• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

farmers-protest-denied-to-do-funeral-of-dead-bodies
ଲଖିମପୁର ହିଂସା ଘଟଣାରେ ଜିଦ୍‌ରେ ଅଟଳ କୃଷକ, ଅଭିଯୁକ୍ତ ଗିରଫ ହେବା ପରେ ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ଘୋଷଣା

ଲଖିମପୁର ଖେରିରେ ହିଂସା ପରେ ପୂରା ୟୁପି ଏବେ ରାଜନଅତିକ ଅଖାଡ଼ାରେ ପରିଣତ ହୋଇଛି । ବିରୋଧୀଦଳ ନେତାମାନେ ଲକ୍ଷ୍ମୀପୁର ଯାଇ ଚାଷୀଙ୍କୁ ଭେଟିବାକୁ ଚାହୁଁଛନ୍ତି, କିନ୍ତୁ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସେହିପରି ଲଖିମପୁର ହିଂସା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଦାୟୀ କରିଛନ୍ତି କୃଷକ ।

Fire fighters and police attend the scene as plane hits Milan building
୨ ମହଲା କୋଠାରେ ଖସିପଡିଲା ଚଳନ୍ତା ବିମାନ; ଦୁର୍ଘଟଣାରେ ୮ ମୃତ

ଇଟାଲିରେ ବଡ ଅଘଟଣ । ଦୁଇ ମହଲା କୋଠାରେ ଖସିପଡିଲା ଚଳନ୍ତା ବିମାନ । ଇଟାଲିର ମିଲାନ ସହରରେ ଏହି ଦୁର୍ଘଟଣା ହୋଇଛି । ରନୱେରେ ଅବତରଣ କରିବା ପୂର୍ବରୁ ଏକ ଛୋଟ ବିମାନଟି ମିଲାନର ଏକ ଦୁଇ ମହଲା ବିଶିଷ୍ଟ କୋଠାରେ ଖସିପଡିଥିଲା ।

Aryan Khan
ଜେରା ବେଳେ କାନ୍ଦି ପକାଇଲେ ଆର୍ୟନ, କଲେ ଏମତି ଖୁଲାସା...

ମୁମ୍ବାଇରେ କ୍ରୁଜ୍‌ ଜାହାଜରେ ହୋଇଥିବା ଡ୍ରଗ୍ସ ପାର୍ଟି ମାମଲାରେ କିଙ୍ଗଖାନ୍‌ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଛି। ଏନ୍‌ସିବି ଗତକାଲି ତାଙ୍କୁ ହେପାଜତକୁ ନେବା ସହ ଡ୍ରଗ୍ସ ମାମଲାରେ ପଚରାଉଚରା ଚଳାଇଛି। ପଚରାଉଚରା ବେଳେ ଆର୍ୟନ ଦୁଃଖରେ ପୁରାପୂରି ଭାଙ୍ଗି ପଡ଼ିବା ସହ କାନ୍ଦି ପକାଇଥିବା ଜଣାପଡ଼ିଛି। 

Redmi Smart TV
କମ୍‌ ଦାମ୍‌ରେ କିଣନ୍ତୁ ସ୍ମାର୍ଟ ଟିଭି ଓ ସ୍ମାର୍ଟ ଫୋନ୍‌

Xiaomi ଦିୱାଲି ୱିଥ୍‌ ଏମ୍‌ଆଇ (Diwali with Mi) ସେଲ୍‌ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଛି। ଏହି ସେଲ୍‌ରେ ଗ୍ରାହକ ଟିଭି, ଫୋନ୍‌ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କମ୍‌ ଟଙ୍କାରେ କିଣିପାରିବେ। କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଏହି ଡିସ୍‌କାଉଣ୍ଟ ଦିଆଯାଉଛି।

Air Indias Plane Got Stuck Under The Footover Bridge
ଓଭର ବ୍ରିଜ୍‌ ତଳେ ଫସିଗଲା ପ୍ଲେନ୍‌ !

