• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Patanjali  sadhvi commits-suicide
ପତଞ୍ଜଳି ଯୋଗପୀଠରେ ଅଧ୍ୟୟନରତ ଜଣେ ସ୍ୱାଧ୍ୱୀଙ୍କ ଆତ୍ମହତ୍ୟା

ହରିଦ୍ୱାରସ୍ଥିତ ପତଞ୍ଜଳି କନ୍ୟା ଯୋଗପୀଠରେ ଅଧ୍ୟୟନ କରୁଥିବା ଜଣେ ସ୍ୱାଧ୍ୱୀ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ସେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ୨୪ ବର୍ଷର ଝିଅ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ପୋଲିସକୁ ଘଟଣାସ୍ଥଳରୁ ମିଳିଥିବା ସୁଇସାଡ୍ ନୋଟ୍‌ରେ ଜୀବନରେ ଅସନ୍ତୁଷ୍ଟ ଥିବା ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ବହାଦରାବାଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Navjot Singh Sidhu
ପଞ୍ଜାବ AG ଓ DGP ଙ୍କୁ ହଟାଇବା ଜିଦ୍‌ରେ ସିଦ୍ଧୁ

ପଂଜାବ ରାଜନୀତିକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ପୁଣି ଥରେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ସିଦ୍ଧୁ। କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁଣି ଥରେ ପଞ୍ଜାବ ସରକାର ଉପରେ ଆକ୍ରମଣ କରିଛନ୍ତି

Janhvi Kapoor in the lap of nature
ସାଙ୍ଗମାନଙ୍କ ସହିତ ଜଙ୍ଗଲ ଭ୍ରମଣରେ ଜାହ୍ନବୀ କପୁର

ଶ୍ରୀଦେବୀ ଲଳନା ତଥା ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ବୁଲାବୁଲିକୁ ବହୁତ ପସନ୍ଦ କରନ୍ତି। ନିଜ ସାଙ୍ଗସାଥିମାନଙ୍କ ସହିତ ୱିକେଣ୍ଡ ମସ୍ତିର ମୌକାକୁ ସେ କେବେ ବି ଛାତଛଡା କରନ୍ତି ନାହିଁ। ଏବେ ଜାହ୍ନବୀ ନିଜ ସାଙ୍ଗମାନଙ୍କ ସହିତ ଜଙ୍ଗଲରେ ବୁଲୁଛନ୍ତି। ଏହି ଭ୍ରମଣକାଳୀନ ସମୟରେ ସେ ଅନେକ ଫଟୋ ଉଠାଇବା ସହିତ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରୁଛନ୍ତି। ଏହି ଫଟୋଗୁଡିକରେ ଜାହ୍ନବୀ ପ୍ରକୃତିକୁ ଉପଭୋଗ କରୁଥିବା ନଜର ଆସନ୍ତି।

mamata banerjee
ବାଜି ମାରିଲେ ଦିଦି: ପୂର୍ବ ନିର୍ବାଚନରେ କାହିଁକି ହାରିଥିଲେ ସେନେଇ କଲେ ଖୁଲାସା

ବହୁମତ ସହ ଭବାନୀପୁର ଆସନରୁ ବିଜୟ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୫୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଏହି ବିଜୟ ହାସଲ କରିଛନ୍ତି

Aryan Khan
ବଲିଉଡ୍‌ରେ ଡ୍ରଗ୍ସ: ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟ୍ୟନ୍‌ ଖାନ୍‌ ଗିରଫ

ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ୍‌ ଖାନ୍‌ ଗିରଫ । ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାକୁ ନେଇ ଆର୍ୟ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଛି ପୋଲିସ । ଏନ୍‌ସିବିର ସ୍ପେସାଲ ଟିମ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

