ସୁସ୍ଥ ଶରୀର ପାଇଁ ହାଡ଼ ମଜବୁତ୍ ରହିବା ଦରକାର । ମଣିଷର ହାଡ଼ ୨୫ ବର୍ଷ ପର୍ଯ୍ୟନ୍ତ ମଜବୁତ ରହିଥାଏ । ଏହାପରେ ଶରୀରରେ କ୍ୟାଲସିୟମ କମିବାକୁ ଲାଗିଥାଏ । କ୍ୟାଲସିୟମ ଅଭାବରୁ ଆପଣ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି । ଛୋଟ ପିଲାଙ୍କ ଶରୀରରେ ହାଡ଼ର ବିକାଶ କରିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ ଓ ଭିଟାମିନ-ଡି ର ସଠିକ ମାତ୍ର ମଧ୍ୟ ଦେବା ଉଚିତ । ଭିଟାମିନ ଡି କ୍ୟାଲସିୟମକୁ ସଠିକ ମାତ୍ରାରେ ଶରୀରରେ ପହଞ୍ଚାଇବା ପାଇଁ କାମ କରିଥାଏ । ହାଡ଼କୁ ମଜବୁତ କରିବା ପାଇଁ ଏହି ସବୁ ଉପାୟ ଅବଲମ୍ବୋନ କରନ୍ତୁ ।
ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏହି ରେଭ୍ ପାର୍ଟି ବେଳେ ଉପସ୍ଥିତ ଥିଲେ। ଆର୍ଯ୍ୟନଙ୍କୁ ଏହି ପାର୍ଟିକୁ ଗେଷ୍ଟ ଭାବେ ଆମନ୍ତ୍ରଣ କରାଯାଇଥିଲା ବୋଲି ସୂଚନା ମିଳିଛି।
ଫୋକସ୍ରେ ଭବାନୀପୁର । ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ଭବାନୀପୁର ବିଧାନସଭା ଆସନ ନେଇ ଭୋଟ୍ ଗଣନା ଚାଲିଛି । ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ଲିଡ୍ରେ ଅଛନ୍ତି । ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଅଛନ୍ତି ମମତା ବାନାର୍ଜୀ ।
ଦେଶରେ କମୁଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ୨୨ ହଜାର ୮୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା । ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୮,୧୩,୯୦୩ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୮,୮୧୭ ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟା ମଧ୍ୟରେ ୨୫,୯୩୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଟ୍ୱିଟର୍କୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ୍ ? ରିଷ୍ଟୋର୍ ହେବ କି ବ୍ଲକ୍ ହୋଇଥିଲା ଆକାଉଣ୍ଟ୍ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ଫ୍ଲୋରିଡାର ଜଣେ ସଂଘୀୟ ଜଜଙ୍କୁ ଟ୍ୱିଟର ଆକାଉଣ୍ଟ ରିଷ୍ଟୋର୍ କରିବା କରିବାକୁ ଅନୁରୋଧ କହିଛନ୍ତି ।
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାଶ ହେବ କି ? କାହିଁକି ଓ କିପରି ଜୀବନ ହରାଇଲେ ମହନ୍ତ ? କିଏ ଉସକାଇଥିଲା ନା ସେ ବିଷାଦଗ୍ରସ୍ତ ଥାଇ ଏପରି ନିଷ୍ପତ୍ତି ନେଇଛନ୍ତି ? ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ କଡ଼ିକୁ କଡ଼ି ଯୋଡ଼ି ଛାନଭିନ୍ କରୁଛି ସିବିଆଇ ।
ସୁଧୁରୁନି ପଡ଼ୋଶୀ ଦେଶ, ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ବ୍ୟସ୍ତ । କେତେବେଳେ ଅନୁପ୍ରବେଶ ଉଦ୍ୟମ ତ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ ଆଉ ପୁଣି କେତେବେଳେ ବେଆଇନ୍ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ । ସୀମା ନିକଟସ୍ଥ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସର୍ବଦା ଚେଷ୍ଟା କରୁଛି ପାକିସ୍ତାନ ।
ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୩ ତାରିଖ, ରବିବାର, କନ୍ୟା ୧୭ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ମଘା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଦେଶରେ ବିଜୁଳି ସଙ୍କଟ ସମ୍ଭାବନା । ଘୋର ବିଜୁଳି ସଙ୍କଟ ଦେଇ ଗତି କରୁଥିବା ଚୀନ ପରି ଭାରତର ମଧ୍ୟ ସ୍ଥିତି ହୋଇପାରେ । ଅନେକ ଶିଳ୍ପ ଗୁଡିକର ବିଦ୍ୟୁତ୍ କାଟ୍ କରାଯାଉଛି । ଏହାର ପ୍ରଭାବ ଶିଳ୍ପ ଗୁଡିକର ଅର୍ଥ ବ୍ୟବସ୍ଥା ଉପରେ ପଡ଼ିପାରେ ବୋଲି କୁହାଯାଉଛି । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା ଦିଆଯାଇଥିବା କୋଇଲା ତଥ୍ୟର ମୂଲ୍ୟାଙ୍କନ କରି ବିଶେଷଜ୍ଞମାନେ ଏପରି ଚେତାବନୀ ଦେଇଛନ୍ତି
ଭବାନୀପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ ବିଜେପି ଯୁବ ଚେହେରା ପ୍ରିୟଙ୍କାଙ୍କ ମଧ୍ୟରେ ଲଢେଇ ଚାଲିଛି। ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବିଜେପି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ହାରିବା ପରେ ଭବାନୀପୁରରୁ ପୁଣି ନିର୍ବାଚନ ଲଢ଼ିଛନ୍ତି ମମତା। ତେଣୁ ଏହି ନିର୍ବାଚନ ପଶ୍ଚିମବଙ୍ଗ ରାଜନୀତିରେ ବେଶ ଗୁରୁତ୍ୱବହନ କରୁଛି।
ମୁମ୍ବାଇରେ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍ କରିଛି। ଘଟଣାରେ ଏନ୍ସିବି ୧୦ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ବଲିଉଡ୍ ସୁପରଷ୍ଟାରଙ୍କ ପୁଅ ରହିଛି।
ତାଲିବାନ୍ ଟାର୍ଗେଟ୍ରେ ଗଣମାଧ୍ୟମ । ଆଫଗାନ୍ରେ ସାମ୍ୱାଦିକଙ୍କ ଅବସ୍ଥା ଏବେ ଦିନ ମଜୁରିଆ ପାଲଟି ଯାଇଛନ୍ତି । ସେମାନଙ୍କ ଅବସ୍ଥା ଏତେ ହୀନ ହେଲାଣି ଯେ, ସେମାନଙ୍କୁ କୌଣସି ଚାକିରୀ ମିଳୁନାହିଁ । ବାଧ୍ୟ ହୋଇ ଶେଷରେ ସେମାନେ ଦିନ ମଜୁରୀଆ କାମ କରି ନିଜ ପେଟ ପୋଷୁଛନ୍ତି । ଆଫଗାନିସ୍ତାନର ବରିଷ୍ଠ ସାମ୍ବାଦିକ ହିଜବୁହ୍ଲା ଖାନଙ୍କ ଅନୁଯାୟୀ ଦେଶର ୮୦ ପ୍ରତିଶତ ଲୋକ ଏବେ ଭୋକବିକଳରେ ବଞ୍ଚିଛନ୍ତି । ଦେଶ ଚାଲାଇବା ପାଇଁ ତାଲିବାନ୍ ପାଖରେ ଅର୍ଥ ମଧ୍ୟ ନାହିଁ ।
ଡ୍ରାଗନ୍ ବଦମାସି କଲେ ମିଳିବ ବଜ୍ର ପ୍ରହାର। ଲଦାଖରେ ଭାରତୀୟ ସେନାକୁ ମିଳିଲା ବଜ୍ରର ବଳ। ପ୍ରଥମ ଥର ପାଇଁ ସେଠାରେ ମୁତୟନ ହେଲା K-9 ବଜ୍ର ରେଜିମେଣ୍ଟ୍ । ଏହି ବିଶାଳ ଯୁଦ୍ଧାସ୍ତ୍ରଗୁଡ଼ିକ ହେଉଛି K9 ବଜ୍ର ସେଲ୍ଫ ପ୍ରୋପେଲ୍ଡ୍ ହାଓ୍ୱିଟର
ଦେଶରେ ଦିଆଗଲା ୯୦ କୋଟିରୁ ଅଧିକ ଡୋଜ୍ କରୋନା ଟିକା। ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ୯୦ କୋଟି ଡୋଜ୍ ଟପିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଅନୁସନ୍ଧାନ ସ୍ଲୋଗାନ୍ ଦେଇଥିଲେ ଏବଂ କରୋନା ଭ୍ୟାକ୍ସିନ ସେହି ଅନୁସନ୍ଧାନର ଫଳ ବୋଲି ସେ ଲେଖିଛନ୍ତି ।