ଓଭର ବ୍ରିଜ୍‌ ତଳେ ଫସିଗଲା ପ୍ଲେନ୍‌ । ରାଜଧାନୀ ଦିଲ୍ଲୀରୁ ଗୁରୁଗ୍ରାମକୁ ସଂଯୋଗ କରୁଥିବା ଏକ ଓଭର ବ୍ରିଜ୍‌ ତଳେ ଗୋଟେ ପ୍ଲେନ୍‌ ଅଟକିଯା ରହିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୪୦ ସେକେଣ୍ଡର ଏହି ଭିଡିଓରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଏକ ଓଭରବ୍ରିଜ୍‌ ତଳେ ଏହି ବିମାନଟି ଫସି ରହିଥିବାର ଦେଖିବାକୁ ମିଳିଛି ।

Murder Case Against Union Minister's Son
ୟୁପି ହିଂସା: କେନ୍ଦ୍ରମନ୍ତ୍ରୀ ପୁଅଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ଦେବା ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

Priyanka Gandhi
‘ଦମ୍‌ ଅଛି ତ ଛୁଇଁକି ଦେଖାଅ...’ ପୋଲିସ୍‌କୁ ଆଇନ୍‌ ଶିଖାଇଲେ ପ୍ରିୟଙ୍କା !

ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ସୀତାପୁର ହରଗାଁଓ ନିକଟରେ ପୋଲିସ୍‌ ଗିରଫ କରିଥିବା ନେଇ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ସୂଚନା ଦେଇଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧି ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା।

kashmir
ଭୂସ୍ୱର୍ଗ କାଶ୍ମୀରକୁ ବଢିଲାଣି ପର୍ଯ୍ୟଟକଙ୍କ ଆଗମନ, ମନ ମୋହୁଛି ସୋନମର୍ଗର ମନଲୋଭା ଦୃଶ୍ୟ

କାଶ୍ମୀରର ସୁନ୍ଦର ଉପତ୍ୟାକା, ଉଚ୍ଚ ପାହାଡ, ହ୍ରଦ, ସବୁଜିମା ଭରା ଜଙ୍ଗଲ ପ୍ରତ୍ୟେକ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଦେଶ ବିଦେଶର ପର୍ଯ୍ୟଟକ ଭିଡ ଜମାନ୍ତି ।

daily horoscope
Daily Horoscope, 4 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୪ ତାରିଖ, ସୋମବାର, କନ୍ୟା ୧୮ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Aryan Khan
ଜାହାଜରେ ଡ୍ରଗ୍ସ ପାର୍ଟି: ରେଡ୍‌ ବେଳେ ଶାହରୁଖଙ୍କ ପୁଅ ଆର୍ୟନଙ୍କ ପାଖରୁ ମିଳିଥିଲା ଏମିତି ଜିନିଷ...

ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନ୍‌ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କ ଠାରୁ ଆଜି ତଥ୍ୟ ଓଗାଳିବାକୁ ଏନ୍‌ସିବି ଚେଷ୍ଟା କରିବ। ଗତକାଲି  ଆର୍ୟନଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେମାନଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଛି।

Talibani Home Ministry Spokesman Says Five Civilians Were Killed In The Bomb Blast In Kabul
କାବୁଲ ବୋମା ବିସ୍ପୋରଣରେ ୫ ନାଗରିକ ମୃତ; ସୂଚନା ଦେଲେ ତାଲିବାନ୍‌ ଗୃହ ମନ୍ତ୍ରାଳୟ ମୁଖପାତ୍ର

କାବୁଲର ଏକ ମସଜିଦ୍‌ରେ ବୋମା ବିସ୍ପୋରଣ । ଗତକାଲିର ଏହି ବିସ୍ପୋରଣରେ ପ୍ରାୟ ୫ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ତାଲିବାନ୍‌ ଗୃହ ମନ୍ତ୍ରାଳୟ ମୁଖପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ବିସ୍ପୋରଣଟି ମସଜିଦ୍‌ ସ୍ଥିତ ରାସ୍ତା କଡରେ ହୋଇଛି । ହେଲେ ମସଜିଦ୍‌ ପ୍ରବେଶ ଦ୍ୱାରରେ ଥିବା ଲୋକମାନେ ଆହତ ହୋଇଛନ୍ତି ।