plitvice-lakes-croatia
ପ୍ଲିଟବିସ୍ ହ୍ରଦ: ଖଣିଜ ପଦାର୍ଥ ଅନୁଯାୟୀ ବଦଳିଯାଏ ଏହାର ରଙ୍ଗ

ବେଳେ ବେଳେ ପ୍ରକୃତିକୁ ଦେଖିଲେ ଆପେ ଆପେ କଥାଟି ମନକୁ ଆସିଯାଏ ଯେ, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ମନ ଭରେ ନାହିଁ । ଆଉ ଏକଥାକୁ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ କରେ କ୍ରୋଏଶିଆର ପ୍ଲିଟବିସ୍ ହ୍ରଦ ନ୍ୟାଶନାଲ୍ ପାର୍କ । ହ୍ରଦ ତ ସେମିତିରେ ବି ମନମୁଗ୍ଧକର । ହେଲେ ଏଠାରେ କଣ ବିଶେଷତା ରହିଛି । ଯାହା କାରଣରୁ ଏହା ବିଶ୍ୱ ଐତିହ୍ୟରେ ସାମିଲ ହୋଇପାରିଛି ।

Two accused arrested
ବ୍ୟାଟେରୀ ଚୋରି ସନ୍ଦେହରେ ନିର୍ଦ୍ଧୁମ ପିଟିଲେ : ବାପାଙ୍କ କୋଳରେ ଛଟପଟ ହୋଇ ମରିଗଲା ପୁଅ, ଦୁଇ ଅଭିଯୁକ୍ତ ଗିରଫ

ବ୍ୟାଟେରୀ ଚୋରି ସନ୍ଦେହରେ ବର୍ବରତା । ଯୁବକଙ୍କୁ ପିଟି ପିଟି ଜୀବନ ନେଇଗଲେ । ବାପା କୋଳରେ ମଥା ରଖି ଜୀବନ ରଖିଲା ପୁଅ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ପୁଅକୁ ବଞ୍ଚାଇପାରିଲେନି ବାପା । ଦୁଇ ଦିନ ପୂର୍ବରୁ ବ୍ୟାଟେରୀ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିବା ଅଭିଯୋଗରେ ମୁଜେସର ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

China
ପୁନର୍ଜନ୍ମରେ ବିଶ୍ୱାସ କରୁଛି ଚାଇନା !

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଚୀନ ମଧ୍ୟ ପ୍ରାଚୀନ ମିଶ୍ର ଭଳି ପୁର୍ନଜନ୍ମରେ ବିଶ୍ୱାସ କରୁଥିଲା । ଯେଉଁ ପ୍ରକାରରେ ପ୍ରାଚୀନ ମିଶ୍ରରେ ମୃତ ଶରୀର ସହ ଆବଶ୍ୟକୀୟ ଜିନିଷପତ୍ର ମହଜୁଦ ତଥା ସଂରକ୍ଷଣ କରି ରଖାଯାଉଥିଲା । ଠିକ୍ ସେହିଭଳି କିଛି ପ୍ରମାଣ ଚୀନରେ ମଧ୍ୟ ମିଳିଛି । ଆଉ ବିଶ୍ୱ ପ୍ରସିଦ୍ଧ ଚୀନର ଟେରାକୋଟା ଆର୍ମି ଏହାର ସବୁଠାରୁ ବଡ ପ୍ରମାଣ ।

Telegram Hacker
ଟେଲିଗ୍ରାମ ବ୍ୟବହାର କରୁଥିଲେ ସାବଧାନ, ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ୟାକର...

ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି କି? ଯଦି ଆପଣଙ୍କ ଉତ୍ତର ହଁ ହୋଇଥାଏ, ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଆପଣଙ୍କ ଉପରେ ନଜର ରଖିଛନ୍ତି ହ୍ୟାକର। କୌଣସି ସମୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ପାରନ୍ତି। ଏମିତି ଚର୍ଚ୍ଚା ଏବେ ଜୋର ଧରିଛି।

LPG Gas Cylinder
ସିଲିଣ୍ଡରରେ ଥିବା ଗ୍ୟାସ କେତେ ଦିନରେ ସରିବ! ଘରେ ରହି ଜାଣନ୍ତୁ ଉପାୟ

ହୁ ହୁ ହୋଇ ବଢି ଚାଲିଛି ରୋଷେଇ ଗ୍ୟାସ ସିଲିଣ୍ଡର ଦର। ବର୍ତ୍ତମାନ ସମୟରେ ଗୋଟିଏ ସିଲିଣ୍ଡରକୁ ମାସେ ଚଳାଇବା ବହୁତ କଷ୍ଟକର ହୋଇ ପଡୁଛି। ଧନୀଠୁ ଗରୀବ ସମସ୍ତେ ଚାହାନ୍ତି ଗୋଟିଏ ସିଲିଣ୍ଡର କେମିତି ମାସେରୁ ଅଧିକ ଦିନ ଯାଉ ବୋଲି

