ମାୟାନଗରୀ ମୁମ୍ୱାଇରେ ବେଶ ଜଣାଶୁଣା ସତୀଶ ମନେଶିନ୍ଦେ। ଅନେକ ବଲିଉଡ ଷ୍ଟାରଙ୍କୁ ଆଇନ ଜାଲରୁ ଖସାଇବାରେ ସଫଳ ହୋଇଛନ୍ତି ଏହି ଆଇନଜୀବୀ । ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣା ହେଉ ଅବା ହିଟ୍ ଆଣ୍ଡ ରନ୍ କେସ ହେଉ ମାମଲା ଲଢି ଚର୍ଚ୍ଚାକୁ ଆସିଛନ୍ତି ସତୀଶ ମନେଶିନ୍ଦେ। ଏବେ କିଙ୍ଗ ଖାନଙ୍କ ପୁଅ ଆର୍ୟନ ପାଇଁ ସେ କରୁଛନ୍ତି ଓକିଲାତି
ବଲିଉଡ ଅଭିନେତା ରଣବୀର ସିଂହ ନିଜର ଷ୍ଟାଇଲିସ୍ ଲୁକ୍ ନେଇ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଅଭିନୟକୁ ନେଇ ଯେତିକି ପସନ୍ଦ କରାଯାଏ ତାଙ୍କ ଫେସନ ସେନ୍ସକୁ ନେଇ ତା’ ଠାରୁ ଅଧିକ ପ୍ରଶଂସା କରାଯାଏ। ଏହି କାରଣରୁ ବହୁତ କମ ଦିନରେ ସେ ଦର୍ଶକଙ୍କ ହୃଦୟରେ ଏକ ବଡ ଜାଗା ଅକ୍ତିଆର କରିବାରେ ସକ୍ଷମ ହୋଇପାରିଛନ୍ତି। ନିଜ ଏନର୍ଜି ଦ୍ୱାରା ସେ ଖୁବ୍ କମ ସମୟରେ ସମସ୍ତଙ୍କୁ ନିଜର କରି ନିଅନ୍ତି।
ପଦାର୍ଥ ବିଜ୍ଞାନ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର । ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ଗବେଷଣା ପାଇଁ ସୁକରୋ ମାନେବେ, କ୍ଲାସ୍ ହେଲସମ୍ୟାନ୍ ଏବଂ ଜିୟୋର୍ଜିୟ ପେରିସିକଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ
ପାକିସ୍ତାନକୁ ବାରମ୍ବାର ରେଡ୍ ସିଗନାଲ୍ ଦେଖାଉଛି ଆମେରିକା। ଇମ୍ରାନ୍ ଖାନ୍ଙ୍କ ସତ ଚେଷ୍ଟା ପରେ ମଧ୍ୟ ବାଇଡେନ୍ ତାଙ୍କୁ ଅଣଦେଖା କରୁଥିବାର ପାକିସ୍ତାନ୍ ପକ୍ଷରୁ ଶୁଣିବାକୁ ମିଳିଛି। ପାକିସ୍ତାନ୍ର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୀର୍ଘ ଦିନ ଧରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଆମେରିକା ପକ୍ଷରୁ ଏହାକୁ ଅଣଦେଖା କରାଯାଉଛି।
ବଲିଉଡ୍ ଅଭିନେତା ରଣବୀର କପୁର ଓ ହ୍ରିତିକ୍ ରୋଶନଙ୍କୁ ସିନେ ନିର୍ମାତା ଜୈକୀ ଭଗନାନୀଙ୍କ ଅଫିସ୍ ବାହାରେ ଦେଖାଯାଇଛି। କୁହାଯାଉଛି ଯେ ଉଭୟଙ୍କୁ ନେଇ ନିର୍ମାତା ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହା ସହିତ ଉଭୟ ମଧ୍ୟ ନମିତ ମାଲହୋତ୍ରାଙ୍କ ସହ ମିଟିଂ କରୁଥିବା ବେଳେ ନଜର ଆସିଛନ୍ତି। ଯାହା ‘ରାମାୟଣ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି। ଏହି ମିଟିଂରେ ମଧ୍ୟ ନିତେଶ ତିୱାରୀ ଓ ମଧୁ ମାନତେନା ଉପସ୍ଥିତ ଥିଲେ।
ଚୀନ୍, ତାଇୱାନ ଉପରେ ଅତ୍ୟଧିକ ଚାପ ପକାଉଥିବା ସମୟରେ ତାଙ୍କର ଏପରି ବୟାନ୍ ଆସିଛି । ତାଇୱାନ ନିଜକୁ ଏକ ସ୍ୱୟଂଶାସିତ ତଥା ଗଣତାନ୍ତ୍ରିକ ଦ୍ୱୀପ ଭାବରେ ଦେଖେ । କିନ୍ତୁ ଚୀନ୍ ତାଇୱାନକୁ ନିଜର ଏକ ଅଂଶ ବୋଲି ଭାବେ । ତାଇୱାନକୁ ଚୀନ୍ ନିଶ୍ଚିତ ଭାବେ କବଜା କରିବ ବୋଲି ପୂର୍ବରୁ କହିସାରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ।
ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜ ଶନିବାର ରାତିରେ ଆର୍ଯ୍ୟନ ଖାନଙ୍କ ସମେତ ସେଥିରେ ଥିବା ଅନ୍ୟମାନଙ୍କ ପାଇଁ କାଳ ହୋଇଛି। ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି) ଟିମ୍ ଚଢଉ କରି ପାର୍ଟିକୁ ବନ୍ଦ କରିଦେଇଥିଲା। ଏଥିରେ ଆର୍ଯ୍ୟନ ସମେତ ଧରାଯାଇଥିବା ୯ ଜଣଙ୍କୁ ଏନ୍ସିବି ହେପାଜତକୁ ନେଇ ପଚରାଉଚରା କରୁଛି। ତେବେ କିଏ ଏମାନେ ଆସନ୍ତୁ ଜାଣିବା।
ବିମାନବନ୍ଦରର ତଳେ ବସିଲେ ଛତିଶଗଡର ମୁଖ୍ୟ ଭୁପେଶ ବଘେଲ୍ । ଲଖିମ୍ପୁର ଖିରିରେ କୃଷକଙ୍କ ମୃତ୍ୟୁ ପରେ ଛତିଶଗଡର ମୁଖ୍ୟ ଭୁପେଶ ବାଗେଲ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଥିଲେ ।
କୋଏମ୍ବାଟୁରରେ ମହିଳା ବାୟୁସେନା ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୀଡ଼ିତାଙ୍କ ୨ ଫିଙ୍ଗର ଟେଷ୍ଟ କରାଯାଇନି। ଏନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀ।
ଚୀନ ସୀମା ସ୍ଥିତି ନେଇ ବାୟୁସେନା ମୁଖ୍ୟଙ୍କ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏଲ୍ଏସି ଆରପଟେ ଚୀନ ବାୟୁସେନା ଏବେ ବି ରହିଛି ଜଗି ରହିଛି । ଏଲ୍ଏସିର ସମସ୍ତ ୩ଟି ଏୟାରବେସରେ ଚୀନ୍ ସେନା ମୁତୟନ ଥିବା ସେ କହିଛନ୍ତି । ତେବେ କୌଣସି ପରିସ୍ଥିତି ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ତୟାର ଥିବା ସେ କହିଛନ୍ତି ।
ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୩% ହ୍ରାସ ସହ ୪୬,୭୭୯ ଟଙ୍କାରେ କାରବାର ଚାଲିଛି।
ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିବା ନେଇ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସୂଚନା ଦେଇଛନ୍ତି । ଭୋର୍ ସାଢ଼େ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି ବୋଲି କହିଛନ୍ତି ଚିଦାମ୍ବରମ ।
SBI ଖାଲି ପଡ଼ିଥିବା ୨,୦୫୬ଟି Probationary Officers (PO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ/ ଆଶାୟୀ ପ୍ରାର୍ଥୀ ଅକ୍ଟୋବର ୨୫ ସୁଦ୍ଧା ଅନ୍ଲାଇନ୍ରେ ଆବେଦନ କରିପାରିବେ।
ତାଲିବାନ୍ର ନୂଆ ନିର୍ଦ୍ଦେଶାନାମା । ୨୦ ବର୍ଷର ଡିଗ୍ରୀଧାରୀଙ୍କୁ ଅବୈଧ ଘୋଷଣା କଲା ତାଲିବାନୀ । ଆଫଗାନ୍ରେ ତାଲିବାନ୍ ସରକାର ଦ୍ୱାରା ଏକ ନୂଆ ନିୟମ ଜାରି କରାଯାଇଛି । ଯେଉଁଥିରେ ମାଦ୍ରାସାର ପାଠପଢାକୁ ସର୍ବୋତ୍ତମ ଏବଂ ୨୦ ବର୍ଷର ଡିଗ୍ରୀଧାରୀଙ୍କ ପାଠପଢାକୁ ଅବୈଧ ତଥା ଅଦରକାରୀ ବୋଲି ଘୋଷଣା କରାଯାଇଛି ।
ଆଚରଣ ଓ ଉଚ୍ଚାରଣରେ ପାର୍ଥକ୍ୟ ଥିବା କହି କଂଗ୍ରେସକୁ ନୀତିବାଣୀ ଶୁଣାଇବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି ।
ତାଇୱାନ୍କୁ ଚୀନ୍ର ଭେଟି । ଗତକାଲି ଚୀନ୍ ତାଇୱାନ୍କୁ ୫୨ ଟି ଯୁଦ୍ଧ ବିମାନ ଭେଟି ସ୍ୱରୂପ ଦେଇଛି । ତାଇୱାନ୍ର ରକ୍ଷା ମନ୍ତ୍ରୀଳୟ ଅନୁସାରେ, ବାୟୁ ପ୍ରତିରକ୍ଷା ପ୍ରଣାଳୀରୁ ତାଇୱାନ ବାୟୁସେନା (Taiwan Airforce) ଚୀନ୍ର ଯୁଦ୍ଧ ବିମାନର ଗତିବିଧି ଉପରେ ନଜର ରଖିଥିଲା । ଯାହା ଦ୍ୱାରା ଜଣାପଡିଥିଲା ଯେ, ଚୀନ୍ର ୩୪ ଜେ -୧୬ ଯୁଦ୍ଧ ବିମାନ ଓ ୧୨ ଟି H-୬ ଯୁଦ୍ଧ ବିମାନ ତାଇୱାନ୍ର ସୁରକ୍ଷା କ୍ଷେତ୍ରର ଉଲଙ୍ଘନ କରିଛି ।