UP Violence
ଆନ୍ଦୋଳନରତ କୃଷକଙ୍କ ଉପରେ କାର୍‌ ଚଢ଼ାଇ ଦେଲେ ମନ୍ତ୍ରୀଙ୍କ ପୁଅ ! ହିଂସାକାଣ୍ଡରେ ୪ କୃଷକଙ୍କ ସମେତ ୮ ମୃତ

ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ହତ୍ୟା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି।

Aryan Khan
ବିଭିନ୍ନ ପ୍ରକାର ନିଶା କାରବାର କରୁଥିଲେ ଆର୍ୟନ୍‌ ! ଚଷମା ଖୋଳରୁ ଜବତ କଲା NCB...

ଏପଟେ ପୁଅକୁ ୧୨ ଘଣ୍ଟାର ମାରାଥନ ଜେରା । ତୁହାକୁ ତୁହା ପ୍ରଶ୍ନବାଣ । ସତ ଉଗାଳିବାକୁ ଶହେ ଚେଷ୍ଟା । କିଙ୍ଗ ଖାନ୍ ଶାହରୁଖ୍ ଖାନ୍‌ଙ୍କ ୨୩ ବର୍ଷୀୟ ପୁଅ ଆର୍ୟନ୍‌ଙ୍କ ବିରୋଧରେ ସଂଗୀନ ଅଭିଯୋଗ ।

Uttar Pradesh Violence
ଉତ୍ତର ପ୍ରଦେଶ: ଥମୁନି ହିଂସା, ଏବେ ସୁଦ୍ଧା ୬ ଜଣଙ୍କ ଜୀବନ ଗଲାଣି

ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ହତ୍ୟା ଅଭିଯୋଗ ପରେ ହିଂସାକାଣ୍ଡ । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା । ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

Farmer Protest
କେନ୍ଦ୍ର ପରେ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଲେ ଚାଷୀ

କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ସହ ପଞ୍ଜାବ ସରକାରଙ୍କ ଚାଷୀଙ୍କୁ ଅଣଦେଖା ନେଇ ବର୍ଷିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ପଞ୍ଜାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମଣ୍ଡିରେ ଧାନ କିଣା ଅବଧି ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ବଢିବା ପରେ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

KL Rahul
IPL 2021: ରେକର୍ଡ କଲେ କେ.ଏଲ ରାହୁଲ, କ୍ରିସ୍‌ ଗେଲ୍‌ଙ୍କୁ ବି ପଛରେ ପକାଇଲେ

ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଆଇପିଏଲ୍ ୨୦୨୧ ରେ ନିଜର ୫୦୦ ରନ୍ ପୂରଣ କରିଛନ୍ତି । କ୍ରମାଗତ ଚତୁର୍ଥ ସିଜିନରେ ସେ ୫୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଏହା କରିପାରି ନାହାଁନ୍ତି ।

Sameer Wankhede
କିଏ ସେ ୱାଙ୍ଖଡେ? କାହିଁକି ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା?

କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ରେଡ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୁମ୍ବାଇ ଏନସିବି ଜୋନାଲ୍ ଡିରେକ୍ଟର ସମୀର ୱାଙ୍ଖଡେ । କାରଣ ସେ ହିଁ ଏହି ରେଡର ନେତୃତ୍ୱ ନେଇଥିଲେ। ଗତ ୧୫ ଦିନ ପୂର୍ବରୁ ଏହି କ୍ରୁଜରେ ପାର୍ଟି ସମ୍ପର୍କରେ ଆଗୁଆ ସୂଚନା ପରେ ସେ ଏହି ଟିମର ନେତୃତ୍ୱ ନେଇ ରେଡ୍ କରିଥିଲେ ଏବଂ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ସମେତ ୮ ଜଣଙ୍କୁ ଗିରଫ କରିଥିଲେ।

India V/s Australia
INDW V/S AUSW: ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆଠାରୁ ଆଗରେ ରହିଲା ଭାରତ, ଜାଣନ୍ତୁ କିଏ ଜିତିଲା ?

ଭାରତ ଏବଂ ଅଷ୍ଟ୍ରେଲିଆର ମହିଳା ଦଳ ମଧ୍ୟରେ ଚାଲିଥିବା ଦିବା-ରାତ୍ର ଟେଷ୍ଟ ଡ୍ର ରହିଛି । ରବିବାର, ମ୍ୟାଚର ଚତୁର୍ଥ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨ ୱିକେଟ୍‌ ହରାଇ ୩୬ ରନ୍ ସଂଗ୍ରହ କରିଥିଲା ।

Youngest celebret fitness instructor
ଦୁର୍ଘଟଣା ବଦଳେଇଦେଲା ଜୀବନ : ଏବେ ସେ ସେଲିବ୍ରିଟି ଫିଟନେସ୍ ଟ୍ରେନର୍‌

ବଲିଉଡର ପ୍ରତ୍ୟେକ ସେଲିବ୍ରିଟି ଏହି ପ୍ରଶିକ୍ଷକଙ୍କଠାରୁ ଫିଟ୍‌ନେସ୍ ଟିପ୍ସ ନେବାକୁ ଚାହାଁନ୍ତି। ସମସ୍ତେ ମଧ୍ୟ ତାଙ୍କ ଟିପ୍ସ ପାଇ ଫିଟ୍ ହୋଇ ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ନାମ ତିଆରି କରିଛନ୍ତି। ହଁ, ଆମେ ସେଲିବ୍ରିଟି ଫିଟ୍‌ନେସ୍ ଟ୍ରେନର ନମ୍ରତା ପୁରୋହିତଙ୍କ କଥା କହୁଛୁ। ପ୍ରକାଶଥାଉ ଯେ ପିଲାଦିନେ ସେ ଖେଳକୁ ବହୁତ ଭଲ ପାଉଥିଲେ। ସେ ସର୍ବଦା ସକ୍ରିୟ ଥିଲେ ଏବଂ ପ୍ରତ୍ୟେକ ଖେଳରେ ଭାଗ ନେଉଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ରାଜ୍ୟ ତଥା ଜାତୀୟ ସ୍ତରରେ ଫୁଟ୍‌ବଲ୍‌ ଏବଂ ସ୍କ୍ୱାସ୍‌ରେ ମଧ୍ୟ ଭାଗ ନେଇଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଏକ ଘୋଡାରୁ ଖସିପଡିଥିଲେ।

sim cards
ଅଫଲାଇନ୍‌ରେ ଏବେ ମିଳିବନି ନୂଆ ମୋବାଇଲ୍‌ ସିମ୍ କାର୍ଡ଼

ଏଣିକି ଅଫଲାଇନ୍‌ରେ ମିଳିବନି ସିମ୍ କାର୍ଡ । ଜାଲ ସିମ୍ କାର୍ଡ ଘଟଣାକୁ ନେଇ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ନିୟମ ଅନୁଯାୟୀ ସିମ୍ ବ୍ୟବହାରକାରୀଙ୍କୁ ନୂଆ ନିୟମକୁ ମାନିବାକୁ ପଡିବ । ଗ୍ରାହକ ମାନଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆ ଯାଇଛି । ଗ୍ରାହକ ମାନେ ଯେପରି ଠକାମିର ଶିକାର ନହେବେ ସେଥିପାଇଁ ନିଉ ସିମ୍ ଇନ୍ସୁରାନ୍ସ ରୁଲ୍ସ କରାଯାଇଛି ।

Cat saved the baby
ବିଲେଇ ସାଜିଲା ରକ୍ଷକ; ସିଡିରୁ ପଡୁଥିବା ଶିଶୁକୁ ବଞ୍ଚେଇଲା

ଅନେକ ଲୋକ ଘରେ ପଶୁ ପକ୍ଷୀ ରଖିବାକୁ ଭଲ ପାଆନ୍ତି। ଏଥିରୁ ବିଲେଇ ମଧ୍ୟ ଅନ୍ୟତମ। ଆପଣ ବିଲେଇମାନଙ୍କୁ ଭଲ ପାଆନ୍ତି କି? ଯଦି ନୁହେଁ, ତେବେ ହୁଏତ ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ଆପଣ ମଧ୍ୟ ବିଲେଇ ପ୍ରେମରେ ପଡ଼ିଯିବେ। କଥା କ’ଣ କି ଏକ ବିଲେଇ ପ୍ରାଣ ପଣେ ଚେଷ୍ଟାକରି ଏକ ଛୋଟ ଶିଶୁର ଜୀବନ ରକ୍ଷା କରିଛି। ଏଭଳି ଏକ ସିସିଟିଭି ଫୁଟେଜ୍‌ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ସମସ୍ତେ ବିଲେଇଙ୍କୁ ପ୍ରଶଂସା କରୁଛନ୍ତି।

IPL 2021
IPL 2021: ସ୍କାନରରେ ବିରାଟ-ରୋହିତ-ରାହୁଲ ! ଆଗକୁ ଆସୁଛି ଟି-୨୦ ବିଶ୍ୱକପ୍‌

ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ସେ ଟି-୨୦ ବିଶ୍ୱକପରେ ଓପନିଂ କରିପାରନ୍ତି । ଅକ୍ଟୋବର ୧୭ରୁ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।

Samantha, Naga Chaitanya and Nagarjun
ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ନାଗାର୍ଜୁନ

ସାମନ୍ଥା ଏବଂ ନାଗା ଚୈତନ୍ୟ ଶନିବାର ଛାଡପତ୍ର ଘୋଷଣା କରିଛନ୍ତି । ବିବାହର ୪ ବର୍ଷ ପରେ ସାଉଥ୍‌ ଷ୍ଟାର ନାଗା ଚୈତନ୍ୟ ପତ୍ନୀ ସାମନ୍ଥା ଅକ୍କିନେନୀଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ନେଇ ନାଗାଙ୍କ ପିତା ତଥା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ନାଗାର୍ଜୁନ ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନାଗାର୍ଜୁନ ଟ୍ୱିଟରରେ ନିଜର ବିବୃତ୍ତି ସେୟାର କରିଛନ୍ତି ।

Mamata Banarjee
ନିର୍ବାଚନ ହାରିଲେ କିନ୍ତୁ ନିଜକୁ "ମ୍ୟାନ୍‌ ଅଫ ଦି ମ୍ୟାଚ୍‌" ଘୋଷଣା କଲେ ପ୍ରିୟଙ୍କା

ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ​​ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପୁଳ ପରିମାଣ ଭୋଟ୍‌ ବ୍ୟବଧାନରେ ବିଜୟ ହୋଇଛନ୍ତି। ମମତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ପାଖପାଖି ୫୮ ହଜାର ଭୋଟରେ ପରାସ୍ତ କରିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା।

Patanjali  sadhvi commits-suicide
ପତଞ୍ଜଳି ଯୋଗପୀଠରେ ଅଧ୍ୟୟନରତ ଜଣେ ସ୍ୱାଧ୍ୱୀଙ୍କ ଆତ୍ମହତ୍ୟା

ହରିଦ୍ୱାରସ୍ଥିତ ପତଞ୍ଜଳି କନ୍ୟା ଯୋଗପୀଠରେ ଅଧ୍ୟୟନ କରୁଥିବା ଜଣେ ସ୍ୱାଧ୍ୱୀ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ସେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ୨୪ ବର୍ଷର ଝିଅ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ପୋଲିସକୁ ଘଟଣାସ୍ଥଳରୁ ମିଳିଥିବା ସୁଇସାଡ୍ ନୋଟ୍‌ରେ ଜୀବନରେ ଅସନ୍ତୁଷ୍ଟ ଥିବା ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ବହାଦରାବାଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।