Bear
ପାର୍କରେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ

ପାର୍କରେ ବସିଥିବା ବେଳେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ। ଏଭଳି ଏକ ଘଟଣା ଆମେରିକାର ନର୍ଥ କାରୋଲିନା ସହରରେ ଦେଖିବାକୁ ମିଳିଛି। ଦମ୍ପତି ଜଣକ ନିଜର ପୋଷା କୁକୁରକୁ ନେଇ ପାର୍କ ଯାଇଥିବା ବେଳେ ହଠାତ୍ ଏକ କଳା ଭାଲୁ ତାଙ୍କ ଆଡକୁ ମାଡି ଆସିଥିଲା। ଭାଲୁକୁ ଦେଖି ତାଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଥିଲା।

Manoj Bajpayee father died
ପରଲୋକରେ ମନୋଜ ବାଜପେୟୀଙ୍କ ପିତା

ବଲିଉଡ୍ ଅଭିନେତା ମନୋଜ ବାଜପେୟୀଙ୍କ ପିତା ରାଧାକାନ୍ତ ବାଜପେୟୀଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳେ ୮୫ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ହେଉଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Mamata Banerjee
ଦିଦିଙ୍କ ବିପୁଳ ବିଜୟ

ପଶ୍ଚିମବଙ୍ଗ ଭବାନୀପୁର ଆସନରୁ ବିପୁଳ ଭୋଟ୍‌ରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଜିତିଛନ୍ତି। ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଥିଲେ ମମତା ବାନାର୍ଜୀ ।

Neha Dhupia And Angad Bedi
ମା’ ହେଲେ ନେହା ଧୂପିଆ

ଦ୍ୱିତୀୟ ଥର ପାଇଁ ମା’ ହେଲେ ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ। ପୁଣି ଏକ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ନେହା। ଏନେଇ ସ୍ୱାମୀ ଅଙ୍ଗଦ ବେଦୀ ସୂଚନା ଦେବା ସହ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି,‘ଭଗବାନ ଆମ କୋଳକୁ ଏକ ଶିଶୁପୁତ୍ର ଦେଇଛନ୍ତି। ନେହା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।’ 

Haagen Dazs Ice Cream Brand Launches Adult Only Flavors With Alcoholic Content Pratp
ଏଣିକି ବଜାରରେ ମିଳିବ ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’

ଆଇସ୍‌କ୍ରିମ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ବଜାରରେ ମିଳିବ ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’ । ଆପଣମାନେ କେବେ ଶୁଣିଛନ୍ତି କି ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’ ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ସତ । ଖୁବ୍‌ ଶୀଘ୍ର ଏହି ଆଇସ୍‌କ୍ରିମ୍‌ଟି କେବଳ ବଡ ମାନଙ୍କ ପାଇଁ ହିଁ ଉପଲବ୍ଧ ହେବ । ଯାହାକୁ ଖାଇଲେ ଗ୍ରାହକଙ୍କ ମନ ଓ ଆତ୍ମା ଉଭୟ ଶାନ୍ତି ହେଇଯିବ ।

Aryan Khan
ଜାହାଜରେ ଡ୍ରଗ୍ସ ପାର୍ଟି: ମୁହଁ ଖୋଲିଲେ ଶାହରୁଖଙ୍କ ପୁଅ ଆର୍ୟନ

ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଜେରା କରାଯାଉଛି। ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଫୋନ୍‌ରେ ସେ କାହା କାହା ସହ କ’ଣ ସବୁ ଚାଟ୍ କରିଥିଲେ ସେନେଇ ଯାଞ୍ଚ କରାଯାଉଛି।

Shilpa Shetty strikes yoga pose with Baba Ramdev
ପତଞ୍ଜଳିର ରାଜାଙ୍କ ସହିତ ‘ଅଞ୍ଜଳି’ : ଶିଳ୍ପା ସେଟ୍ଟୀ