ମୁମ୍ବାଇ କ୍ରୁଜ୍ ପାର୍ଟିର ଖିଅ କେଉଁ ଯାଏ ଲମ୍ବିଛି ? ଡ୍ରଗ୍ସ କେଉଁଠୁ ଆସିଛି ? ଆର୍ୟନ ସାମିଲ ହୋଇଥିବା ଡ୍ରଗ୍ସ ପାର୍ଟିର ଲିଙ୍କ୍ ଖୋଜିବାକୁ ବାହାରିଥିବା ଏନ୍ସିବି ହାତରେ ଲାଗିଛି ଏବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।
ଖତ ଖାଉଛି ମୋଟର ଲଞ୍ଚ । ପରିତ୍ୟକ୍ତ ଅବସ୍ଥାରେ ନଷ୍ଟ ହୋଇ ପଡିରହିଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତିର ମୋଟର ଲଞ୍ଚ । ଯାହା ଦିନେ ସ୍ୱାଭିମାନ ଅଂଚଳର ଲାଇଫଲାଇନ୍ ଥିଲା ।
ଆର୍ୟନଙ୍କ ମୋବାଇଲ ଫୋନରୁ କିଛି ସନ୍ଦେହଜନକ ତଥ୍ୟ ମିଳିଥିବା ଜଣାପଡିଛି। ଆର୍ୟନଙ୍କ ଫୋନ୍କୁ ଏନ୍ସିବି ଜବତ କରିଛି। ଫୋନ୍ରେ ଥିବା ତଥ୍ୟରୁ ଆର୍ୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ପେଡଲର୍ଙ୍କ ସହ ମମ୍ପର୍କ ଥିବା ସନ୍ଦେହ କରାଯାଉଛି। ଆର୍ୟନଙ୍କ ମୋବାଇଲ୍ରୁ ମିଳିଥିବା ବିଦେଶ ଲିଙ୍କ୍ ମାମଲାରେ ବି ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।
ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଯଥାକ୍ରମେ ୨୫ ପଇସା ଓ ୩୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ୧୦୮ ଟଙ୍କା ୬୭ ପଇସାରେ ପହଞ୍ଚିଛି।
ରିଲ୍ରେ ଆଇରନ୍ ମ୍ୟାନ୍କୁ ତ ସମସ୍ତେ ଦେଖିଛନ୍ତି, ହେଲେ ଆପଣ କେବେ ରିୟଲ୍ରେ ଆଇରନ୍ ମ୍ୟାନ୍କୁ ଦେଖିଛନ୍ତି କି ? ଆମେ ଆପଣଙ୍କୁ ଏମିତି ଜଣେ ଆଇରନ୍ ମ୍ୟାନ୍ଙ୍କ କଥା କହିବା, ଯାହା କୌଣସି କମ୍ପ୍ୟୁଟର ଗ୍ରାଫିକ୍ସ ନୁହେଁ, କି କାଳ୍ପନିକ ସିନ୍ ନୁହେଁ। ମଣିପୁରର ଏକ ଛୋଟିଆ ଗାଁ ରାସ୍ତାରେ ଚାଲୁଛି, ବୁଲୁଛି ଏହି ଆଇରନ୍ ମ୍ୟାନ୍।
କିଛି ସମୟ ଧରି ସାରା ବିଶ୍ୱରେ ଡାଉନ୍ ହୋଇଯାଇଥିଲା ସୋସିଆଲ ମିଡ଼ିଆ ଫ୍ଲାଟ୍ଫର୍ମ। ଯାହା ଦ୍ୱାରା ସୋସିଆଲ ମିଡ଼ିଆର ପ୍ରମୁଖ ଆପ୍ ଚାଲୁ ନାଲୁ ନଥିଲା । ଯାହାକୁ ନେଇ ଅଧିକାଂଶ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେଉଥିଲା। ଯାହାର କାରଣ ଜାଣିବା ଓ ଅଭିଯୋଗ କରିବା ପାଇଁ ଟ୍ୱିଟରକୁ ବ୍ୟବହାର କରିଥିଲେ ୟୁଜର୍ସ।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ହଠାତ୍ ଝଟ୍କା ଲାଗିବା ଯୋଗୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ମୃତ୍ୟୁ ପ୍ରବଳ ରକ୍ତସ୍ରାବ ଯୋଗୁ ହୋଇଛି।
ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୫ ତାରିଖ, ମଙ୍ଗଳବାର, କନ୍ୟା ୧୯ ଦିନ ଆଶ୍ୱିନ ମାସ, କୃଷ୍ଣ ପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟ୍କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା।