲେଣି
ଫ୍ରଡ୍ କେସ୍ରେ ବଡିଉଡ୍ ଅଭିନେତା କରୀନା କପୁରଙ୍କ ଲଗ୍ଜରୀ କାର୍କୁ କେରଳ ପୁଲିସ୍ ଜବତ କରିଛି। କରୀନା କପୁରଙ୍କ ନାମରେ ଥିବା ପୋର୍ଚ୍ଚି ବକ୍ସଷ୍ଟର କାର୍ କେରଳର ଚେର୍ତଲା ପୁଲିସ୍ ଥାନାରେ ଗତ ଏକ ବର୍ଷ ହେବ ଠିଆହୋଇଛି। କେରଳର ଶ୍ରୀବାସ୍ତବ ଗ୍ରୁପ୍ ମାମଲାରେ ପୁଲିସ୍ ଏହି କାରକୁ ଜବତ କରିଥିଲା। ପୋଲିସର କହିବା କଥା ଯେ ଏପର୍ଯ୍ୟନ୍ତ ଏହି ଗାଡିର କାଗଜପତ୍ର ଦିଆଯାଇନି।
ଟେକ୍ସାସ୍ର ଜଣେ ବ୍ୟକ୍ତି କରୋନା ପରୀକ୍ଷା କରିବା ପରେ ହତବାକ୍ ହୋଇଗଲେ। କୋଭିଡ ଟେଷ୍ଟର ରିପୋର୍ଟକୁ ନୁହେଁ ବରଂ ବିଲ୍କୁ ଦେଖି ଚକିତ ହୋଇଗଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା ସତ କିନ୍ତୁ ବିଲ୍ ଆସିଥିଲା ୪୦ ଲକ୍ଷ ଟଙ୍କା।
ଯେଉଁ ଏୟାରଲାଇନସ ସଂସ୍ଥା ଟାଟା ସ୍ଥାପନ କରିଥିଲା, ଦୀର୍ଘ ୬୮ ବର୍ଷ ପରେ ପୁଣି ସେହି ସଂସ୍ଥାର ପୁଣି ତାହାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ। ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଆସିଥିଲା।
ଭାଙ୍ଗିବ ତାଲିବାନ୍ ଗଡ଼ । କାବୁଲ୍ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିବା ପାଇଁ ପ୍ରସ୍ତୁତରେ ଲାଗିପଡିଛି ପେଣ୍ଟାଗନ୍ । ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍ ୧୫’। ଶନିବାର ବା ଅକ୍ଟୋବର ୨ରେ ଶୋ’ର ଗ୍ରାଣ୍ଡ୍ ପ୍ରିମିୟର ହେବ। ସଲମାନ ଖାନ୍ଙ୍କ ଏହି ଶୋ’ରେ ଟିଭି ଜଗତର ଅନେକ ଜଣାଶୁଣା ଚେହେରା ନଜର ଆସିବେ। ଶୋ’ର ପ୍ରଶଂସକମାନେ ମଧ୍ୟ ‘ବିଗ୍ ବସ୍ ୧୫’କୁ ନେଇ ଉତ୍ସାହର ସହ ଅପେକ୍ଷା କରିଛିନ୍ତି। ଅନେକ ପ୍ରତିଯୋଗୀମାନଙ୍କର ପ୍ରୋମୋ ମଧ୍ୟ ରିଲିଜ୍ ହୋଇସାରିଛି। ଏବେ ଉମର ରିୟାଜ୍ ଓ ଡୋନାଲ ବିଷ୍ଟଙ୍କ ପ୍ରୋମୋ ମଧ୍ୟ ରିଲିଜ୍ ହୋଇଛି।
ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପୂର୍ବରୁ ନେହା ଧୂପିଆ ଏକ ପୂତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ତେବେ ବର୍ଭାବସ୍ଥାରେ ମଧ୍ୟ ପାରମ୍ପରିକ ନୀତିକୁ ଭାଙ୍ଗି ନେହା କାମ କରୁଛନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ ନେହା ନିଜର ଗର୍ଭଧାରଣ ହେତୁ ଅନେକ କାମ ହରେଇଛନ୍ତି।
୭୬ ବର୍ଷରେ ପାଦ ଦେଲେ ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଜନ୍ମଦିନ ଉପଲକ୍ଷେ ସେ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ବାର୍ତ୍ତା ଗହଣ କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।