ଟିଭିର ସବୁଠାରୁ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟୀ ଶୋ ‘ସୁପର ଡ୍ୟାନ୍ସର ଚାପ୍ଟର ୪’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୋ’ର ସେମିଫାଇନାଲ୍‌ ଏପିସୋଡ୍‌ ‘ଦେଶ କୀ ଫର୍‌ମାଇସ୍’ରେ ଯୋଗଗୁରୁ ବାବା ରାମଦେବ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ତେବେ ଏହି ଶୋ’ରେ ରାମଦେବ ପ୍ରତିଯୋଗୀମାନଙ୍କର ନାଚ ଖୁବ ଉପଭୋଗ କରିଥିଲେ। ଏହାର ପ୍ରୋମୋ ମଧ୍ୟ ନିର୍ମାତା ଏହାର ଅଫିସିଆଲ୍ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି।

Bargam Airbase
ଆଫଗାନ୍ ଏୟାରବେସ୍‌କୁ ଅକ୍ତିଆର କଲା ଚୀନ୍; ଭାରତ ପାଇଁ ବିପଦ ସଂକେତ

ଆଫଗାନିସ୍ତାନରେ ଥିବା ଆମେରିକୀୟ ଏୟାର ବେସକୁ ଚୀନ୍‌ ଅକ୍ତିଆର କରିଥିବାର ସୂଚନା ମିଳିଛି। ଚୀନ ପାକିସ୍ତାନ ସହାୟତାରେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଛି। ଯଦି ଏହା ସତ, ତେବେ ଏହା ଭାରତ ପାଇଁ ବିପଦପୂର୍ଣ୍ଣ ହୋଇପାରେ।

Namami Gange 2.0
ନମାମି ଗଙ୍ଗେ ୨.୦ ଆରମ୍ଭ କରିବେ ମୋଦି ସରକାର, ଅଗଷ୍ଟ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ୧୧,୮୨୪ କୋଟି

ନମାମି ଗଙ୍ଗେ ୨.୦ ଆରମ୍ଭ କରିବେ ମୋଦି ସରକାର । ଗଙ୍ଗା ଏବଂ ଏହାର ସହାୟକ ନଦୀଗୁଡ଼ିକର ସ୍ୱଚ୍ଛତା ଏବଂ ଶୁଦ୍ଧତା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର “ନମାମି ଗଙ୍ଗେ ୨.୦” ଯୋଜନା ଆରମ୍ଭ କରିବେ । ସୂତ୍ର ଅନୁସାରେ ରାଷ୍ଟ୍ରିୟ ସ୍ୱଚ୍ଛ ଗଙ୍ଗା ମିଶନ୍ ଅଧୀନରେ ଥିବା ନମାମି ଗଙ୍ଗେ ୨.୦' ଯୋଜନାକୁ ଅନ୍ତିମ ରୂପ ଦିଆଯାଉଛି ।

Vastu and Health
ଘରେ ଲାଗି ରହୁଛି କି ସ୍ୱାସ୍ଥ୍ୟ ସମସ୍ୟା ? ବାସ୍ତୁ ଅନୁଯାୟୀ କରନ୍ତୁ ଏହିଭଳି ଉପଚାର

ସୁସ୍ଥ ଶରୀର ମଣିଷର ସବୁଠୁ ବଡ଼ ପୁଞ୍ଜି । ବେଳେବେଳେ ଏପରି ହୋଇଥାଏ ଘରର କୌଣସି ସଦସ୍ୟଙ୍କୁ ଦୀର୍ଘ ଦିନ ଧରି ରୋଗରେ ଆକ୍ରାନ୍ତ ରହିବାର ଦେଖା ଦେଇଥାଏ ଓ ବିଭିନ୍ନ ଉପାୟ କଲେ ମଧ୍ୟ ଶରୀର ଠିକ୍ ହୋଇନଥାଏ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ବାସ୍ତୁ ଦୋଷ ବୋଲି କୁହାଯାଏ । ଆସନ୍ତୁ ଜାଣିବା କଣ ରହିଛି କାରଣ ।

pakistan media praise modi
ମୋଦିଙ୍କ ପ୍ରଶଂସାରେ ଶତମୁଖ ପାକ୍ ମିଡିଆ

ବ୍ରିଟେନ୍‌କୁ ମୁହଁତୋଡ଼ ଜବାବ ଦେବା ପରେ ମୋଦି ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛି ପାକିସ୍ତାନ୍ ମିଡିଆ । ଦୁଇ ଦିନ ପୂର୍ବରୁ ବ୍ରିଟେନରୁ ଆସୁଥିବା ନାଗରିକଙ୍କ ପାଇଁ ଭାରତ ସରକାର କଡା ନିୟମ ଘୋଷଣା କରିଛନ୍ତି ।