କୁହାଯାଏ ବିଦ୍ୟା ଦଦାତି ବିନୟମ୍, ବିନୟ ଦଦାତି ପାତ୍ରତମ। ସିଭିଲ ସର୍ଭିସ ପରୀକ୍ଷା (ୟୁପିଏସ୍ସି ପରୀକ୍ଷା ଫଳାଫଳ) ରେ ୫୨ତମ ସ୍ଥାମ ପାଇଥିବା ଆଶିଷ କୁମାର ମିଶ୍ର ଏହାକୁ ବାସ୍ତବତାରେ ଦର୍ଶାଇଛନ୍ତି। ସାଧାରଣତଃ ଶିଷ୍ୟମାନେ ସେମାନଙ୍କର ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରନ୍ତି। କିନ୍ତୁ ଯେତେବେଳେ ବିହାରର ପୁର୍ନିଆ ଜିଲ୍ଲାର ବାସିନ୍ଦା ଆଶିଷ ତାଙ୍କ ସ୍କୁଲ୍ର ଆୟାଙ୍କ ପାଦ ଛୁଇଁଲେ ଏବଂ ତାଙ୍କୁ ପ୍ରଣାମ କଲେ, ସେତେବେଳେ ତାଙ୍କ ଆଖିରୁ ଲୁହ ଝରିଗଲା।
କୃଷକଙ୍କୁ ମନାଇବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଉଦ୍ୟମ ଜାରି ରହିଛି। ଆନ୍ଦୋଳନ କରିଥିବା କୃଷକଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ବଡ ନିଷ୍ପତି ନେଇଛନ୍ତି ସରକାର। କୃଷି ବିଲ ପ୍ରତ୍ୟାହାର ଦାବିରେ ରେଲୱେ ଟ୍ରାକ୍ ଉପରେ ଧାରଣା ଦେଇଥିବା ଚାଷୀଙ୍କ ବିରୁଦ୍ଧରେ ମାମଲା ହୋଇଥିଲା
ଆଜିକାଲି ସୋସିଆଲ ମିଡିଆରେ ଜଣେ ଆଇମା’ଙ୍କ ପ୍ରେରଣାଦାୟକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଆଇ ମାଙ୍କ କାହାଣୀ ଜାଣିବା ପରେ ଆପଣ ବି ପ୍ରଶଂସା ନ କରି ରହିପାରିବେ ନାହିଁ। ୭୫ ବର୍ଷୀୟ କଲାୱନ୍ତୀ ଦୋଶୀଙ୍କ ପାଇଁ ଫାଫଡା (ଗୁଜୁରାଟୀ ଜଳଖିଆ) ତାଙ୍କ ପରିବାର ଚଳାଇବା ପାଇଁ ମାଧ୍ୟମ ହୋଇଛି। କଲାୱନ୍ତୀ ଗତ ୪୦ ବର୍ଷ ଧରି ଫାଫଡା ବିକ୍ରି କରିଆସୁଛନ୍ତି। ଏପରି ପରିଣତ ବୟସରେ ତାଙ୍କାର ଏଭଳି କାମ ନିଶ୍ଚିତ ପ୍ରେରଣାଦାୟକ।
ତାଲିବାନକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କେତେବେଳେ ନିଜ ଶାସନ ପାଇଁ ତ କେତେବେଳେ ନିଜ ମନ୍ତ୍ରୀମାନଙ୍କର କାର୍ଯ୍ୟ ପାଇଁ ତାଲିବାନ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଲିବାନ ହାତରେ ଲାଗିପାରେ ଅଣୁ ଅସ୍ତ୍ର। ଏମିତି ଏକ ସଙ୍ଗୀନ ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ୧୫୨ ତମ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି। ଗାନ୍ଧୀ ସମଗ୍ର ବିଶ୍ୱକୁ ଅହିଂସା ଭଳି ମନ୍ତ୍ର ଦେଇଥିଲେ ଯାହା ଆଜି ବି ପ୍ରାସଙ୍ଗିକ ଅଟେ। ସମଗ୍ର ବିଶ୍ୱରେ ଗାନ୍ଧିଜୀଙ୍କୁ ସ୍ମରଣ କରାଯାଏ। ସେ କିପରି ସତ୍ୟଗ୍ରହୀ ହେଲେ ଏବଂ ସେ କିପରି ବିଶ୍ୱକୁ ଅହିଂସା ଶିକ୍ଷା ଦେଲେ ତାହା ଜାଣିବା ପାଇଁ ପ୍ରୟାସ କରାଯାଏ। ଏତେ ସାଧା ସିଧା ହେବା ପରେ ମଧ୍ୟ, ବିନା କୌଣସି କରୀସ୍ମାରେ ଲୋକେ କିପରି ତାଙ୍କର ଭକ୍ତ ବନିଗଲେ ତାହା ବିଶ୍ୱସ୍ତରରେ ଚକିତ କରେ। ବାପୁଙ୍କ ସତ୍ୟଗ୍ରହର କାହାଣୀ ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିଲା ତାହା ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ସେ ସେଠାକୁ କିପରି ପହଞ୍ଚିଲେ ଖୁବ୍ କମ୍ ଲୋକ ଜାଣନ୍ତି।