5 Pakistani Soldiers Killed In Terror Attack In Waziristan Near Afghan Border
ପାକ୍‌-ଆଫଗାନ୍‌ ସୀମାରେ ଆତଙ୍କୀ ଆକ୍ରମଣ; ୫ ପାକିସ୍ତାନୀ ସୁରକ୍ଷାକର୍ମୀ ମୃତ

ଆଫଗାନିସ୍ଥାନ ସୀମାରେ ୫ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତର ପଶ୍ଚିମ ସ୍ଥିତ ସୁରକ୍ଷାବାହିନୀର ଏକ ଗାଡି ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଫଳରେ ରେ ୫ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରୁ ୪ ଜଣ ଫ୍ରଣ୍ଟିଅର୍ କର୍ପସର ସଦସ୍ୟ ଥିବାବେଳେ ଅନ୍ୟ ଜଣେ ଲେବିଜ୍‌ର ସଦସ୍ୟ ଥିବାର ପାକ୍‌ ସେନାର ପି.ଆର୍‌ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି ।

petrol price
ତୈଳ ଚାବୁକ୍ : ପ୍ରତିଦିନ ବଢ଼ୁଛି ଇନ୍ଧନ ମୂଲ୍ୟ, ଜାଣନ୍ତୁ ଆଜି କେତେ ?

ପୁଣି ବଢ଼ିଲା ତେଲ ଦର । ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ରହିଛି । ଅକ୍ଟୋବରରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ବୃଦ୍ଧି ପାଉଛି ।

Naga chaitanya and Ritu Samantha
କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ?

ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରି ପାଇଁ ଏକ ବଡ ଝଟକା। ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କ ବିବାହ ବନ୍ଧନରେ ଫାଟକ ଲାଗିଯାଇଛି। ଦୁହେଁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସୁପରଷ୍ଟାର ନିଜ ଇନଷ୍ଟାଗ୍ରାମ ପେଜରେ ଏନେଇ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଛାଡପତ୍ରର ଘୋଷଣା କରାଯାଇଛି।

Keep the bones strong
ହାଡ଼କୁ ରଖନ୍ତୁ ମଜବୁତ୍,ଏହିସବୁ ଖରାପ ଅଭ୍ୟାସଠାରୁ ଦୂରେଇ ରହନ୍ତୁ

ସୁସ୍ଥ ଶରୀର ପାଇଁ ହାଡ଼ ମଜବୁତ୍ ରହିବା ଦରକାର । ମଣିଷର ହାଡ଼ ୨୫ ବର୍ଷ ପର୍ଯ୍ୟନ୍ତ ମଜବୁତ ରହିଥାଏ । ଏହାପରେ ଶରୀରରେ କ୍ୟାଲସିୟମ କମିବାକୁ ଲାଗିଥାଏ । କ୍ୟାଲସିୟମ ଅଭାବରୁ ଆପଣ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି । ଛୋଟ ପିଲାଙ୍କ ଶରୀରରେ ହାଡ଼ର ବିକାଶ କରିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ ଓ ଭିଟାମିନ-ଡି ର ସଠିକ ମାତ୍ର ମଧ୍ୟ ଦେବା ଉଚିତ । ଭିଟାମିନ ଡି କ୍ୟାଲସିୟମକୁ ସଠିକ ମାତ୍ରାରେ ଶରୀରରେ ପହଞ୍ଚାଇବା ପାଇଁ କାମ କରିଥାଏ । ହାଡ଼କୁ ମଜବୁତ କରିବା ପାଇଁ ଏହି ସବୁ ଉପାୟ ଅବଲମ୍ବୋନ କରନ୍ତୁ ।