ବହୁ ଚର୍ଚ୍ଚିତ ‘ଶୋ’ କନ୍ ବନେଗା କରୋଡ଼ପତି(କେବିସି)ରେ ଅଭିନେତା ପଙ୍କଜ ତ୍ରିପାଠୀ ନିଜର ବ୍ୟକ୍ତିଗତ ଜୀବନ ବଷୟରେ ଖୁଲାସା କରିଛନ୍ତି । ଏହି ସପ୍ତାହରେ କେବିସି ଶୁକ୍ରବାର ବିଶେଷ ଅଧ୍ୟାୟରେ ଅଭିନେତା ପଙ୍କଜ ତ୍ରିପାଠୀ ଓ ପ୍ରତୀକ ଗାନ୍ଧୀ ଅତିଥି ହୋଇ ଆସିଥିଲେ । ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ ରୋଷେୟା ଭାବରେ ହିଁ କାମ କରୁଥିଲେ ବୋଲି ପଙ୍କଜ ତ୍ରିପାଠୀ କହିଥିଲେ ।
ଜଳବାୟୁ ପରିବର୍ତ୍ତନ ପୃଥିବୀରେ ଅନେକ ପରିବର୍ତ୍ତନ ଆଣିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଏହାର ଚମକତା ହ୍ରାସ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୂର୍ବ ତୁଳନାରେ ପୃଥିବୀର ଚମକତା ହ୍ରାସ ପାଇଛି। ବର୍ତ୍ତମାନ ଆମ ପୃଥିବୀ କୋଡ଼ିଏ ବର୍ଷ ପୂର୍ବ ତୁଳନାରେ ବର୍ଗ ମିଟର ପ୍ରତି ଅଧା ୱାଟ କମ୍ ଆଲୋକ ପ୍ରତିଫଳିତ କରୁଛି। ଏହା ଫଳରେ ବିଶ୍ୱ ତାପମାତ୍ରାରେ ବୃଦ୍ଧି ପାଉଛି। ମହାସାଗରର ଉଷ୍ମ ଜଳ ଯୋଗୁଁ ଏଭଳି ହେଉଥିବା ଏହି ଅଧ୍ୟୟନରେ କୁହାଯାଇଛି।
ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ହେଲେ ନିଯୁକ୍ତ। ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଲେ ଏୟାର ମାର୍ଶାଲ ଦିଲୀପ। ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଏୟାର ମାର୍ଶାଲ ଦିଲୀପ। ଫାଇଟର ଜେଟ୍ ମିରେଜ୍ ପାଇଲଟ୍ ଭାବେ ଦିଲୀପଙ୍କ ଦକ୍ଷତା ମଧ୍ୟ ରହିଛି
ପୁଣି ବଢିଲା ସୁନା ଦର। ୧୦ ଗ୍ରାମ୍ ପ୍ରତି ପ୍ରାୟ ୫୦୦ ଟଙ୍କା ବଢିଛି ସୁନା ଦର। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ୧ ଅକ୍ଟୋବର ୨୦୨୧ ଶୁକ୍ରବାର ଦିନ ୦.୦୫ ପ୍ରତିଶତ ହ୍ରାସ ରେକର୍ଡ କରିଛି
ସକାଳୁ ଉଠିବା ମାତ୍ରେ ଆମେ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତି। କେମିତି ଓ କଣ ଖାଇବା? ସେନେଇ ଅନେକ ସମୟରେ ଆଲୋଚନା ହୋଇଥାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଖାଦ୍ୟକୁ ବେଶ୍ ଗୁରୁତ୍ୱ ଦିଅନ୍ତି। ଆଉ ଯେଉଁମାନେ ଖାଦ୍ୟ ପ୍ରିୟ ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଖାଇବା ପ୍ରତିଯୋଗିତା ଜିତିଲେ ଆପଣଙ୍କୁ ବି ମିଳିବ ୨୦ ହଜାର ଟଙ୍କାର ପୁରସ୍କାର
ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ବଲିଉଡରେ ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ୨୬ ବର୍ଷ ପୂର୍ବରୁ ସେ ଦର୍ଶକମାନଙ୍କୁ ଦେଇଥିଲେ ସବୁଠାରୁ ସୁପରହୀଟ୍ ସିନେମା ‘ରଙ୍ଗୀଲା’। ଏନେଇ ସେ ବର୍ତ୍ତମାନ ରଙ୍ଗୀଲା ଗାର୍ଲଭାବେ ପରିଚିତ। ଏହି ଫିଲ୍ମରେ ଉର୍ମିଲାଙ୍କ ଅଭିନୟ ଓ ତାଙ୍କ ପ୍ରଦର୍ଶନ ଉଭୟ ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲା। ନିକଟରେ ଉର୍ମିଲା ଏହି ଫିଲ୍ମ ପଛରେ ଥିବା କିଛି ଗୁପ୍ତ କଥାର ଖୁଲାସା କରିଛନ୍ତି।